ଚାଷୀଙ୍କୁ ତହସିଲଦାରଙ୍କ ଦୁର୍ବ୍ୟବହାର ଅଭିଯୋଗ: ଇନପୁଟ ସବ୍‌ସିଡି ପାଇଁ ଯାଇଥିବା ଚାଷୀ ହଟହଟା

ନୂଆପଡା ଅଫିସ,୧୯ା୯: ସରକାର ଚାଷୀ କିମ୍ବା କୌଣସି ହିତାଧିକାରୀ ଅଧିକାରୀଙ୍କ ନିକଟକୁ ଆସିଲେ ତାଙ୍କୁ ଉପଯୁକ୍ତ ଆତିଥ୍ୟ ଦେଇ ଗୁହାରି ଶୁଣିବାକୁ ନିର୍ଦ୍ଦେଶ ରହିଥିବାବେଳେ ନୂଆପଡ଼ା ଜିଲା କୋମନା ତହସିଲଦାର ଚାଷୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଗତବର୍ଷ ମରୁଡିର ଇନପୁଟ ସବ୍‌ସିଡି ବାବଦକୁ ଗୁହାରି କରିବାକୁ ଆସିଥିବା ପଏଁର ଗ୍ରାମପଞ୍ଚାୟତ ଚାଷୀମାନେ ତହସିଲଦାର ଶ୍ୟାମଲ ରଏଙ୍କୁ ଭେଟି ଗୁହାରି କରିବାବେଳକୁ ଦୁର୍ବ୍ୟବହାର କରି ଅଫିସରୁ ତଡିଦେଇଛନ୍ତି। ଏହାକୁ ନେଇ ଚାଷୀମାନେ ତୁରନ୍ତ ନୂଆପଡା ଆସି ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି ।
ଅଭିଯୋଗ ଅନୁସାରେ ଗତବର୍ଷ ବର୍ଷାଭାବ ଯୋଗୁ କୋମନା ବ୍ଲକରେ ମରୁଡି ହୋଇଥିଲା। ଏଥିସକାଶେ ସରକାର ଇନପୁଟ ସବ୍‌ସିଡି ଟଙ୍କା ଯୋଗାଇଦେବାକୁ ଘୋଷଣା କରିଥିଲେ। କୋମନା ତହସିଲରେ ଚାଷୀଙ୍କୁ ବର୍ଷତମାମ ଭୁଆଁବୁଲାଇ ଚାଲିଥିବା ଅଭିଯୋଗ ହୋଇଛି । ସବୁଠାରୁ ବହୁଳ ପରିମାଣରେ ପ୍ରଭାବିତ ହୋଇଥିବା ପଏଁର ଗ୍ରାମପଞ୍ଚାୟତର ଚାଷୀମାନ ବାରମ୍ବାର ଅଫିସକୁ ଦୌଡିଛନ୍ତି। ହେଲେ ସମ୍ପୃକ୍ତ ତହସିଲଦାର ବିଭିନ୍ନ ବାହାନା କରି ବୁଲାଇ ଚାଲିଥିଲେ । ବୁଧବାର ମଧ୍ୟାହ୍ନ ୧୨ଟାରେ ପଞ୍ଚାୟତର ମହୁଲ ଭଟା, ପଏଁର ଏବଂ ଅନୁପଗଡ ଗାଁର ଚାଷୀ ଲଚ୍ଛିନ୍ଦ୍ର ମାଝି, କୈଳାସ ଭୋଇ, ଅମିୟ ପାଢୀ, ସୁଦାମ ସାହୁ, ଦେବଦତ ସାହୁ, ଭୀମ ଭୋଇ ପ୍ରମୁଖ ଅନ୍ୟ ଚାଷୀଙ୍କ ସହ ତହସିଲଦାରଙ୍କ କାର୍ଯ୍ୟାଳୟରେ ଯାଇ ଭେଟିଥିଲେ। କାର୍ଯ୍ୟାଳୟ ଭିତରକୁ ଯିବାକୁ ଅନୁମତି ଦେଇଥିଲେ । ଦାବିପତ୍ର ଗ୍ରହଣ କରିଥିଲେ । ହେଲେ ସେଠାରୁ ହଠାତ ଉତକ୍ଷିପ୍ତ ହୋଇ ଚାଷୀମାନଙ୍କୁ ଗେଟ ଆଉଟ କହି ତଡିଦେଇଥିଲେ। ଚାଷୀମାନେ ବୁଝାଇ ନିଜର ନିବେଦନ ରଖିଥିଲେ ମଧ୍ୟ ସେ ଶୁଣି ନ ଥିଲେ । ଓଲଟା ପାଟି କରି ଟେବୁଲ ପିଟି ତଡିଦେଇଥିଲେ । ଅସନ୍ତୋଷ ଚାଷୀମାନେ ଫୋନ ଯୋଗେ ଜିଲାପାଳଙ୍କୁ ଜଣାଇବା ପରେ ନୂଆପଡା ଆସି ଅପରାହ୍ନରେ ଦାବିପତ୍ର ପ୍ରଦାନ କରିଛନ୍ତି । ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି । ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଏହା ଉପରେ ତହସିଲଦାରଙ୍କୁ ପଚାରିବାରୁ ଏଭଳି କୌଣସି ଦୁର୍ବ୍ୟବହାର କରି ନ ଥିବା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିଙ୍କ ସଫଳତା

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଗୁଣପୁରର ଶୁଭମ୍ ଦାସଙ୍କ ଯୋଡ଼ି ଚମ୍ପିୟାନ…

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri