ରବିଧାନର ଟାର୍ଗେଟ ହ୍ରାସ ନେଇ ତାତିଲେ ଚାଷୀ: ଜିଲା ଯୋଗାଣ ଅଧିକାରୀଙ୍କୁ ଫେରାଦ

ବଲାଙ୍ଗୀର ଅଫିସ, ୨ା୬: ବଲାଙ୍ଗୀର ଜିଲା ଆଗଲପୁର ବ୍ଳକ ଲୁହୁରାମୁଣ୍ଡା ପଞ୍ଚାୟତର ଲୁହୁରାମୁଣ୍ଡା ଓ ସାନଫାସଡର ଚାଷୀମାନେ ରବିଧାନର ଟାର୍ଗେଟ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ମଙ୍ଗଳବାର ସେମାନେ ଜିଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସି ଫେରାଦ ହୋଇଛନ୍ତି। ଏହି ଚାଷୀମାନଙ୍କ ଧାନ କିଣିବା ପାଇଁ ମଁା ଗୌରୀ ସ୍ବୟଂ ସହାୟକ ଦଳକୁ ଦାୟିତ୍ୱ ଦିଆଯାଇଛି । ହେଲେ ଏହି ଏସ୍‌ଏଚ୍‌ଜିଠାରୁ ଚାଷୀମାନେ ଜାଣିବାକୁ ପାଇଥିଲେ ଯେ, ଦ୍ୱିତୀୟ ପାଳିର ଧାନ କିଣିବା ପାଇଁ ୧୮୦୦କୁଇଣ୍ଟାଲ ଟାର୍ଗେଟ ଆସିଥିଲା। ଟିଟିଲାଗଡର ଦୁଇଟି ମିଲକୁ ୫ଶହ ଲେଖାଏ ଏଭଳି ୧୦୦୦ କୁଇଣ୍ଟାଲ ଓ ଅନ୍ୟ ଏକ ମିଲକୁ ୮ ଶହ କୁଇଣ୍ଟାଲ ଧାନ କିଣିବା ପାଇଁ ଅନୁମତି ମିଳିଥିଲା । ପରବର୍ତ୍ତୀ ସମୟରେ ଦିଆଯାଇଥିବା ୧୮ଶହ କୁଇଣ୍ଟାଲ ଟାର୍ଗେଟରୁ ୧ହଜାର କୁଇଣ୍ଟାଲ କାଟି ଦିଆଯାଇଥିଲା । ଗ୍ରାମପଞ୍ଚାୟତର ଚାଷୀଙ୍କ କେବଳ ଧାନ କିଣିବା ପାଇଁ ୫ ହଜାର କୁଇଣ୍ଟାଲର ଟାର୍ଗେଟ ଆବଶ୍ୟକତା ଥିବାବେଳେ ୧୮ଶହ କୁଇଣ୍ଟାଲ ଟାର୍ଗେଟ ଦେଇ ସେଥିରୁ ପୁଣି ୧ ହଜାର କୁଇଣ୍ଟାଲ କାଟି ଦେବାକୁ ନେଇ ଚାଷୀମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଉଭୟ ଗଁାର ଚାଷୀମାନେ ବିଭାଗର ଏଭଳି ନିଷ୍ପତ୍ତି ପ୍ରତିବାଦରେ ଜିଲା ଯୋଗାଣ ଅଧିକାରୀଙ୍କୁ ଦାବିପତ୍ର ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଣାଙ୍କ ସହ ଲଢ଼ିବେ ନୂଆ

ସୁନାବେଡ଼ା/ସେମିଳିଗୁଡ଼ା,୨୦ା୪(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): କୋରାପୁଟ ଜିଲା ପଟ୍ଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀରେ ମେ’ ୧୩ରେ ନିର୍ବାଚନ ହେବ। କଂଗ୍ରେସ ଓ ଶାସକ ବିଜେଡି ନିଜର ପ୍ରାର୍ଥୀ ପରିବର୍ତ୍ତନ...

ବାହାର ଅଞ୍ଚଳ ପ୍ରାର୍ଥୀ ବନାମ ମାଟିର ପୁଅ

ଯାଜପୁର,୨୦ା୪(ହର୍ଷବର୍ଦ୍ଧନ ବେହେରା): ସମ୍ପ୍ରତି ଜିଲା ତଥା ନିର୍ବାଚନମଣ୍ଡଳୀ ବାହାର ପ୍ରାର୍ଥୀଙ୍କୁ ନେଇ ବହୁ ଚର୍ଚ୍ଚା ହେଉଛି। ହେଲେ ନେତାମାନେ ନିଜ ଅଞ୍ଚଳଠାରୁ ଦୂର ଅନ୍ୟ ଏକ...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ଏକହୋଇ ଲଢ଼ିବାକୁ ପ୍ରଣବଙ୍କ ପରାମର୍ଶ

ଚଣ୍ଡିଖୋଲ,୨୦ା୪(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲାର ବଡ଼ଚଣା ଏକ ପ୍ରମୁଖ ବିଧାନସଭା ନିର୍ବାଚନମଣ୍ଡଳୀ। ହେଲେ ଏ ପର୍ଯ୍ୟନ୍ତ ବିଜେଡି ଏଠାରେ ପ୍ରାର୍ଥୀ ଘୋଷଣା କରିନାହିଁ। ଶୁକ୍ରବାର...

ଟିକେଟ ଆଶା କରିଥିଲି, ମତେ ବି ଦୁଃଖ ଲାଗୁଛି

ଜଗତ୍‌ସିଂହପୁର, ୨୦ା୪(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲା ପରେ ଟିକେଟ ନ ପାଇ ସବୁଠାରୁ ଦୁଃଖରେ...

ଡଙ୍ଗାବୁଡ଼ି ୨ ମୃତ, ୭ ନିଖୋଜ

ଝାରସୁଗୁଡ଼ା, (ସଞ୍ଜୟ ମାଲି) / ଭୁବନେଶ୍ୱର,(ଅନିଲ ଦାସ) ୨୦ା୪: ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଶୁକ୍ରବାର ଅପରାହ୍ନରେ ଏକ ଡଙ୍ଗା ବୁଡ଼ିଯାଇଛି। ଏହି...

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri