ଗେଙ୍ଗୁଟିଆ ପିଇଓ ନିଲମ୍ବିତ

ପରଜଙ୍ଗ, ୨୩।୧(ଡି.ଏନ.ଏ.) – ହିତାଧିକାରୀଙ୍କୁ ଭତ୍ତା ପ୍ରଦାନରେ ଅନିୟମିତତା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେଳେଙ୍କାରୀ ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ଗେଙ୍ଗୁଟିଆ ପିଇଓ ବାବୁଲାଲ ବାରିକ। ଜିଲାପାଳଙ୍କ ପତ୍ର ନଂ. ୪୪ ଏବଂ ତା ୨୧।୧।୨୦୨୦ ଅନୁଯାୟୀ ପିଇଓଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି।
ଗେଙ୍ଗୁଟିଆ ପଞ୍ଚାୟତର ହିତାଧିକାରୀଙ୍କ ଭତ୍ତା ବାବଦ ୨ଲକ୍ଷ ୫୦ ହଜାର ଟଙ୍କା ଉଠାଇ ପିଇଓ ବାବୁଲାଲ କାର୍ଯ୍ୟାଳୟକୁ ଆସୁ ନ ଥିଲେ। ସେ ବିନା ସୂଚନାରେ ଅନୁପସ୍ଥିତ ଖବର ପ୍ରକାଶିତ ହୋଇଥିଲା। ସେହିପରି ବସୁଲେଇ ପଞ୍ଚାୟତର ଜଣେ ହିତାଧିକାରୀଙ୍କ ମିଥ୍ୟା ଫଟୋ ଉଠାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଫାଇନାଲ୍‌ ବିଲ୍‌ କରାଯାଇଥିଲା। ବିଲ୍‌ କରାଯିବା ସମୟରେ ବାବୁଲାଲ ଉକ୍ତ ପଞ୍ଚାୟତ ଦାୟିତ୍ୱରେ ଥିଲେ। ଏ ସଂକ୍ରାନ୍ତରେ ୧୯ ତାରିଖରେ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା।
ବିଡିଓ ବସନ୍ତ କୁମାର ମଲ୍ଲିକ କୁହନ୍ତି, ସରକାରୀ କାର୍ଯ୍ୟରେ ଅବହେଳା, ଅନିୟମିତତା, ବିନା ଅନୁମତିରେ କାର୍ଯ୍ୟାଳୟରେ ଅନୁପସ୍ଥିତ ରହିବା ଅଭିଯୋଗରେ ପିଇଓଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରାସ୍ତାରୁ ଖାଲକୁ ଖସିଲା ଚଳନ୍ତା ବସ୍‌: ୫୦ ଯାତ୍ରୀ…

ଢେଙ୍କାନାଳ, ୬।୯: ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରବିବାର ଏକ ଚଳନ୍ତା ଯାତ୍ରୀବାହୀ ବସ୍‌ ରାସ୍ତାରୁ ଖାଲକୁ ଖସିପଡ଼ିଥିବା ଜଣାପଡ଼ିଛି। ବସ୍‌ଟି କେନ୍ଦୁଝର ଜିଲାର ତେଲକୋଇରୁ ଭୁବନେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri