ଚାଇନା ଆଣୁଛି ଡିଜିଟାଲ କରେନ୍ସି : ୪ ସହରରେ ଲାଗୁ ହେବ ଇ-ଆର୍‌ଏମ୍‌ବି

ନୂଆଦିଲ୍ଲୀ,୧।୫: ଚାଇନା ଏହାର ସରକାରୀ ଡିଜିଟାଲ କରେନ୍ସି ଇ-ଆର୍‌ଏମ୍‌ବିକୁ ପରିକ୍ଷଣ ଭିତ୍ତିରେ ଲାଗୁ କରିବାକୁ ଯାଉଛି। ଆସନ୍ତା ସପ୍ତାହରେ ଚାଇନାର ୪ ପ୍ରମୁଖ ସହରରେ ଏହି କରେନ୍ସି ଲାଗୁ ହେବ ବୋଲି ସେଠାକାର ଏକ ଗଣମାଧ୍ୟମରେ ପ୍ରକାଶ ପାଇଛି। ଚାଇନା କେନ୍ଦ୍ରୀୟ ବ୍ୟାଙ୍କ ଉକ୍ତ ଡିଜିଟାଲ କରେନ୍ସିକୁ ବିକଶିତ କରିଛି। ପ୍ରମୁଖ ଅର୍ଥ ବ୍ୟବସ୍ଥାଙ୍କ ମଧ୍ୟରେ ଏହା ପ୍ରଥମ ସରକାରୀ ଡିଜିଟାଲ କରେନ୍ସି ହେବ। ସେଞ୍ଜେହେନ, ସୁଝୁ, ଚେଙ୍ଗଡୁ ସମେତ ଦକ୍ଷିଣ ବେଜିଂର ଜିଓଙ୍ଗାନ ଭଳି ସ୍ଥାନଗୁଡିକରେ ଏହାକୁ ଶୁଭାରମ୍ଭ କରିବା ନେଇ ଯୋଜନା ରଖାଯାଇଛି। ସରକାରୀ ଗଣମାଧ୍ୟମ ଚାଇନା ଡେଲି ପକ୍ଷରୁ କୁହାଯାଇଛି ଯେ, ଏହାକୁ ନିର୍ଦ୍ଧାରିତ ସହରଗୁଡିକର ମନିଟାରି ସିଷ୍ଟମରେ ଲାଗୁ କରାଯିବା ନେଇ ନିଷ୍ପତ୍ତି ହୋଇଛି। କେତେଜଣ ସରକାରୀ କର୍ମଚାରୀ ସେମାନଙ୍କ ମେ ମାସର ବେତନ ଏହି ଡିଜିଟାଲ କରେନ୍ସିରେ ଲାଭ କରିବେ। ରିପୋର୍ଟ ମୁତାବକ, ସୁଝୋ ସହରରେ ସବ୍‌ସିଡି ପରିବହନ ସେବା ଯୋଗାଣ ଲାଗି ଏହି ଡିଜିଟାଲ କରେନ୍ସିର ବ୍ୟବହାର କରାଯିବ। ଏହାବାଦ ଜିଓଙ୍ଗାନ ସହରରେ ପ୍ରାଥମିକ ଭିତ୍ତିରେ ଖାଦ୍ୟ ସାମଗ୍ରୀ ଓ ରିଟେଲ ବର୍ଗରେ ଏହି କରେନ୍ସି ବ୍ୟବହାର ହେବାର ଯୋଜନା ରହିଛି। ମ୍ୟାକଡୋନାଲ୍ଡ ଏବଂ ଷ୍ଟାରବକ୍ସ ଭଳି କମ୍ପାନୀ ଏହି ପରୀକ୍ଷଣରେ ସାମିଲ ହୋଇଥିବା ରିପୋର୍ଟରେ କୁହାଯାଇଛି। ଏ ନେଇ ଷ୍ଟାବକ୍ସର ପ୍ରତିକ୍ରିୟା ଲୋଡାଯାଇଥିବା ବେଳେ ଏଥିରେ ଭାଗ ନେଇ ନ ଥିବା କମ୍ପାନୀ କହିଛି। ସେହିଭଳି ମ୍ୟାକଡୋନାଲ୍ଡର ପ୍ରତିକ୍ରିୟା ଏଯାଏ ମିଳିପାରିନାହିଁ।
ଚାଇନାରେ ଏବେ ଡିଜିଟାଲ କରେନ୍ସି ବହୁଳ ଭାବେ ବ୍ୟବହାର ହେଉଛି। ଏହି କରେନ୍ସିଗୁଡିକ ମଧ୍ୟରେ ଆଲିବାବା ଆଣ୍ଟ ଫାଇନାନ୍ସିଆଲର ଆଲି ପେ, ଟେନସେଣ୍ଟର ଓ୍ବି ଚାଟ ଭଳି ରହିଛନ୍ତି। ନୂଆ ଡିଜିଟାଲ କରେନ୍ସି ଲାଗୁ ହେବାକୁ ଥିଲେ ମଧ୍ୟ ପୂର୍ବରୁ ଚାଲି ଆସୁଥିବା ଡିଜିଟାଲ କରେନ୍ସି ବନ୍ଦ ହେବ ନାହିଁ। ପିପୁଲ୍ସ ବ୍ୟାଙ୍କ ଅଫ୍‌ ଚାଇନାର ଡିଜିଟାଲ କରେନ୍ସି ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ ପକ୍ଷରୁ ଏପ୍ରିଲରେ ନୂଆ ବ୍ୟବସ୍ଥା ହାତକୁ ନିଆଯାଇଛି। କେନ୍ଦ୍ରୀୟ ବ୍ୟାଙ୍କ ତତ୍ତ୍ୱାବଧାନରେ ଏହାକୁ ପରିଚାଳନା କରାଯାଉଥିବାରୁ ଭବିଷ୍ୟତର ଆର୍ଥତ୍କ, ପେମେଣ୍ଟ, ବାଣିଜ୍ୟ ଏବଂ ସୋସିଆଲ ଗଭର୍ନାନ୍ସ ଦିଗରେ ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛି ବୋଲି କୁହାଯାଉଛି। ଡଲାର ସିଷ୍ଟମ ସେଟେଲମେଣ୍ଟ ଏବଂ ବିଶ୍ୱ ବାଣିଜ୍ୟର କରେନ୍ସି ବଜାରରେ ଏହା ବିକଳ୍ପ ହେବ ବୋଲି ବିଶେଷଜ୍ଞ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

ଜବତ ବଢିଲେବି କମୁନି ଗଞ୍ଜେଇ ବେପାର; ୪୫ କେଜି ଗଞ୍ଜେଇ ସହ କନ୍ଧମାଳର ୨ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ): କନ୍ଧମାଳ ଜିଲାରୁ ଅଧିକାଂଶ ସମୟ ଗଞ୍ଜାମ ଜିଲା ଭଞ୍ଜନଗର ଦେଇ ବିପୁଳ ପରିମାଣର ଗଞ୍ଜେଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ରାଜ୍ୟ ବାହାରକୁ ଚୋରା…

ଆଇପିଏଲ୍‌ରେ ବୈଭବଙ୍କ ମହାରେକର୍ଡ: କମିନ୍ସଙ୍କୁ ଟର୍ଗେଟ, ୬୦ ଛକା ମାରି ଭାଙ୍ଗିଲେ ଗେଲ୍‌ଙ୍କ ସହ ରାଇନାଙ୍କ…

ନୂଆଦିଲ୍ଲୀ,୨୭।୫: ଆଇପିଏଲ (IPL) ମଇଦାନରେ ପୁଣି ଥରେ ଇତିହାସ ରଚିଛନ୍ତି ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ଏହି ବାମହାତୀ ବିସ୍ଫୋରକ ବ୍ୟାଟର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମାତ୍ର…

ଜନଜାତି ମହିଳା ସମାବେଶରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, ମେଧାବୀ ଛାତ୍ରୀଛାତ୍ର….

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା  ମହେନ୍ଦ୍ରଗିରି ଆଦିମ ଅଧିବାସୀ କୁଇ ସମାଜ ପକ୍ଷରୁ ବୁଧବାର ଜନଜାତି ମହିଳା ସମାବେଶ ଅନୁଷ୍ଠିତ…

କୁକୁଟବନ୍ଧ ଛକରେ ମର୍ମନ୍ତୁଦ ଦୁର୍ଘଟଣା; ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଛକରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ସ୍କୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri