Posted inଜାତୀୟ

ଗୋଆ ଡିଜିପିଙ୍କ ପରଲୋକ

ନୂଆଦିଲ୍ଲୀ, ୧୭ା୧୧(ଆଇଏଏନ୍‌ଏସ୍‌): ଗୋଆ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ପ୍ରଣବ ନନ୍ଦଙ୍କର ଶୁକ୍ରବାର ରାତିରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୫୭ ବର୍ଷ ହୋଇଥିଲା। ଗୋଆରେ ଏକ ସରକାରୀ କାର୍ଯ୍ୟକ୍ରମ ସାରି ସେ ଦିଲ୍ଲୀ ଯାଇଥିଲାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଆଇଜି ଯଶପାଲ ସିଂ ସୂଚନା ଦେଇଛନ୍ତି। ୧୯୮୮ ବ୍ୟାଚ୍‌ର ଏହି ଆଇପିଏସ୍‌ ଅଫିସରଙ୍କୁ ଗତ ଫେବୃୟାରୀରେ ଗୋଆ ବଦଳି କରାଯାଇଥିଲା। ତାଙ୍କ ପରଲୋକରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ, ବିଧାନସଭାର ବିରୋଧୀ ଦଳ ନେତା ଦିଗମ୍ବର କାମାତ୍‌ଙ୍କ ସମେତ ବହୁ ନେତା ଶୋକବ୍ୟକ୍ତ କରିଛନ୍ତି। ପ୍ରଣବଙ୍କ ସ୍ତ୍ରୀ ସୁନ୍ଦରୀ ନନ୍ଦ ମଧ୍ୟ ଜଣେ ଆଇପିଏସ୍‌ ଅଫିସର ଏବଂ ସେ ଦିଲ୍ଲୀ ପୋଲିସରେ କାର୍ଯ୍ୟ କରୁଛନ୍ତି। ଗୋଆ ପୋଲିସ ଡିଜି ଭାବେ ନିଯୁକ୍ତି ପାଇବା ପୂର୍ବରୁ ପ୍ରଣବ ଗୋଇନ୍ଦା ବ୍ୟୁରୋ (ଆଇବି)ରେ ଦୁଇଦଶନ୍ଧି ଧରି କାର୍ଯ୍ୟ କରିଥିଲେ। ତାଙ୍କ ସମୟରେ ଆଇବିରେ ଅନେକ ପରିବର୍ତ୍ତନ ହେବା ସହ ଏହାର ସାମର୍ଥ୍ୟ ବୃଦ୍ଧି ପାଇଥିଲା। ପ୍ରକାଶ ଯେ, ସ୍ବର୍ଗତ ପ୍ରଣବଙ୍କ ପୂର୍ବଜ ସମ୍ବଲପୁର ରାଜାଙ୍କ ପୁରୋହିତ ଥିଲେ। ପ୍ରଣବଙ୍କ ଜନ୍ମ ଓ ପାଠପଢ଼ା ବିହାରର ପାଟନାରେ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ଦାବିରେ ଉପଜିଲାପାଳ ଅଫିସ ଘେରାଉ କଲା ବିଜେଡି

ପାଟଣାଗଡ଼,୯ା୯(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ରେ ବିଭିନ୍ନ ଦାବି ନେଇ ବୁଧବାର ସ୍ଥାନୀୟ ବିଜେଡି ପକ୍ଷରୁ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି। ଏହି ଅବସରରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ…

ପ୍ରଥମଥର ପାଇଁ ବୈଭବଙ୍କ ସହ ଘଟିଲା ଏମିତି…୨୫୧ ଦିନ ଧରି ଯାହା ହୋଇନଥିଲା, ଏବେ ହେଲା!

ଚେନ୍ନାଇ,୯।୯: ଦୁଲୀପ ଟ୍ରଫି ଫାଇନାଲରେ ସାଉଥ ଜୋନର ପ୍ରଥମ ଇନିଂସ୍‌କୁ ୩୩୬ ରନରେ ସୀମିତ କରିବା ପରେ ଇଷ୍ଟ ଜୋନ ଦ୍ୱିତୀୟ ଇନିଂସ ଖେଳିବାକୁ ମଇଦାନକୁ ଓହ୍ଲାଇଛି।…

‘ଦୃଶ୍ୟମ ୩’ର ଧମାକାଦାର ଟ୍ରେଲର ରିଲିଜ୍‌: ସାଉଁଟୁଛି ପ୍ରଶଂସା

ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ କ୍ରାଇମ ଥ୍ରିଲର୍‌ ‘ଦୃଶ୍ୟମ ଦ କନକ୍ଲୁଜନ’ ଅର୍ଥାତ୍‌ ‘ଦୃଶ୍ୟମ ୩’ର ଟ୍ରେଲର୍‌ ରିଲିଜ ହୋଇଛି। ୨୦୧୫ରେ ଆରମ୍ଭ ହୋଇଥିବା…

ଗଣେଶ ପୂଜା ପରେ ଏହି ୪ ରାଶିଙ୍କର ଚାଲିବ ଗୋଲ୍ଡେନ ଟାଇମ, ଲକ୍ଷ୍ମୀ-ନାରାୟଣ ରାଜଯୋଗରେ ବଢିବ ଧନ! ବିଦେଶ ଯାତ୍ରାର…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସେପ୍ଟେମ୍ବର ୨୬ରେ ବୁଧ ଗ୍ରହ କନ୍ୟା ରାଶିରୁ ବାହାରି ତୁଳା ରାଶିରେ ପ୍ରବେଶ କରିବେ। ତୁଳା ରାଶିରେ ବୁଧଙ୍କ ସହ ଶୁକ୍ରଙ୍କ ଯୁତି…

ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ଫଳକୁ ନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ: ମୂଲ୍ୟାଙ୍କନ ଉପରେ ପ୍ରଶ୍ନବାଚୀ

ଭଞ୍ଜନଗର,୯।୯(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶବିଦ୍ୟାଳୟ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏଥିରେ ଅନେକ ଛାତ୍ରୀଛାତ୍ରଙ୍କ ପେପର ବ୍ୟାକ…

ଭାରତ ରତ୍ନ ସିଏନଆର ରାଓଙ୍କୁ ‘SIR’ ନୋଟିସ: ଭୋଟର ତାଲିକାରେ ନାଁ ଭୁଲ

ବେଙ୍ଗାଲୁରୁ,୯।୯: ଭୋଟର ତାଲିକାରେ ନାଁ ସ୍ପେଲିଂ ବନାନରେ ଅସଙ୍ଗତି ଥିବା ଜଣାପଡ଼ିବା ପରେ ଭାରତ ରତ୍ନ ବିଶିଷ୍ଟ ବୈଜ୍ଞାନିକ ପ୍ରଫେସର ସିଏନଆର ରାଓଙ୍କୁ ନୋଟିସ ଜାରି କରାଯାଇଛି।…

୭୦୦ ରନ୍‌ କରିଲେ ବି ହାରିଯିବ ତିଳକ ବର୍ମାଙ୍କ ଦଳ! ବୈଭବଙ୍କ ଦଳ ହେବ ଚାମ୍ପିଅନ, ଜାଣନ୍ତୁ ରୋଚକ ନିୟମ

ଚେନ୍ନାଇ,୯।୯: ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ଖେଳାଯାଉଛି। ସେପ୍ଟେମ୍ବର ୬ରୁ ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଆରମ୍ଭ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଟେନସନ୍‌ରେ ପଡ଼ିଲେ ଗୌତମ ଗମ୍ଭୀର! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପୂର୍ବରୁ ଭାରତୀୟ ଦଳ ସାମ୍ନାରେ ଏକ ବଡ଼ ପ୍ରଶ୍ନ ଠିଆ ହୋଇଛି। ଅଭିଷେକ ଶର୍ମାଙ୍କ ସହ ଇନିଂସ ଓପନ କରିବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri