ଗାଁରେ ଦରଦାମ୍‌ ଅସମ୍ଭାଳ କାହିଁକି

ଏବେ ଖବରକାଗଜଗୁଡ଼ିକରେ ଆମ ରାଜ୍ୟ ଓଡ଼ିଶାରେ ଦରଦାମ୍‌ ବୃଦ୍ଧି ହେତୁ ସାଧାରଣ ଜନତା ହନ୍ତସନ୍ତ ହେବା ଖବର ବଡ଼ ବଡ଼ ଅକ୍ଷରରେ ପ୍ରକାଶ ପାଉଛି। ବିଶେଷକରି ଗାଁରେ ଦରଦାମ୍‌ ଅସମ୍ଭାଳ ଏବଂ ସର୍ବଭାରତୀୟ ସ୍ତରର ଗ୍ରାମାଞ୍ଚଳରେ ଖୁଚୁରା ମୁଦ୍ରାସ୍ଫୀତି ୫.୭୬ ପ୍ରତିଶତ ଥିବାବେଳେ ଓଡ଼ିଶାରେ ତାହା ୭.୭୬ ପ୍ରତିଶତ। ହାରାହାରି ଭାବେ ଓଡ଼ିଶାର ଗ୍ରାମୀଣ ଖୁଚୁରା ବଜାର ସବୁଠାରୁ ମହଙ୍ଗା ବଜାର ହୋଇଛି। ମହଙ୍ଗା ବଜାର ମୁଖ୍ୟତଃ କୃଷିଜାତ ଦ୍ରବ୍ୟର ଚଢ଼ା ଦର ପାଇଁ ଦାୟୀ। ନିତ୍ୟ ବ୍ୟବହାର୍ଯ୍ୟ କୃଷିଜାତ ସାମଗ୍ରୀ କହିଲେ ଅଟା, ଚାଉଳ, ଲୁଣ, ଡାଲି, ଖାଇବା ତେଲ, ଆଳୁ, ପିଆଜ, ରସୁଣ, ଅଦା, ବିଲାତି ବାଇଗଣ, କଦଳୀ, ଦେଶୀ ଆଳୁ, ଓଲୁଅ, ସାରୁ କୋବି, ସଜନା ଛୁଇଁ, ଅମୃତ ଭଣ୍ଡା, ବିନ, ମଟର ଛୁଇଁ, ବରଗୁଡିଛୁଇଁ, ମାଛ, ମାଂସ, ଅଣ୍ଡା ଇତ୍ୟାଦି।
ପୂର୍ବେ ଆମେ ଓଡ଼ିଆମାନେ ସାଧାରଣତଃ ରୁଟି ଖାଉ ନ ଥିଲେ । ଏବେ କିନ୍ତୁ ଅନେକ ଲୋକ ଅନ୍ତତଃ ରାତିରେ ରୁଟି ଖାଉଛନ୍ତି। ଏହାଛଡ଼ା ଗହମଜାତ ଦ୍ରବ୍ୟ ହେଉଛି ମଇଦା, ପାସ୍ତା, ପାଉଁରୁଟି ଆଦି। ଗହମ ଆମ ରାଜ୍ୟରେ ଅମଳ ହେଉ ନାହିଁ। ବାହାର ରାଜ୍ୟରୁ ଆସିଲେ ପରିବହନ ଖର୍ଚ୍ଚ ଅଧିକ ହେଉଛି। ତେଣୁ ଗହମ ଜାତ ଖାଦ୍ୟସାମଗ୍ରୀର ମୂଲ୍ୟ ଅଧିକ ହେବା ସ୍ବାଭାବିକ। ଚାଉଳ ଦାମ୍‌ ମଧ୍ୟ ତୁଳନାତ୍ମକ ଭାବେ ଓଡ଼ିଶାରେ ଅଧିକ। ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ପ୍ରାୟ ୮୦ ପ୍ରତିଶତ ପରିବାର ମାଗଣାରେ ଚାଉଳ ପାଉଛନ୍ତି। ସେମାନେ ମୁଣ୍ଡପିଛା ୫ କେଜି ପାଉଛନ୍ତି। ଗାଁରେ, ସହରରେ ଚାଷୀ, ଶ୍ରମିକମାନଙ୍କୁ ପଚାରିବାରୁ ସେମାନେ କହନ୍ତି, ଯେହେତୁ ତିନି ବକ୍ତ ଭାତ ଖାଆନ୍ତି ଆଉ ୯/୧୦ କେଜି ବାହାରୁ କିଣନ୍ତି। ଯେଉଁମାନେ ସରକାରୀ ମାଗଣା ଚାଉଳ ନ ଖାଇ ବେପାରୀଙ୍କୁ ବିକି ଦିଅନ୍ତି, ସେହି ଚାଉଳକୁ ସେମାନେ କେଜି ପ୍ରତି ୩୦ ଟଙ୍କା ଦେଇ କିଣନ୍ତି। କିନ୍ତୁ ଏହି ଚାଉଳ ନ ମିଳିଲେ ସେମାନେ କେଜି ପ୍ରତି ୩୮ଟଙ୍କାରେ କିଣନ୍ତି। ଏବେ ପିଲାମାନେ ମୋଟା ଚାଉଳ ଖାଉ ନାହାନ୍ତି। ରାୟପୁର, ଜଗଦଳପୁର, ଆନ୍ଧ୍ରପ୍ରଦେଶ, କଲିକତାରୁ ଆସୁଥିବା ଚାଉଳ ଖାଉଛନ୍ତି; ଯାହାର ଦାମ୍‌ ୪୫ରୁ ୫୦ଟଙ୍କା। ଅନ୍ୟ ରାଜ୍ୟରୁ ଚାଉଳ ଆସୁଥିବାରୁ ପରିବହନ ଖର୍ଚ୍ଚ ଅଧିକ ହେଉଛି। ଡାଲି, ତୈଳବୀଜ, ପିଆଜ, ଆଳୁ, ଅଣ୍ଡା, ମାଛରେ ଆତ୍ମନିର୍ଭରଶୀଳ ନ ହୋଇଥିବାରୁ ବାହାର ରାଜ୍ୟରୁ ଏସବୁ ଖାଦ୍ୟ ସାମଗ୍ରୀ ଆମଦାନୀ ହେଉଛି । ମୂଲ୍ୟ ଅନ୍ୟ ରାଜ୍ୟ ତୁଳନାରେ ଅଧିକ ହେଉଛି। ବଜାରରେ ଖବର ନେଲେ ଜାଣିବେ କଞ୍ଚା ଲଙ୍କା, ପାଚିଲା ଓ କଞ୍ଚା ଅମୃତ ଭଣ୍ଡା ଓ କଦଳୀ, ପିଜୁଳି, ସଜନା ଛୁଇଁ ଆଦି ଯାହାକି ଆମେ ଅମଳ କରିପାରିବା ସେସବୁ ମଧ୍ୟ ବାହାର ରାଜ୍ୟରୁ ଆସୁଛି। ଆମର ୪୮୦ କିଲୋମିଟର ସମୁଦ୍ର ତଟ ଅଥଚ ଲୁଣ ଉତ୍ପାଦନ ବୁଡ଼ିଗଲା ପରିସ୍ଥିତି। ଆମେ ଲୁଣ ଆମଦାନୀ କରୁଛୁ।
ଯେଉଁ ସବୁ ଖାଦ୍ୟ ସାମଗ୍ରୀ ଆମେ ଆମଦାନୀ କରୁଛୁ ଆମ ରାଜ୍ୟରେ ସେସବୁର ଚାଷ କରିବାର ଅନେକ ସୁବିଧା ଅଛି। ଯୁବ ସମାଜ ଚାଷ କରିବାକୁ ଚାହୁଁ ନାହାନ୍ତି। ଏହି ଲେଖକର ଘର ଉପକୂଳ ଓଡ଼ିଶାରେ। ପିଲାଦିନେ ଦେଖିଛି ଅଧିକାଂଶ ଚାଷୀ ନିଜ ପରିବାରର ପିଆଜ, ଆଳୁ, ରସୁଣର ଆବଶ୍ୟକତା ମେଣ୍ଟାଇ କିଛି ସ୍ଥାନୀୟ ବଜାରରେ ବିକ୍ରି କରିବା ପାଇଁ ଅଳ୍ପ ଜମିରେ ସେସବୁ ଚାଷ କରିଥାନ୍ତି। ଗ୍ରାମାଞ୍ଚଳ ବଜାରକୁ ବାହାରୁ ଏସବୁ ଦ୍ରବ୍ୟ ପ୍ରାୟ ଆସେ ନାହିଁ, ଯାହା ବି ଆସେ ନାମକୁ ମାତ୍ର।
ଅମୃତଭଣ୍ଡା ଗଛ ଯଦି ଆମ ବାଡ଼ିରେ ସମସ୍ତେ ଗୋଟା ଦୁଇଟା ଲଗାନ୍ତେ ଆନ୍ଧ୍ରରୁ ଆମଦାନୀ କରନ୍ତେ ନାହିଁ କି ଚଢ଼ା ଦାମ ଦେଇ କିଣନ୍ତେ ନାହିଁ । ଗାଁକୁ ଯାଇ ଦେଖନ୍ତୁ ଯୁବକମାନେ ଚାଷ ନ କରି ଦାଦନ ଶ୍ରମିକ ରୂପେ ରାଜ୍ୟ ବାହାରକୁ ଚାଲି ଯାଉଛନ୍ତି। ଯେଉଁମାନେ ରହୁଛନ୍ତି, ସେମାନଙ୍କ ମଧ୍ୟରୁ ଅନେକ କୌଣସି ନା କୌଣସି ରାଜନୈତିକ ସ୍ଥାନୀୟ ନେତାଙ୍କ ସହ ଯୋଡ଼ି ହୋଇ କେତେ ବେଳେ କେମିତି କିଛି ସାହାଯ୍ୟ ପାଉଛନ୍ତି। ଖାଦ୍ୟ ସୁରକ୍ଷା ଆଇନରେ ମାସକୁ ୫ କେଜି ଲେଖା ଖାଦ୍ୟଶସ୍ୟ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ମାଗଣା ମିଳୁଛି। ପିଏମ୍‌ କିଷାନରେ ବର୍ଷକୁ ୬ ହଜାର, ରାଜ୍ୟ ସରକାର କାଳିଆ ବଦଳରେ ସିଏମ୍‌ କିଷାନ ନାମରେ ଜମି ଥିବା ଲୋକଙ୍କୁ ସାହାଯ୍ୟ ଦେଉଛନ୍ତି। ଯଦି ସର୍ଭେ କରିବେ ଏହି ଅର୍ଥ ଅନେକ କ୍ଷେତ୍ରରେ ଚାଷରେ ଖର୍ଚ୍ଚ ନ ହୋଇ ଅଣଉତ୍ପାଦନ ମୂଳକ କାମରେ ବ୍ୟୟ ହେଉଛି। ଘରେ ବୃଦ୍ଧ ପିତାମାତା ଥିଲେ ବାର୍ଦ୍ଧକ୍ୟ ଭତ୍ତା ମିଳୁଛି। ଅଧିକାଂଶ କ୍ଷେତ୍ରରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଯେଉଁ ଋଣ ବ୍ୟାଙ୍କ୍‌ରୁ ଆଣୁଛନ୍ତି ଆତ୍ମନିଯୁକ୍ତି ପାଇଁ, ସେହି ଋଣକୁ ଅଧିକ ସୁଧରେ ଅଣଉତ୍ପାଦନ ଲାଗି ଋଣ ଲଗାଉଛନ୍ତି। ସେହି ଲାଭକୁ ନିଜ ମଧ୍ୟରେ ବାଣ୍ଟି ନେଉଛନ୍ତି। ଏବେ ଖୁବ୍‌ ପ୍ରଚାରିତ ଓଡ଼ିଶାର ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ଯେଉଁ ବାର୍ଷିକ ୧୦ ହଜାର ଟଙ୍କା ଦିଆଯାଇଛି ସେହି ଅର୍ଥରେ କେତେ ପ୍ରତିଶତ ମହିଳା ଉତ୍ପାଦନମୂଳକ ଉଦ୍ୟୋଗରେ ବିନିଯୋଗ କରୁଛନ୍ତି? ଏହା ମୁଖ୍ୟତଃ ମୁଦ୍ରାସ୍ଫୀତିକୁ ବୃଦ୍ଧି କରୁଛି।
ଯେଉଁ ଯୁବକମାନେ କୃଷି ଶ୍ରମିକ ଭାବେ ଗାଁରେ କାମ କରୁଛନ୍ତି ଅନେକ ଅଞ୍ଚଳରେ ସାତଘଣ୍ଟା କାମ ନ କରି ୪ରୁ ସାଢ଼େ ୪ ଘଣ୍ଟା କାମ କରୁଛନ୍ତି ଏବଂ ମଝିରେ ମଧ୍ୟ ଜଳଖିଆ ଚାଷୀଠାରୁ ଖାଉଛନ୍ତି । ଧାନରୁଆ ବେଳେ କେଉଁ କେଉଁଠାରେ ମଦ୍ୟପାନ ପାଇଁ ପଇସା ମାଗୁଛନ୍ତି। ଏଥିରେ ଚାଷୀର ଚାଷ ଖର୍ଚ୍ଚ ବୃଦ୍ଧି ପାଉଛି। ଚାଷ ଲାଭଜନକ ହେଉନାହିଁ। ଗାଁରେ ହେଉ ଅବା ସହରର ବସ୍ତି ଅଞ୍ଚଳରେ ମାଇକ୍ରୋ ଫାଇନାନ୍ସ କମ୍ପାନୀମାନେ ଅନୂ୍ୟନ ୨୬ ପ୍ରତିଶତ ସୁଧରେ ଋଣ ଉତ୍ପାଦନମୂଳକ କାମ ପାଇଁ କାଗଜପତ୍ରରେ ଦେଖାଇ ଅଣ ଉତ୍ପାଦନମୂଳକ କାମ ପାଇଁ ଋଣ ଦେଇ ମାସିକ କିସ୍ତି ଆଦାୟ କରୁଛନ୍ତି। ସମଗ୍ର ଖଟିଖିଆ ସମାଜ ଋଣ ଗ୍ରସ୍ତ। ସୁଧ ଗଣି ଗଣି ଆୟ ଶେଷ କରି ଦେଉଛନ୍ତି। ଋଣଯନ୍ତା କବଳରେ ଆଜି ଶ୍ରମିକ ଗୋଷ୍ଠୀ। ଉତ୍ପାଦନମୂଳକ କାମ ପାଇଁ ଅର୍ଥ ବିନିଯୋଗ ହେଉ ନ ଥିବାରୁ ଉତ୍ପାଦନ କମ୍‌ ହେଉଛି, ଏଣେ ଚାହିଦା ବଢୁଛି। ସୁତରାଂ ଅର୍ଥନୀତିର ଚାହିଦା ଓ ଯୋଗାଣ ସୂତ୍ର ଅନୁସାରେ ଦରଦାମ୍‌ ବଢ଼ିବା ସ୍ବାଭାବିକ। ଦରଦାମ୍‌ ବୃଦ୍ଧି ହେତୁ ଶ୍ରମିକ ଗୋଷ୍ଠୀ ଆବଶ୍ୟକ ମୁତାବକ ଖାଦ୍ୟ ସାମଗ୍ରୀ ପାଉ ନାହାନ୍ତି , ନିଜ ପିଲାଙ୍କୁ ଉପଯୁକ୍ତ ଶିକ୍ଷା ଦେଇପାରୁ ନାହାନ୍ତି ନା ସ୍ବାସ୍ଥ୍ୟର ଆବଶ୍ୟକ ଯତ୍ନ ନେଇପାରୁ ନାହାନ୍ତି। ଋଣ ଯନ୍ତାର ବିଷ ବଳୟରେ ଛନ୍ଦି ହୋଇ ଢୋକେ ପିଇ ଦଣ୍ଡେ ବଞ୍ଚୁଛନ୍ତି।
ଖଟିଖିଆମାନଙ୍କୁ ଏଥିରୁ ଉଦ୍ଧାର କରିବାକୁ ହେଲେ ଦରଦାମ୍‌ ସ୍ଥିର ରଖିବାକୁ ହେବ। ସେଥିପାଇଁ ଉତ୍ପାଦନମୂଳକ କାମ ପାଇଁ ଅଗ୍ରାଧିକାର ଦେବାକୁ ହେବ। ଭୋଟ ପାଇଁ ମାଗଣା ବଣ୍ଟନକୁ ବନ୍ଦ କରିବାକୁ ହେବ, ଯାହା ଆଜି ଫ୍ରି ନାମରେ ଅଭିହିତ। ଫ୍ରି ବି ଆମର ଅର୍ଥନୀତିକୁ କିପରି ଦୁର୍ବଳ କରି ଆମ ରାଜକୋଷରୁ ଅଣଉତ୍ପାଦନମୂଳକ ବ୍ୟୟ କରି ମୁଦ୍ରାସ୍ଫୀତିକୁ ପ୍ରୋତ୍ସାହନ ଦେଉଛି ତାହା ଅର୍ଥଶାସ୍ତ୍ରୀ, ବୁଦ୍ଧିଜୀବୀ, ସମାଜସେବୀମାନେ ତାତ୍ତ୍ବିକ ଆଲୋଚନା କରି ବିଭିନ୍ନ ରାଜନୈତିକ ଦଳଙ୍କୁ ବୁଝାନ୍ତୁ ଯେ ଦୀର୍ଘସ୍ଥାୟୀ ବିକାଶର ଏହା କିପରି ପରିପନ୍ଥୀ। ଯେଉଁମାନଙ୍କୁ ଫ୍ରି ଦିଆଯାଉଛି ସେମାନେ ପରୋକ୍ଷ ଭାବରେ କ୍ଷତିଗ୍ରସ୍ତ। ସାଧାରଣ ଲୋକଙ୍କ ପାଇଁ ଯଥେଷ୍ଟ ନିଯୁକ୍ତିମୂଳକ ଉଦ୍ୟୋଗ ହେଉ ନ ଥିବାରୁ ସେମାନଙ୍କ ପୁଅ ଝିଅମାନେ ବେକାର ହୋଇ ବୁଲୁଛନ୍ତି।
ଫ୍ରି ରାଜନୀତି ଜମା ଭଲ ରାଜନୀତି ନୁହେଁ, ଭଲ ଅର୍ଥନୀତି ହିଁ ଭଲ ରାଜନୀତି। ଦରଦାମ୍‌ ସୀମା ମଧ୍ୟରେ ରଖିବାକୁ ହେଲେ ଉତ୍ପାଦନ ବଢ଼ାଇବା ଆବଶ୍ୟକ ଏବଂ ଲୋକଙ୍କର ଆୟ ବଢ଼ିବା ଆବଶ୍ୟକ।
ମୋ: ୯୯୩୭୯୫୧୨୬୨


Enter your email to get our daily news in your inbox.

All Right Reserved By Dharitri.Com

Gen Zକୁ ନେଇ ପ୍ରଶାନ୍ତ କିଶୋରଙ୍କ ବଡ଼ ଭବିଷ୍ୟବାଣୀ, ‘ସରକାରଙ୍କୁ ଜଣାଅଛି ଯେ…’

ନୂଆଦିଲ୍ଲୀ,୬।୮: ବାଙ୍କିପୁର ଉପନିର୍ବାଚନରେ ବଡ଼ ବିଜୟ ହାସଲ କରିବା ପରେ ଜନସୁରାଜ ପାର୍ଟିର ସଂସ୍ଥାପକ ପ୍ରଶାନ୍ତ କିଶୋର (PK) ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ନିଜର ରାଜନୈତିକ ରଣନୀତି…

ଛାତ୍ର ଆନ୍ଦୋଳନକୁ ନେଇ ରାହୁଲଙ୍କୁ ଟାର୍ଗେଟ କଲେ କଙ୍ଗନା: କହିଲେ- ଉସୁକାଇବା ପାଇଁ..

ନୂଆଦିଲ୍ଲୀ,୬।୮: ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ଭାରତୀୟ ଜନତା ପାର୍ଟି (BJP) ସାଂସଦ କଙ୍ଗନା ରାଣାୱତ ଭାରତୀୟ ଜାତୀୟ କଂଗ୍ରେସର ନେତା ଏବଂ ଲୋକ…

RAC ଟିକେଟ୍ ଥିଲେ ଆଉ ଚିନ୍ତା ନାହିଁ, ଏବେ ମିଳିବ ପୁରା….

ନୂଆଦିଲ୍ଲୀ,୬।୮: ଭାରତୀୟ ରେଳରେ ଯାତ୍ରା କରୁଥିବା ଲକ୍ଷାଧିକ ଯାତ୍ରୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଦୀର୍ଘଦିନ ଧରି ଅନେକ ଯାତ୍ରୀଙ୍କ ଅଭିଯୋଗ ଥିଲା…

ଏହି କ୍ରିକେଟର୍‌ଙ୍କ ଘର ଉପରକୁ ପେଟ୍ରୋଲ ବୋମା ମାଡ଼: କାରଣ ଜାଣିଲେ…

ନୂଆଦିଲ୍ଲୀ,୬।୮: କିମ୍ବଦନ୍ତୀ ବାଂଲାଦେଶୀ କ୍ରିକେଟର ଏବଂ ପୂର୍ବତନ ଅଧିନାୟକ ସାକିବ ଅଲ ହାସନଙ୍କ ଘର ଉପରେ ପେଟ୍ରୋଲ ବୋମା ମାଡ଼ କରାଯାଇଛି। ବାଂଲାଦେଶର ସବୁଠାରୁ ସଫଳ କ୍ରିକେଟରମାନଙ୍କ…

ବିଲରେ ଛୁଆକୁ ଶୁଆଇଥିବା ବେଳେ କାମୁଡିଦେଲା ସାପ; ହଠାତ୍ ଫୁଲିଗଲା ମୁହଁ, ତାପରେ…

ପଟ୍ଟାଙ୍ଗି,୬।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପୁକାଲି ଗ୍ରାମପଞ୍ଚାୟତର ମାଳିଗୁଡା ଗ୍ରାମରେ ସାପ କାମୁଡାରେ ଜଣେ ନାବାଳକଙ୍କର ମୃତ୍ୟୁ ହୋଇଛି । କୋରାପୁଟ…

ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର, ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀଙ୍କ…

ମହାକାଳପଡ଼ା,୬ା ୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସମ୍ମୁଖରେ ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ, କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ୪ ଦଫା ଦାବି…

ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ‘ତେହେଲକା’ ସମ୍ପାଦକ: ହାଇକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୬।୮: ୨୦୧୩ ମସିହାର ବହୁଚର୍ଚ୍ଚିତ ବଳାତ୍କାର ମାମଲା ସମ୍ପର୍କରେ ପୂର୍ବତନ ‘ତେହେଲକା’ ସମ୍ପାଦକ ତରୁଣ ତେଜପାଲଙ୍କୁ ଏକ ବଡ଼ ଝଟକା ଲାଗିଛି। ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ…

Gen Zଙ୍କୁ ବଡ଼ ଉପହାର ଦେଲେ ବିଜୟ, କଲେ ବଡ଼ ଘୋଷଣା: ମିଳିବ…

ଚେନ୍ନାଇ,୬।୮: ତାମିଲନାଡୁରେ ଟିଭିକେ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପ୍ରଥମ ବଜେଟ ବିଧାନସଭାରେ ଉପସ୍ଥାପନ କରିଛି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନେତୃତ୍ୱାଧୀନ ଏହି ନୂଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri