ଗାର୍ଲଫ୍ରେଣ୍ଡ୍‌ଙ୍କୁ ଏମିତି ଭାଲେଣ୍ଟାଇନ୍‌ ଓ୍ବିଶ୍‌ କଲେ ରାଜକୁମାର

ଭାଲେଣ୍ଟାଇନ୍‌ ଡେ’ ହେଉଛି ପ୍ରେମ ପରିପ୍ରକାଶର ଦିନ। ପ୍ରେମୀଯୁଗଳ ଏହିଦିନଟିକୁ ବେଶ୍‌ ଉତ୍ସାହର ସହ ଅପେକ୍ଷା କରିଥାନ୍ତି। ବଲିଉଡ୍‌ ଷ୍ଟାରମାନେ ମଧ୍ୟ ଏହିଦିନକୁ ସ୍ବତନ୍ତ୍ର ଭାବରେ ପାଳନ କରିବା ପାଇଁ କେତେ କ’ଣ ତରିକା ଆପଣାଇଥାନ୍ତି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ଅଭିନେତା ରାଜକୁମାର ରାଓ। ସେ ତାଙ୍କର ଗାର୍ଲଫ୍ରେଣ୍ଡ୍‌ ପତ୍ରଲେଖାଙ୍କ ପାଇଁ ଭାଲେଣ୍ଟାଇନ୍‌ ଦିନକୁ ଅଭୁଲା ତଥା ସ୍ମରଣୀୟ କରିବାକୁ ଚାହାନ୍ତି। ଏପରି ଖାସ୍‌ ଦିନରେ ପତ୍ରଲେଖାଙ୍କୁ ଚିଠି ଲେଖି ନିଜର ପ୍ରେମ ଜାହିର କରିଛନ୍ତି। ରାଜକୁମାରଙ୍କ ଏହି ତରିକା ପ୍ରଶଂସକଙ୍କୁ ବେଶ୍‌ ପସନ୍ଦ ଆସିଛି।

ରାଜକୁମାର ଏହି ଚିଠିକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଯାହା ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଚିଠି ଜରିଆରେ ରାଜକୁମାର ପତ୍ରଲେଖାଙ୍କୁ କେତେ ଭଲ ପାଆନ୍ତି ତାହା ଜଣାଇଛନ୍ତି। ଏଥିରେ ଲେଖିଛନ୍ତି ଡିୟର ପତ୍ରଲେଖା, ଏହା ହେଉଛି ପ୍ରେମର ମାସ। ଶବ୍ଦ ଏବଂ ଇସାରା ଜରିଆରେ ଏହାକୁ ପରିପ୍ରକାଶ କରିବି ବୋଲି ଭାବିଥିଲି। ଭାବିଥିଲି ମୋ’ର କିଏ ଗାର୍ଲଫ୍ରେଣ୍ଡ୍‌ ହୁଅନ୍ତା କି ମୁଁ ବି ଏମିତି ସ୍ବତନ୍ତ୍ର ଦିନରେ ପ୍ରେମ ଜାହିର କରନ୍ତି। ମୋ’ ମନର ପରିଭାଷାକୁ ଏହି ଖାସ୍‌ ଦିନରେ ଗୋଟି ଗୋଟି କରି ପ୍ରେମିକା ଆଗରେ କହିଦିଅନ୍ତି। ଚିଠି ମାଧ୍ୟମରେ ମୋ’ ପ୍ରେମ ପରିପ୍ରକାଶ ତୁମକୁ କେମିତି ଲାଗୁଛି। ସେ ଆହୁରି ଲେଖିଛନ୍ତି, ଏମିତି ମଧ୍ୟ ହୋଇଛି ମୁଁ ଅନେକ ଥର ପ୍ରେମରେ ପାଗଳ ହୋଇଛି। ଯାହା କୁହାଯାଏ ପ୍ରେମ ଅନ୍ଧ, ପ୍ରେମ ପାଗଳ। ଏହି କଥା ସତ। ବାସ୍ତବରେ ମୁଁ ପ୍ରେମ ପାଗଳ।

https://www.instagram.com/p/B8d-JMRJvg3/?utm_source=ig_web_copy_link


Enter your email to get our daily news in your inbox.

All Right Reserved By Dharitri.Com

ସମ୍ମାନୀତ ହେଲେ ଓଡ଼ିଆ ପୁଅ ଯୁବ କବି ସୁନୀଲ, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ,୩।୮(ବିଦ୍ୟାଧର ସାହୁ ): ସାହିତ୍ୟ ସଂସଦ , ମାଲକାନଗିରି ଓଡ଼ିଶାର ସପ୍ତମ ପ୍ରତିଷ୍ଠା ଦିବସ ବ୍ରହ୍ମପୁର ସ୍ଥିତ ଗୋପାଳ କୃଷ୍ଣ ରଙ୍ଗ ମଞ୍ଚ, ଗୋସାଣୀ ନୂଆଁ ଗାଁ…

କରେଣ୍ଟ କଟିଲେ ଠପ ହୋଇଯାଉଛି ମୋବାଇଲ ସେବା

କେସିଙ୍ଗା,୩।୮,(ତୁମେଶ୍ୱର ସାହୁ): କଳାହାଣ୍ଡି ଜ଼ିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ସିରଜାପାଲି ଗ୍ରାମରେ ଥିବା ଜିଓ ଟାୱାର ବିଦ୍ୟୁତ ଚାଲିଗଲେ ଠପ ହୋଇଯାଉଛି । ଯାହାଦ୍ୱାରା ମୋବାଇଲ ସେବା…

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ଫାର୍ମାସିଷ୍ଟଙ୍କ ସାହସକୁ ଚାରିଆଡୁ ପ୍ରଶଂସା

ଗୁଣପୁର,୩ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ଯଶୋବନ୍ତ ନାୟକ ମହାନତା ଦେଖାଇ ଜଣେ ପ୍ରସୂତିଙ୍କ ସହ ଶିଶୁକନ୍ୟାର ଜୀବନ ବଞ୍ଚାଇଛନ୍ତି।…

ଶୌଚ ହେବାକୁ ଯାଇଥିଲେ ମହିଳା, ଟାଣିନେଲା କୁମ୍ଭୀର, ନଦୀକୂଳରେ ପଡ଼ିଛି…

କେନ୍ଦ୍ରାପଡ଼ା,୩ା୮: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ସୋମବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇଥିବାବେଳେ ଜଣେ ମହିଳାଙ୍କୁ କୁମ୍ଭୀର…

ଆଜି ଏହି ୬ ଜିଲାରେ ବିଜୁଳି ଘଡ଼ଘଡ଼ି ପ୍ରବଳ ବର୍ଷା, ସତର୍କ ସୂଚନା ଜାରି କରି ପାଣିପାଗ ବିଭାଗ କହିଲା…

ଭୁବନେଶ୍ୱର,୩ା୮: ରାଜ୍ୟରେ ବନ୍ୟା ସ୍ଥିତି ଜାରି ରହିଥିବାବେଳେ ବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷରେ ଦୁଇଦିନ ହେବ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ତେବେ ସୋମବାରଠାରୁ…

ମୋଦି ସରକାରଙ୍କୁ ନେଇ ବଡ଼ କଥା କହିଲେ ତସଲିମା

କୋଲକାତା,୩।୮: ବାଂଲାଦେଶରୁ ବହିଷ୍କୃତ ଏବଂ ବର୍ତ୍ତମାନ ନୂଆଦିଲ୍ଲୀରେ ରହୁଥିବା ଲେଖିକା ତସଲିମା ନାସରିନ ବଙ୍ଗ ସରକାରଙ୍କ ପ୍ରଶଂସା କରିଛନ୍ତି ଏବଂ ତାଙ୍କର କୃତଜ୍ଞତା ପ୍ରକାଶ କରିଛନ୍ତି। ନାସରିନ…

Bankipur Bypoll Result 2026: ବାଙ୍କିପୁର ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ, ଫଳାଫଳ ପୂର୍ବରୁ ‘ଲଡୁ’ ତିଆରି କଲେଣି ଭାଜପା କର୍ମୀ

ପାଟନା,୩।୮: ପାଟନାର ବାଙ୍କିପୁର ବିଧାନସଭା ଆସନ ପାଇଁ ଗୁରୁବାର (୩୦ ଜୁଲାଇ, ୨୦୨୬) ଅନୁଷ୍ଠିତ ଉପନିର୍ବାଚନର ଫଳାଫଳ ଆଜି (ସୋମବାର) ଘୋଷଣା କରାଯିବ। ଏହି ଆସନ ପାଇଁ…

ପଛକୁ ହଟିଲେ ଟ୍ରମ୍ପ: ସାରା ବିଶ୍ୱରେ ଯୋର ଧରିଲାଣି ଚର୍ଚ୍ଚା, ପୁଣି ଇରାନ ସହ ହେବ ଶାନ୍ତି ବାର୍ତ୍ତା

ତେହରାନ/ଓ୍ବାଶିଂଟନ,୩।୮: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ସମ୍ଭାବନା ହ୍ରାସ ପାଉଛି। ଉଭୟ ରାଷ୍ଟ୍ର ପୁଣି ଏକ ଚୁକ୍ତିନାମା ଆଡକୁ ଅଗ୍ରସର ହେଉଛନ୍ତି, କିନ୍ତୁ ଏହା ମଧ୍ୟରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri