Posted inଜାତୀୟ

ଚନ୍ଦ୍ରୟାନ-୨: ଲକ୍ଷ୍ୟଠାରୁ ଦୁଇପାଦ ଦୂରରେ: ବିକ୍ରମକୁ ଠାବ ଉଦ୍ୟମ ଜାରି

ବେଙ୍ଗାଲୁରୁ,୮ା୯(ପି.ଟି.): ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ ଚନ୍ଦ୍ରୟାନ-୨ ଲକ୍ଷ୍ୟଠାରୁ ଦୁଇପାଦ ପଛରେ ରହିଯାଇଛି। ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠକୁ ଛୁଇଁବା ପାଇଁ ୨.୧ କି.ମି. ଦୂରତା ଥିବାବେଳେ ଏହା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ତେବେ ଏଥିରେ ନିରାଶ ନ ହୋଇ ଆଗକୁ ସାହସର ସହ ପ୍ରଚେଷ୍ଟା ଜାରି ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରୋ ବୈଜ୍ଞାନିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି। ଏହା ନିଶ୍ଚୟ ଏକ ନୂଆ ସକାଳ ତଥା ଉଜ୍ଜ୍ୱଳ ଭବିଷ୍ୟତ ଆଣିବ ବୋଲି ମୋଦି ଦୃଢ଼ୋକ୍ତି କରିଛନ୍ତି। ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲେ ମଧ୍ୟ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ପାଇଁ ବୈଜ୍ଞାନିକମାନେ ଉଦ୍ୟମ ଅବ୍ୟହତ ରଖିଛନ୍ତି।
ପ୍ରଥମ ଥର ପାଇଁ ଚନ୍ଦ୍ରର ଅନାବିଷ୍କୃତ ଦକ୍ଷିଣ ମେରୁରେ ଚନ୍ଦ୍ରୟାନ-୨ର ଲ୍ୟାଣ୍ଡର ବିକ୍ରମକୁ ସୂକ୍ଷ୍ମ ଅବତରଣ କରାଇବା ପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଯେଉଁ ଲକ୍ଷ୍ୟ ରଖିଥିଲା ତାହା ପୂରଣ ହୋଇପାରିଲା ନାହିଁ। ଶେଷ ମୁହୂର୍ତ୍ତରେ ଗ୍ରାଉଣ୍ଡ ଷ୍ଟେଶନ ସହ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଗଲା। ଏଥିପାଇଁ ମନ ଊଣା ନ କରିବାକୁ ପ୍ରଧାନମନ୍ତ୍ରୀ ଇସ୍ରୋ ପରିସରରେ ବୈଜ୍ଞାନିକମାନଙ୍କୁ ଉଦ୍‌ବେଧନ ଦେଇ କହିଥିଲେ। ରାଷ୍ଟ୍ର ସେମାନଙ୍କ ପାଇଁ ଗର୍ବିତ ଏବଂ ସେମାନଙ୍କ ପଛରେ ରହିଛି। ଆଜି ଯେଉଁ ଶିକ୍ଷା ମିଳିଲା ତାହା ଆମକୁ ଅଧିକ ସୁଦୃଢ଼ ଏବଂ ଉନ୍ନତ କରିବ। ଆମକୁ ଆହୁରି ଆଗକୁ ଯିବାକୁ ହେବ ବୋଲି ମୋଦି କହିଥିଲେ।
ବିଫଳତାକୁ ନେଇ ଦୁଃଖିତ ଥିବା ବୈଜ୍ଞାନିକମାନଙ୍କ ମନକୁ ହାଲୁକା କରିବା ପାଇଁ ପ୍ରଧାନମନ୍ତ୍ରୀ କହିଥିଲେ, ଆମର କାବ୍ୟ ସାହିତ୍ୟରେ ଚନ୍ଦ୍ରକୁ ଏଭଳି ରୋମାଣ୍ଟିକ୍‌ କରାଯାଇଛି ଯେ, ଚନ୍ଦ୍ରଯାନ ଏହାକୁ କୋଳାଗ୍ରତ କରିବା ଦୌଡ଼ର ଶେଷ ପାଦରେ ରହିଯାଇଛି। ‘ଭାରତ ମାତା କୀ ଜୟ’ରୁ ମୋଦି ତାଙ୍କର ଉଦ୍‌ବୋଧନ ଆରମ୍ଭ କରି ବୈଜ୍ଞାନିକମାନଙ୍କ ନିରାଶାଭାବ ଦୂରକରିବା ଲାଗି ବିଭିନ୍ନ ପରାମର୍ଶ ଦେଇଥିଲେ। ସେ ଭାବବିହ୍ବଳ ଇସ୍ରୋ ଅଧ୍ୟକ୍ଷ କେ. ଶିବନଙ୍କୁ କୁଣ୍ଢାଇ ଧରିବା ସହ ଅନ୍ୟ ବୈଜ୍ଞାନିକମାନଙ୍କୁ ଜଣ ଜଣ କରି ଭେଟି କରମର୍ଦ୍ଦନ କରିଥିଲେ। ଇସ୍ରୋର ଅତୀତରେ ଚନ୍ଦ୍ର ଓ ମଙ୍ଗଳ ଅଭିଯାନ ସହ ଅନେକ ମିଶନ ସଫଳ ହୋଇଛି। ବିଜ୍ଞାନରେ ବିଫଳତା ନାହିଁ, କେବଳ ଅଭିଜ୍ଞତା ଓ ଉଦ୍ୟମରେ ତାହା ରହଥିବା ମୋଦି କହିଥିଲେ।
କେବଳ ପ୍ରଧାନମନ୍ତ୍ରୀ ନୁହନ୍ତି, ଦଳମତ ନିର୍ବିଶେଷରେ ବିଭିନ୍ନ ନେତା ଇସ୍ରୋକୁ ପ୍ରଶଂସା କରିବା ସହ ଉତ୍ସାହିତ କରିଛନ୍ତି। ଲ୍ୟାଣ୍ଡର ସହ ଶେଷ ମୁହୂର୍ତ୍ତରେ ସମ୍ପର୍କ ଛିନ୍ନ ହେବାକୁ ନେଇ ମନସ୍ତାପ ନ କରିବାକୁ ସେମାନେ ପରାମର୍ଶ ଦେଇଥିଲେ। ଇସ୍ରୋ ପାଇଁ ଦେଶ ଗର୍ବିତ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଇସ୍ରୋର କାର୍ଯ୍ୟକୁ ଉଚ୍ଚପ୍ରଶଂସା କରିଛନ୍ତି। ଆଗାମୀ ଦିନରେ ଆହୁରି ବଡ଼ ମିଶନ ପାଇଁ ଏହା ଭିତ୍ତିଭୂମି ବୋଲି ସୋନିଆ କହିଛନ୍ତି। ସେହିପରି ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ଭାଜପା ଅଧ୍ୟକ୍ଷ ଅମିତ୍‌ ଶାହ କହିଛନ୍ତି, ଇସ୍ରୋର ଉଦ୍ୟମ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଛି। ଦେଶ ତା’ର ପ୍ରତିବଦ୍ଧ ଓ କର୍ତ୍ତବ୍ୟନିଷ୍ଠ ବୈଜ୍ଞାନିକମାନଙ୍କ ପଛରେ ଛିଡ଼ା ହୋଇଥିବା ସେ କହିଛନ୍ତି। ଯେଉଁମାନେ ଉଦ୍ୟମ କରନ୍ତି ସେମାନେ କେବେ ହାରନ୍ତିନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଇସ୍ରୋ ବୈଜ୍ଞାନିକମାନଙ୍କୁ ସେମାନଙ୍କ ଅବିଶ୍ୱସନୀୟ କାର୍ଯ୍ୟ ପାଇଁ ଉଚ୍ଚପ୍ରଶଂସା କରିଛି। ସେମାନଙ୍କ ତ୍ୟାଗ କେବେ ବ୍ୟର୍ଥ ଯିବ ନାହିଁ। ଭବିଷ୍ୟତର ବଡ଼ ମହାକାଶ ମିଶନ ପାଇଁ ଏହା ମୂଳଦୁଆ ପକାଇଥିବା ରାହୁଲ କହିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ବୈଜ୍ଞାନିକମାନଙ୍କୁ ମନ ଊଣା ନ କରିବାକୁ ପରାମର୍ଶ ଦେଇଛନ୍ତି। ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌.ଜୟଶଙ୍କର ଇସ୍ରୋର କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଛନ୍ତି। ପରବର୍ତ୍ତୀ ପଦକ୍ଷେପ ନିଶ୍ଚୟ ସଫଳ ଓ ଅଧିକ ସନ୍ତୋଷଜନକ ହେବ ବୋଲି ସିପିଆଇ-ଏମ୍‌ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ କହିଛନ୍ତି।
୨୨ରେ ଲଞ୍ଚ ହୋଇଥିବା ଚନ୍ଦ୍ରୟାନ-୨ ଶୁକ୍ରବାର ରାତି ୧ଟା ୫୩ରେ ଜହ୍ନର ଦକ୍ଷିଣ ମେରୁକୁ ସ୍ପର୍ଶ କରିବାକୁ ଥିବାବେଳେ ଶେଷ ମୁହୂର୍ତ୍ତରେ ‘ବିକ୍ରମ’ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଚନ୍ଦ୍ରରେ ସୂକ୍ଷ୍ମ ଅବତରଣର ଶେଷ ୧୫ ମିନିଟ ଅତିକ୍ରମ କରିବା ପରେ ମଧ୍ୟ କଣ୍ଟ୍ରୋଲ ରୁମ୍‌କୁ କୌଣସି ସୂଚନା ମିଳି ନ ଥିଲା। ୯୭୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ଚନ୍ଦ୍ରୟାନ-୨ର ସଫଳତା ଉପରେ କେବଳ ଭାରତ ନୁହେଁ, ସାରା ବିଶ୍ୱର ବୈଜ୍ଞାନିକମାନଙ୍କ ନଜର ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚିରାଗ ପାସଓ୍ବାନଙ୍କୁ ନିର୍ବାଚନ ପୂର୍ବରୁ ଝଟ୍‌କା! ବିଏସପିରେ ସାମିଲ ହେଲେ ପୂର୍ବତନ ଏମପି

ପାଟନା,୨୩।୪: ଲୋକ ସଭା ନିର୍ବାଚନରେ ଟିକେଟ ଦାବିରେ ଚିରାଗ ପାସୱାନଙ୍କଠାରୁ ଅଲଗା ହୋଇଥିବା ପୂର୍ବତନ ଏମପି ଅରୁଣ କୁମାର ବହୁଜନ ସମାଜ ପାର୍ଟିରେ ଯୋଗ ଦେଇଛନ୍ତି।...

ହାଇକୋର୍ଟର ମୁଖ୍ୟ ବିଚାରପତି କାହିଁକି କହିଲେ ଘୁଞ୍ଚାଇ ଦିଆଯାଉ ନିର୍ବାଚନ ତାରିଖ

କୋଲକାତା,୨୩।୪: ମଙ୍ଗଳବାର କୋଲାକାତା ହାଇକୋର୍ଟ ଚେତାବନୀ ଦେଇଛନ୍ତି ଯେ ପଶ୍ଚିମବଙ୍ଗର ସେହି ଲୋକ ସଭା ନିର୍ବାଚନମଣ୍ଡଳୀରେ ମତଦାନ ଅନୁମତି ଦିଆ ନ ଯାଉ ଯେଉଁଠାରେ ରାମ...

ଅରବିନ୍ଦ କେଜରିଓ୍ବାଲ, କେ. କବିତାଙ୍କୁ କୋର୍ଟରୁ ମିଳିଲା ଝଟ୍‌କା

ନୂଆଦିଲ୍ଲୀ,୨୩।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ମଙ୍ଗଳବାର ଏକ୍ସାଇଜ ପଲିସି ସ୍କାମ ସହ ଜଡିତ ମନି ଲଣ୍ଡରିଂ...

ପତଞ୍ଜଳି ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩।୪: ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଥିଲା। ଏହି ସମୟରେ ଯୋଗ ଗୁରୁ ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣା ଉପସ୍ଥିତ ଥିଲେ।...

କଂଗ୍ରେସ ସମର୍ଥନରେ ପଚାର ମଇଦାନକୁ ଓହ୍ଲାଇଲେ ପୁଷ୍ପା! ଜାଣନ୍ତୁ ଭାଇରାଲ ଭିଡିଓର ସତ୍ୟତା

ନୂଆଦିଲ୍ଲୀ,୨୩।୪: କିଛି ଦିନ ଧରି ଭାରତରେ ଡିପ୍‌ଫେକ ସମସ୍ୟା ଗମ୍ଭୀର ହୋଇପଡ଼ିଛି। ଅନେକ ତାରକା ଡିପ୍‌ଫେକ ଭିଡିଓର ଶିକାର ହୋଉଛନ୍ତି ଏବଂ ଏହା ଏ ପର୍ଯ୍ୟନ୍ତ...

ବିପଜ୍ଜନକ ହାରରେ ତରଳୁଛି ହିମାଳୟ ଗ୍ଲେସିୟର

ବେଙ୍ଗାଲୁରୁ,୨୩/୪:ବିସ୍ତୀର୍ଣ୍ଣ ଗ୍ଲେସିୟର ଏବଂ ତୁଷାରାବୃତ୍ତ ଅଞ୍ଚଳ ଲାଗି ତୃତୀୟ ମେରୁ ଭାବେ ପରିଚିତ ହିମାଳୟ ପର୍ବତମାଳା ଉଭୟ ଭୌତିକ ଓ ସାମାଜିକ ଦୃଷ୍ଟିରୁ ବୈଶ୍ୱିକ ଜଳବାୟୁ...

ଚାପରେ ଭୁଲ୍‌ ତଥ୍ୟ ଦେଉଛନ୍ତି ଜେଲ କର୍ତ୍ତୃପକ୍ଷ: କେଜ୍‌ରିଓ୍ବାଲଙ୍କ

ନୂଆଦିଲ୍ଲୀ,୨୩ା୪:ତିହାର ଜେଲ କର୍ତ୍ତୃପକ୍ଷ ଇନ୍‌ସୁଲିନ୍‌ ଯୋଗାଣକୁ ସ୍ଥଗିତ ରଖିଥିବା ଡାଇବେଟିସ୍‌ ଆକ୍ରାନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଅଭିଯୋଗ କରିଛନ୍ତି। ସେମାନେ ଶାସକ ଭାଜପାର ଚାପରେ...

ଏଲ୍‌ଏଲ୍‌ବି ପାଠ୍ୟକ୍ରମ ୫ ବର୍ଷ ରହିବ

ନୂଆଦିଲ୍ଲୀ,୨୩ା୪: ଆଇନ ପେସାକୁ ପରିପକ୍ୱ ବ୍ୟକ୍ତିମାନେ ଆସିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେବା ସହ ଆଇନ ଡିଗ୍ରୀ ପାଠ୍ୟକ୍ରମକୁ ୩ ବର୍ଷକୁ ହ୍ରାସ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri