ଚାଇନାରେ ପୁଣି ଦେଖାଦେଇପାରେ କରୋନା ପ୍ରକୋପ

ବେଜିଂ,୫ା୫: ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ୍‌ ପୁଣିଥରେ ଚାଇନାରେ ତାହାର ପ୍ରକୋପ ଦେଖାଇପାରେ। ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି ଚାଇନାର ଜଣେ ପ୍ରମୁଖ ସ୍ବାସ୍ଥ୍ୟ ଅଧିକାରୀ। ଗତ ଦୁଇ ସପ୍ତାହ ମଧ୍ୟରେ ଦେଶର ୧୦ ପ୍ରଦେଶରେ ନୂଆ ସ୍ଥାନୀୟ କରୋନା ସଂକ୍ରମଣ ମାମଲା ଦେଖିବାକୁ ମିଳିଛି। ଅର୍ଥାତ୍‌ ଉକ୍ତ ସଂକ୍ରମିତଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ। ସେମାନେ ଅନ୍ୟ କାହାଠାରୁ ସଂକ୍ରମିତ ହୋଇଛନ୍ତି। ଏଥିରୁ ପୁଣି ସଂକ୍ରମଣ ବ୍ୟାପିପାରେ ବୋଲି ସ୍ବାସ୍ଥ୍ୟ ଅଧିକାରୀ ଜଣକ ଚେତାଇ ଦେଇଛନ୍ତି। ଚାଇନାର ଜାତୀୟ ସ୍ବାସ୍ଥ୍ୟ ଆୟୋଗ(ଏନ୍‌ଏଚ୍‌ସି) କହିଛି ଯେ, ରବିବାର ୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେମାନେ ସମସ୍ତେ ବିଦେଶ ଫେରନ୍ତା। ଏହାବ୍ୟତୀତ ୧୩ ନୂଆ ମାମଲା ମଧ୍ୟରେ ୨ ବିଦେଶ ଫେରନ୍ତା ଥିବାବେଳେ ସମସ୍ତଙ୍କଠାରେ ରୋଗର କୌଣସି ଲକ୍ଷଣ ପ୍ରକାଶ ପାଇନାହିଁ। ଏନ୍‌ଏଚ୍‌ସି ରବିବାର ପର୍ଯ୍ୟନ୍ତ ୯୬୨ ମାମଲା ଉପରେ ନଜର ରଖିଥିଲା, ଯେଉଁଥିରେ ରୋଗର କୌଣସି ଲକ୍ଷଣ ଦେଖାଯାଇନାହିଁ। ସେଥିମଧ୍ୟରୁ ୯୮ ଜଣ ହେଉଛନ୍ତି ବିଦେଶ ଫେରନ୍ତା। ସେମାନେ ଅନ୍ୟମାନଙ୍କୁ ସଂକ୍ରମିତ କରିବା ଆଶଙ୍କା ରହିଛି ବୋଲି ଏନ୍‌ଏଚ୍‌ସି ମୁଖପାତ୍ର ମି ଫେଙ୍ଗ୍‌ କହିଛନ୍ତି।
ମହାମାରୀ କରୋନା ପ୍ରଥମେ ଚାଇନାର ଉହାନ୍‌ ସହରରେ ଦେଖିବାକୁ ମିଳିଥିଲା। ଧୀରେ ଧୀରେ ତାହା ୨୧୨ ଦେଶକୁ ବ୍ୟାପି ୩୬ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ସଂକ୍ରମିତ କରିଥିବାବେଳେ ୨ ଲକ୍ଷ ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଲାଣି। ପ୍ରାୟ ଦେଢ଼ ମାସ ହେଲା ଚାଇନାରେ କରୋନା ସଂକ୍ରମଣ ହ୍ରାସ ପାଇ ଆସୁଥିବାବେଳେ ଆମେରିକା, ସ୍ପେନ, ଇଟାଲି, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ରୁଷିଆ, ତୁର୍କୀ, ବ୍ରାଜିଲ, ଇରାନରେ ଭୟାବହ ପରିସ୍ଥିତି ଜାରି ରହିଛି। ମାର୍ଚ୍ଚ ୨୫ରେ ଚାଇନାର ମୋଟ ସଂକ୍ରମିତଙ୍କ ସଂଖ୍ୟା ଥିଲା ୮୧ ହଜାର ୨୮୫, ଯାହାକି ବିଶ୍ୱରେ ସବୁଠୁ ଅଧିକ। ମାର୍ଚ୍ଚ ୨୬ରେ ଆମେରିକା ଚାଇନାକୁ ଟପିଯାଇଥିଲା। ଉକ୍ତ ଦିନ ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୮୨,୮୭୨ ଥିବାବେଳେ ଚାଇନାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୮୧,୩୪୦। ରବିବାର ସୁଦ୍ଧା ଆମେରିକାରେ ୧୧ଲକ୍ଷ ୮୮ହଜାର ୧୨୨ଜଣ ସଂକ୍ରମିତ ହୋଇଥିବାବେଳେ ଚାଇନାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ଥିଲା ୮୨ ହଜାର ୮୭୭। ଅର୍ଥାତ୍‌ ମାର୍ଚ୍ଚ ୨୬ରୁ ମେ ୩ ତାରିଖ ତଥା ୩୯ ଦିନ ମଧ୍ୟରେ ଆମେରିକାରେ ୧୧ ଲକ୍ଷ ୫ ହଜାର ୨୫୦ ଏବଂ ଚାଇନାରେ ୧,୫୩୭ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ସଂଖ୍ୟା ଦୃଷ୍ଟିରୁ ଆମେରିକା ବିଶ୍ୱରେ ଶୀର୍ଷ ସ୍ଥାନରେ ରହିଥିବାବେଳେ ଚାଇନା ୧୧ଶ ସ୍ଥାନକୁ ଖସି ଆସିଛି।
ସୋମବାର ସୁଦ୍ଧା ଚାଇନାରେ ୮୨,୮୮୦ଜଣ ସଂକ୍ରମିତ ହୋଇଥିବାବେଳେ ସେଥିମଧ୍ୟରୁ ୭୭,୭୬୬ ଜଣ ଆରୋଗ୍ୟ ହୋଇଛନ୍ତି। ସେହିପରି ୪,୬୩୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪୮୧ଜଣ ଚିକିତ୍ସାଧୀନ ଅଛନ୍ତି। ବେଜିଂରେ ଅନେକ କାର୍ଯ୍ୟାଳୟ, ବ୍ୟବସାୟ ପ୍ରତିଷ୍ଠାନ ଏବଂ ପର୍ଯ୍ୟଟନସ୍ଥଳୀ ଖୋଲାଯାଇଛି। କିନ୍ତୁ ସିନେମା ହଲ୍‌, ପ୍ରେକ୍ଷାଳୟ ଭଳି କେତେକ ସର୍ବସାଧାରଣ ସ୍ଥାନ ବନ୍ଦ ରହିଥିବା ଏକ ମିଡିଆ ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ଯୁଦ୍ଧବିରତି ମଧ୍ୟରେ ଉତ୍ସବ ମନାଇଲା ଇରାନ: ପତାକା ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ତେହରାନ୍‌,୮।୪: ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ପରେ ଇରାନ ଉତ୍ସବମୁଖର ହୋଇ ଉଠିଛି। ତେହରାନ୍‌ର…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏତିକି ଦିନ ପାଇଁ ଅସ୍ତ୍ରବିରତି ଘୋଷଣା: ୨ ନେତାଙ୍କୁ ଧନ୍ୟବାଦ ଦେଲା ଇରାନ, କହିଲା ଏମାନଙ୍କ ପାଇଁ…

ଓ୍ବାଶିଂଟନ୍‌,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ସପ୍ତାହ ପାଇଁ…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri