Posted inଖେଳ

ଚହଲଙ୍କୁ ମୁସ୍ତାକ ଅହମ୍ମଦଙ୍କ ପରାମର୍ଶ

ନୂଆଦିଲ୍ଲୀ, ୫ା୫ (ପି.ଟି.)-ବର୍ତ୍ତମାନ ଅନ୍ତର୍ଜାତୀୟ କ୍ରିକେଟରେ ଶ୍ରେଷ୍ଠ ଲେଗ୍‌ ସ୍ପିନରଙ୍କ ମଧ୍ୟରେ ୟୁଜବେନ୍ଦ୍ର ଚହଲ ଅନ୍ୟତମ ବୋଲି କହିଛନ୍ତି ପୂର୍ବତନ ପାକିସ୍ତାନ ସ୍ପିନର ମୁସ୍ତାକ ଅହମ୍ମଦ। ହ୍ବାଇଟ୍‌ ବଲ୍‌ କ୍ରିକେଟରେ ଚହଲଙ୍କ ବ୍ୟତୀତ ଅନ୍ୟ ଦୁଇ ଜଣ ଶ୍ରେଷ୍ଠ ସ୍ପିନ୍‌ ବୋଲର ହେଲେ ଅଷ୍ଟ୍ରେଲିଆର ଆଡାମ ଜାମ୍ପା ଓ ପାକିସ୍ତାନର ଶାଦାବ ଖାଁ। ଚହଲ ଯଦି କ୍ରିଜ୍‌ରେ ଅଧିକ ଉପଯୋଗ କରିବେ ଅଧିକ ଫଳପ୍ରଦ ସାବ୍ୟସ୍ତ ହୋଇପାରିବେ। ଅହମ୍ମଦ ବିଶ୍ୱବ୍ୟାପୀ ଅନେକ ଦେଶରେ ବୋଲିଂ କୋଚ୍‌ ଭାବେ କାର୍ଯ୍ୟ କରିସାରିଛନ୍ତି। ବର୍ତ୍ତମାନ ନିଜ ଦେଶରେ ପରାମର୍ଶଦାତା ଅଛନ୍ତି। ସେ କହିଛନ୍ତି ଚହଲ ଓ କୁଲଦୀପ ଯାଦବଙ୍କ ଯୋଗୁ ଭାରତ ସୀମିତ ଓଭର କ୍ରିକେଟରେ ମିଡ୍‌ଲ ଓଭରଗୁଡ଼ିକରେ ଉଇକେଟ ହାସଲ କରିବାରେ ସଫଳ ହୋଇପାରୁଛି। ୨୦୧୭ ଚାମ୍ପିୟନ୍ସ ଟ୍ରଫି ପରେ ଏହି ଦୁଇ ରିଷ୍ଟ ସ୍ପିନର ଭାରତର ସୀମିତ ଓଭର ସେଟ୍‌ଅପ୍‌ରେ ସ୍ଥାନ ପାଇଛନ୍ତି। ଚହଲ ଓ କୁଲଦୀପଙ୍କୁ ବିଳମ୍ବରେ ଦଳରେ ଏକାଠି ଖେଳାଳିବାରେ ଅବଶ୍ୟ ବିଳମ୍ବ ଘଟିଛି। ପିଚ୍‌ର ଲକ୍ଷଣକୁ ଅନୁଧ୍ୟାନ କରି ବୋଲିଂ କରିବାକୁ ହୋଇଥାଏ। ବେଳେ ବେଳେ ଚହଲଙ୍କ ବଲ୍‌ କ୍ରିଜରେ ଓ୍ବାଇଡ୍‌ ହୋଇ ଯାଇଥାଏ। ଏକ ଫ୍ଳାଟ୍‌ ପିଚ୍‌ରେ ଷ୍ଟମ୍ପ୍‌କୁ ଷ୍ଟମ୍ପ ବୋଲିଂ କରିବାକୁ ହୋଇଥାଏ ବୋଲି ପାକିସ୍ତାନର ଅନ୍ୟତମ ଶ୍ରେଷ୍ଠ ସ୍ପିନର ମୁସ୍ତାକ କହିଛନ୍ତି। ବଲ୍‌ ଯଦି ଭଲରୂପେ ଗ୍ରିପିଂ କରିହେଉଛି ଓ୍ବାଇଡ୍‌ ଅଫ୍‌ ଦି କ୍ରିଜ୍‌ ବୋଲିଂ କରିହେବ। ଏହାଦ୍ୱାରା ଶ୍ରେଷ୍ଠ ବ୍ୟାଟ୍ସମ୍ୟାନମାନଙ୍କୁ ଅସୁବିଧାରେ ପକାଇ ପାରିବ। ସେତେବେଳେ ଗୁଗ୍‌ଲି ପକାଇଲେ ବଲ୍‌ ସେତେଟା ଟର୍ନ କରି ନ ଥାଏ ଯାହା ଜଣେ ବ୍ୟାଟ୍ସମ୍ୟାନ ଆଶା କରିଥାଏ। ଚହଲ ଇତିମଧ୍ୟରେ ୫୨ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ ଖେଳି ୨୫.୮୩ ଆଭରେଜରେ ୯୧ ଉଇକେଟ ଅକ୍ତିଆର କରିସାରିଛନ୍ତି। ସେହିପରି ୨୪.୩୪ ଆଭରେଜରେ ୪୨ ଟି୨୦ ମ୍ୟାଚରେ ୫୫ ଉଇକେଟ ନେଇ ସାରିଛନ୍ତି। ମୁସ୍ତାକ ମଧ୍ୟ ଏକଥା କହିଛନ୍ତି ଯେ, ଷ୍ଟମ୍ପ୍ସ ପଛ ପଟେ ପୂର୍ବତନ ଅଧିନାୟକ ଏମ୍‌.ଏସ୍‌. ଧୋନୀଙ୍କଠାରୁ ପରାମର୍ଶ ପାଇଁ ଚହଲ ଓ କୁଲଦୀପ ଅଧିକ ପ୍ରଭାବୀ ବୋଲିଂ କରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ପ୍ରଥମ ଟି-୨୦ରେ ଅଭିଷେକଙ୍କ ବଡ଼ କାରନାମା, ଭାଙ୍ଗିଲେ ୩ ବଡ଼ ରେକର୍ଡ; ଭାରତୀୟଙ୍କ ମଧ୍ୟରେ ନମ୍ବର-୧

ନୂଆଦିଲ୍ଲୀ,୧୪।୯: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ଉଇକେଟ୍‌ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ସମ୍ମୁଖରେ ୧୫୭ ରନର ବିଜୟ ଲକ୍ଷ୍ୟ…

ଟିମ ଇଣ୍ଡିଆ କାହିଁକି ଗ୍ରହଣ କଲା ନାହିଁ ଟ୍ରଫି? ଜବାବ ରଖିଲା BCCI

ନୂଆଦିଲ୍ଲୀ,୧୪।୯: ମୋହସିନ ନକଭିଙ୍କ ଠାରୁ ଟ୍ରଫି ଗ୍ରହଣ ନ କରିବାକୁ ନେଇ ଟିମ ଇଣ୍ଡିଆ ନେଇଥିବା ନିଷ୍ପତ୍ତି ଉପରେ BCCI ପ୍ରତିକ୍ରିୟା ରଖିଛି। BCCI ସମ୍ପାଦକ ଦେବଜିତ…

‘ନକଭିଙ୍କ ଖେଳ…’ ‘ଚୋର’ ବୋଲି ସ୍ଲୋଗାନରେ ପାକିସ୍ତାନ କ୍ଷୁବ୍ଧ; ଭାରତ ଗ୍ରହଣ କଲା ନାହିଁ ଟ୍ରଫି

ନୂଆଦିଲ୍ଲୀ,୧୪।୯: ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ୨୦୨୬ ମହିଳା ଏସିଆ କପ ଟାଇଟଲ ଜିତିଥିଲା, କିନ୍ତୁ ମ୍ୟାଚ ପରବର୍ତ୍ତୀ ଟ୍ରଫି…

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?