ଚିଲିକାରେ ମାଲେସିଆ ଜାହାଜ ଅଟକିବା ଘଟଣା: ଦ୍ୱନ୍ଦ୍ୱ ସୃଷ୍ଟି କରୁଛି ଜଙ୍ଗଲ ବିଭାଗର ଭିନ୍ନ ମନ୍ତବ୍ୟ

ଭୁବନେଶ୍ୱର, ୧୮।୮(ବ୍ୟୁରୋ): ଯାନ୍ତ୍ରିକ ତ୍ରୁଟି ଯୋଗୁ ମାଲେସିଆର ପଣ୍ୟବାହୀ ଜାହାଜ ‘ଟଗ୍‌ ଜିନ୍‌ ହୱା ୩୨’ ପୁରୀ ଜିଲା କୃଷ୍ଣ ପ୍ରସାଦ ବ୍ଲକ୍‌ ଅନ୍ତର୍ଗତ ଚିଲିକା ମୁହାଣର ରାଜହଂସ ଓ ଖିରିସାହି ଗାଁ ନିକଟ ବଙ୍ଗୋପସାଗର ଉପକୂଳରେ ୧୧ଦିନ ହେବ ଅଟକି ରହିଛି। ଜାହାଜରୁ ତେଲ ବାହାର ନ କଲେ ଚିଲିକାର ଜୈବ ବିବିଧତା ପ୍ରତି ବଡ଼ ବିପଦ ରହିଥିବା ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ କୁହାଯାଇଛି। ସେପଟେ ଚିଲିକା ପ୍ରତି ବିପଦ ନ ଥିବା ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ କହିଛନ୍ତି। ଗୋଟିଏ ବିଭାଗର ଦୁଇ ପ୍ରକାର ମନ୍ତବ୍ୟକୁ ନେଇ ବର୍ତ୍ତମାନ ବଡ଼ ଦ୍ୱନ୍ଦ୍ୱ ସୃଷ୍ଟି କରିଛି।

ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ସୁରେଶ ମହାପାତ୍ର କହିଛନ୍ତି, ଅଚଳ ବିଦେଶି ଜାହାଜଟି ବିପଦ ବଢ଼ାଉଛି। ସମୟ ଗଡ଼ିବା ସହିତ ଭୟ ବଢୁଛି। କାରଣ ଯାନ୍ତ୍ରିକ ତ୍ରୁଟି ଯୋଗୁ ଜାହାଜଟି ଅଟକି ରହିଥିବାବେଳେ ଏଥିରେ ଥିବା ୩୦ ହଜାର ଲିଟର ତେଲ ହିଁ ଚିନ୍ତାର କାରଣ ପାଲଟିଛି। ଉକ୍ତ ପଣ୍ୟବାହୀ ଜାହାଜରୁ ତେଲ ବାହାର ନ କଲେ ଚିଲିକାର ଜୈବ ବିବିଧତା ପ୍ରତି ବଡ଼ ବିପଦ ରହିଛି। ଜାହାଜଟିରୁ କିଭଳି ତେଲ କଢ଼ାଯିବ ସେନେଇ ସମ୍ପୃକ୍ତ କମ୍ପାନୀ ସହ ସେ କଥା ହୋଇଛନ୍ତି। ଏପରିକି ଶୀଘ୍ର ଏହାକୁ ସ୍ଥାନାନ୍ତର କରାଯିବ ବୋଲି ସଚିବ ଆଶ୍ୱାସନା ଦେଇଛନ୍ତି। ଅନ୍ୟପକ୍ଷରେ ସିଡିଏ କର୍ତ୍ତୃପକ୍ଷ ଭିନ୍ନ ମତ ଦେଇଛନ୍ତି। ସିଡିଏର କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି, ଜାହାଜରୁ ତେଲ ଲିକ୍‌ ସମ୍ଭାବନା କମ୍‌ ରହିଛି। ଏହା ଉପରେ ପୁରୀ ଜିଲାପାଳ ନଜର ରଖିଛନ୍ତି। ଏଥିସହିତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ଅନୁସାରେ କାମ ହେଉଛି ବୋଲି ସିଡିଏ କର୍ତ୍ତୃପକ୍ଷ କହିଛନ୍ତି। ଏପରିସ୍ଥଳେ ପ୍ରକୃତ ସ୍ଥିତିକୁ ନେଇ କିଛି ସ୍ପଷ୍ଟ ହେଉନାହିଁ। ଏହା ଚିଲିକା ପ୍ରତି ବିପଦ ସୃଷ୍ଟି ହେବ ନା ନାହିଁ ତାହା ଜଣାପଡ଼ୁନାହିଁ। ସେପଟେ ପରିବେଶବିତ୍‌ମାନେ ମଧ୍ୟ ଚିଲିକାର ଜୈବ ବିବିଧତା ପ୍ରତି ବିପଦ ଥିବା ମତପ୍ରକାଶ କରୁଛନ୍ତି। ସୂଚନାଯୋଗ୍ୟ, ଗତ ୭ ତାରିଖରୁ ଅଟକିଥିବା ପଣ୍ୟବାହୀ ଜାହାଜଟିରେ ୩୦ ହଜାର ଲିଟର ଡିଜେଲ ସହ ୧ହଜାର ଲିଟର ଲ୍ୟୁବ୍‌ ଅଏଲ ଓ ୨୦୦ ଲିଟର ହାଇଡ୍ରୋଲିକ୍‌ ଅଏଲ ମହଜୁଦ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି

କୋରାପୁଟ,୨୦ା୨(ଅମିତାଭ ବେହେରା): କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସୁନାବେଡ଼ାଠାରେ ଶୁକ୍ରବାର ସକାଳେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି। କୋରାପୁଟ ଜିଲାର ସୁନାବେଡ଼ାଠାରେ ଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସ୍‌ରେ ତାଲା…

ଲିଭ୍ ଇନ୍‌ରେ ରହୁଥିଲେ: ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପ୍ରେମିକା ଫେରାର୍

ଭୁବନେଶ୍ୱର,୨୦ା୨: ରାଜଧାନୀ ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପୋଖରୀପୁଟ ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଏକ ହୋଟେଲ୍ ମଧ୍ୟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର…

ଓଡ଼ିଶାରେ ଚାଲିଛି ସୁଚିନ୍ତିତ ରାଜନୀତି: ରାଜ୍ୟ ସଭା ନିର୍ବାଚନ ପୂର୍ବରୁ …

ଭୁବନେଶ୍ୱର, ୨୦।୨(ସୁନିତ୍‌ ମିଶ୍ର):ଚାଷୀ ପ୍ରସଙ୍ଗ ନେଇ ୩ ଦିନ ହେଲା ଓଡ଼ିଶା ବିଧାନସଭାର ବିରୋଧୀ ସଦସ୍ୟମାନେ ଗୃହ ଚଲାଇ ଦେଉନାହାନ୍ତି। ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣ ପରେ…

ସୌନ୍ଦର୍ଯ୍ୟକରଣ ବଦଳରେ ଫୁଡ୍‌କୋର୍ଟ-ଦୋକାନ ଗୃହ ନିର୍ମାଣ, ଐତିହ୍ୟ ହରାଉଛି…

ପୁରୁଷୋତ୍ତମପୁର,୨୦ା୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ୯ ନଂ. ୱାର୍ଡ ରେ ଥିବା କିମ୍ବଦନ୍ତୀପୂର୍ଣ୍ଣ ଐତିହାସିକ ଗୋପାଳବନ୍ଧଟି ଦୀର୍ଘବର୍ଷ ହେଲା ଅବହେଳିତ ଅବସ୍ଥାରେ ପଡିରହି ତାର ଐତିହ୍ୟ…

ଆପଣଙ୍କ e-KYC ଅପଡେଟ୍ ଅଛି ତ? ଖୁବଶୀଘ୍ର ଆସିବାକୁ ଯାଉଛି ସୁଭଦ୍ରା ଯୋଜନାର ୪ର୍ଥ କିସ୍ତି

ଭୁବନେଶ୍ୱର,୨୦ା୨: ଖୁବଶୀଘ୍ର ଆସିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି। ଏନେଇ ଓଡ଼ିଶା ସରକାର ଆଗୁଆ ସୂଚନା ଦେଇ ସାରିଛନ୍ତି। ଯଦି ଆପଣ ଜଣେ ଆବେଦନକାରୀ, ତେବେ ଟଙ୍କା…

ଶଟର ପକାଇ ଜଗି ରହୁଛନ୍ତି ବାଉନ୍‌ସର, ଭିତରେ ବାର୍‌ ଡ୍ୟାନ୍ସରଙ୍କ ଉପରେ ଉଡୁଛି ଟଙ୍କା

ଭୁବନେଶ୍ୱର,୨୦ା୨(ତ୍ରିନାଥ ମହାନ୍ତି): ସବୁ ନିୟମ ଓ କଟକଣାକୁ ଫୁ’ କରିଦେଉଛନ୍ତି ବାର୍‌ ମାଲିକ। ପୋଲିସ ଓ ଅବକାରୀ ଚଢ଼ାଉକୁ ଖାତିର ନ କରି ଚଳାଉଛନ୍ତି ବେଆଇନ ବେପାର।…

ଅନ୍ୟନାମରେ ଆକାଉଣ୍ଟ ଖୋଲି ଠକେଇ: ୭ଦିନରେ ଧରାପଡ଼ିଲେଣି ୯ ଅଭିଯୁକ୍ତ

ବରଗଡ଼,୨୦।୨(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ଗତ ୧୩ ତାରିଖରୁ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ସାଇବର କବଚ ଅଭିଯାନ ଚାଲିଛି। ତେବେ ଏହି ଅଭିଯାନକୁ ବରଗଡ଼ ଜିଲା ପୋଲିସ୍‌ ଜୋରଦାର୍‌…

ବିଚ୍‌ ରାସ୍ତାରେ ପଡ଼ିଛି ନବଜାତ ଶିଶୁର ମୃତଦେହ, ଜନ୍ମ ପରେ…

ରାୟଗଡ଼ା,୨୦ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ାରେ ପୁଣି ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ। ସହରର ଗୋଦାବରୀଶ ନଗର ତଥା ରାୟଗଡ଼ା କଲେଜ ପଛ ପାର୍ଶ୍ୱ ବିଚ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri