Posted inଖେଳ

ଗୋକୁଳମ୍‌ କେରଳ ଜିତିଲା ଡୁରାଣ୍ଡ୍‌ କପ୍‌

କୋଲକାତା, ୨୫।୮ (ପି.ଟି.)- ଟାଇଟଲ୍‌ ଫେଭରାଇଟ୍‌ ମୋହନ ବାଗାନକୁ ପରାସ୍ତ କରି ଗୋକୁଳମ୍‌ କେରଳ ଏଫ୍‌ସି ସମ୍ମାନଜନକ ଡୁରାଣ୍ଡ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ୧୨୯ତମ ସଂସ୍କରଣରେ ଚାମ୍ପିୟନ ହୋଇଛି। ଶନିବାର ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚ୍‌ରେ ଗୋକୁଳମ୍‌ କେରଳ ୨-୧ ଗୋଲରେ ୧୬ଥରର ଚାମ୍ପିୟନ ମୋହନ ବାଗାନକୁ ପରାସ୍ତ କରିଛି। ବିଜୟୀ ଦଳର ଅଧିନାୟକ ତଥା ତ୍ରିନିଦାଦ୍‌ର ଫର୍‌ଓ୍ବାର୍ଡ ମାର୍କସ୍‌ ଜୋସେଫ୍‌ ଡବଲ୍‌ ଗୋସ୍କୋର କରି କେରଳକୁ ଚାମ୍ପିୟନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏଥିସହ କୌଣସି କେରଳ କ୍ଲବ ଦୀର୍ଘ ୨୨ ବର୍ଷପରେ ଏସିଆର ଏହି ସର୍ବପୁରାତନ ଫୁଟ୍‌ବଲ ପ୍ରତିଯୋଗିତାରେ ବିଜୟୀ ମୁକୁଟ୍‌ ପିନ୍ଧିବାର ସୌଭାଗ୍ୟ ଲାଭ କରିଛି। ଶେଷଥର ପାଇଁ ଏଫ୍‌ସି କୋଚିନ୍‌ କ୍ଲବ ଡୁରାଣ୍ଡ କପ୍‌ ଜିତିଥିଲା। ଅପରପକ୍ଷରେ ମୋହନ ବାଗାନ ଶେଷଥର ପାଇଁ ୨୦୦୦ ମସିହାରେ ବିଶ୍ୱର ଏହି ୩ୟ ସର୍ବପୁରାତନ ଫୁଟ୍‌ବଲ ଟୁର୍ନାମେଣ୍ଟରେ ଚାମ୍ପିୟନ ହୋଇଥିଲା।
ସ୍ଥାନୀୟ ସଲ୍ଟ ଲେକ୍‌ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ର ପ୍ରଥମାର୍ଦ୍ଧର ଅନ୍ତିମକ୍ଷଣ ପର୍ଯ୍ୟନ୍ତ ଉଭୟ ଦଳ କେହି କାହାରିକୁ ଗୋଲ ଦେଇପାରି ନ ଥିଲେ। କିନ୍ତୁ ପ୍ରଥମାର୍ଦ୍ଧର ଅତିରିକ୍ତ ସମୟ (୪୫+୧)ରେ କେରଳ ଅଧିନାୟକ ଜୋସେଫ୍‌ ଏକ ପେନାଲ୍ଟିକୁ ଗୋଲରେ ପରିଣତ କରି ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ। ଏହାପରେ ଦ୍ୱିତୀୟାର୍ଦ୍ଧର ପ୍ରାରମ୍ଭରୁ ମଧ୍ୟ ଜୋସେଫ୍‌ଙ୍କ କମାଲ୍‌ ଦେଖିବାକୁ ମିଳିଥିଲା। ମ୍ୟାଚ୍‌ର ୫୧ତମ ମିନିଟ୍‌ରେ ଜୋସେଫ୍‌ ବାମ ପାଦରେ ଏକ ଚମତ୍କାର ଶଟ୍‌ ମାରି ବଲ୍‌କୁ ମୋହନ ବାଗାନ ଗୋଲପୋଷ୍ଟ ମଧ୍ୟକୁ ପଠାଇ ଦେଇଥିଲେ। ଫଳରେ କେରଳ ୨-୦ ଗୋଲରେ ଅଗ୍ରଣୀ ଲାଭ କରିଥିଲା। ଏହାର ୧୩ ମିନିଟ୍‌ ପରେ ମୋହନ ବାଗାନ ଗୋଟିଏ ଗୋଲ ଶୁଝାଇବାରେ ସକ୍ଷମ ହୋଇଥିଲେ ମଧ୍ୟ ଏହା ଯଥେଷ୍ଟ ହୋଇ ନ ଥିଲା। ୬୪ତମ ମିନିଟ୍‌ରେ ଫ୍ରି-କିକ୍‌ ଜରିଆରେ ସାଲ୍‌ଭା ଚାମୋରୋ ମୋହନ ବାଗାନ ପାଇଁ ଏହି ଏକମାତ୍ର ଗୋଲଟି ଦେଇଥିଲେ। ମ୍ୟାଚ୍‌ ଶେଷ ହେବାକୁ ଆଉ ୩ ମିନିଟ୍‌ ଥିବାବେଳେ କେରଳର ଜଷ୍ଟିନ ଜର୍ଜ ରେଡ୍‌ କାର୍ଡ ପାଇ ପଡ଼ିଆ ବାହାରକୁ ଯାଇଥିଲେ ମଧ୍ୟ ମୋହନ ବାଗାନ ଖେଳାଳି ଏହାର ଫାଇଦା ଉଠାଇ ପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri