ଘରଭଙ୍ଗା ସହାୟତାକୁ ନେଇ ଅଭିନବ ଧାରଣା: ବ୍ଲକ ସମ୍ମୁଖରେ ରୋଷେଇ କରି ଖାଇଲେ କ୍ଷତିଗ୍ରସ୍ତ

ପୁରୀ ଅଫିସ, ୩।୧୧: ବାତ୍ୟା ଫନୀକୁ ୬ ମାସ ପୂରିଛି। ହେଲେ ଏବେ ବି ଅନେକ କ୍ଷତିଗ୍ରସ୍ତଙ୍କୁ ଘରଭଙ୍ଗା ସହାୟତା ମିଳିପାରିନାହିଁ। ତଦନ୍ତରେ ବ୍ୟାପକ ଅନିୟମିତତା ନେଇ କ୍ଷତିଗ୍ରସ୍ତମାନେ ଅଭିଯୋଗ କରୁଥିବାବେଳେ ପ୍ରଶାସନ କୌଣସି ପଦକ୍ଷେପ ନେଉନି। ଏହାର ପ୍ରତିବାଦରେ ଶନିବାର ପୁରୀ ସଦର ବ୍ଲକ ସମ୍ମୁଖରେ କ୍ଷତିଗ୍ରସ୍ତମାନେ ଅଭିନବ ଉପାୟରେ ଧାରଣା ଦେଇଥିଲେ। ଜମାରସୁଅଁା ପଞ୍ଚାୟତର ବାଇଲିବାଟି ଓ ପାତ୍ରପଡ଼ାର ୧୨ ପରିବାରର ସଦସ୍ୟ ବ୍ଲକ ଅଫିସ୍‌ ସମ୍ମୁଖରେ ରୋଷେଇ କରି ଖାଇଥିଲେ। ବିଡିଓ ଟେଲିଫୋନରେ ଆସନ୍ତା ସୋମବାର ତାଙ୍କୁ ଦେଖା କରିବାକୁ କହିବାରୁ କ୍ଷତିଗ୍ରସ୍ତମାନେ ଧାରଣାରୁ ଓହରି ଯାଇଥିଲେ। ଫନୀ ପରେ କେତେକ ପରିବାର ଅସଜଡ଼ା ଘରେ ତ ଆଉ କିଏ ପଲିଥିନ ତଳେ ପିଲାଛୁଆଙ୍କୁ ଧରି ଦିନ କାଟୁଛନ୍ତି। ଏହାକୁ ନେଇ କ୍ଷତିଗ୍ରସ୍ତଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି। ଏ ସମ୍ପର୍କରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ୩/୪ ହଜାର ଅଭିଯୋଗ କରାଯାଉଛି। ତଥାପି କୌଣସି ସମାଧାନ ପନ୍ଥା ବାହାରି ପାରୁନାହିଁ। ଶନିବାର ବ୍ଲକ ସମ୍ମୁଖରେ ଧାରଣା ଦେଇଥିବା ପ୍ରତାପ କୁମାର ମହାନ୍ତି କହିଛନ୍ତି, ଫନୀ ବାତ୍ୟାରେ ଆମ ୩ ବଖରା ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। କିନ୍ତୁ ଏ ପର୍ଯ୍ୟନ୍ତ ଘରଭଙ୍ଗା ସହାୟତା ମିଳିନାହିଁ। ଆଂଶିକ କ୍ଷତିଗ୍ରସ୍ତ ବୋଲି ତାଲିକା କରାଯାଇଛି। କ୍ଷୟକ୍ଷତି ଆକଳନରେ ଅନିୟମିତତା ହୋଇଛି। ସହାୟତା ପାଇଁ ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରିଛୁ, ହେଲେ କୌଣସି ସୁଫଳ ନ ପାଇ ହତାଶ ହେବା ପରେ ସଦର ବିଡିଓଙ୍କୁ ଦେଖା କରିବାକୁ ଆସିଥିଲୁ। ବିଡିଓଙ୍କ ସହିତ ସାକ୍ଷାତ୍‌ ନ ହେବାରୁ ଧାରଣାରେ ବସିଥିଲୁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

ବାରବାଟୀରେ ଘଣ୍ଟି ବଜାଇ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଟକ,୯ା୧୨: କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କ କ୍ୱାର୍ଟର୍ସ ନବୀକରଣରେ ପାଇଁ ଏତିକି କୋଟି ଟଙ୍କା ଖର୍ଚ୍ଚ କଲେଣି ସରକାର

ଭୁବନେଶ୍ୱର,୯ା୧୨: ନୂତନ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କର ସରକାରୀ କ୍ୱାର୍ଟର୍ସ ମରାମତି ଓ ନବୀକରଣ ବାବଦରେ ମୋଟ ୩.୩୯ କୋଟି ଟଙ୍କା ବ୍ୟୟ...

ବାରବାଟୀ ବ୍ୟାଟଲ୍‌: ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା, ଏବେ କରିବ…

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri