Posted inରାଜ୍ୟ

ଘୋଷଯାତ୍ରା: ଦେଢ଼ଘଣ୍ଟା ବିଳମ୍ବରେ ହେଲା ରଥ ଟଣା; ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ରଣପୁର,୫|୭(ସ୍ବ.ପ୍ର.)-ଓଡ଼ିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ନୟାଗଡ଼ ଜିଲା ରଣପୁରରେ ଗୁରୁବାର ଶ୍ରୀଜୀଉଙ୍କ ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି। ତେବେ ୩ ରଥ ପ୍ରତିଷ୍ଠା କରାଯିବା ପରେ ପ୍ରାୟ ଦେଢ଼ଘଣ୍ଟା ବିଳମ୍ବରେ ବାଜି ଥିଲା ବିଜେ କାହାଳୀ । ହୁଳହୁଳି, ଘଣ୍ଟା ନାଦରେ ଅପରାହ୍ନ ୨ ଟାରେ ଆରମ୍ଭ ହୋଇଥିଲା ଠାକୁରମାନଙ୍କ ପହଣ୍ଡି ବିଜେ। ଯାତ୍ରା ଦେଖିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ତେବେ ସେବାୟତଙ୍କ ଦ୍ୱାରା ଠାକୁରମାନଙ୍କ ନୀତିକାନ୍ତିିରେ ଡେରି ଯୋଗୁ ଦେବୋତ୍ତର ବିଭାଗ ତରଫରୁ ପ୍ରକାଶିତ କାର୍ଯ୍ୟସୂଚୀଠାରୁ ଦେଢ ଘଣ୍ଟା ବିଳମ୍ବରେ ଅର୍ଥାତ୍‌ ସାଢେ ୫ଟାରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ପହଣ୍ଡି ବିଜେ ପରେ ରଣପୁର ରାଜା ଦିଲୀପ ଚନ୍ଦ୍ର ସିଂଦେଓ ମନ୍ତ୍ରୀ, ସେନାପତିଙ୍କ ସହିତ ରାଜ ଉଆସରୁ ପାଲିଙ୍କିରେ ଆସି ତିନି ରଥରେ ଛେରାପହଁରା କରିଥିଲେ । ଅପରାହ୍ନ ୪ଟାରେ ଛେରାପହଁରା ପରେ ୫ ଟାରେ ତାଳଧ୍ୱଜ ରଥର ଚାର ଖୋଲା ଯାଇ ମାଳ ଘୋଡା ଲାଗି ହୋଇଥିଲା । ପ୍ରଥମେ ବଡ ଠାକୁରଙ୍କ ତାଳଧ୍ୱଜ ରଥକୁ ଭକ୍ତମାନେ ଟାଣି ନେଇ ମାଉସୀ ମା’ ମନ୍ଦିର ନିକଟ ରଥ ଖଳାରେ ଲଗାଇଥିଲେ । ସନ୍ଧ୍ୟା ହୋଇଯିବାରୁ ପ୍ରଶାସନ ତରଫରୁ ରଥ ଟଣା କାର୍ଯ୍ୟ ବନ୍ଦ କରାଯାଇଥିଲା । ରାତିରେ ଠାକୁରମାନଙ୍କୁ ପହଣ୍ଡି ବିଜେ କରାଯାଇ ମାଉସୀ ମା’ ମନ୍ଦିରକୁ ବିଜେ କରାଯିବ। ଯାତ୍ରାବେଳେ ନୟାଗଡ଼ ଅତିରିକ୍ତ ଏସ୍‌ପି ଦିଲୀପ କୁମାର ସାହାଣୀ, ଇଟାମାଟି ଥାନା ଅଧିକାରୀ ଶରତ କୁମାର ପାତ୍ର, ରଣପୁର ଥାନା ଅଧିକାରୀ ବୈଦ୍ୟ ନାରାୟଣ ଭୋଇ ଆଇନଶୃଙ୍ଖଳା ତଦାରଖ କରିଥିଲେ। ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ପୂର୍ବତନ ସମବାୟ ମନ୍ତ୍ରୀ ସୁରମା ପାଢୀ, ପୂର୍ବତନ ବିଧାୟକ ରବି ନାରାୟଣ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ରଥ ଟାଣି ଥିଲେ । ପ୍ରତିବର୍ଷ ରଥ ଯାତ୍ରାରେ ରଥ କାର୍ଯ୍ୟରେ ନିୟୋଜିତ ସମସ୍ତ ମହାରଣା, ବଢେଇ, ସୁଆଁସିଆ ଆଦି ସେବକମାନଙ୍କୁ ଦେବୋତ୍ତର ବିଭାଗ ତରଫରୁ ଉପଢୌକନ ପ୍ରଦାନପୂର୍ବକ ସ୍ଥାନୀୟ ବିଧାୟକଙ୍କ ଦ୍ୱାରା ସମ୍ମାନିତ କରାଯାଏ । ପରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥାଏ । ତେବେ ଚଳିତ ବର୍ଷ ପରମ୍ପରା ଭାଙ୍ଗି ପୂର୍ବତନ ବିଧାୟିକା ସୁରମା ପାଢୀ ଓ ରବି ମହାପାତ୍ରଙ୍କୁ ରଥ ଉପରେ ଦେବୋତ୍ତର ବିଭାଗ ତରଫରୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ହେଲେ ରଣପୁରରେ ୫ ଥର ବିଧାୟକ, ମନ୍ତ୍ରୀ ଓ ବିରୋଧୀ ଦଳ ନେତା ଥିବା ରମାକାନ୍ତ ମିଶ୍ରଙ୍କୁ ନିମନ୍ତ୍ରଣ କିମ୍ବା ସମ୍ମାନିତ କରାଯାଇ ନ ଥିଲା। ଏ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାବ୍ୟତୀତ ଦେବୋତ୍ତର ବିଭାଗ ଓ ପୋଲିସ ବିଭାଗ ମଧ୍ୟରେ ସମନ୍ବୟ ଅଭାବ ପରିଲକ୍ଷିତ ହୋଇଥିତ୍ବା କେତେଜଣ ଅଭିଯେଗ କରିଥିଲେ। ଉଲ୍ଲେଖଯୋଗ୍ୟ ତାଳଧ୍ୱଜ ରଥ ମାଉସୀ ମା’ରଥ ଖଳାଠାରୁ କିଛି ଦୂରରେ ଅଟକି ରହିଥିଲା । କାରଣ କେହି ଜଣେ ରଥଖଳାରେ ଲକ୍‌ କରି କାର୍‌ଟିକୁ ରଖିଦେଇଥିଲେ। ତେବେ ପାର୍କିଂ କରିଥିବା ବ୍ୟକ୍ତି ଜଣଙ୍କର ସନ୍ଧାନ ନ ମିଳିବାରୁ କିଛି ଯୁବକ କାର୍‌ଟିକୁ ବାଧ୍ୟ ହୋଇ ଥାନାରେ ରଖି ଦେଇଥିଲେ। ଏଭଳି ଘଟଣା ସାଧାରଣରେ ହାସ୍ୟାଷ୍ପଦ ଓ ଅସନ୍ତୋଷ ସୃଷ୍ଟି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଭାବନୀୟ! ପିଲା ଚୋର ସନ୍ଦେହରେ ଫେଲୋଶିପ୍ କରିଥିବା ଯୁବତୀ-ସହଯୋଗୀଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ,

କଲ୍ୟାଣସିଂହପୁର, ୧୬।୬(ଦୀପକ କୁମାର ପରିଡା ): ରାୟଗଡ଼ାରୁ ଏକ ଅଭାବନୀୟ ଖବର ସାମ୍ନାକୁ ଆସିଛି, ଯେଉଁଠି ପିଲା ଚୋର ସନ୍ଦେହରେ ଫେଲୋଶିପ୍ ଜଣେ ଯୁବତୀ ଓ ତାଙ୍କ…

ବଢିପାରେ ସ୍କୁଲ ଛୁଟି ଅବଧି! ରାଜ୍ୟ ସରକାର ନେବେ ବଡ଼ ନିଷ୍ପତ୍ତି…

ଭୁବନେଶ୍ୱର,୧୬।୬: ମୌସୁମୀରେ ପ୍ରତିବନ୍ଧକ ସାଜୁଛି କି ଏଲ ନି ନୋ?  କେବଳ ରାଜ୍ୟ ନୁହେଁ ସାରା ଦେଶରେ ଏଭଳି ସ୍ଥିତି ।ଏବେ ବି ଦିନରେ ଖରା ଗରମ…

ରାତି ପାହିଲେ ଖୋଲିବ ସ୍କୁଲ, କାଳବୈଶାଖୀ ଯୋଗୁ ଉଡିଯାଇଛି ୩ ଶ୍ରେଣୀ ଗୃହ ଛପର; ଚିନ୍ତାରେ ବିଦ୍ୟାର୍ଥୀ

ତୁମୁଡିବନ୍ଧ, ୧୬।୬ (ଦିପକ କୁମାର ପରାସେଠ): କାଳବୈଶାଖୀର ସାଙ୍ଘାତିକ ପ୍ରଭାବ ଯୋଗୁ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ୟୁପି ସ୍କୁଲ)ର ଶିକ୍ଷାଦାନ…

ତିଖିରି ସରପଞ୍ଚ ଚାମେଲିଙ୍କୁ ମିଳିଲା ଜାମିନ୍‌, କୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ

କେନ୍ଦ୍ରାପଡ଼ା/ମହାକାଳପଡା, ୧୬।୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଛି। ପୋଲିସକୁ ଆକ୍ରମଣ କରିବା ଭଳି…

ଟ୍ରେସ୍‌ ମ୍ୟାପ୍‌ ପାଇଁ ଲାଞ୍ଚ ମାଗି ଫସିଗଲେ କୋସାଗୁଡ଼ା RI; ମାଡ଼ି ବସିଲା ଭିଜିଲାନ୍ସ, ଦୁଇ ସ୍ଥାନରେ ଚାଲିଛି…

କୋରାପୁଟ,୧୬।୬(ଅମିତାଭ ବେହେରା): କୋରାପୁଟ ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ବୋରିଗୁମ୍ମା ତହସିଲ ଅଧୀନ କୋସାଗୁଡ଼ା ଆର୍‌ଆଇ(RI) ସର୍କଲର ରେଭିନ୍ୟୁ ଇନ୍ସପେକ୍ଟର (ଆର୍‌ଆଇ)…

ଦ୍ରୁତ ଗତିରେ ଆସୁଥିଲେ, ମୁହାଁମୁହିଁ ପିଟି ହୋଇଗଲେ ଦୁଇ ବାଇକ୍‌; ଚାଲିଗଲା ୨ ଜୀବନ, ୩ ଜଣ…

ବଞ୍ଚୋ, ୧୬।୬(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ବଞ୍ଚୋ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦ୍ରୁତଗତିରେ ଆସୁଥିବା ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ…

ଓଡ଼ିଶା ଆସିବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ: ସୁରକ୍ଷା, ପ୍ରସ୍ତୁତିର ଉଚ୍ଚସ୍ତରୀୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୬: ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତି ଏବଂ…

ମୃତ୍ୟୁ ପୂର୍ବରୁ ମା’ଙ୍କୁ ହ୍ବାଟଆପ୍‌ରେ ଚାଟିଂ କରିଥିଲେ ଚନ୍ଦ୍ରିକା, କହି ଦେଇଥିଲେ ଏହି କଥା…

କଟକ,୧୬।୬: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ଡିଜିଟାଲ ତଥ୍ୟ ସଂଗ୍ରହ ହୋଇଛି। ଉଦଳା ସ୍ଥିତ ଚନ୍ଦ୍ରିକାଙ୍କ ଘରୁ ତଥ୍ୟ ସଂଗ୍ରହ କରାଯାଇଥିବା କଟକ ଡିସିପି ……

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri