ଘୁଣ୍ଟିପଶି ଗ୍ରାମ୍ୟ ରାସ୍ତା ନିର୍ମାଣ ନିମ୍ନମାନର:ସୂଚନା ଫଳକରେ ଅସମ୍ପୂର୍ଣ୍ଣ ତଥ୍ୟ

ଝୁମ୍ପୁରା, ୩୦।୬(ଡି.ଏନ.ଏ.)-ଝୁମ୍ପୁରା ବ୍ଲକ ଅନ୍ତର୍ଗତ ନହବେଡା ପଞ୍ଚାୟତର ଜଙ୍ଗଲାଞ୍ଚଳରେ ଅବସ୍ଥିତ ଘୁଣ୍ଟିପଶି ଗ୍ରାମ। ନହବେଡା ଗ୍ରାମ ପଞ୍ଚାୟତର ୱାର୍ଡ ନଂ ୧୨ରେ ଏହି ଗ୍ରାମଟି ରହିଥିବା ବେଳେ ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ଲୋକ ବାସ କରନ୍ତି। ଚିର ଅବହେଳିତ ଏହି ଗ୍ରାମରେ ନାନବିଧ ସମସ୍ୟା ରହିଛି। ରାସ୍ତା, ପାନୀୟଜଳ, ବିଦ୍ୟୁତ, ସ୍ବାସ୍ଥ୍ୟସେବା ପାଇଁ ସବୁ ସମୟରେ ଏଠାକାର ବାସିନ୍ଦା ସବୁବେଳେ ହଇରାଣ ହେଉଛନ୍ତି। ଏନେଇ ମଧ୍ୟ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରି ଚାଲିଛନ୍ତି। ବାରମ୍ବାର ଅଭିଯୋଗ ପରେ ପାନୀୟ ଜଳର ଗୁଜୁରାଣ ମେଣ୍ଟାଇବା ପାଇଁ ୨ଟି ନଳକୂପ ଖୋଳାଯିବାର ରହିଥିବା ନହବେଡା ପଞ୍ଚୟତ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି।
ଅନ୍ୟ ପକ୍ଷରେ ଟେଣ୍ଡର କରାଯାଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଗ୍ରାମ୍ୟ ରାସ୍ତା ନିର୍ମାଣାଧୀନ ରହିଛି। ପୂର୍ତ୍ତ ବିଭାଗର ରାସ୍ତା ଠାରୁ ଘୁଣ୍ଟିପଶି ଗ୍ରାମକୁ ୨କି.ମି. ୪୦ମିଟର ସଂଯୋଗ ରାସ୍ତା ପାଇଁ ବ୍ୟୟ ବରାଦ ୭୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ରହିଥିବା ବେଳେ, ମରାମତି ପାଇଁ ରହିଛି ୫ଲକ୍ଷରୁ ଊର୍ଦ୍ଧ୍ୱ। ଯାହାକି ଅସମ୍ପୂର୍ଣ୍ଣ ଲେଖାଥିବା ସୂଚନା ଫଳକରୁ ଜଣାପଡିଛି। ତେବେ ପ୍ରଧାନ ମନ୍ତ୍ରୀ ସଡକ ଯୋଜନାରେ ରାସ୍ତା କାମ ନିର୍ମାଣାଧୀନ ରହିଥିବା ବେଳେ ନିମ୍ନମାନର ରାସ୍ତାକାମ, ପିଚୁର ପରିମାଣ କମ ଓ ଉଠିଯାଉଥିବା, ଏଷ୍ଟିମେଟ ଅନୁସାରେ କାମ ନ ହେବା ଆଦିକୁ ନେଇ ଗାଁ ଲୋକ ତାତି ଉଠିଛନ୍ତି। ଏ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଗ୍ରାମ୍ୟ ଉନ୍ନୟନ ବିଭାଗରେ ଅଭିଯୋଗ ହୋଇଛି। ରାସ୍ତା ଅବରୋଧ ପର୍ଯ୍ୟନ୍ତ କଥାଯାଇଛି। ଏହା ମଧ୍ୟରେ ଏକ ସପ୍ତାହରୁ ବେଶି ସମୟ ଚାଲିଗଲାଣି। ଗାଁ ଲୋକଙ୍କର ଅସନ୍ତୋଷ ଦେଖି ଟେଣ୍ଡର ନେଇଥିବା ଠିକାଦାର କାମ ବନ୍ଦ କରି ଦେଇଛି। ଏତେ ସବୁ ପରେ ମଧ୍ୟ ସମାଧାନ ହୋଇ ପାରୁନାହିଁ।
ଏ ସମ୍ପର୍କରେ ଝୁମ୍ପୁରାସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ବଳଭଦ୍ର ମାରାଣ୍ଡିଙ୍କୁ ପଚାରିବାରୁ ଲୋକଙ୍କର ଅଭିଯୋଗ ମିଳିବା ପରେ ମୁଁ ରାସ୍ତା ନିର୍ମାଣ ତଦାରଖ କରିଛି। ଏଷ୍ଟିମେଟ ଅନୁସାରେ କାମ ଚାଲିଛି। ରାସ୍ତା ଉପରେ ପିଚୁ କାମ ଯେପରି କରାଯିବା କଥା ସେହିପରି ହେଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଙ୍ଗମାନଙ୍କ ସହ ଗାଧୋଇବାବେଳେ ପାଣିରେ ବୁଡ଼ି ୨ ଜଣଙ୍କ ଜୀବନ ଗଲା

ନୀଳଗିରି,୧୦ା୬(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ରାଧାକିଶୋରପୁର ପଞ୍ଚାୟତ ସୋନ ନଦୀ ରଣିତ ଘାଟରେ ଘଟିଛି ଅଘଟଣ। ବୁଧବାର ମଧ୍ୟାହ୍ନରେ ଦୁଇ ସାଙ୍ଗ ଜାମୁକୋଳି…

ମର୍ମନ୍ତୁଦ ଦୁର୍ଘଟଣା: ବାପା-ଝିଅଙ୍କ ଉପରେ ମାଡ଼ିଗଲା ଟ୍ରକ, ଆଉ ତା’ପରେ…

ସୋର,୭।୬(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଉତ୍ତରେଶ୍ୱର ବସ୍‌ ଷ୍ଟପ୍‌ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ…

ନାବାଳିକାଙ୍କୁ ନେଇ ଚମ୍ପଟ ମାରିଲା ପ୍ରେମିକ, ପୁଅର କାରନାମା ପାଇଁ ଭିଟାମାଟି ଛାଡ଼ିଲେ ମାଆ-ବାପା

ଭୋଗରାଇ,୫।୬(ପ୍ରଦୀପ ଦାସ )ନାବାଳିକାଙ୍କୁ ନେଇ ଛୁ ମାରିଲେ ପ୍ରେମିକ । ପ୍ରେମିକା ଓ ପ୍ରେମିକଙ୍କ ପତ୍ତା ମିଳୁନଥିବାବେଳେ ପୋଲିସ ଓ ନାବାଳିକାଙ୍କ ପରିବାର ଭୟରେ ଆତ୍ମଗୋପନ କରିଛନ୍ତି…

ବାହା ବେଦୀରେ ବଦଳିଗଲା ବରଙ୍କ ମନ, ଅଧା ବାହାଘରରୁ ପ୍ରେମିକାଙ୍କୁ ଛାଡ଼ି ଚାଲିଆସିଲେ…

ବାଲେଶ୍ୱର,୪ା୬(ବାଞ୍ଛାନିଧି ଦେ): ୪ ବର୍ଷର ପ୍ରେମ ସମ୍ପର୍କ। ପ୍ରଥମେ କୋର୍ଟ ମ୍ୟାରେଜ୍‌। ତା’ପରେ ଚାଲିଥିଲା ମନ୍ଦିରରେ ବାହାଘର। ହେଲେ ବାହାବେଦୀରେ ବଦଳିଗଲା ବରଙ୍କ ମନ। ଅଧା ବାହାଘରରୁ…

ସଂଘବଦ୍ଧ ଆକ୍ରମଣ କଲେ ସମ୍ପର୍କୀୟ, ବ୍ୟକ୍ତି ଗୁରୁତର

ସିମୁଳିଆ,୨।୬(ସନ୍ତୋଷ କୁମାର ନାୟକ): ଜମିବାଡ଼ି ସଂକ୍ରାନ୍ତିୟ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମଙ୍ଗଳବାର ବାଲେଶ୍ୱର ଜିଲା ସିମୁଳିଆ ଥାନା କ୍ଷୀରକୋଣା ମଳିକସାହି ଅଞ୍ଚଳର ଲକ୍ଷ୍ମୀଧର ଦାସ (୪୫) ନାମକ…

ଟ୍ରେନ ଉପରେ ପଡ଼ିଲା କ୍ରେନ୍‌

ବାଲେଶ୍ୱର/ନୀଳଗିରି,୨୮।୫(ବାଞ୍ଛାନିଧି ଦେ/ପ୍ରଶାନ୍ତ ବିଶ୍ୱାଳ): ନୀଳଗିରି-ଗୋପୀନାଥପୁର ରେଲ ଷ୍ଟେଶନରେ ଏକ ଅଘଟଣ ଘଟିଛି। ଅନ୍‌ ଲୋଡିଂ ବେଳେ କ୍ରେନ୍‌ ଭାଙ୍ଗି ୨ଟି ମାଲବାହୀ ଟ୍ରେନ ଉପରେ ପଡ଼ିଥିଲା। ଫଳରେ…

ଓଲଟିଲା ଲୁଣ ବୋଝେଇ ଇଞ୍ଜିନ ରିକ୍ସା, ଖାଲାସୀ ମୃତ

ଭୋଗରାଇ,୨୮।୫( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା – ବାଲିଆପାଳ ରାସ୍ତା ଜଳଧା ଗ୍ରାମ ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି…

ଭାଇ-ଭାଇ ବିବାଦ ଯୋଗୁଁ ମା’ର କଲେନି ଅନ୍ତିମସଂସ୍କାର, ପୋଲିସ ଆସି କାନ୍ଧେଇଲା ଶବ

ବାଲେଶ୍ୱର,୨୭ା୫( ବାଞ୍ଛାନିଧି ଦେ): ଦୁଇ ପୁଅ ମଧ୍ଯରେ ବିବାଦ ପାଇଁ ବଳି ପଡିଲେ ମା’ । ଏମିତି କି ମା’ର ଶବସତ୍କାର କଲେନି ଦୁଇ ପୁଅ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri