Posted inରାଜ୍ୟ

ପରିଚାଳନା କମିଟି ହାତକୁ ଫେରିଲା ମାଛଧରା ବନ୍ଦର ଦାୟିତ୍ୱ

ପାରାଦୀପ,୫।୭(ସ୍ବ.ପ୍ର.): ରାଜ୍ୟରେ ଥିବା ୨୮ଟି ମାଛଧରା ବନ୍ଦର ମଧ୍ୟରୁ ୨ ବୃହତ ମାଛଧରା ବନ୍ଦର ପାରାଦୀପ ଓ ଧାମରାର ପରିଚାଳନା ଦାୟିତ୍ୱ ଗୁରୁବାର ପୁଣି ପରିଚାଳନା କମିଟି ପାଖକୁ ଫେରିଛି। ତେବେ ଅନ୍ୟ ୨୬ଟି ମାଛଧରା ବନ୍ଦର ଫିସ୍‌ଫେଡ୍‌ ଅଧୀନରେ ରହିବ। ପାରାଦୀପ ଓ ଧାମରା ମାଛଧରା ବନ୍ଦରକୁ ପୂର୍ବରୁ ଯେଉଁ କମିଟି ପରିଚାଳନା କରୁଥିଲା, ଏବେ ସେହି କମିଟି ପୂର୍ବବତ୍‌ ପରିଚାଳନା କରିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ବୁଧବାର ନିର୍ଦ୍ଦେଶ ଆସିଛି। ଉକ୍ତ ନିର୍ଦ୍ଦେଶ ପରେ ମତ୍ସ୍ୟ ବିଭାଗ ପକ୍ଷରୁ କରାଯାଇଥିବା ଚଠି ମିଳିଛି ବୋଲି ପାରାଦୀପ ଅତିରିକ୍ତ ମତ୍ସ୍ୟ ନିର୍ଦ୍ଦେଶକ ମାନସ ରଞ୍ଜନ ସାହୁ କହିଛନ୍ତି। ସୂଚନାଯୋଗ୍ୟ, ଉକ୍ତ ଦୁଇ ମାଛଧରା ବନ୍ଦରକୁ ମତ୍ସ୍ୟ ବିଭାଗ ଓ ଟ୍ରଲର ମାଲିକ ସଂଘ ପକ୍ଷରୁ ପରିଚାଳନା କମିଟି ଗଠନ କରାଯାଇ ପରିଚାଳନା କରାଯାଉଥିଲା। ବିଶେଷ କରି ପାରାଦୀପ ମାଛଧରା ବନ୍ଦର ୨୦୧୧ରେ ରାଜ୍ୟ ସରକାର ହାତକୁ ନେବା ପରେ ଏହି କମିଟି ଗଠନ କରିଥିଲେ। ଗତ ମାସ ୨୪ ତାରିଖରେ ସରକାର ରାଜ୍ୟର ସମସ୍ତ ମାଛଧରା ବନ୍ଦର ପରିଚାଳଚନା ଦାୟିତ୍ୱ ଫିସ୍‌ଫେଡ୍‌ (ଓଡ଼ିଶା ଫିସେରି କୋଅପରେଟିଭ୍‌ କର୍ପୋରେଶନ)କୁ ହସ୍ତାନ୍ତର କରିଥିଲେ। ଏ ସମ୍ପର୍କରେ ମତ୍ସ୍ୟଜୀବୀଙ୍କ ସହ ଆଲୋଚନା ହୋଇ ନ ଥିବାରୁ ଓମ୍ଫା ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରି କି ଗତ ବୁଧବାର ଫିସଫେଡ୍‌ର ରାଜ୍ୟ ଅଧ୍ୟକ୍ଷ ପି.ପ୍ରସାଦ ରାଓ ଡୋରା ପାରାଦୀପ ଓ ଧାମରା ମାଛଧରା ବନ୍ଦର ପାଇଁ କମିଟି ଗଠନ ଆବଶ୍ୟକ ବୋଲି ସରକାରଙ୍କ ପାଖରେ ଯୁକ୍ତି ରଖିଥିଲେ। ଏହା ପରେ ସରକାର ନୂଆ କମିଟି ଗଠନ ନ କରି ପୁରୁଣା କମିଟିକୁ ଦାୟିତ୍ୱ ପ୍ରଦାନ କରିବାକୁ କହିଥିଲେ ବୋଲି ଡୋରା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଏହି ୧୦ଦିନ ମଧ୍ୟରେ ପରିଚାଳନା କମିଟିର ବ୍ୟାଙ୍କ ଆକାଉଣ୍ଟଠାରୁ ଆରମ୍ଭ କରି ସବୁକିଛି ପରିବର୍ତ୍ତନ ହୋଇସାରିଥିଲା। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପୁଣି ସେସବୁ ପରିବର୍ତ୍ତନ କରାଯାଇଛି ବୋଲି ମତ୍ସ୍ୟ ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?