ଘରତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି

ବାରଙ୍ଗ,୨୭ା୨(ଡି.ଏନ.ଏ.): ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁର ଗ୍ରାମମୁଣ୍ଡରେ ଥିବା ସିଏସ୍‌ଏସ୍‌ ହୋମ ଆପାର୍ଟମେଣ୍ଟର ୩୦୧ରୁମରୁ ମଙ୍ଗଳବାର ରାତିରେ ଘରର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିବା ବୁଧବାର ଥାନାରେ ଅଭିଯୋଗ ହୋଇଛି। ଚୋରମାନେ ଘରୁ ୧୦୦ ଗ୍ରାମର ସୁନା, ବିଦେଶୀମୁଦ୍ରା ସହ ନଗଦ ୧ଲକ୍ଷ ୨୫ହଜାରେ ଟଙ୍କା ଲୁଟି ନେଇଯାଇଛନ୍ତି। ସୂଚନାଯୋଗ୍ୟ, ଏହି ଆପାର୍ଟମେଣ୍ଟର ୩୦୧ ରୁମରେ ରହୁନ୍ତି ବରିଷ୍ଠ ନାଗରିକ ମୋହନ ପ୍ରସାଦ ଠାକୁର ଓ ତାଙ୍କ ସ୍ତ୍ରୀ ମଞ୍ଜୁ ଠାକୁର। ଗତ ପାଞ୍ଚଦିନ ହେବ ଭୁବନେଶ୍ୱରସ୍ଥିତ ଟଙ୍କପାଣି ରୋଡରେ ରହୁଥିବା ପୁଅ ପୁଷ୍ପକ ପାଖକୁ ଏହି ଦମ୍ପତି ଯାଇଥିଲେ। ଏହି ସୁଯୋଗରେ ଚୋରମାନେ ମଙ୍ଗଳବାର ଘରର ତାଲା ଭାଙ୍ଗି ବହୁ ସାମଗ୍ରୀ ଚୋରି କରି ନେଇଥିଲେ। ଏ ନେଇ ବୁଧବାର ସକାଳେ ତାଙ୍କ ପଡ଼ୋଶୀ ଏହା ଜାଣିବା ପରେ ଫୋନ ଯୋଗେ ଦମ୍ପତିଙ୍କୁ ଜଣାଇଥିଲେ। ଖବରପାଇ ଦମ୍ପତି ରୁମକୁ ଆସିବାପରେ ଭିତରେ ସବୁକିଛି ଏଣେତେଣେ ପଡିବା ସହ ଆଲମିରା ଭଙ୍ଗାଯାଇ କାନର, ସୁନା, ମୁଦି ସମେତ ୧୦୦ଗ୍ରାମର ସୁନା ଅଳଙ୍କାର ଓ କେତେକ ବିଦେଶୀ ଟଙ୍କା ସହ ନଗଦ ୧ଲକ୍ଷ ୨୫ହଜାର ଟଙ୍କା ନ ଥିବାର ଜାଣିଥିଲେ। ଏ ବିଷୟରେ ପୁଅକୁ ଜଣାଇବା ପରେ ପୁଅ ଆସି ଥାନାରେ ଅଭିଯୋଗ କରିଥିଲେ। ଝିଅ ଅଷ୍ଟ୍ରେଲିଆରେ ରହୁଥିବାବେଳେ ସେ କିଛି ଦେଇଥିବା ବିଦେଶୀ ଟଙ୍କା କେତେପରିମାଣର ଚୋରି ହୋଇଛି ଏବେ କହିପାରିବୁ ନାହିଁ ବୋଲି ମଞ୍ଜୁ ଠାକୁର କହିଛନ୍ତି। ଅପରପକ୍ଷେ ଅଭିଯୋଗକୁ ଭିତ୍ତି କରି ପୋଲିସ ନଂ.୧୫/୨୦ରେ ଏକ ମାମଲା ରୁଜୁକରି ସାଇଣ୍ଟଫିକ ଟିମ ସହ ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତ ବେଳେ ରୁମରେ ଲାଗିଥିବା ସିସିଟିଭି ଖରାପ ଥିବାର ପୋଲିସ ଜାଣିବାକୁ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଦେବ ବିଜୁ ସ୍ବାଭିମାନ ମଞ୍ଚ କୋଲନରାରେ ଭାସ୍କର ରାଓଙ୍କ ଶକ୍ତି ପ୍ରଦର୍ଶନ

ଗୁଣପୁର,୩୦॥୫(ସୁଜାତା ପାଢ଼ୀ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ଟାଣୁଆ ନେତା ତଥା ପୂର୍ବତନ ରାଜ୍ୟ ସଭା ସଭ୍ୟ ଏନ୍‌.ଭାସ୍କର ରାଓ। ରାୟଗଡା…

ଘରେ ଏକାକୀ ଥିଲେ ମହିଳା, ଛୁରି ଦେଖାଇ ବଳାତ୍କାର କଲେ ଯୁବକ, ଆଉ ତା’ ପରେ…

ହିଞ୍ଜିଳିକାଟୁ,୩୦ା୫(ଦ୍ୱିତୀକୃଷ୍ଣ ପଣ୍ଡା): ଘରେ ଏକାକୀ ଥିବା ଜଣେ ବିବାହିତା ମହିଳାଙ୍କୁ ଛୁରି ଦେଖାଇ ହତ୍ୟା ଧମକ ଦେଇ ବଳାତ୍କାର କରିଥିବା ଅଭିଯୋଗରେ ହିଞ୍ଜିଳି ପୋଲିସ ଜଣେ ଯୁବକଙ୍କୁ…

IPL ଇତିହାସରେ ଏମିତି କାରନାମା କରିବାରେ ପ୍ରଥମ ଖେଳାଳି ହେଲେ ଶୁବମନ ଗିଲ

ନୂଆଦିଲ୍ଲୀ,୩୦।୫: ଗୁଜରାଟ ଟାଇଟାନ୍ସ କ୍ୱାଲିଫାୟର ୨ରେ ରାଜସ୍ଥାନ ରୟାଲ୍ସକୁ ୭ ଉଇକେଟରେ ପରାସ୍ତ କରି ଆଇପିଏଲ ୨୦୨୬ ଫାଇନାଲରେ ସ୍ଥାନ ପକ୍କା କରିଛି। କ୍ୱାଲିଫାୟର ୨ ମ୍ୟାଚ୍‌ରେ…

ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେଇ କାର ଚାଳକ ଗୁରୁତର

ନନ୍ଦପୁର/ପାଡୁଆ,୩୦ା୫ (ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର-ହାଣ୍ଡିପୁଟ ସଂଯୋଗୀ ଏମ୍‌ଡିଆର ୫୫ ରାସ୍ତାର ଭେଜା ରେଳ ଷ୍ଟେଶନ ନିକଟ ରାସ୍ତାରେ ଏକ ବିଦ୍ୟୁତ୍‌ ଖୁଣ୍ଟକୁ…

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ରାଜ୍ୟରୁ ହଟାଇବା ପାଇଁ ଦୃଢ଼ ପଦକ୍ଷେପ: ସମୁଦ୍ର ପଥ ଦେଇ ମହାକାଳପଡ଼ା ବ୍ଲକ୍‌କୁ…

ମହାକାଳପଡ଼ା,୩୦ା୫ (ପ୍ରତାପ ଚନ୍ଦ୍ର ସ୍ବାଇଁ): ପଶ୍ଚିମବଙ୍ଗର ନୂତନ ସରକାର ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ରାଜ୍ୟରୁ ହଟାଇବା ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ଫଳରେ ଦୀର୍ଘ…

ବିରଳ ଅସ୍ତ୍ରୋପଚାର: ୭ ମାସ ଶିଶୁ ଗିଳିଥିଲା କ୍ଲଚର, ତଣ୍ଟିରୁ ବାହାରକଲେ…

କୋରାପୁଟ,୩୦ା୫(ଅମିତାଭ ବେହେରା):କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଜଣେ ୭ ମାସର ଶିଶୁଙ୍କ ଅସ୍ତ୍ରୋପଚାର କରାଯାଇ ତାଙ୍କ ତଣ୍ଟିରୁ ଏକ ମୁଣ୍ଡ କ୍ଲିପ୍‌…

ବରଗଡ଼ରେ ଆରମ୍ଭ ହେଲା SIR କାର୍ଯ୍ୟକ୍ରମ, ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟରେ…

ବରଗଡ଼,୩୦ା୫(ପ୍ରେମାନନ୍ଦ ଖମାରୀ): ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁସାରେ ଓଡ଼ିଶାର ସମସ୍ତ ଯୋଗ୍ୟ ଭୋଟରଙ୍କ ନାମକୁ ଭୋଟର ତାଲିକାରେ ସାମିଲ କରିବା ଏବଂ ଅଯୋଗ୍ୟ ବ୍ୟକ୍ତିଙ୍କୁ ଭୋଟର ତାଲିକାରୁ…

କାଳବୈଶାଖୀରେ ଚଉମୁହାଣି ଫେରିଘାଟ ଦିଗହରା: ଚାଳକଙ୍କ ସାହସିକତା ଯୋଗୁ ଯାତ୍ରୀ…

ମହାକାଳପଡ଼ା,୩୦ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ବରକନ୍ଧା ପଞ୍ଚାୟତ ସଂଲଗ୍ନ ମହାନଦୀ ଅପର ପାର୍ଶ୍ୱରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ଝଡ଼ ପଶ୍ଚିମ ଉତ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri