ଚାଇନା ହାତରେ ଖେଳୁଛି ଆମେରିକା

ନୂଆଦିଲ୍ଲୀ, ୭ା୬: ବିଶ୍ୱ ଏବେ ମହାମାରୀ କରୋନାକୁ ନେଇ ଚିନ୍ତିତ। ଚାଇନାର ଉହାନ୍‌ ସହରରୁ ବ୍ୟାପି ସାରା ବିଶ୍ୱକୁ ଏହି ଭୂତାଣୁ ଥରହର କରିପକାଇଛି। ଆମେରିକା ସମେତ ୟୁରୋପର କେତେକ ଦେଶ ଏଥିଲାଗି ଚାଇନାକୁ ଦୋଷ ଦେଉଛନ୍ତି। ସେପଟେ କିନ୍ତୁ ଅନ୍ତର୍ଜାତୀୟ ସଙ୍ଗଠନଗୁଡ଼ିକୁ ଚାଇନା ଖୁବ୍‌ଶୀଘ୍ର କରାୟତ୍ତ କରିବାରେ ସଫଳ ହୋଇଛି। ଗତ ସପ୍ତାହରେ ଆମେରିକା ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ) ସହ ସମ୍ପର୍କ ଛିନ୍ନ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, କରୋନା ବ୍ୟାପିବା ନେଇ ବେଜିଂକୁ ଦାୟୀ କରିବାରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ବିଫଳ ହୋଇଛି। ଏହି ବିଶ୍ୱସ୍ତରୀୟ ସଙ୍ଗଠନକୁ ଚାଇନା କବ୍ଜାକରି ରଖିଛି। ତେଣୁ ଏହି ସଙ୍ଗଠନକୁ ଆମେରିକା ପାଣ୍ଠି ପ୍ରଦାନ କରିବା ସମ୍ପର୍କରେ ପୁନଃବିଚାର କରିବ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନରେ ଯଦି ମାସକ ମଧ୍ୟରେ ସୁଧାର ନ ଆସେ, ତେବେ ଆମେରିକା ବାଧ୍ୟହୋଇ କଠୋର ନିଷ୍ପତ୍ତି ନେବ ବୋଲି ଟ୍ରମ୍ପ କହିଥିଲେ। ଏଭଳି ନିଷ୍ପତ୍ତି ୟୁରୋପୀୟ ସଂଘରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ମହାମାରୀ ବିପତ୍ତି ସମୟରେ ଏଭଳି ନିଷ୍ପତ୍ତିର ପୁନଃସମୀକ୍ଷା କରିବା ଲାଗି ୟୁରୋପୀୟ ସଂଘ ଟ୍ରମ୍ପଙ୍କୁ ଅନୁରୋଧ କରିଛି।
ଭାରତର ପୂର୍ବତନ ବୈଦେଶିକ ସଚିବ ବିଜୟ ଗୋଖଲେ ନ୍ୟୁୟର୍କ ଟାଇମ୍‌ସ ଆର୍ଟିକିଲରେ ଦର୍ଶାଇଛନ୍ତି, ଆମେରିକା ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନରୁ ନିଜକୁ ଦୂରେଇ ଦେବାର ଅର୍ଥ ଚାଇନା ହାତରେ ଖେଳିବା ସଦୃଶ। ଏହା ଚାଇନା ରାଷ୍ଟ୍ରପତି ଜି’ଙ୍କୁ ବେଶ୍‌ ସୁହାଇବ। ଆମେରିକା ଭାଙ୍ଗିଯାଇ ମୁହଁ ଫେରାଇ ନେଲେ ବିଶ୍ୱକୁ ବିପତ୍ତି ମାଡ଼ିଆସିବ ଓ ଚାଇନା ସୁଯୋଗ ପାଇ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ, ଜାତିସଂଘ ଭଳି ବିଶ୍ୱସ୍ତରୀୟ ସଙ୍ଗଠନଗୁଡ଼ିକୁ କବ୍ଜା କରିନେବ। ଏହି ଭୟଙ୍କର ଖେଳରେ ଚାଇନା ନିଜ ପ୍ରତିଷ୍ଠାକୁ ବଜାୟ ରଖି ଆଗକୁ ବଢ଼ିବା ସହ ହଂକଂକୁ ନିୟନ୍ତ୍ରଣକୁ ନେବାରେ ସଫଳ ହେବ। ସେମାନଙ୍କ ଭିନ୍ନ ଦୁଇ ଉଦ୍ଦେଶ୍ୟ ସଫଳ ହୋଇଯିବ। ସେଗୁଡ଼ିକ ହେଲା କରୋନାକୁ ନେଇ ହୋଇଥିବା ପ୍ରାରମ୍ଭିକ ତ୍ରୁଟିକୁ ସୁଧାରିବା ଓ ଦେଶର ଛବି ଖରାପ କରିବାକୁ ଉଦ୍ୟମ କରୁଥିବା ଦେଶ ଉପରେ ଆକ୍ରମଣ କରିବା। ଗୋଖଲେ ଉଲ୍ଲେଖ କରିଛନ୍ତି ଯେ, ବିଶ୍ୱ ବ୍ୟବସ୍ଥାକୁ ବଦଳାଇବାରେ ଚାଇନା କେବେ ବି ସଫଳ ହେବନାହିଁ। ଆମେରିକା ପୂର୍ବଭଳି ବିଶ୍ୱର ନେତୃତ୍ୱ ନେବା ଉଚିତ। ବିଶ୍ୱକୁ ଆମେରିକାର ନେତୃତ୍ୱ ଦରକାର। ମାନବୀୟ ସ୍ବାଧୀନତା ଓ ବ୍ୟକ୍ତିତ୍ୱକୁ ଅକ୍ଷୁଣ୍ଣ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏହି ଗଣତାନ୍ତ୍ରିକ ଦେଶ ଆଗକୁ ଆସିବା ଦରକାର। ଏକଚ୍ଛତ୍ରବାଦୀ ବେଜିଂ ମଡେଲ ଆର୍ଥତ୍କ ଉତ୍କୃଷ୍ଟତା ଆଣିଦେବ ସତ, ହେଲେ ବ୍ୟାପକଭାବେ ଅନୁକରଣୀୟ ନୁହେଁ। ଗଣତନ୍ତ୍ର ରାଷ୍ଟ୍ର ହିଁ ସାର୍ବଜନୀନ ସିଦ୍ଧାନ୍ତ ଦେଇପାରିବ ଓ ସମସ୍ତେ ଏହାକୁ ସହଜରେ ଗ୍ରହଣ କରିପାରିବେ। ଯଦି ପାଶ୍ଚାତ୍ୟ ଦେଶ ଗଣତନ୍ତ୍ରର ସାର୍ବଜନିନ ଶକ୍ତି ଉପରେ ବିଶ୍ୱାସ ତୁଟାଇବ, ତେବେ ଚାଇନା କେବଳ ଭାରତ, ଇଣ୍ଡୋନେସିଆ, ଘାନା କି ଉରୁଗୁଏ ନୁହେଁ ବିଶ୍ୱକୁ କରାୟତ୍ତ କରିବାରେ ସଫଳ ହୋଇଯିବ ବୋଲି ଗୋଖଲେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri