ଚାଇନାର ଚାଲ୍‌

ଲଦାଖ ସୀମାରେ ଥିବା ସମସ୍ୟା ସମ୍ପର୍କରେ ଜୁନ୍‌ ୬ରେ ଭାରତ ଓ ଚାଇନା ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଉଭୟ ଦେଶର ଲ୍ୟୁଟ୍‌ନାଣ୍ଟ ଜେନେରାଲଙ୍କ ଏଥିରେ ଭାଗ ନେଇଛନ୍ତି। ଲ୍ୟୁଟ୍‌ନାଣ୍ଟ ଜେନେରାଲ ହେଉଛନ୍ତି ତିନି ତାରକା ବିଶିଷ୍ଟ ଜେନେରାଲ୍‌, ଚାରି ତାରକା ବା ସର୍ବୋଚ୍ଚ ପଦବୀରୁ ଗୋଟିଏ ପାହ୍ୟା ତଳ। ଦୁଇ ତାରକା ବିଶିଷ୍ଟ ମେଜର ଜେନେରାଲଙ୍କ ମଧ୍ୟରେ ହୋଇଥିବା ପୂର୍ବ ଆଲୋଚନା ଭାରତ ଚାହୁଁଥିବା ଫଳାଫଳ ଦେବାରେ ବିଫଳ ହୋଇଛି।
ଲଦାଖରେ ଏକ ଅଞ୍ଚଳ ଅଛି ଯେଉଁଠି ଉଭୟ ପକ୍ଷ ମେ ପର୍ଯ୍ୟନ୍ତ ପାଟ୍ରୋଲିଂ କରୁଥିଲେ। ଭାରତୀୟ ପାର୍ଶ୍ୱରୁ ଫିଙ୍ଗର ୪ ପର୍ଯ୍ୟନ୍ତ ରାସ୍ତାରେ ଯିବା ବଡ଼ କଷ୍ଟସାଧ୍ୟ ଏବଂ ପର୍ବତ ପାର୍ଶ୍ୱରେ ପାଦରେ ଚାଲିଚାଲି ଜଣକ ପଛରେ ଜଣେ କେବଳ ଗୋଟିଏ ଧାଡ଼ିରେ ଯାଇପାରିବେ। ଚାଇନାର ଯାତାୟାତ ବହୁତ ସହଜ କାରଣ ସେମାନେ ନିଜ ଗାଡି ଯିବା ପାଇଁ ରାସ୍ତା ନିର୍ମାଣ କରିଛନ୍ତି। ଅସୁବିଧା ସତ୍ତ୍ୱେ ଭାରତ ନିୟମିତ ଭାବରେ ଫିଙ୍ଗର ୮ ପର୍ଯ୍ୟନ୍ତ ପହଞ୍ଚିି ପାଟ୍ରୋଲିଂ କରିଆସୁଥିଲା କାରଣ ଏହା ଆମର ଭୂମି ଏବଂ ୧୯୬୨ ଯୁଦ୍ଧରେ ଏହି ଅଞ୍ଚଳକୁ ଓ ଦେଶକୁ ରକ୍ଷା କରିବାକୁ ଯାଇ ହଜାର ହଜାର ଭାରତୀୟଙ୍କର ମୃତ୍ୟୁ ଘଟିଛି।
ମେ ମାସରୁ ଚାଇନା ଭାରତୀୟ ପାଟ୍ରୋଲିଂକୁ ଫିଙ୍ଗର ୪ ଅତିକ୍ରମ କରିବାକୁ ନ ଦେଇ ସମଗ୍ର ଅଞ୍ଚଳକୁ ନିଜ ନିୟନ୍ତ୍ରଣରେ ରଖିଛି। ରିପୋର୍ଟରେ କୁହାଯାଇଛି ଯେ, ଚାଇନିଜ୍‌ମାନେ ୫୦୦୦ରୁ ୧୦,୦୦୦ ସୈନ୍ୟଙ୍କୁ ନେଇ ତିନୋଟି ସ୍ଥାନ ଦଖଲ କରିଛନ୍ତି, ଯେଉଁଠିକି ଭାରତ ଆଉ ପ୍ରବେଶ କରିବା ସମ୍ଭବ ନୁହେଁ। ଏହା ହେଉଛି ସମସ୍ୟା ଏବଂ ଏହି କାରଣରୁ ଜୁନ୍‌ ୬ରେ ଦୁଇ ଦେଶ ମଧ୍ୟରେ ଲ୍ୟୁଟ୍‌ନାଣ୍ଟ ଜେନେରାଲ ସ୍ତରୀୟ କଥାବାର୍ତ୍ତାର ଆୟୋଜନ କରାଯାଇଛି। ଭାରତ ଚାହୁଁଛି ଚାଇନା ଆମ ଅଞ୍ଚଳରୁ ହଟିଯାଉ, ଯାହା ପୂର୍ବ ଆଲୋଚନାରେ ସଫଳ ହୋଇପାରି ନ ଥିଲା। ଜୁନ୍‌ ୬ କଥାବାର୍ତ୍ତାର ଗୋଟିଏ ଦିନ ପୂର୍ବରୁ ଭାରତର ବୈଦେଶିକ ମନ୍ତ୍ରଣାଳୟ ଚାଇନାର ପ୍ରତିପକ୍ଷ ସହ ଆଲୋଚନା କରି ଏକ ବିବୃତି ଜାରି କରି କହିଛି ଯେ, ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ ହେବ। ଅର୍ଥାତ୍‌ ନରେନ୍ଦ୍ର ମୋଦି ବିଶ୍ୱାସ କରନ୍ତି ଯେ ଆଲୋଚନା ମାଧ୍ୟମରେ ଆମେ ଆମ ଅଞ୍ଚଳକୁ ଫେରାଇ ଆଣି ପାରିବା। ବୋଧହୁଏ ଏହି ଆଲୋଚନାରେ ଚାଇନା ଜେନେରାଲଙ୍କ ସହ ଭାରତର ସାଧାରଣ ଘୋଷଣାନାମା ରହିବ ନାହିଁ। ଚାଇନାର ଲଦାଖ ଅନୁପ୍ରବେଶକୁ ରୋକିବା ପାଇଁ ଭାରତ ଆମର ସେନାବଳର ଉପଯୋଗ ନ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି। ଆଲୋଚନା ପୂର୍ବରୁ ଏହା ଏକ ବୁଦ୍ଧିମାନ ନିଷ୍ପତ୍ତି କି? ତାହା ନିର୍ଭର କରେ ପ୍ରତିପକ୍ଷ କ’ଣ ଚାହୁଁଛନ୍ତି ତାହା ଉପରେ।
ଏଇଠି ସମସ୍ୟା ଅଛି। ଆମେ ଜାଣୁ ଭାରତ କ’ଣ ଚାହୁଁଛି, କିନ୍ତୁ ଚାଇନା କ’ଣ ଚାହୁଁଛି ଏବଂ ଲଦାଖରେ କାହିଁକି ଅନୁପ୍ରବେଶ କରୁଛି ତାହା ଜାଣିନାହୁଁ। ଏ ନେଇ କେତେକ ସେନା ବିଶେଷଜ୍ଞ ବିଭିନ୍ନ ମତ ପୋଷଣ କରିଛନ୍ତି। ଗୋଟିଏ ମତ ଅନୁସାରେ, ଧାରା ୩୭୦ର ଉଚ୍ଛେଦ ସହିତ ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ କରିବା, ନୂତନ ମାନଚିତ୍ର ଇସ୍ୟୁ କରିବା ଏବଂ ପାକ୍‌-ଅଧିକୃତ କଶ୍ମୀର ଓ ଚାଇନା ଦଖଲରେ ଥିବା ଆକ୍‌ସାଇ ଚୀନ୍‌କୁ ଜୀବନ ମୂଲ୍ୟ ଦେଇ ପୁଣି ଫେରାଇ ଅଣାଯିବ ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ସଂସଦରେ ଘୋଷଣା କରିବାକୁ ନେଇ ଚାଇନା ଉତ୍‌କ୍ଷିପ୍ତ ହୋଇପଡ଼ିଛି।
ଦ୍ୱିତୀୟ ମତ ହେଉଛି ଯେ ଚାଇନା ରାଷ୍ଟ୍ରପତି ଜି. ଜିନ୍‌ପିଙ୍ଗ ବିଶ୍ୱାସ କରୁଛନ୍ତି ମୋଦି ଉହାନ ଚୁକ୍ତିନାମାକୁ ଉଲ୍ଲଂଘନ କରୁଛନ୍ତି, ଯାହା ଦୁଇବର୍ଷ ପୂର୍ବେ ସ୍ବାକ୍ଷରିତ ହୋଇଥିଲା। ଏହି ଚୁକ୍ତିନାମାରେ ଭାରତ ଓ ଚାଇନା ପରସ୍ପରର ଶତ୍ରୁ ନୁହନ୍ତି ବରଂ ବନ୍ଧୁ ଓ ଅଂଶୀଦାର ହେବାକୁ ରାଜି ହୋଇଥିଲେ। କିନ୍ତୁ ଭାରତର ସାମ୍ପ୍ରତିକ କାର୍ଯ୍ୟକଳାପ, ଯେପରିକି ଭାରତୀୟ କମ୍ପାନୀଗୁଡିକରେ ଚାଇନାର ପୁଞ୍ଜି ବିନିଯୋଗକୁ ରୋକିବା ଆଦି ସେହି ରାଜିନାମାକୁ ପ୍ରତିଫଳିତ କରୁନାହିଁ। ନିୟମିତ ଭାବେ ନୌସେନା ଅଭ୍ୟାସ କରିବା ପାଇଁ ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆ ସହିତ ଭାରତ ମଧ୍ୟ ଏକ ମେଣ୍ଟ ଗଠନ କରିଛି। ଏହାଦ୍ୱାରା ଚାଇନା ବିପଦ ଆଶଙ୍କା କରିବା ସହ କ୍ଷୁବ୍ଧ ହୋଇଛି। ତୃତୀୟଟି ହେଉଛି ଉତ୍ତରକୁ ଭାରତୀୟ ପ୍ରବେଶକୁ ଅବରୋଧ କରି ଚାଇନା ଚାହୁଁଛି ଏହାର ବେଲ୍ଟ ଏବଂ ରୋଡ୍‌ ଇନିସିଏଟିଭ୍‌ ଉପରେ ଅଧିକ ନିୟନ୍ତ୍ରଣ ରଖିବାକୁ। ଲଦାଖର ଯେଉଁ ଅଂଶକୁ ଚାଇନା ଅକ୍ତିଆର କରିଛି ତାହା ସେହି ଅଞ୍ଚଳ ପର୍ଯ୍ୟନ୍ତ ଯାଇଛି।
ଚତୁର୍ଥ ମତଟି ହେଉଛି ଯେ, ଜାତୀୟ ପ୍ରସଙ୍ଗରୁ ଲୋକମାନଙ୍କ ଦୃଷ୍ଟି ହଟେଇବାକୁ ଏହା ହେଉଛି ଜିନ୍‌ପିଙ୍ଗଙ୍କର ଏକ ଚାଲ୍‌, କାରଣ କରୋନା ସଂକ୍ରମଣ ଯୋଗୁ ଦେଶରେ ତାଙ୍କର କର୍ତ୍ତୃତ୍ୱ ଓ ପ୍ରଭାବ ଦୁର୍ବଳ ହୋଇଯାଇଛି। ତେଣୁ ସେ ହଂକଂ ଏବଂ ଭାରତ ବିପକ୍ଷରେ ଦୁଃସାହସିକ ପଦକ୍ଷେପ ନେଉଛନ୍ତି। ବିଶେଷଜ୍ଞମାନଙ୍କ ପାଖରେ ଆଉ କିଛି ଥିଓରି ମଧ୍ୟ ରହିଛି। ଚାଇନା କାହିଁକି ଏପରି କାମ କରୁଛି ସେ ନେଇ ସେମାନଙ୍କ ମଧ୍ୟରେ କୌଣସି ସହମତି ନାହିଁ। ଆମେ କ’ଣ ଚାହୁଁ, ଚାଇନା ଜାଣେ, କିନ୍ତୁ ସେମାନେ କ’ଣ ଚାହାନ୍ତି ଆମେ ଜାଣିନାହୁଁ। ଭାରତ ଏକ ଗଣତନ୍ତ୍ର ଏବଂ ତେଣୁ କେତେକ ଦୃଷ୍ଟିରୁ ଏହା ପାଖରେ କମ୍‌ ବିକଳ୍ପ ଅଛି। ତୁରନ୍ତ ସମାଧାନ ଅର୍ଥାତ୍‌ ଚାଇନାର ସୈନ୍ୟ ଅପସାରଣ ପାଇଁ ଭାରତ ସରକାରଙ୍କ ଉପରେ ଗଣମାଧ୍ୟମ ଏବଂ ବିରୋଧୀଙ୍କ ତରଫରୁ ଚାପ ରହୁଛି।
କ’ଣ ଘଟୁଛି ବା ଘଟିଛି ତାହା ଉପରେ ଜନସାଧାରଣଙ୍କୁ ଅନ୍ଧାରରେ ରଖାଯାଉଛି। ଫିଙ୍ଗର ୪ରୁ ୮ ମଧ୍ୟରେ ଥିବା ଆମ ଜମିର କ’ଣ ହେଲା ସେ ବିଷୟରେ ଆମକୁ ଆନୁଷ୍ଠାନିକ ଭାବେ କିଛି କୁହାଯାଇ ନାହିଁ। ରଣନୀତି ଅନୁଯାୟୀ ଚାଇନା ଏକ ଲମ୍ବା ଏବଂ ବଡ଼ ଖେଳ ଖେଳିପାରେ। ଏହାର ନେତୃତ୍ୱ ଉପରେ କୌଣସି ମିଡିଆ ଚାପ ନାହିଁ। ତେଣୁ ବର୍ତ୍ତମାନ ଲଦାଖର ସୀମାନ୍ତ ଅଞ୍ଚଳ ଦଖଲ ମାଧ୍ୟମରେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଅସ୍ଥିର ରଖି ଚାଇନା ଏହାର ଦୀର୍ଘମିଆଦୀ ଉଦ୍ଦେଶ୍ୟ ପୂରଣ କରିବାରେ ଲାଗିପଡ଼ିପାରେ। ତେବେ ଲଦାଖର ଉକ୍ତ ଅଞ୍ଚଳକୁ ପୁଣି ଭାରତକୁ ଫେରାଇ ଆଣିବା ପାଇଁ ମୋଦି ସରକାର ସାମରିକ ବିକଳ୍ପ ତ୍ୟାଗ କରିଥିବା ମନେକରାଯାଉଛି।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri