ଚାଷ ଜମି ଫାଟି ଆଁ କଲାଣି, ଗଜା ମରୁଡି ଆଶଙ୍କା

ବୌଦ୍ଧ,୨୨।୭(ସ୍ବ.ପ୍ର) ବୌଦ୍ଧ ଜିଲାରେ ବର୍ତ୍ତମାନ ବର୍ଷା ନ ଥିବାରୁ ଚାଷ ଜମି ଗୁଡିକ ଫାଟି ଆଁ କଲାଣି । ଏହାସହ ତଳି ଗୁଡିକ ମରିବାକୁ ବସିଲାଣି। ଦୁଇ ତିନି ଦିନ ମଧ୍ୟରେ ଭଲ ବର୍ଷା ନ ହେଲେ ଗଜା ମରୁଡି ହେବା ଆଶଙ୍କା ସୃଷ୍ଟି ହୋଇଛି।
ଜିଲାରେ ଶତକଡା ୮୦ ଭାଗ ଲୋକ ଚାଷ ଚାଷ ଉପରେ ନିର୍ଭର କରିଥାନ୍ତି। ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁ ଚାଷ ଜମି ଶୁଖିଯିବା ସହ ତଳି ହଳଦିଆ ପଡିଗଲାଣି। ଅନ୍ୟପକ୍ଷେ ଶ୍ରାବଣ ମାସରେ ବୈଶାଖର ତାତି ଲୋକଙ୍କ କଷ୍ଟକୁ ଦ୍ୱିଗୁଣିତ କରିଦେଇଛି । ଜିଲାରେ ଗତ ୨୦୧୭ ମସିହାରେ ଚକଡାପୋକ ଓ ମରୁଡି ଯୋଗୁ ଚାଷୀ ନିଜର ମେରୁଦଣ୍ଡ ସଳଖି ନ ଥିବା ବେଳେ ବର୍ତ୍ତମାନ ବର୍ଷା ନ ଥିବାରୁ ଜମି ଫାଟି ଆଁ ହେବା ସହ ତଳି ପୋଡି ନଷ୍ଟ ହେବାକୁ ବସଲାଣି। ଚାଷୀମାନେ ବିଭିନ୍ନ ବ୍ୟାଙ୍କ ଓ ଘରୋଇ ସଂସ୍ଥାରୁ ଋଣ କରି ଚାଷ ଆରମ୍ଭ କରିଥିବା ବେଳେ ବର୍ଷା ନ ଥିବାରୁ ଚିନ୍ତାରେ ପଡିଛନ୍ତି। ଓଡିଆରେ ଏକ ଢଗ ଅଛି ଚାଷ ତରତର ବଣିଜ ମଠ ା ତେଣୁ ଚାଷକୁ ଉପଯୁକ୍ତ ସମୟରେ କରାନଗଲେ ଚାଷ କରି କିଛି ଲାଭ ନାହିଁ। କାରଣ ଚାଷ ଯେଉଁ ସମୟରେ କରିବା କଥା ନ କଲେ ଭଲ ଅମଳ ହୋଇ ନ ଥାଏ। ଜିଲାରେ ୮୫୧୮୦ ହେକ୍ଟର ଚାଷ ଜମି ଥିବାବେଳେ ପର୍ଯ୍ୟାପ୍ତ ପରିମାଣର ଜଳସେଚନର ସୁବିଧା ରହିଛି । କାରଣ ଜିଲାରେ ଥିବା ଜଳସେଚନ ଡ୍ୟାମ ଗୁଡିକ ବର୍ଷା ହେଲେ ଯାଇ ପାଣି ଯୋଗାଇଥାଏ। ଜଳସେଚନ ବିଭାଗର ସାଲୁଙ୍କୀ ଓ ବାଘ ଡ୍ୟାମ ବର୍ଷା ହେଲେ ଯାଇ ପାଣି ଯୋଗାଇଥାଏ। କୃଷି ବିଭାଗ ତଥ୍ୟ ଅନୁଯାୟୀ ଜିଲାରେ ବର୍ଷାର ପରିମାଣ ୬୯ ପ୍ରତିଶତ କମ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦରେ ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ, ଯୁବକ ଗୁରୁତର

ସମ୍ବଲପୁର,୩ା୬(ପ୍ରମୋଦ ବହିଦାର): ହୀରାକୁଦରେ ପୂର୍ବ ଶତ୍ରୁତା ଓ ବାରମ୍ବାର ଗଣ୍ଡଗୋଳକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇ ବୁର୍ଲା ଭମ୍‌ସାରରେ ଭର୍ତ୍ତି…

ଆମ୍ବ ତୋଟା ପାଚେରୀରେ ଲାଗିଥିଲା କରେଣ୍ଟ ତାର, ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ

​ସମ୍ବଲପୁର,୩।୬(ପ୍ରମୋଦ ବହିଦାର): ସମ୍ବଲପୁର ସଦର ରେଞ୍ଜ ଅନ୍ତର୍ଗତ ମାନେଶ୍ବରର ଝାଙ୍କରପାଲି ସେକ୍ସନ ଅଧୀନସ୍ଥ ବଦୁଆପାଲି ଗ୍ରାମରେ ବିଦ୍ଯୁତଘାତରେ ଏକ ମାଈ ହାତୀର ମୃତ୍ଯୁ ହୋଇଥିବା ଖବର ମିଳିଛି।…

ଶୌଚ ହେବାକୁ ଯାଇଥିଲେ ଲବ, ମାଡ଼ିଆସିଲା ହାତୀ: ଆଉ ତା’ପରେ ଘଟିଲା…

ସମ୍ବଲପୁର,୩।୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ବ୍ଲକ ବୀରସିଂଗଡ ପଞ୍ଚାୟତ ଅନ୍ତର୍ଗତ କୁମେର ଗାଁରେ ବୁଧବାର ସକାଳୁ ଏକ ବାଣୁଆ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ଶୋଚନୀୟ…

ସ୍ବାମୀ, ଦିଅର, ଯାଆ ମିଶି ଦେଉଥିଲେ ନିର୍ଯାତନା, କୋର୍ଟ ଶୁଣାଇଲେ ଏଭଳି ଦଣ୍ଡ…

ସମ୍ବଲପୁର,୨୯।୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଧମା ଥାନା ଅନ୍ତର୍ଗତ ତେନ୍ତୁଳିକୁର୍ଲା ଗ୍ରାମର ଏକ ବହୁ ଚର୍ଚ୍ଚିତ ବଧୂ ନିର୍ଯାତନା ମାମଲାରେ ସମ୍ବଲପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ…

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ସକାଳୁ ସକାଳୁ ଏନକାଉଣ୍ଟର: କୁଖ୍ୟାତ ଅପରାଧୀଙ୍କ ଗୋଡ଼ରେ ବାଜିଲା ଗୁଳି…

ସମ୍ବଲପୁର, ୧୭।୫ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା  ବୁର୍ଲା ଥାନା ଅଞ୍ଚଳରେ ରବିବାର ଭୋର ସମୟରେ ଏନକାଉଣ୍ଟର ହୋଇଛି। ଜଣେ କୁଖ୍ୟାତ ଅପରାଧୀଙ୍କୁ ଏହି ଏନକାଉଣ୍ଟର ହୋଇଥିବାବେଳେ…

ଦୁର୍ଘଟଣାରେ ମନ୍ଦିର ଝାଁକରଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ସମ୍ବଲପୁର,୧୨।୫(ପ୍ରମୋଦ ବହିଦାର): କିଛିଦିନ ବ୍ୟବଧାନରେ ଭାଲୁପାଲି ଛକରେ ପୁଣି ଦୁର୍ଘଟଣାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ସୋମବାର ଅପରାହ୍ନରେ ଏକ ବୁଲେଟ ଧକ୍କାରେ ଗୁରୁତର ଆହତ ସମଲେଇ…

ଭ୍ୟାନ୍‌-ବାଇକ ଧକ୍କା: ଚାଲିଗଲା ୨ ଜୀବନ, ଜଣେ ଗୁରତର

କୁଚିଣ୍ଡା,୧୧।୫: ସମ୍ୱଲପୁର ଜିଲା ମହୁଲପାଲି ଥାନା କୁସୁମୀ ପେଟ୍ରୋଲ ପମ୍ପ ନିକଟରେ ଏକ ପିକଅପ୍‌ ଭ୍ୟାନ ଏବଂ ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri