Posted inଖେଳ

ଚୂଡ଼ାନ୍ତ କ୍ଲବ ତାଲିକା ବାଛିବ ୫ ଜଣିଆ କମିଟି ଓସିଏ ସଦସ୍ୟତା ନେଇ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର, ୧୯ା୮ (ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶା କ୍ରିକେଟ୍‌ ଆସୋସିଏଶନ (ଓସିଏ)ର ନିର୍ବାଚନ ଆସନ୍ତା ମାସରେ ହେବାକୁ ଥିବାବେଳେ ଏହାକୁ ନେଇ ଏବେ ତତ୍ପରତା ପ୍ରକାଶ ପାଇଛି। ରାଜ୍ୟରେ ଥିବା ବିଭିନ୍ନ କ୍ଲବର ଭବିଷ୍ୟତ ନିର୍ଦ୍ଧାରଣ ପାଇଁ ରବିବାର ୫ ଜଣିଆ ଯାଞ୍ଚ କମିଟି ଗଠନ କରାଯାଇଛି। ଫୁଲବାଣୀ ଜିଲା ଆଥ୍‌ଲେଟିକ ଆସୋସିଏଶନର ସମ୍ପାଦକ ଶିବ ପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ୫ ଜଣିଆ କମିଟି ଗଠନ କରାଯାଇଛି। ଓସିଏର ସଦସ୍ୟ ହେବା ପାଇଁ ଆଗ୍ରହୀ ରହିଥିବା କ୍ଲବଗୁଡ଼ିକ ସପ୍ତାହକ ମଧ୍ୟରେ ଏହି କମିଟିକୁ ଆଦେବନ କରିବେ। ସମ୍ପୃକ୍ତ କ୍ଲବ କ୍ରିକେଟ୍‌ ନା ସାମାଜିକ କ୍ଲବ ଏହି ୫ ଜଣିଆ କମିଟି ତାହା ଉପରେ ନିଷ୍ପତ୍ତି ନେବ। ଓସିଏ ପରିଚାଳନା ସମିତିର ବୈଠକରେ ରବିବାର ଏ ନେଇ ଆଲୋଚନା ହେବାପରେ ଏହି କମିଟି ଗଠନ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା। ଶବି ପ୍ରସାଦଙ୍କୁ କମିଟିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିବାବେଳେ ଅଶୋକ ସାହୁ (ଗଞ୍ଜାମ ଜିଲା କ୍ରିକେଟ୍‌ ଆସୋସିଏଶନ ସମ୍ପାଦକ), ଚିନ୍ମୟାନନ୍ଦ ଜେନା (ପୂର୍ବତନ ଖେଳାଳି ତଥା ଚୟନକର୍ତ୍ତା), ସିଦ୍ଧାର୍ଥ କୁମାର ସାହୁ (ଖ୍ରୀଷ୍ଟ କଲେଜ ଅଧ୍ୟକ୍ଷ) ଓ ଏଫ୍‌.ସି. ନର୍ଥ (ଷ୍ଟିଓ୍ବାର୍ଟ ସ୍କୁଲ ଅଧ୍ୟକ୍ଷ)ଙ୍କୁ ଏହି କମିଟିର ସଦସ୍ୟ ରଖାଯାଇଛି। ଯେହେତୁ କ୍ଲବଗୁଡ଼ିକ ଉପରେ ବିଚାର କରାଯିବାକୁ ଥିବାରୁ ସ୍କୁଲ, କଲେଜ ଓ ଜିଲାର ସଦସ୍ୟମାନଙ୍କୁ ଏହି ୫ ଜଣିଆ ଯାଞ୍ଚ କମିଟିରେ ସ୍ଥାନ ମିଳିଛି।
ଉଲ୍ଲେଖଯୋଗ୍ୟ, ଓଡ଼ିଶା କ୍ରିକେଟ୍‌ ଆସୋସିଏଶନ ଅଧିନରେ ପୂର୍ବରୁ ରାଜ୍ୟର ୨୦ କ୍ଲବକୁ ସଦସ୍ୟଭାବେ ସମ୍ବିଧାନରେ ସ୍ଥାନିତ କରାଯାଇଛି। ଏହି ୨୦ କ୍ଲବର ସ୍ଥାନ ସୁରକ୍ଷିତ ରହିଥିବା ସମ୍ଭାବନା ରହିଛି। କିନ୍ତୁ ଓସିଏ ଅଧିନରେ ସଦସ୍ୟ ହେବା ପାଇଁ ଆଗ୍ରହୀ ରହିଥିବା ନୂତନ କ୍ଲବଗୁଡ଼ିକ ଏହି ୫ ଜଣିଆ କମିଟିକୁ ଆବେଦନ କରିପାରିବେ। ସଦସ୍ୟତା ବିବାଦ ସମୟରେ ପୂର୍ବରୁ ୫୪ କ୍ଲବ ଓସିଏ ସଦସ୍ୟ ହେବା ପାଇଁ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିକଟରେ ଆବେଦନ କରିଥିଲେ। ଏବେ ଏହିସବୁ କ୍ଲବଗୁଡ଼ିକ ନୂତନ କରି ଗଠିତ ହୋଇଥିବା ୫ ଜଣିଆ ଯାଞ୍ଚ କମିଟି ନିକଟରେ ସଦସ୍ୟତା ପାଇଁ ପୁନଃ ଆବେଦନ କରିପାରିବେ ବୋଲି ଜଣାପଡ଼ିଛି। ଯେଉଁ କ୍ଲବଗୁଡ଼ିକ କ୍ରିକେଟ୍‌ ପାଇଁ କାର୍ଯ୍ୟ କରୁଥିବେ ସେମାନଙ୍କୁ ସଦସ୍ୟତା ଭାବେ ଗ୍ରହଣ କରିବା ପାଇଁ ଏହି କମିଟି ପରିଚାଳନା ସମିତିକୁ ସୁପାରିସ କରିବ। ନୂତନ କରି ଗଠିତ ହୋଇଥିବା କମିଟି ପକ୍ଷରୁ ଏହା କୁହାଯାଇଛି। ସଦସ୍ୟତା ପାଇଁ ଓସିଏ ଓ୍ବେବସାଇଟ୍‌ରେ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇବ। ଏହାପରେ ଯେଉଁ କ୍ଲବଗୁଡ଼ିକ ସଦସ୍ୟତା ପାଇଁ ଆଗ୍ରହୀ ରହିଛନ୍ତି ସେମାନେ ବିଜ୍ଞପ୍ତିର ସପ୍ତାହକ ମଧ୍ୟରେ ଆବେଦନ କରିପାରିବେ। ୫ ଜଣିଆ ଯାଞ୍ଚ କମିଟି ଦ୍ୱାରା ଏହାପରେ ମାନଦଣ୍ଡ ଅନୁଯାୟୀ କ୍ଲବଗୁଡ଼ିକ ନାମ ପରିଚାଳନା ସମିତିକୁ ସୁପାରିସ କରାଯିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ଅବସର ନେବେ ଉସମାନ ଖ୍ବାଜା? ପଞ୍ଚମ ଟେଷ୍ଟ ପୂର୍ବରୁ କରିବେ ପ୍ରେସ କନଫରେନ୍ସ

ସିଡ଼ନୀ,୧।୧: ତାଙ୍କ ଟେଷ୍ଟ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ, ଅଷ୍ଟ୍ରେଲିୟ ଓପନର ଉସମାନ ଖ୍ବାଜା ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ଆଶେସ ଟେଷ୍ଟ ପୂର୍ବରୁ ଏକ...

ଏହିଦିନ ଫେରିବେ Shubman Gill, T-20 ବିଶ୍ୱକପରୁ ବାହାର ହେବା ପରେ ଏହି ଦଳ ବିପକ୍ଷରେ ଖେଳିବେ…

ନୂଆଦିଲ୍ଲୀ,୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ନିକଟରେ ଘୋଷଣା କରାଯାଇଥିଲା। ଖରାପ ଫର୍ମ ଏବଂ ଆଘାତ ସହିତ ସଂଘର୍ଷ କରୁଥିବା ଶୁବମନ ଗିଲଙ୍କୁ...

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri