Posted inଜାତୀୟ

ଚନ୍ଦ୍ରୟାନ-୨: ଲକ୍ଷ୍ୟଠାରୁ ଦୁଇପାଦ ଦୂରରେ: ବିକ୍ରମକୁ ଠାବ ଉଦ୍ୟମ ଜାରି

ବେଙ୍ଗାଲୁରୁ,୮ା୯(ପି.ଟି.): ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ ଚନ୍ଦ୍ରୟାନ-୨ ଲକ୍ଷ୍ୟଠାରୁ ଦୁଇପାଦ ପଛରେ ରହିଯାଇଛି। ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠକୁ ଛୁଇଁବା ପାଇଁ ୨.୧ କି.ମି. ଦୂରତା ଥିବାବେଳେ ଏହା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ତେବେ ଏଥିରେ ନିରାଶ ନ ହୋଇ ଆଗକୁ ସାହସର ସହ ପ୍ରଚେଷ୍ଟା ଜାରି ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରୋ ବୈଜ୍ଞାନିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି। ଏହା ନିଶ୍ଚୟ ଏକ ନୂଆ ସକାଳ ତଥା ଉଜ୍ଜ୍ୱଳ ଭବିଷ୍ୟତ ଆଣିବ ବୋଲି ମୋଦି ଦୃଢ଼ୋକ୍ତି କରିଛନ୍ତି। ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲେ ମଧ୍ୟ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ପାଇଁ ବୈଜ୍ଞାନିକମାନେ ଉଦ୍ୟମ ଅବ୍ୟହତ ରଖିଛନ୍ତି।
ପ୍ରଥମ ଥର ପାଇଁ ଚନ୍ଦ୍ରର ଅନାବିଷ୍କୃତ ଦକ୍ଷିଣ ମେରୁରେ ଚନ୍ଦ୍ରୟାନ-୨ର ଲ୍ୟାଣ୍ଡର ବିକ୍ରମକୁ ସୂକ୍ଷ୍ମ ଅବତରଣ କରାଇବା ପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଯେଉଁ ଲକ୍ଷ୍ୟ ରଖିଥିଲା ତାହା ପୂରଣ ହୋଇପାରିଲା ନାହିଁ। ଶେଷ ମୁହୂର୍ତ୍ତରେ ଗ୍ରାଉଣ୍ଡ ଷ୍ଟେଶନ ସହ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଗଲା। ଏଥିପାଇଁ ମନ ଊଣା ନ କରିବାକୁ ପ୍ରଧାନମନ୍ତ୍ରୀ ଇସ୍ରୋ ପରିସରରେ ବୈଜ୍ଞାନିକମାନଙ୍କୁ ଉଦ୍‌ବେଧନ ଦେଇ କହିଥିଲେ। ରାଷ୍ଟ୍ର ସେମାନଙ୍କ ପାଇଁ ଗର୍ବିତ ଏବଂ ସେମାନଙ୍କ ପଛରେ ରହିଛି। ଆଜି ଯେଉଁ ଶିକ୍ଷା ମିଳିଲା ତାହା ଆମକୁ ଅଧିକ ସୁଦୃଢ଼ ଏବଂ ଉନ୍ନତ କରିବ। ଆମକୁ ଆହୁରି ଆଗକୁ ଯିବାକୁ ହେବ ବୋଲି ମୋଦି କହିଥିଲେ।
ବିଫଳତାକୁ ନେଇ ଦୁଃଖିତ ଥିବା ବୈଜ୍ଞାନିକମାନଙ୍କ ମନକୁ ହାଲୁକା କରିବା ପାଇଁ ପ୍ରଧାନମନ୍ତ୍ରୀ କହିଥିଲେ, ଆମର କାବ୍ୟ ସାହିତ୍ୟରେ ଚନ୍ଦ୍ରକୁ ଏଭଳି ରୋମାଣ୍ଟିକ୍‌ କରାଯାଇଛି ଯେ, ଚନ୍ଦ୍ରଯାନ ଏହାକୁ କୋଳାଗ୍ରତ କରିବା ଦୌଡ଼ର ଶେଷ ପାଦରେ ରହିଯାଇଛି। ‘ଭାରତ ମାତା କୀ ଜୟ’ରୁ ମୋଦି ତାଙ୍କର ଉଦ୍‌ବୋଧନ ଆରମ୍ଭ କରି ବୈଜ୍ଞାନିକମାନଙ୍କ ନିରାଶାଭାବ ଦୂରକରିବା ଲାଗି ବିଭିନ୍ନ ପରାମର୍ଶ ଦେଇଥିଲେ। ସେ ଭାବବିହ୍ବଳ ଇସ୍ରୋ ଅଧ୍ୟକ୍ଷ କେ. ଶିବନଙ୍କୁ କୁଣ୍ଢାଇ ଧରିବା ସହ ଅନ୍ୟ ବୈଜ୍ଞାନିକମାନଙ୍କୁ ଜଣ ଜଣ କରି ଭେଟି କରମର୍ଦ୍ଦନ କରିଥିଲେ। ଇସ୍ରୋର ଅତୀତରେ ଚନ୍ଦ୍ର ଓ ମଙ୍ଗଳ ଅଭିଯାନ ସହ ଅନେକ ମିଶନ ସଫଳ ହୋଇଛି। ବିଜ୍ଞାନରେ ବିଫଳତା ନାହିଁ, କେବଳ ଅଭିଜ୍ଞତା ଓ ଉଦ୍ୟମରେ ତାହା ରହଥିବା ମୋଦି କହିଥିଲେ।
କେବଳ ପ୍ରଧାନମନ୍ତ୍ରୀ ନୁହନ୍ତି, ଦଳମତ ନିର୍ବିଶେଷରେ ବିଭିନ୍ନ ନେତା ଇସ୍ରୋକୁ ପ୍ରଶଂସା କରିବା ସହ ଉତ୍ସାହିତ କରିଛନ୍ତି। ଲ୍ୟାଣ୍ଡର ସହ ଶେଷ ମୁହୂର୍ତ୍ତରେ ସମ୍ପର୍କ ଛିନ୍ନ ହେବାକୁ ନେଇ ମନସ୍ତାପ ନ କରିବାକୁ ସେମାନେ ପରାମର୍ଶ ଦେଇଥିଲେ। ଇସ୍ରୋ ପାଇଁ ଦେଶ ଗର୍ବିତ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଇସ୍ରୋର କାର୍ଯ୍ୟକୁ ଉଚ୍ଚପ୍ରଶଂସା କରିଛନ୍ତି। ଆଗାମୀ ଦିନରେ ଆହୁରି ବଡ଼ ମିଶନ ପାଇଁ ଏହା ଭିତ୍ତିଭୂମି ବୋଲି ସୋନିଆ କହିଛନ୍ତି। ସେହିପରି ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ଭାଜପା ଅଧ୍ୟକ୍ଷ ଅମିତ୍‌ ଶାହ କହିଛନ୍ତି, ଇସ୍ରୋର ଉଦ୍ୟମ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଛି। ଦେଶ ତା’ର ପ୍ରତିବଦ୍ଧ ଓ କର୍ତ୍ତବ୍ୟନିଷ୍ଠ ବୈଜ୍ଞାନିକମାନଙ୍କ ପଛରେ ଛିଡ଼ା ହୋଇଥିବା ସେ କହିଛନ୍ତି। ଯେଉଁମାନେ ଉଦ୍ୟମ କରନ୍ତି ସେମାନେ କେବେ ହାରନ୍ତିନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଇସ୍ରୋ ବୈଜ୍ଞାନିକମାନଙ୍କୁ ସେମାନଙ୍କ ଅବିଶ୍ୱସନୀୟ କାର୍ଯ୍ୟ ପାଇଁ ଉଚ୍ଚପ୍ରଶଂସା କରିଛି। ସେମାନଙ୍କ ତ୍ୟାଗ କେବେ ବ୍ୟର୍ଥ ଯିବ ନାହିଁ। ଭବିଷ୍ୟତର ବଡ଼ ମହାକାଶ ମିଶନ ପାଇଁ ଏହା ମୂଳଦୁଆ ପକାଇଥିବା ରାହୁଲ କହିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ବୈଜ୍ଞାନିକମାନଙ୍କୁ ମନ ଊଣା ନ କରିବାକୁ ପରାମର୍ଶ ଦେଇଛନ୍ତି। ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌.ଜୟଶଙ୍କର ଇସ୍ରୋର କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଛନ୍ତି। ପରବର୍ତ୍ତୀ ପଦକ୍ଷେପ ନିଶ୍ଚୟ ସଫଳ ଓ ଅଧିକ ସନ୍ତୋଷଜନକ ହେବ ବୋଲି ସିପିଆଇ-ଏମ୍‌ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ କହିଛନ୍ତି।
୨୨ରେ ଲଞ୍ଚ ହୋଇଥିବା ଚନ୍ଦ୍ରୟାନ-୨ ଶୁକ୍ରବାର ରାତି ୧ଟା ୫୩ରେ ଜହ୍ନର ଦକ୍ଷିଣ ମେରୁକୁ ସ୍ପର୍ଶ କରିବାକୁ ଥିବାବେଳେ ଶେଷ ମୁହୂର୍ତ୍ତରେ ‘ବିକ୍ରମ’ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଚନ୍ଦ୍ରରେ ସୂକ୍ଷ୍ମ ଅବତରଣର ଶେଷ ୧୫ ମିନିଟ ଅତିକ୍ରମ କରିବା ପରେ ମଧ୍ୟ କଣ୍ଟ୍ରୋଲ ରୁମ୍‌କୁ କୌଣସି ସୂଚନା ମିଳି ନ ଥିଲା। ୯୭୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ଚନ୍ଦ୍ରୟାନ-୨ର ସଫଳତା ଉପରେ କେବଳ ଭାରତ ନୁହେଁ, ସାରା ବିଶ୍ୱର ବୈଜ୍ଞାନିକମାନଙ୍କ ନଜର ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପରିବା ବଜାରରେ ବିବାହିତା ମହିଳାଙ୍କ ମୃତଦେହ, ଟ୍ରଲି ବ୍ୟାଗ….

ପାଟନା,୧।୨: ରବିବାର ରୋହତାସ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଦେହରି ନଗର ପୋଲିସ ଷ୍ଟେସନ ଅଞ୍ଚଳ ଅନ୍ତର୍ଗତ ପନିପରିବା ବଜାର…

ବିଜେଡିରୁ ନିଲମ୍ବିତ ହେଲେ ଆଉ ଜଣେ ବରିଷ୍ଠ ନେତା

ଭୁବନେଶ୍ବର,୧।୨: ବିଜେଡିରୁ ନିଲମ୍ବିତ ହେଲେ ସିମୁଳିଆର ବରିଷ୍ଠ ନେତା ଶଶୀ ସାହୁ । ବିଶୃଙ୍ଖଳିକ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ୨୦୨୪ ମସିହାରେ…

କେନ୍ଦ୍ର ବଜେଟକୁ ନେଇ ଗର୍ଜିଲେ ଏମପି ସପ୍ତଗିରି, ପର୍ଯ୍ୟଟନ ବିକାଶରେ ଦେଓମାଳିର ସ୍ଥାନ…

ରାୟଗଡ଼ା,୧।୨(ଆଶିଷ ରଞ୍ଜନ ପଣ୍ଡା): ରବିବାର ଉପସ୍ଥାପନ ହୋଇଥିବା କେନ୍ଦ୍ରୀୟ ବଜେଟ୍ ଓଡ଼ିଶାର ଆଦିବାସୀଙ୍କୁ ଉପେକ୍ଷା କରାଯାଇଛି ବୋଲି ଟାର୍ଗେଟ କହିଛନ୍ତି ଏମପି ସପ୍ତଗିରି ଉଲାକା। କେନ୍ଦ୍ରୀୟ ବଜେଟ୍…

ହଳଦିଆପଦର ସଡ଼କ ଦୁର୍ଘଟଣା, ମୃତକଙ୍କ ପରିବାରକୁ ଭେଟିଲେ ପରିବହନ ମନ୍ତ୍ରୀ

ଦିଗପହଣ୍ଡି,୧|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ଓଭରବ୍ରିଜ ନିକଟରେ ଶନିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା। ଏଥିରେ ପ୍ରାଣ ହରାଇଥିବା…

କେନ୍ଦ୍ର ବଜେଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଏହା ଐତିହାସିକ ବଜେଟ୍

ଭୁବନେଶ୍ବର, ୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆଜି ୨୦୨୬-୨୭ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି । ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ…

ବଜେଟ ଉପରେ ଆଇନଜୀବୀଙ୍କ ପ୍ରତିକ୍ରିୟା, ଭାରତର କର୍ପୋରେଟ ପୁଞ୍ଜି…

ସୁନ୍ଦରଗଡ,୧।୨ (ଜୟ ନାରାୟଣ ମେଣ୍ଡୁଳି): ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬ ବଜେଟ ଉପସ୍ଥାପନ କରିଛନ୍ତି । ଏହାପରେ ସାଧାରଣ ଲୋକଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଆଇନଜୀବୀ…

Budgetରେ ଜନଗଣନା ପାଇଁ କ’ଣ ରହିଛି ଜାଣନ୍ତୁ…

ନୂଆଦିଲ୍ଲୀ,୧ା୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର ନବମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ (୨୦୨୬-୨୭) ଉପସ୍ଥାପନ କରିଛନ୍ତି। ୨୦୨୭ ଜନଗଣନା ପାଇଁ କେନ୍ଦ୍ର ବଜେଟରେ ୬,୦୦୦…

ମଙ୍ଗଳବାର ତାରାତାରିଣୀ ଆସିବେ ମୁଖ୍ଯମନ୍ତ୍ରୀ, ସାମୁହିକ କନ୍ଯାରତ୍ନ ବିବାହରେ…

ପୁରୁଷୋତ୍ତମପୁର,୧।୨(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା ତାରାତାରିଣୀଙ୍କ ପୀଠରେ ମଙ୍ଗଳବାର ମୁଖ୍ଯମନ୍ତ୍ରୀ କନ୍ଯା ବିବାହ ଯୋଜନାରେ ସାମୁହିକ ବିବାହ କାର୍ଯ୍ଯକ୍ରମର ବ୍ଯବସ୍ଥା ରହିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri