ଚାଇନା ହାତରେ ଖେଳୁଛି ଆମେରିକା

ନୂଆଦିଲ୍ଲୀ, ୭ା୬: ବିଶ୍ୱ ଏବେ ମହାମାରୀ କରୋନାକୁ ନେଇ ଚିନ୍ତିତ। ଚାଇନାର ଉହାନ୍‌ ସହରରୁ ବ୍ୟାପି ସାରା ବିଶ୍ୱକୁ ଏହି ଭୂତାଣୁ ଥରହର କରିପକାଇଛି। ଆମେରିକା ସମେତ ୟୁରୋପର କେତେକ ଦେଶ ଏଥିଲାଗି ଚାଇନାକୁ ଦୋଷ ଦେଉଛନ୍ତି। ସେପଟେ କିନ୍ତୁ ଅନ୍ତର୍ଜାତୀୟ ସଙ୍ଗଠନଗୁଡ଼ିକୁ ଚାଇନା ଖୁବ୍‌ଶୀଘ୍ର କରାୟତ୍ତ କରିବାରେ ସଫଳ ହୋଇଛି। ଗତ ସପ୍ତାହରେ ଆମେରିକା ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ) ସହ ସମ୍ପର୍କ ଛିନ୍ନ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, କରୋନା ବ୍ୟାପିବା ନେଇ ବେଜିଂକୁ ଦାୟୀ କରିବାରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ବିଫଳ ହୋଇଛି। ଏହି ବିଶ୍ୱସ୍ତରୀୟ ସଙ୍ଗଠନକୁ ଚାଇନା କବ୍ଜାକରି ରଖିଛି। ତେଣୁ ଏହି ସଙ୍ଗଠନକୁ ଆମେରିକା ପାଣ୍ଠି ପ୍ରଦାନ କରିବା ସମ୍ପର୍କରେ ପୁନଃବିଚାର କରିବ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନରେ ଯଦି ମାସକ ମଧ୍ୟରେ ସୁଧାର ନ ଆସେ, ତେବେ ଆମେରିକା ବାଧ୍ୟହୋଇ କଠୋର ନିଷ୍ପତ୍ତି ନେବ ବୋଲି ଟ୍ରମ୍ପ କହିଥିଲେ। ଏଭଳି ନିଷ୍ପତ୍ତି ୟୁରୋପୀୟ ସଂଘରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ମହାମାରୀ ବିପତ୍ତି ସମୟରେ ଏଭଳି ନିଷ୍ପତ୍ତିର ପୁନଃସମୀକ୍ଷା କରିବା ଲାଗି ୟୁରୋପୀୟ ସଂଘ ଟ୍ରମ୍ପଙ୍କୁ ଅନୁରୋଧ କରିଛି।
ଭାରତର ପୂର୍ବତନ ବୈଦେଶିକ ସଚିବ ବିଜୟ ଗୋଖଲେ ନ୍ୟୁୟର୍କ ଟାଇମ୍‌ସ ଆର୍ଟିକିଲରେ ଦର୍ଶାଇଛନ୍ତି, ଆମେରିକା ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନରୁ ନିଜକୁ ଦୂରେଇ ଦେବାର ଅର୍ଥ ଚାଇନା ହାତରେ ଖେଳିବା ସଦୃଶ। ଏହା ଚାଇନା ରାଷ୍ଟ୍ରପତି ଜି’ଙ୍କୁ ବେଶ୍‌ ସୁହାଇବ। ଆମେରିକା ଭାଙ୍ଗିଯାଇ ମୁହଁ ଫେରାଇ ନେଲେ ବିଶ୍ୱକୁ ବିପତ୍ତି ମାଡ଼ିଆସିବ ଓ ଚାଇନା ସୁଯୋଗ ପାଇ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ, ଜାତିସଂଘ ଭଳି ବିଶ୍ୱସ୍ତରୀୟ ସଙ୍ଗଠନଗୁଡ଼ିକୁ କବ୍ଜା କରିନେବ। ଏହି ଭୟଙ୍କର ଖେଳରେ ଚାଇନା ନିଜ ପ୍ରତିଷ୍ଠାକୁ ବଜାୟ ରଖି ଆଗକୁ ବଢ଼ିବା ସହ ହଂକଂକୁ ନିୟନ୍ତ୍ରଣକୁ ନେବାରେ ସଫଳ ହେବ। ସେମାନଙ୍କ ଭିନ୍ନ ଦୁଇ ଉଦ୍ଦେଶ୍ୟ ସଫଳ ହୋଇଯିବ। ସେଗୁଡ଼ିକ ହେଲା କରୋନାକୁ ନେଇ ହୋଇଥିବା ପ୍ରାରମ୍ଭିକ ତ୍ରୁଟିକୁ ସୁଧାରିବା ଓ ଦେଶର ଛବି ଖରାପ କରିବାକୁ ଉଦ୍ୟମ କରୁଥିବା ଦେଶ ଉପରେ ଆକ୍ରମଣ କରିବା। ଗୋଖଲେ ଉଲ୍ଲେଖ କରିଛନ୍ତି ଯେ, ବିଶ୍ୱ ବ୍ୟବସ୍ଥାକୁ ବଦଳାଇବାରେ ଚାଇନା କେବେ ବି ସଫଳ ହେବନାହିଁ। ଆମେରିକା ପୂର୍ବଭଳି ବିଶ୍ୱର ନେତୃତ୍ୱ ନେବା ଉଚିତ। ବିଶ୍ୱକୁ ଆମେରିକାର ନେତୃତ୍ୱ ଦରକାର। ମାନବୀୟ ସ୍ବାଧୀନତା ଓ ବ୍ୟକ୍ତିତ୍ୱକୁ ଅକ୍ଷୁଣ୍ଣ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏହି ଗଣତାନ୍ତ୍ରିକ ଦେଶ ଆଗକୁ ଆସିବା ଦରକାର। ଏକଚ୍ଛତ୍ରବାଦୀ ବେଜିଂ ମଡେଲ ଆର୍ଥତ୍କ ଉତ୍କୃଷ୍ଟତା ଆଣିଦେବ ସତ, ହେଲେ ବ୍ୟାପକଭାବେ ଅନୁକରଣୀୟ ନୁହେଁ। ଗଣତନ୍ତ୍ର ରାଷ୍ଟ୍ର ହିଁ ସାର୍ବଜନୀନ ସିଦ୍ଧାନ୍ତ ଦେଇପାରିବ ଓ ସମସ୍ତେ ଏହାକୁ ସହଜରେ ଗ୍ରହଣ କରିପାରିବେ। ଯଦି ପାଶ୍ଚାତ୍ୟ ଦେଶ ଗଣତନ୍ତ୍ରର ସାର୍ବଜନିନ ଶକ୍ତି ଉପରେ ବିଶ୍ୱାସ ତୁଟାଇବ, ତେବେ ଚାଇନା କେବଳ ଭାରତ, ଇଣ୍ଡୋନେସିଆ, ଘାନା କି ଉରୁଗୁଏ ନୁହେଁ ବିଶ୍ୱକୁ କରାୟତ୍ତ କରିବାରେ ସଫଳ ହୋଇଯିବ ବୋଲି ଗୋଖଲେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri