Odisha Elections 2024

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ: ମଇଦାନରେ ୯୪୩ ପ୍ରାର୍ଥୀ; ୨୧୦ଙ୍କ ନାଁରେ ଆପରାଧିକ ମାମଲା

ନୂଆଦିଲ୍ଲୀ,୨୫ା୪(ଆଇଏଏନ୍‌ଏସ୍‌): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୨୧୦ ଜଣଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ସେମାନଙ୍କ ମଧ୍ୟରୁ ୧୫୮ ଜଣଙ୍କ ନାମରେ ସଙ୍ଗିନ ମାମଲା ରହିଥିବାବେଳେ ୧୨ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ନାମାଙ୍କନପତ୍ର ଦାଖଲ ବେଳେ ପ୍ରାର୍ଥୀମାନେ ଦେଇଥିବା ସତ୍ୟପାଠଗୁଡ଼ିକୁ ନ୍ୟାଶନାଲ ଇଲେକ୍‌ଶନ ଓ୍ବାଚ୍‌ ଏବଂ ଆସୋସିଏଶନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌) ପକ୍ଷରୁ ଅନୁଧ୍ୟାନ କରାଯାଇ ଏହା ପ୍ରକାଶ କରାଯାଇଛି।
୯ ରାଜ୍ୟର ୭୧ ଆସନ ପାଇଁ ଚତୁର୍ଥ ପର୍ଯ୍ୟାୟ ଭୋଟଗ୍ରହଣ ଏପ୍ରିଲ ୨୯ରେ ହେବ। ସେହି ଆସନଗୁଡ଼ିକ ହେଲା ବିହାର (୫), ଜମ୍ମୁ ଓ କଶ୍ମୀର (୧), ଝାଡ଼ଖଣ୍ଡ (୩), ମଧ୍ୟପ୍ରଦେଶ (୬), ମହାରାଷ୍ଟ୍ର (୧୭), ଓଡ଼ିଶା (୬), ରାଜସ୍ଥାନ (୧୪), ୟୁପି (୧୩) ଏବଂ ପଶ୍ଚିମବଙ୍ଗ (୮)। ଏହି ଆସନଗୁଡ଼ିକରେ ୯୪୩ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେମାନଙ୍କ ମଧ୍ୟରୁ ୯୨୮ ଜଣଙ୍କ ସତ୍ୟପାଠକୁ ଏଡିଆର୍‌ ବିଶ୍ଳେଷଣ କରିଛି। ଅନ୍ୟ ୧୫ ପ୍ରାର୍ଥୀ ନିଜର ସମ୍ପୂର୍ଣ୍ଣ ସତ୍ୟପାଠ ଏବଂ ଉପଯୁକ୍ତ ଦସ୍ତାବିଜର ନକଲ ଦାଖଲ କରି ନ ଥିବାରୁ ସେମାନଙ୍କ ସମ୍ପର୍କରେ ତଥ୍ୟ ହସ୍ତଗତ ହୋଇନାହିଁ। ତେବେ ଉପରୋକ୍ତ ସତ୍ୟପାଠଗୁଡ଼ିକରୁ ସ୍ପଷ୍ଟ ହୋଇଛି ଯେ, ୪ ପ୍ରାର୍ଥୀ ସେମାନଙ୍କ ବିରୋଧରେ ହତ୍ୟା ମାମଲା ବିଚାରାଧୀନ ଥିବା ମାନିଛନ୍ତି। ସେହିପରି ୨୪ ପ୍ରାର୍ଥୀ ନିଜ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରହିଥିବା କହିଛନ୍ତି। ୪ ପ୍ରାର୍ଥୀଙ୍କ ବିରୋଧରେ ଅପହରଣ, ୨୧ ଜଣଙ୍କ ବିରୋଧରେ ମହିଳା ବିରୋଧୀ ହିଂସା ଏବଂ ୧୬ ପ୍ରାର୍ଥୀଙ୍କ ନାମରେ ଘୃଣା ମନ୍ତବ୍ୟ ନେଇ ମାମଲା ରୁଜୁ ହୋଇଛି। ଦଳଗୁଡ଼ିକ ମଧ୍ୟରେ ଦେଖିଲେ ଚତୁର୍ଥ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭାଜପାର ୫୭ ପ୍ରାର୍ଥୀଙ୍କ ମଧ୍ୟରୁ ୨୫ ଜଣ ନିଜ ବିରୋଧରେ ଆପରାଧିକ ମାମଲା ଚାଲିଥିବା ସତ୍ୟପାଠରେ ଘୋଷଣା କରିଛନ୍ତି। ସେହିପରି କଂଗ୍ରେସର ୫୭ରୁ ୧୮, ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ୫୪ରୁ ୧୧, ଶିବସେନାର ୨୧ରୁ ୧୨ ଏବଂ ସ୍ବାଧୀନ ଭାବେ ଲଢ଼ୁଥିବା ୩୪୫ ପ୍ରାର୍ଥୀଙ୍କ ମଧ୍ୟରୁ ୬୦ ଜଣଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ପ୍ରମୁଖ ଦଳଗୁଡ଼ିକ ମଧ୍ୟରେ ଭାଜପାର ୨୦ ପ୍ରାର୍ଥୀଙ୍କ ବିରୋଧରେ ସଙ୍ଗିନ ଆପରାଧିକ ମାମଲା ବିଚାରାଧୀନ ଅଛି। ସେହିପରି କଂଗ୍ରେସର ୯, ବିଏସ୍‌ପିର ୧୦, ଶିବସେନାର ୯ ଏବଂ ୪୫ ସ୍ବାଧୀନ ପ୍ରାର୍ଥୀଙ୍କ ବିରୋଧରେ ଏଭଳି ମାମଲା ଚାଲିଛି ବୋଲି ଏଡିଆର୍‌ ପକ୍ଷରୁ କୁହାଯାଇଛି। ୭୧ ଲୋକ ସଭା ଆସନ ମଧ୍ୟରୁ ୩୭ଟି ଏପରି ଆସନ ରହିଛି, ଯେଉଁଠି ୩ କିମ୍ବା ତଦୂର୍ଦ୍ଧ୍ୱ ପ୍ରାର୍ଥୀଙ୍କ ବିରୋଧରେ ଆପରାଧିକ ମାମଲା ବିଭିନ୍ନ କୋର୍ଟରେ ବିଚାରାଧୀନ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚମ ପର୍ଯ୍ୟାୟରେ ରାହୁଲ ଗାନ୍ଧୀ, ରାଜନାଥ ସିଂ, ସ୍ମୃତି ଇରନୀଙ୍କ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୯।୫: ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ପାଇଁ ଭୋଟ ସୋମବାର (୨୦ ମେ’) ରେ ହେବ। ଏହି ପର୍ଯ୍ୟାୟରେ ଆଠଟି ରାଜ୍ୟରେ ୪୯ ଟି...

ଗରମ ପେଜ ପଡ଼ି ପୋଲିଂ କର୍ମଚାରୀ ଆହତ

ଆସିକା/ଧରାକୋଟ,୧୯ା୫(ସୁରେନ୍ଦ୍ର ନାଥ ସାହୁ/ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ଅଧୀନ ମଛାକୋଟ ପଞ୍ଚାୟତର ମଥୁରା ପଦନାପୁର ଗ୍ରାମର ଏକ ବୁଥରେ ଅଘଟଣ ଘଟିଛି।...

ପ୍ରଧାନମନ୍ତ୍ରୀ ମୋଦି ବହୁତ ପାଓ୍ବାରଫୁଲ, ହେଲେ…: ଜେଲର କଥା ଉଠାଇ ମୋଦିଙ୍କୁ ଟାର୍ଗେଟ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୯।୫: ଜାମିନରେ ଆସିବା ପରଠାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଭାଜପାଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ରମାଗତ ଟାର୍ଗେଟ କରୁଛନ୍ତି। କେଜରିୱାଲ ଦାବି କରିଛନ୍ତି ଯେ...

ନୂଆ ଆପରାଧିକ ଆଇନ ବିରୋଧରେ ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୯।୫: ତିନୋଟି ନୂତନ ଆପରାଧିକ ଆଇନ ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ସୋମବାର ସୁପ୍ରିମକୋର୍ଟ ଏହି ପିଟିସନର ଶୁଣାଣି କରିବେ। ନୂତନ ଆପରାଧିକ...

ଭୁବନେଶ୍ୱରରେ ମୋଦି, ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୧୯।୫: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ରବିବାର ପହଞ୍ଚିଛନ୍ତି। ପ୍ରଥମେ ସେ ଦଳୀୟ କର୍ମୀଙ୍କ...

“ଯଦି ସୁଯୋଗ ମିଳେ, ମନା କରିବି ନାହିଁ”: ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ଜୁଏଲ ଓରାମଙ୍କ ବୟାନ

ଭୁବନେଶ୍ୱର,୧୯ା୫: ଓଡ଼ିଶାରେ ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାକୁ ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ସୁନ୍ଦରଗଡ଼ ଏମପି ତଥା ଭାଜପାର ଲୋକ ସଭା...

ଫାରୁକ ଅବଦୁଲ୍ଲାଙ୍କ ରାଲିରେ ଛୁରାମାଡ, ୨ କର୍ମୀ ଆହତ

ଜମ୍ମୁ,୧୯।୫: ରବିବାର ଜମ୍ମୁ କଶ୍ମୀରର ପୁଞ୍ଚ ଜିଲାର ମେହେନ୍ଦରରେ ଏକ ନିର୍ବାଚନ ରାଲିରେ ଅଜ୍ଞାତ ବ୍ୟକ୍ତିଙ୍କ ଛୁରାମାଡରେ ତିନିଜଣ ନ୍ୟାଶନାଲ କନଫରେନ୍ସ (ଏନସି) କର୍ମୀ ଆହତ...

ପୋଲିଂ ଟିମରେ କର୍ତ୍ତବ୍ୟରତ ଶିକ୍ଷକଙ୍କ ମୃତ୍ୟୁ

ବଲାଙ୍ଗୀର, ୧୯ା୫( ସୁନୀଲ କୁମାର ମହାନ୍ତି): ନିର୍ବାଚନ ପାଇଁ ପୋଲିଂ ଡ୍ୟୁଟିରେ ଥିବା ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଶିକ୍ଷକଙ୍କ ନାଁ ସୁଶୀଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri