ଚିନ୍ତା ବଢ଼ାଇଛି ବିଳମ୍ବ ରିପୋର୍ଟ

ସମ୍ବଲପୁର, ୧୨।୪ (ବ୍ୟୁରୋ): ସମଗ୍ର ରାଜ୍ୟର ବିଭିନ୍ନ ଜିଲାରେ କରୋନା ଭୂତାଣୁ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପଶ୍ଚିମ ଓଡିଶାର କଳାହାଣ୍ଡି ଓ ସୁନ୍ଦରଗଡ ଜିଲାରେ ୨ଟି ଲେଖାଏଁ ପଜିଟିଭ ରିପୋର୍ଟ ପ୍ରକାଶ ପାଇଛି । ଏହାକୁ ନେଇ ସମ୍ବଲପୁର ଜିଲାବାସୀଙ୍କ ମନରେ ଭୟର ବାତାବରଣ ଖେଳି ଯାଇଛି । ରିପୋର୍ଟ ପ୍ରକାଶ ବିଳମ୍ବ ହେଉଥିବା ଯୋଗୁ ଆହୁରି ଚିନ୍ତା ବଢ଼ାଇ ଦେଇଛି । ଜିଲାରୁ ଯାଇଥିବା ମୋଟ ୨୨୩ ରକ୍ତ ଓ ସ୍ବାବ୍‌ ନମୁନାରୁ ଏ ପର୍ଯ୍ୟନ୍ତ ମାତ୍ର ୬୭ଜଣଙ୍କ ରିପୋର୍ଟ ଜଣାପଡିଛି । ସମସ୍ତ ନେଗେଟିଭ ବାହାରିଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ହେଲେ ଅନ୍ୟ ୧୫୬ ରିପୋର୍ଟ ଏ ପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ । ତେଣୁ ଜନସାଧାରଣଙ୍କ ମନରେ ବିଭିନ୍ନ ପ୍ରକାର ସନ୍ଦେହ ଉଙ୍କି ମାରୁଛି । ରବିବାର ସୁନ୍ଦରଗଡ ଜିଲାରେ ୨ଟି ପଜିଟିଭ ଥିବା ଜଣାପଡିବା ପରେ ଲୋକମାନେ ଆହୁରି ଭୟଭୀତ ହୋଇପଡିଛନ୍ତି । ସମ୍ବଲପୁର ଜିଲାରୁ ଯାଇଥିବା ନମୁନା ଶୀଘ୍ର ପରୀକ୍ଷା କରାଯାଇ ରିପୋର୍ଟ ପ୍ରକାଶ କରାଯାଉ ବୋଲି ଦାବି ହେଉଛି । ଦେଶ ଓ ରାଜ୍ୟ ବାହାରୁ ଆସିଥିବା ବ୍ୟକ୍ତିମାନଙ୍କୁ ପ୍ରଶାସନ ପକ୍ଷରୁ ନିର୍ମାଣ ହୋଇଥିବା ୨ଟି ଅଇଁଠାପାଲି ଓ ଗୋଶାଳାରେ କ୍ବାରାଣ୍ଟାଇନ ହୋମରେ ରଖାଯାଇଛି । ସେହିପରି ହୋମ କ୍ବାରାଣ୍ଟାଇନରେ ମଧ୍ୟ ରଖାଯାଇ ତାଙ୍କ ଘର କାନ୍ଥରେ ସୂଚନା ପ୍ରଦାନ କରାଯାଇଛି । ହେଲେ ହୋମ କ୍ବାରାଣ୍ଟାଇନରେ ଥିବା ବ୍ୟକ୍ତି ନିୟମ ଉଲ୍ଲଂଘନ କରି ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ତାଙ୍କ ପରିବାର ମଧ୍ୟ ବାହାରକୁ ଯିବା ଆସିବା କରୁଥିବା ଅଭିଯୋଗ ହୋଇଛି। ଜିଲା ପୋଲିସ ଏ ନେଇ ନିୟମ ଉଲ୍ଲଂଘନ କରୁଥିବା ଯୋଗୁ କେତେ ଜଣଙ୍କ ନାମରେ ମାମଲା ରୁଜୁ କରିସାରିଛି । କ୍ବାରାଣ୍ଟାଇନରେ ଥିବା ବ୍ୟକ୍ତି ଓ ବାକିଥିବା ପରୀକ୍ଷା ରିପୋର୍ଟରେ ଯଦି ପଜିଟିଭ ଆସେ ତାହେଲେ ସଂକ୍ରମଣର ଆଶଙ୍କା ଅଧିକ ରହିଛି । ରବିବାର ସୁଦ୍ଧା କ୍ବାରାଣ୍ଟାଇନ ହୋମରେ ୭୦ଜଣ ଥିବା ଜଣାପଡିଛି । ସେମାନଙ୍କୁ ପୋଲିସ ସୁରକ୍ଷାରେ ରଖାଯାଇ ଡାକ୍ତରି ଟିମ୍‌ ଯାଞ୍ଚ କରୁଛନ୍ତି । ଏ ସମ୍ପର୍କରେ ଏଡିଏମଓ ଅଶୋକ ଦାଶ କହିଛନ୍ତି ଯେ, ଜିଲାବାସୀ ସେମିତି ଭୟଭୀତ ହେବାର କୌଣସି କାରଣ ନାହିଁ । କ୍ବାରାଣ୍ଟାଇନରେ ଥିବା ବ୍ୟକ୍ତିମାନଙ୍କର ସେଭଳି କିଛି ଲକ୍ଷଣ ଦେଖାଯାଇନାହିଁ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?