ମନ ମୋହିଲା ନାଟକ ରଙ୍ଗ ବଦଳେ

ପୁରୀ ଅଫିସ,୨୭ା୨: ପରିବର୍ତ୍ତିତ ସମାଜରେ ସମୟାନୁସାରେ ସବୁ କିଛି ବଦଳିଥାଏ। କିଏ ନିଜର ସ୍ବାର୍ଥ ଲାଗି ତ ଆଉ କିଏ ପରିବାର ଏବଂ କିଏ ସାମୂହିକ ଦୃଷ୍ଟିରୁ ପରିବର୍ତ୍ତିତ ହୋଇଥାନ୍ତି। ବିଭିନ୍ନ ସମୟରେ ମନୁଷ୍ୟ ନିଜର ରଙ୍ଗ ବଦଳାଇଥାଏ। ବୁଧବାର ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ପରିସରରେ ଅନ୍ନପୂର୍ଣ୍ଣ ଥିଏଟର ଏ ଗ୍ରୁପର କଳାକାରମାନଙ୍କ ଦ୍ୱାରା ପରିବେଷିତ ନାଟକ ଥିଲା ରଙ୍ଗ ବଦଳେ। ଦୀର୍ଘଦିନର ନୀରବତା ପରେ ଏ ଗ୍ରୁପର ବର୍ଷୀୟାନ କଳାକାରଙ୍କୁ ନେଇ ପରିବେଷିତ ଏହି ନାଟକରେ ସମାଜର ବାସ୍ତବତା ପ୍ରତିଫଳନ ହୋଇଥିଲା। ଜୀବନରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଆଶା ଥାଏ, ଦିନେ ନା ଦିନେ ସେମାନଙ୍କ ଭାଗ୍ୟ ପରିବର୍ତ୍ତନ ହେବ। ଦାରିଦ୍ର୍ୟ ତଳେ ନିଷ୍ପେଶିତ, ଅବହେଳିତ, ଲାଞ୍ଚତ୍ତ ପରିବାର ମଧ୍ୟ ଉପରକୁ ଉଠିବାକୁ ଚେଷ୍ଟା କରନ୍ତି। ବ୍ୟସ୍ତବହୁଳ ଜୀବନରେ ପ୍ରତ୍ୟେକ ମଣିଷ ନିଜ କାର୍ଯ୍ୟରେ ବ୍ୟସ୍ତ ରହିଥାଏ। ସମାଜରେ କିଏ ଗରିବ, ତ କିଏ ଧନୀ ବ୍ୟକ୍ତି ରହିଛନ୍ତି। ତ ପୁଣି କିଏ ରାସ୍ତାକଡ଼ରେ ନିଜର ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି। ତେବେ ସମସ୍ତେ ସମୟାନୁସାରେ କିପରି ନିଜ ରଙ୍ଗ ପରିବର୍ତ୍ତନ କରିଥାନ୍ତି କଳାକାରମାନେ ଅତି ନିଖୁଣ ଭାବେ ପରିବେଷଣ କରିଥିଲେ। ବିଭିନ୍ନ ଭୂମିକାରେ ଲକ୍ଷ୍ମୀଧର ମଲ୍ଲିକ, ଲକ୍ଷ୍ମୀପ୍ରିୟା ମିଶ୍ର, ମନୋରମା ମହାନ୍ତି, ରାନି ମଲ୍ଲିକ, କାଳୁଚରଣ ଦାଶ, ନିରଞ୍ଜନ ସାମନ୍ତରାଏ, ବିକାଶ ଦତ୍ତ, ସ୍ନେହଲତା ସାମଲ, ରାମକୃଷ୍ଣ ମହାପାତ୍ର, ବିରଞ୍ଚତ୍ ଜଗଦ୍ଦେବ, ଅହଲ୍ୟା ପଟ୍ଟନାୟକ, ରୁପଲତା ମହାନ୍ତି, କାମେଶ୍ୱର ମିଶ୍ର, ସ୍ବପ୍ନା ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରିଛନ୍ତି। ଏହି ନାଟକରେ ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଉଦ୍‌ଘାଟକ, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ ମୁଖ୍ୟଅତିଥି, ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଅନୁଷ୍ଠାନର କାର୍ଯ୍ୟକାରୀ ଅଧ୍ୟକ୍ଷ ଚକ୍ରଧର ମହାପାତ୍ର, ସାଧାରଣ ସମ୍ପାଦକ ପ୍ରସନ୍ନ ମିଶ୍ର, ଗୋବିନ୍ଦ ଚନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ମଞ୍ଚ ନାଟକ ତଥା ଚଳଚ୍ଚିତ୍ର ଅଭିନେତା ସମୀର ଶତପଥୀ ଓ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri