ଛତିଶଗଡ଼ ଫେରନ୍ତାଙ୍କୁ ଗାଁରେ ପୂରାଇ ଦେଲେନି ଗ୍ରାମବାସୀ: କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ଗଲେ ୬ ଶ୍ରମିକ

ସରଣ୍ଡା,୨୯ା୪(ଡି.ଏନ୍‌.ଏ.): କରୋନା ସଂକ୍ରମଣ ନେଇ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ବିଭିନ୍ନ ସ୍ଥାନରେ ଶ୍ରମିକମାନେ ଫସି ରହିଛନ୍ତି। ରାଜ୍ୟ ସରକାର ଶ୍ରମିକଙ୍କ ଫେରିବା ନେଇ ବ୍ୟବସ୍ଥା କରିଥିବା ବେଳେ ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ସରଣ୍ଡାସ୍ଥିତ କଟାପାଳିକୁ ଆନ୍ଧ୍ରପ୍ରଦେଶରୁ ଧାନକଟା ମେଶିନ ଧରି ମଙ୍ଗଳବାର ୬ଜଣ ଶ୍ରମିକ ଫେରିଥିଲେ। ଏହା ଦେଖି ଗ୍ରାମବାସୀ ଆତଙ୍କିତ ହେବା ସହ ଗାଁରେ ପୂରାଇ ଦେଇ ନ ଥିଲେ। ଫଳରେ ମଙ୍ଗଳବାରଠାରୁ ବୁଧବାର ସକାଳ ପର୍ଯ୍ୟନ୍ତ ଏହି ଶ୍ରମିକମାନେ ରାସ୍ତାପାର୍ଶ୍ୱରେ ରହିଥିଲେ। ଏନେଇ ସରଣ୍ଡା, ଚକୁଳି, ତାଳପତ୍ରଟିକ୍ରାର ଗ୍ରାମବାସୀ ଆଲୋଚନା କରି ସରପଞ୍ଚ ସୁଲତା ପ୍ରଧାନଙ୍କୁ ଖବର ଦେଇଥିଲେ। ସରପଞ୍ଚଙ୍କ ପ୍ରତିନିଧି ଭାବେ କୈଳାସ ପ୍ରଧାନ ପହଞ୍ଚି ସେମାନଙ୍କ ରହିବା ବ୍ୟବସ୍ଥା କରିଥିଲେ। ଯୁଦ୍ଧାକାଳୀନ ଭିତ୍ତିରେ ତାଳପତ୍ରଟିକ୍ରା କଲ୍ୟାଣ ମଣ୍ଡପକୁ ଅସ୍ଥାୟୀ ହୋମ୍‌ କ୍ୱାରାଣ୍ଟାଇନ୍‌ ସେଣ୍ଟରେ ପରିଣତ କରାଯାଇ ବୁଧବାର ସକାଳେ ଏହି ଶ୍ରମିକମାନଙ୍କୁ ରଖାଯାଇଛି। ତେବେ ଏମାନଙ୍କ ସଂସ୍ପର୍ଶରେ ସରଣ୍ଡା ଗ୍ରାମର ଦୁଇ ଜଣ ଯୁବକ ଆସିଥିବା ବେଳେ ସେମାନଙ୍କୁ ବି କ୍ୱାରାଣ୍ଟାଇନ୍‌ରେ ରଖିବାକୁ ଗ୍ରାମବାସୀ ଅତାବିରା ତହସିଲଦାର ଓ ବିଡିଓଙ୍କ ଠାରେ ଗୁହାରି କରିଛନ୍ତି। ଏନେଇ ତହସିଲଦାର ହୃଦାନନ୍ଦ ଅଡାଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ୍‌ ରିସିଭ୍‌ କରି ନ ଥିଲେ। ଅତାବିରା ବିଡିଓ ପ୍ରଣବ ଚାନ୍ଦ କହିଛନ୍ତି, ଶ୍ରମିକମାନଙ୍କ ପାଇଁ କିପରି ସାହାଯ୍ୟ କରିହେବ ସେନେଇ ସରପଞ୍ଚଙ୍କ ସହ କଥା ହୋଇ ବ୍ୟବସ୍ଥା କରାଯିବ ଏବଂ ଶ୍ରମିକଙ୍କ ସଂସ୍ପର୍ଶ୍ୱରେ ଆସିଥିବା ଯୁବକଙ୍କୁ ଟ୍ରେସ କରାଯାଇ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com
Featured Video Play Icon

ଧରିତ୍ରୀ, ଆଦିତ୍ୟ ବିର୍ଲା ସନ୍‌ଲାଇଫ୍‌ ମ୍ୟୁଚୁଆଲ ଫଣ୍ଡ୍‌ର ‘ଶିକ୍ଷିତ ନିବେଶକ ବିକଶିତ ଭାରତ’ କର୍ମଶାଳା

କଟକ,୭ା୧୨(କାର୍ତ୍ତିକ ସାହୁ): ଭବିଷ୍ୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଜର ଅର୍ଜିତ ଅର୍ଥକୁ ଖର୍ଚ୍ଚ କରିବା ଜରୁରୀ। ବିଶେଷକରି ପ୍ରଥମେ ସଞ୍ଚୟ ଏବଂ ପରେ ଖର୍ଚ୍ଚ କରିବା...

ସ୍ତ୍ରୀଙ୍କ ମୁଣ୍ଡରେ ଟ୍ୟୁମର: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ

ନୂଆପଡ଼ା,୭ା୧୨ (ମକାରୁ ବେମାଲ): ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଶେଷରେ ଅସହାୟ ହୋଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ସ୍ବାମୀ । ଏଭଳି...

ନାଇଟ୍ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୨୫ଜଣ

ଗୋଆ,୭।୧୨: ଗୋଆର ପ୍ରସିଦ୍ଧ ନାଇଟ୍ କ୍ଲବରେ ବଡ଼ ଧରଣର ଅଗ୍ନିକାଣ୍ଡ। ଗୋଆ ଆର୍ପୋରା ସ୍ଥିତ ରୋମିଓ ଲେନ୍ ରେ ଥିବା ବ୍ରିଚ୍ ନାଇଟ୍ କ୍ଲବରେ ନିଆଁ...

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଜଣଙ୍କାକୁ ନୁହେଁ ଏକାବେଳକେ ଚାରି ଚାରି ଜଣଙ୍କୁ ଧକ୍କା ଦେଲା କାର :୨ ମୃତ, ୨ ଗୁରୁତର

ଖଜୁରୀପଡ଼ା,୭।୧୨(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ସମ୍ବେପଦରଠାରେ ଏକ ଅଜଣା ଗାଡ଼ି ଧକ୍କାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ସମ୍ବେପଦର ଗ୍ରାମର ବିଦ୍ୟାଧର...

ଏକ ପରିବେଶୀୟ ଆହ୍ୱାନ

ନିଭର୍ସିଟି ଅଫ ଶିକାଗୋର ଏନର୍ଜି ପଲିସି ଇନ୍‌ଷ୍ଟିଟ୍ୟୁଟ (ଏପିକ) ଦ୍ୱାରା ପ୍ରକାଶିତ ୨୦୨୫ ବାୟୁ ଗୁଣବତ୍ତା ଜୀବନ ସୂଚକାଙ୍କ (ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା...

ସୃଷ୍ଟିର ଚିରନ୍ତନ ଆଧାର

ନୁଷ୍ୟର ଉଚ୍ଚତର ଚେତନଶୀଳତା ତାକୁ ବାଧ୍ୟ କରିଛି ଏ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରେ ପ୍ରଶ୍ନ ଉତ୍‌ଥାପନ କରିବା ପାଇଁ। ଏ ଜଗତର ସୃଷ୍ଟି କିପରି...

ଧାମରାରେ ବୁଲୁଛି ମହାବଳ ବାଘ: ଭିଡିଓ ଭାଇରାଲ ପରେ ବନ ବିଭାଗ ନାକେଦମ୍‌

ଚାନ୍ଦବାଲି,୭।୧୨(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଧାମରା ଅଞ୍ଚଳରେ ଏକ ମହାବଳ ବାଘ ବୁଲୁଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri