‘ଗ୍ୟାପ୍‌ ଇଙ୍କ୍‌’ ସିଇଓ

ବ୍ୟକ୍ତିତ୍ୱ/ ଜିତେନ୍ଦ୍ର କୁମାର ନାୟକ
ପୁ ରୁଷ, ମହିଳା ଓ ଶିଶୁମାନଙ୍କ ପାଇଁ ପୋଷାକ ପରିଚ୍ଛଦ ଓ ବ୍ୟକ୍ତିଗତ ଆବଶ୍ୟକତା ମେଣ୍ଟାଇବା ସକାଶେ ଖୁଚୁରା ପଦାର୍ଥ ଯୋଗାଉଥିବା କମ୍ପାନୀ ବିଷୟରେ ଆଲୋଚନା କଲା ବେଳେ ବିଶ୍ୱ ସ୍ତରରେ ଆଗଧାଡ଼ିରେ ଆସୁଥିବା କମ୍ପାନୀ ମଧ୍ୟରେ ଗ୍ୟାପ୍‌ ଇଙ୍କ୍‌ ଅନ୍ୟତମ। ବିଶ୍ୱର ୯୦ ରାଷ୍ଟ୍ରରେ ଏହି କମ୍ପାନୀ ଦ୍ୱାରା ମାନ୍ୟତା ପାଇଥିବା ଷ୍ଟୋର୍‌ଗୁଡ଼ିକ ସାମଗ୍ରୀ ବିକ୍ରି କରିବାର ସୁଯୋଗ ପାଉଛନ୍ତି। ଇ-କମର୍ସ ସାଇଟ୍‌ ମାଧ୍ୟମରେ ଏହାର ପଦାର୍ଥମାନ ବିକ୍ରି ହେବାରେ ଲାଗିଛି। ଏଭଳି ଏକ ନାମକରା କମ୍ପାନୀର ସଭାପତି ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ଭାରତୀୟ-ଆମେରିକୀୟ ସୋନିଆ ସିଙ୍ଗଲ ନିଯୁକ୍ତି ପାଇବା ପରେ ଏବେ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାର ବଳୟକୁ ଆସିଛି। ପେପ୍‌ସିକୋ ମୁଖ୍ୟ ଭାବେ ୨୦୧୮ରେ ପଦବୀ ପରିତ୍ୟାଗ କରିଥିବା ଇନ୍ଦ୍ରା ନୁଇଙ୍କ ପରେ ଏକ ଫର୍ଚୁନ୍‌-୫୦୦ କମ୍ପାନୀର ଭାରତୀୟ-ଆମେରିକୀୟ ମହିଳା ସିଇଓ ହେବାରେ ସୋନିଆ ଗୌରବ ଅର୍ଜନ କରିଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସର ଅବ୍ୟବହିତ ପୂର୍ବରୁ ସୋନିଆଙ୍କୁ ଏଭଳି ପଦବୀ ମିଳିବା ଭାରତୀୟ ମହିଳାଙ୍କୁ ଉତ୍ସାହିତ କରିବା ସ୍ବାଭାବିକ।
ଭାରତୀୟ ଦମ୍ପତି ସୁଷମା ଓ ସତ୍ୟ ସିଙ୍ଗଲଙ୍କ କନ୍ୟା ସୋନିଆ ଭାରତରେ ଜନ୍ମଗ୍ରହଣ କରିଥିଲେ। ପରିବାର କାନାଡ଼ାକୁ ଯିବା ପରେ ସୋନିଆଙ୍କ ଗଠନାତ୍ମକ ବର୍ଷଗୁଡ଼ିକ ସେହିଠାରେ ହିଁ କଟିଥିଲା। ଏହା ପରେ ସୋନିଆ ଆମେରିକା ଚାଲିଯାଇଥିଲେ। ୧୯୯୩ରେ କେଟେରିଂ ବିଶ୍ୱବିଦ୍ୟାଳୟରୁ ମେକାନିକାଲ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ଅର୍ଜନ କରିବା ପରେ ସେ ୧୯୯୫ରେ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟରୁ ମାନୁଫାକ୍‌ଚରିଂ ସିଷ୍ଟମ୍ସ ଇଞ୍ଜିନିୟରିଂରେ ସ୍ନାତକୋତ୍ତର କରିଥିଲେ। ଫର୍ଚୁନ୍‌ ୫୦୦ କମ୍ପାନୀରୁ ତାଙ୍କ କ୍ୟାରିୟର ଆରମ୍ଭ ହୋଇଥିଲା। ସେଥିମଧ୍ୟରୁ ସେ ୧୦ ବର୍ଷ ସନ୍‌ ମାଇକ୍ରୋସିଷ୍ଟମ୍‌ ଓ ୬ ବର୍ଷ ଫୋର୍ଡ ମୋଟର କମ୍ପାନୀରେ ବିତାଇଥିଲେ। ଏହି ବୃହତ୍‌ କମ୍ପାନୀରେ ଦୀର୍ଘବର୍ଷ କାର୍ଯ୍ୟ କରିବା ଭିତରେ ସେ ବହୁ ଅଭିଜ୍ଞତା ଅର୍ଜନ କରିଥିଲେ। ଏହା ପରେ ସେ ବିଶ୍ୱର ଅନ୍ୟତମ ଯୋଗାଣ ଶୃଙ୍ଖଳ ଗ୍ୟାପ୍‌ ଇଙ୍କ୍‌ରେ ଯୋଗ ଦେଇଥିଲେ। ସେଥିରେ ସେ ଗ୍ୟାପ୍‌ ଇଙ୍କ୍‌ ୟୁରୋପର ପରିଚାଳନା ନିର୍ଦ୍ଦେଶକ ହୋଇଥିଲେ। ତାଙ୍କ ନେତୃତ୍ୱରେ ୨୦୧୬ରୁ ୨୦୧୮ ଯାଏ କମ୍ପାନୀ ବହୁବିଧ କ୍ଷେତ୍ରରେ ଉନ୍ନତି ଲାଭ କରିଥିଲା। ଏପରି କି ଆମେରିକା, କାନାଡ଼ା ଓ ମେକ୍ସିକୋର ୧,୨୦୦ ଷ୍ଟୋର୍‌ରେ କମ୍ପାନୀର ସାମଗ୍ରୀ ଖୁବ୍‌ ବେପାର କରିଥିଲା। ଏଥିସହିତ ଗ୍ୟାପ୍‌ ଇଙ୍କ୍‌ ଆମେରିକାରେ ସର୍ବାଧିକ ବୈଶିଷ୍ଟ ବହନ କରୁଥିବା ଖୁଚୁରା ଯୋଗାଣ ଶୃଙ୍ଖଳ ହୋଇପାରିଥିଲା। ସୋନିଆଙ୍କ ଏକନିଷ୍ଠ କାର୍ଯ୍ୟ ଓ ଟିମ୍‌ର ନେତୃତ୍ୱ ନେବାର କଳା ତାଙ୍କୁ ଉପରକୁ ଉଠିବାରେ ସାହାଯ୍ୟ କରିଥିଲା। ୧,୩୫,୦୦୦ରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କୁ ନେଇ ବିଶ୍ୱବ୍ୟାପୀ ଚାଲୁଥିବା ଷ୍ଟୋରଗୁଡ଼ିକକୁ ପରିଚାଳନା ଲାଗି ଯେଉଁ ବ୍ୟାବସାୟିକ ଦକ୍ଷତା ଲୋଡ଼ା ପଡ଼ୁଥିଲା, ତାହାକୁ ସୋନିଆ ନିଜର ସୂକ୍ଷ୍ମ ବୁଦ୍ଧି ବଳରେ ଆଗେଇ ନେଇପାରିଥିବାରୁ ସେ ସର୍ବୋଚ୍ଚ ପଦବୀରେ ବସିପାରିଛନ୍ତି ବୋଲି କୁହାଯାଉଛି।
କେବଳ ବ୍ୟବସାୟ ଜଗତ ନୁହେଁ, ଲୋକଙ୍କୁ ସେବା କରିବା ଲାଗି ଯେତେବେଳେ ଯେଉଁଠାରେ ଆବଶ୍ୟକ ପଡ଼ିଛି, ସୋନିଆ ନିଜକୁ ସେଥିରେ ସାମିଲ କରିଛନ୍ତି। ଫିଲାନ୍‌ଥ୍ରୋପି ବା ମାନବପ୍ରେମ ସୃଷ୍ଟି କଲା ଭଳି ସେବାରେ ସେ ନିୟୋଜିତ କରିବାକୁ ଯାଇ ଗ୍ୟାପ୍‌ ଫାଉଣ୍ଡେଶନ ବୋର୍ଡ ଅଫ୍‌ ଟ୍ରଷ୍ଟିଜ୍‌ ଏବଂ ବୋର୍ଡ ଅଫ୍‌ ଗଭର୍ନର୍ସ ଫର୍‌ ବୟେଜ୍‌ ଆଣ୍ଡ୍‌ ଗାର୍ଲସ କ୍ଲବ୍‌ ଅଫ୍‌ ଆମେରିକାରେ କାର୍ଯ୍ୟ କରିବାକୁ ପସନ୍ଦ କରିଛନ୍ତି। ସାନ୍‌ଫ୍ରାନ୍‌ସିସ୍‌କୋ ବିଜନେସ୍‌ ଟାଇମ୍ସ ପକ୍ଷରୁ କର୍ପୋରେଟ୍‌ ଜଗତ ଓ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ତାଙ୍କୁ ୨୦୧୮ରେ ‘ଦି ୫୦ ମୋଷ୍ଟ୍‌ ପାଓ୍ବାରଫୁଲ୍‌ ମମ୍‌ ଅଫ୍‌ ୨୦୧୮’ ଏବଂ ‘ମୋଷ୍ଟ୍‌ ଇନ୍‌ଫ୍ଲୁଏନ୍‌ସିଆଲ ଓ୍ବେମେନ୍‌ ଇନ୍‌ ବିଜନେସ୍‌ ଅଫ୍‌ ୨୦୧୮’ରେ ମଧ୍ୟ ସମ୍ମାନିତ କରାଯାଇଛି। ସୋନିଆଙ୍କ ବ୍ୟକ୍ତିଗତ ଜୀବନ କହିଲେ ସ୍ବାମୀ ଜୋ ମକ୍‌ଗ୍ରାଥ୍‌ ଏବଂ ଦୁଇ ସନ୍ତାନକୁ ନେଇ ତାଙ୍କ ସଂସାର।


Enter your email to get our daily news in your inbox.

All Right Reserved By Dharitri.Com

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

ବିଷାକ୍ତ ହସ

ଟ୍ରାଫିକ ଛକର ଲାଲବତୀ ସେଦିନ ବାଧ୍ୟ କରିଥିଲା ଦଣ୍ଡେ ଅଟକିଯିବାକୁ। ଇତ୍ୟବସରରେ ହଠାତ୍‌ ଦୃଷ୍ଟିବଦ୍ଧ ହେଲା ଏକ ବିଷମ ବାକ୍ୟ ଉପରେ, ‘ସୁନ୍ଦରୀ ଝିଅଙ୍କ ହସ, ତମ୍ପ…

ସଚ୍ଚୋଟତା: ଏକ ସ୍ବତଃସ୍ଫୂର୍ତ୍ତ ଅଭିବ୍ୟକ୍ତି

ଆଜିର ଦୁନିଆରେ ଅସାଧୁ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ସଚ୍ଚୋଟ ବା ସାଧୁ ବ୍ୟକ୍ତିଙ୍କ ସଂଖ୍ୟା କମ୍‌ ହେଲେ ମଧ୍ୟ ସେମାନେ ଅଛନ୍ତି ବୋଲି ସଂସାର ଚାଲିଛି।…

ନଗଦକୁ ଫେର

ନଗଦ ଅର୍ଥ କାରବାର ପୁରୁଣାକାଳିଆ ଦେଣନେଣ ବ୍ୟବସ୍ଥା ବୋଲି ଅଭିହିତ କରି ଭାରତ ସରକାର ଡିଜିଟାଲ ପେମେଣ୍ଟକୁ ତ୍ୱରାନ୍ବିତ କରିବା ଲାଗି ଦଶନ୍ଧି ଧରି ଜନସାଧାରଣଙ୍କୁ ଉତ୍ସାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri