ଚିଲିକା: ବିଭାଗୀୟ ତଥ୍ୟକୁ ହାଇକୋର୍ଟଙ୍କ ସନ୍ଦେହ

ଭୁବନେଶ୍ୱର,୧୦ା୮(ବ୍ୟୁରୋ): ଦ୍ରୁତ ଶିଳ୍ପାୟନ ମାନବ ସମାଜ ପାଇଁ ବିକାଶ ଆଣିଛି। ହେଲେ ଶିଳ୍ପାୟନ ଓ ଅର୍ଥନୈତିକ ଫାଇଦା ପାଇଁ ମନୁଷ୍ୟ ପ୍ରକୃତିକୁ ନିଜ ଇଚ୍ଛା ଅନୁସାରେ ବ୍ୟବହାର କରୁଛି, ଯାହା ପରବର୍ତ୍ତୀ ସମୟରେ ଅନେକ ବିପର୍ଯ୍ୟୟକୁ ଡାକି ଆଣୁଛି। ସବୁଜିମା ଜଙ୍ଗଲ ପରି ଜୈବ ବିବିଧତାରେ ନଦୀ, ହ୍ରଦର ଆବଶ୍ୟକତା ରହିଛି। ହେଲେ ସେଗୁଡିକର ଉପଯୁକ୍ତ ଯତ୍ନ ନିଆଯାଉ ନ ଥିବା ଅନୁଭବ ହେଉଛି। ଆମ ରାଜ୍ୟର ଚିଲିକା ହ୍ରଦ କଥା ବିଚାର କରାଯାଉ ବିଦେଶୀ ପକ୍ଷୀ, ଡଲଫିନ ଓ ଅନ୍ୟାନ୍ୟ ପର୍ଯ୍ୟଟନ କ୍ଷେତ୍ର ପାଇଁ ଏହା ପ୍ରସିଦ୍ଧ। ଅନୁରୂପ ଭାବେ ସ୍ଥାନୀୟ ହ୍ରଦକୁ ଜୀବିକା କରି ମତ୍ସ୍ୟଜୀବୀମାନେ ମଧ୍ୟ ଗୁଜୁରାଣ ମେଣ୍ଟାଇ ଥାଆନ୍ତି। ହେଲେ ଓଡ଼ିଶା ହାଇକୋର୍ଟଙ୍କ ନିଜସ୍ବ ଅନୁଧ୍ୟାନ ଓ ଚିଲିକା ସୁରକ୍ଷା ସମ୍ପର୍କିତ ସରକାରୀ ତଥ୍ୟ ମେଳ ଖାଉ ନ ଥିବା ଏବେ ଜଣାପଡିଛି।
ଚଳିତ ମାସ ପହିଲାରେ ହାଇକୋର୍ଟରେ ଏ ସଂକ୍ରାନ୍ତରେ ଏକ ଶୁଣାଣି ସମୟରେ ରାଜ୍ୟ ସରକାର ଚିଲିକାରେ ଚିଙ୍ଗୁଡି ଘେରି ହ୍ରାସ ପାଇଥିବା ଜଣାଇଥିଲେ ମଧ୍ୟ ସେ ସଂକ୍ରାନ୍ତରେ ଲିଖିତ ତଥ୍ୟ ଉପସ୍ଥାପନ କରି ନ ଥିଲେ। ଏଥିରେ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ପୂର୍ବରୁ ହାଇକୋର୍ଟ ବେଆଇନ ଚିଙ୍ଗୁଡି ଘେରି ସମ୍ପର୍କରେ ସ୍ବତନ୍ତ୍ର ଅନୁଧ୍ୟାନ ପାଇଁ ଆମିକସ୍‌ କ୍ୟୁରୀ ମୋହିତ ଅଗ୍ରୱାଲ ନିଯୁକ୍ତ କରିଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜଙ୍ଗଲ ଓ ପରିବେଶ ବିଭାଗ ଏ ସମ୍ପର୍କରେ ନିୟମିତ ବୈଠକ କରୁଛି। ଗତ ଜୁନ୍‌ ୨୪ରେ ହୋଇଥିବା ବୈଠକରେ ସରକାରଙ୍କ ପକ୍ଷରୁ ଚିଙ୍ଗୁଡି ଘେରିର ପରିମାଣ ୨୯,୦୦୦ଏକର ବୋଲି ଖୋଦ୍‌ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଦର୍ଶାଯାଇଥିଲା। ସାଟେଲାଇଟ୍‌ ବ୍ୟବହାର ମାଧ୍ୟମରେ ଏହି ସଂଖ୍ୟା ଜଣାପଡିଥିବା ମଧ୍ୟ ଉଲ୍ଲେଖ କରାଯାଇଥିଲା। ହେଲେ ଗତ ଅଗଷ୍ଟ ୧ରେ ଏହି ସଂଖ୍ୟା ଅହେତୁକ ହ୍ରାସ ପାଇଥିବା କୁହାଗଲା। ଏହାକୁ ନେଇ ହାଇକୋର୍ଟ ସରକାରୀ ତଥ୍ୟ ଉପରେ ସନ୍ଦେହପ୍ରକଟ କରିଥିଲେ। ଏଥିସହିତ ସତ୍ୟପାଠ ଆକାରରେ ଚିଙ୍ଗୁଡି ଘେରି ସମ୍ପର୍କିତ ପୂର୍ଣ୍ଣାଙ୍ଗ ତଥ୍ୟ ରଖିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଆସନ୍ତା ସେପ୍ଟେମ୍ବର ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବାକୁ ଯାଉଛି। ତେଣୁ ସରକାର ଚିଙ୍ଗୁଡି ଘେରି ନେଇ କି ତଥ୍ୟ ରଖୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି। ପୁରୀ, ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲାରେ ଚିଲିକାର ଉପସ୍ଥିତି ଥିଲେ ବି କୃଷ୍ଣପ୍ରସାଦ ଅଞ୍ଚଳରେ ବ୍ୟାପକ ବେଆଇନ ଚିଙ୍ଗୁଡି ଘେରି ଦେଖାଦେଇଥାଏ। ଏହାକୁ ଉଚ୍ଛେଦ କରିବା ନିର୍ଦ୍ଦେଶ ରହିଥିଲେ ମଧ୍ୟ ତାହା ଠିକ୍‌ ଭାବେ ଅନୁପାଳନ ହେଉନାହିଁ। ହାଇକୋର୍ଟଙ୍କ ବ୍ୟତୀତ ପରିବେଶ ଓ ଜଳ ବିଶେଷଜ୍ଞମାନେ ମଧ୍ୟ ଚିଲିକାକୁ ନେଇ ସନ୍ଦେହପ୍ରକଟ କରିଛନ୍ତି। ଜଳ ବିଶେଷଜ୍ଞ ରଞ୍ଜନ ପଣ୍ଡା କହିଛନ୍ତି ଯେ, ଚିଙ୍ଗୁଡି ଘେରି ଦ୍ୱାରା ଜାଲ ଲଗାଯିବା ସହ ହ୍ରଦ ମଧ୍ୟରେ ମାଟି ବନ୍ଧ କରାଯାଇଥାଏ। ଏହା ଦ୍ୱାରା ମୂଳ ହ୍ରଦର ପରିସୀମା ଆପେ ସଙ୍କୁଚିତ ହୋଇଥାଏ। ଦୀର୍ଘଦିନ ଧରି ଘେରି ରହିବା ଦ୍ୱାରା ପଟୁ ବଢିଥାଏ। ଆକର୍ଷଣୀୟ ଆକାରର ଚିଙ୍ଗୁଡି ଉତ୍ପାଦନ ନେଇ ବ୍ୟବହାର କରାଯାଉଥିବା ସାର ଓ ରସାୟନ ପଦାର୍ଥର ପ୍ରୟୋଗ ମଧ୍ୟ ହ୍ରଦକୁ ପ୍ରଦୂଷିତ କରିଥାଏ। ଏହା ଦ୍ୱାରା ମାଛ ବଂଶ ପ୍ରତି ବିପଦ ସୃଷ୍ଟି ହେଉଥିବାବେଳେ ପାରମ୍ପରିକ ମତ୍ସ୍ୟଜୀବୀଙ୍କ ଭାତହାଣ୍ଡିକୁ ପ୍ରଭାବିତ କରୁଛି। ହ୍ରଦର ପ୍ରାକୃତିକ ପରିସୀମା କମିବା ଦ୍ୱାରା ଜଳ ନିଜର ଗୁଣାତ୍ମକମାନ ହରାଇବ। ଚିଙ୍ଗୁଡି ଘେରି ବୃଦ୍ଧି ଯୋଗୁ ପକ୍ଷୀଙ୍କ ଜୀବନ ପ୍ରଭାବିତ ହେଉଛି ବୋଲି ରଞ୍ଜନ କହିଛନ୍ତି।
ସେହିପରି ଚିଲିକାର ସୁରକ୍ଷା ପାଇଁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କମିଟି ରହିଛି। ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନରୁ ପ୍ରାପ୍ତ ଉତ୍ତରରୁ ଚଳିତ ବର୍ଷ ଷ୍ଟିଅରିଂ କମିଟି ଓ କାର୍ଯ୍ୟନିର୍ବାହୀ କମିଟି ବୈଠକ ବସି ନ ଥିବା ସ୍ପଷ୍ଟ ଉଲ୍ଲେଖ ରହିଛି। ଶେଷଥର ପାଇଁ କାର୍ଯ୍ୟନିର୍ବାହୀ ବୈଠକ ୨୦୧୮ ଡିସେମ୍ବର ୫ ଏବଂ ଷ୍ଟିଅରିଂ କମିଟି ବୈଠକ ସେହିମାସ ୨୦ରେ ବସିଥିଲା। ହେଲେ ଆଶ୍ଚର୍ଯ୍ୟର ବିଷୟ ଗଭର୍ନିଂ ବଡି ବୈଠକ ଶେଷଥର ପାଇଁ ୨୦୧୩ ଜୁନ୍‌ ୨୭ରେ ବସିଥିଲା। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝିଙ୍କ ଦ୍ୱାରା ଗତ ଜୁଲାଇ ୧୬ରେ ପଚରାଯାଇଥିବା ଅଣତାରକା ପ୍ରଶ୍ନ ନଂ-୭୯୮ର ଉତ୍ତର ରଖି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ତଥ୍ୟ ରଖିଛନ୍ତି। ତେଣୁ ଚିଲିକାର ସୁରକ୍ଷା ପ୍ରତି ସରକାର କେତେ ସମ୍ବେଦନଶୀଳ, ତାହା ଏଥିରୁ ସ୍ପଷ୍ଟ ଅନୁମେୟ ବୋଲି ସମୀକ୍ଷକମାନେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଓଡ଼ିଶାର ନେତା ମାଟିର ପୁଅ ହୁଅନ୍ତୁ’

ଭୁବନେଶ୍ୱର,୪।୫: ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଏକ ଖବରଦାତା ସମ୍ମିଳନୀରେ ମୋଦିଙ୍କ ବିକାଶଧାରା ସହ ବିଭିନ୍ନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖୁଛନ୍ତି।...

ଓଡ଼ିଶା ଲୋକଙ୍କ ମଧ୍ୟରେ ବହୁତ ଟ୍ୟାଲେଣ୍ଟ, ସ୍କିଲ୍‌ ଅଛି: ଏସ୍. ଜୟଶଙ୍କର

ଭୁବନେଶ୍ୱର,୪।୫: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର। ଏହି ସମୟରେ ସେ ଓଡ଼ିଶାର କଳା, ସଂସ୍କୃତି...

୧୦ରେ ଭୁବନେଶ୍ୱରରେ ରୋଡ୍‌ ଶୋ’ କରିବେ ମୋଦି

ଭୁବନେଶ୍ୱର,୪।୫: ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ୫ ଓ ୬ ତାରିଖ ପରେ ଆସନ୍ତା ୧୦...

ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କଲା କଂଗ୍ରେସ

ଭୁବନେଶ୍ୱର,୪।୫: ଓଡ଼ିଶାରେ ଲୋକ ସଭା ଏବଂ ବିଧାନସଭା ନିର୍ବାଚନରେ ପ୍ରଚାର ପାଇଁ ଓଡିଶା ଆସିବେ କଂଗ୍ରେସ ହେବିୱେଟ୍। ଶନିବାର କଂଗ୍ରେସ ପକ୍ଷରୁ ଓଡ଼ିଶା ପାଇଁ ୪୦...

ନବରଙ୍ଗପୁରରେ ନବୀନଙ୍କ ହାଇଭୋଲଟେଜ ପ୍ରଚାର

ନବରଙ୍ଗପୁର,୪।୫: ନବରଙ୍ଗପୁର ମାଝୀଗୁଡ଼ାରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାଇଭୋଲଟେଜ ପ୍ରଚାର। ଦକ୍ଷିଣ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରାର୍ଥୀଙ୍କ ଲାଗି ବ୍ୟାକ୍‌ ଟୁ...

ନବରଙ୍ଗପୁରରେ ମାରାଥନ ପ୍ରଚାର: ସଭାରେ ଲୋକଙ୍କୁ ପ୍ରଶ୍ନ ପଚାରିଲେ ପାଣ୍ଡିଆନ

ନବରଙ୍ଗପୁର,୪।୫: ଜୟପୁର ପରେ ନବରଙ୍ଗପୁରରେ ଜୋରଦାର ପ୍ରଚାର କରିଛନ୍ତି ଉଭୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନ । ଏଠାରେ ଆୟୋଜିତ ବିଶାଳ ଜନସଭାକୁ...

ଏତେ କୋଟି ଟଙ୍କାର ମାଲିକାଣୀ ସୋଫିଆ ଫିର୍ଦ୍ଦୋସ

ଭୁବନେଶ୍ୱର,୪।୫: କଟକ-ବାରବାଟୀ ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ସୋଫିଆ ଫିର୍ଦ୍ଦୋସ। ସେ କଟକ-ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ଅଟନ୍ତି। ତେବେ ସେ...

୩୭ ଏମ୍‌ପି ପ୍ରାର୍ଥୀରୁ ୧୭ କୋଟିପତି, କଳାହାଣ୍ଡି ଲୋକ ସଭା ପ୍ରାର୍ଥୀ ମାଳବିକା ସବୁଠୁ ଧନୀ

ଭୁବନେଶ୍ୱର,୪।୫: ପ୍ରଥମ ପର୍ଯ୍ୟାୟ ଭୋଟ ନେଇ ଏଡିଆର ଓ ଓଡ଼ିଶା ଇଲେକ୍ସନ ୱାଚର ରିପୋର୍ଟ ପ୍ରକାଶ ପାଇଛି। ୪ ସଂସଦୀୟ କ୍ଷେତ୍ରରେ ୩୭ ପ୍ରାର୍ଥୀ, ୭...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri