ଗୃହଦାହ: ଜ୍ୱାଇଁ ନାମରେ ମାମଲା

ଖୁଣ୍ଟା,୩୧ା୧୦(ଡି.ଏନ୍‌.ଏ.)-ଖୁଣ୍ଟା ଥାନା ଅଧୀନ ଗିରିଶ୍ଚନ୍ଦ୍ରପୁର ଗ୍ରାମରେ ଜନୈକା ମହିଳାଙ୍କ ଘର ପୋଡ଼ି ଯାଇଛି। ଏଥିନେଇ ମହିଳା ଜଣକ ନିଜ ଜ୍ୱାଇଁ ନାମରେ ଖୁଣ୍ଟା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା(ନଂ.୧୩୪/୧୯) ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।
ପୋଲିସ ସୂଚନା ଅନୁଯାୟୀ, ଗିରିଶ୍ଚନ୍ଦ୍ରପୁର ଗ୍ରାମର ସିନଗ ସୋରେନ ନାମକ ଜଣେ ବିଧବା ମହିଳା ତାଙ୍କ ଝିଅକୁ ଉଦଳା ଥାନା ଅଧୀନ ପିଣ୍ଡରଗଡ଼ିଆ ଗ୍ରାମର କାଳିଚରଣ ମୁର୍ମୁଙ୍କ ସହ ବିବାହ ଦେଇଥିଲେ। ତେବେ କୌଣସି କାରଣରୁ ଝିଅ ଓ ଜ୍ୱାଇଁଙ୍କ ମଧ୍ୟରେ କଳହ ହେବାରୁ ଝିଅ ଓ ନାତି ନାତୁଣୀ ଆସି କିଛିଦିନ ହେଲା ସିନଗଙ୍କ ଘରେ ରହି ଆସୁଥିଲେ। ମଙ୍ଗଳବାର ଜ୍ୱାଇଁ କାଳି ଚରଣ ଶାଶୁଙ୍କ ଘରେ ପହଞ୍ଚି ପତ୍ନୀ ଓ ଶାଶୁଙ୍କୁ ଗାଳିଗୁଲଜ କରିବା ସହିତ ବିଭିନ୍ନ ପ୍ରକାର ଧମକ ଦେଇଥିଲେ। ଏଥିରେ ସିନଗ ଭୟଭୀତ ହୋଇ ରାତିରେ ଝିଅ ଓ ନାତି ନାତୁଣୀଙ୍କୁ ନେଇ ପଡୋଶୀଙ୍କ ଘରେ ଆଶ୍ରୟ ନେଇଥିଲେ। ତେବେ ମଧ୍ୟରାତିରେ ଘରେ ନିଆଁ ଲାଗିଯାଇଥିବା ସିନଗ ଖବର ପାଇଥିଲେ। ଖୁଣ୍ଟା ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭାଇଥିଲା। ଏହି ଘଟଣାରେ ଶାଶୁ ନିଜ ଜ୍ୱାଇଁ କାଳିଚରଣ ନାମରେ ବୁଧବାର ସନ୍ଧ୍ୟାରେ ଖୁଣ୍ଟା ଥାନାରେ ଅଭିଯୋଗ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିରକୁ ଯାଇଥିଲେ ମା’, ଫେରିଲା ବେଳକୁ ଝୁଲି ପଡିଥିଲେ ଝିଅ

ଉଦଳା,୨୪।୮(ସନ୍ତୋଷ ବାଛିନୀ): ଘର ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଉଦଳା ଥାନା ଏନଏସି ୧୦ ନମ୍ବର ୱାର୍ଡରେ ଏଭଳି ଅଭାବନୀୟ ଘଟଣା ଘଟିଛି…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri