ଗାଁରେ କଳା ଅଛି: ଚିହ୍ନିବା ଦରକାର

ଗୋଟିଏ ପଟେ ରୋଗୀ ସେବା ଅନ୍ୟପଟେ କଳାରେ ରୁଚି। ବ୍ୟସ୍ତତା ଭିତରେ ଅଭିନୟ, ପୁଣି ତା’ସାଙ୍ଗକୁ ବୃକ୍ଷରୋପଣ। ଏମିତି ‘ଏକରେ ଅନେକ’ ପରିଚୟ ନେଇ ଚାଲିଥିବା ଡା.ନୃପେନ୍ଦ୍ର କୁମାର ଶତପଥୀଙ୍କ ନିଜକଥା ସମ୍ପର୍କରେ …

ପିଲାଦିନ କେମିତି କଟିଥିଲା?
ପୈତୃକ ଗାଁ କଟକ ଜିଲା ମାହାଙ୍ଗା ପଦନଦାସପୁରରେ। ୧୯୭୦ ସେପ୍ଟେମ୍ବର ୧ରେ କଟକରେ ଜନ୍ମ। ପ୍ରାଥମିକ , ଉଚ୍ଚପ୍ରାଥମିକ ଶିକ୍ଷା ଓ କଲେଜ ଜୀବନ ବି କଟିଛି କଟକରେ। ବାପା(କୃଷ୍ଣଚନ୍ଦ୍ର ଶତପଥୀ) ଓଡିଶା ଇଲେକ୍ଟ୍ରିସିଟି ବୋର୍ଡରେ ଚାକିରି କରିଥିଲେ। ପ୍ରତି ରବିବାର ଓ ଛୁଟିଦିନଗୁଡିକରେ ବାପା ମୋତେ ଗାଁକୁ ନିଅନ୍ତି। ଆମ ଗାଁରେ ଦଶହରା ଓ ଦୋଳରେ ଡ୍ରାମା ହୁଏ। ମୋତେ ତାହା ଦେଖିବାର ସୁଯୋଗ ମିଳୁଥିଲା। ପିଲାଦିନେ ପାଇଥିବା ସେହି ସୁଯୋଗ ମୋ ପାଇଁ ସୌଭାଗ୍ୟ ଆଣିଦେଇଛି କଳା କ୍ଷେତ୍ରରେ। ଆଉ ବିଶିଷ୍ଟ ନାଟ୍ୟକାର ଜଗମୋହନ ଲାଲାଙ୍କ ଗ୍ରାମ ପାଖରେ ଆମ ଗାଁ। ଅନ୍ୟପକ୍ଷେ ଏହା ବୈଷ୍ଣବ ପାଣିଙ୍କ ଅଞ୍ଚଳ। ସମସ୍ତେ ତାଙ୍କ ବିଷୟରେ କଥା ହୁଅନ୍ତି, ଏହା ମୁଁ ଶୁଣେ। କଳା ପ୍ରତି ଆକର୍ଷିତ ହେବାର ଏହା ବି ଏକ କାରଣ।
ଅଭିନୟ କେବେଠୁ ଆରମ୍ଭ ହୋଇଥିଲା?
ଷ୍ଟୁଆର୍ଟ ସାଇନ୍ସ କଲେଜରେ ଆଇଏସ୍‌ସି ପଢ଼ିବାବେଳେ ମୁଁ ପ୍ରଥମେ ‘ଚୁପ୍‌ ଶୁଟିଂ ଚାଲିଛି’ନାଟକରେ ଅଭିନୟ କରିଥିଲି। ସେତେବେଳେ ଦୂରଦର୍ଶନରେ‘ମଧୁରେଣ’ ସିରିୟଲରେ ମୋତେ ଅଭିନୟ କରିବାର ସୁଯୋଗ ମିଳିଥିଲା। ୧୯୮୭ରେ ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜର ଆନୁଆଲ୍‌ ଡ୍ରାମାରେ ମୁଁ ‘ଜଗୁ’ଭୂମିକାରେ ଅଭିନୟ କରି ସିନିୟରମାନଙ୍କର ପ୍ରିୟ ହେବା ସହ କଲେଜରେ ଏକ ସ୍ବତନ୍ତ୍ର ପରିଚୟ ପାଇଥିଲି। ଏମ୍‌ବିବିଏସ୍‌ର ତୃତୀୟ ଓ ଚତୁର୍ଥ ବର୍ଷ ମୁଁ ଡ୍ରାମାଟିକ ସେକ୍ରେଟାରି ମଧ୍ୟ ରହିଥିଲି। ଏହାପରେ ଏସ୍‌ସିବି ମେଡିକାଲ କଲେଜ, କଟକରେ ହାଉସ୍‌ମ୍ୟାନଶିପ୍‌ କରିବା ସମୟରେ କଲେଜର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ଡ୍ରାମାରେ ଅଭିନୟ କରିଥିଲି।
ଚାକିରି ସହ ଅଭିନୟ କେମିତି ସମ୍ଭବ ହୋଇଛି?
ଏମ୍‌ବିବିଏସ୍‌ ପାସ୍‌ କରିବାପରେ ନୟାଗଡ଼ର ଭାପୁରରେ ପ୍ରଥମେ ୧୯୯୪ରେ ଚାକିରି କଲି। ପରେ ୧୯୯୫ରେ ବଦଳି ହୋଇ ଆସିଥିଲି କଳାର ମାଟି ମାହାଙ୍ଗାକୁ। ମାହାଙ୍ଗା ସିଏଚ୍‌ସିରେ ଚାକିରିର ଦୀର୍ଘ ବର୍ଷ ଭିତରେ ପେସା ଭିତରେ ଡ୍ରାମାକୁ ଧରି ରଖିବାକୁ ପ୍ରୟାସ କରି ଅନେକାଂଶରେ ସଫଳ ବି ହୋଇଛି। ଅଲ୍‌ଇଣ୍ଡିଅ ରେଡିଓ, କଟକରେ ୨୦୦୮ରେ ଡ୍ରାମା ଅଡିଶନରେ ଯୋଗ୍ୟ ହେବା ପରେ ୧୦ଟି ଡ୍ରାମାରେ ଅଭିନୟ କରିଛି। ୨୦୧୧ରୁ ୨୦୧୪ ଯାଏ ୩ ବର୍ଷରେ ୩୦୦ ଭାଗରେ ପ୍ରସାରଣ କରାଯାଇଥିବା ଟିଭି ସିରିୟଲ୍‌‘ଭାଇ ଭାଉଜ’ରେ ମଁୁ ଅଭିନୟ କରିଛି।
ପରିବାର ସମ୍ପର୍କରେ ?
ବାପା, ବୋଉ (ଉର୍ମିଳା ଶତପଥୀ) ,ସ୍ତ୍ରୀ କିରଣମୟୀ ଓ ଦୁଇ ପୁଅକୁ ନେଇ ମୋ ପରିବାର। ବଡ଼ ପୁଅ ନିତ୍ୟସୁନ୍ଦର ବିଡିଏସ୍‌ ପଢୁଛି। ସାନ ପୁଅ ୧୦ମ ପରୀକ୍ଷା ଦେବ।
ଆପଣଙ୍କ ଆଦର୍ଶ କିଏ?
ମା ଓ ବାପା ମୋ ଜୀବନର ଆଦର୍ଶ। କଳା କ୍ଷେତ୍ରରେ ଷ୍ଟୁଆର୍ଟ ସାଇନ୍ସ କଲେଜର ଅବସରପ୍ରାପ୍ତ ଅଧ୍ୟାପକ ସୁରେଶ ମିଶ୍ର ମୋତେ ଶିକ୍ଷା ଓ ନାଟକ କ୍ଷେତ୍ରରେ ଆଗକୁ ଯିବାରେ ସହାଯ୍ୟ କରିଛନ୍ତି।
କ’ଣ ଖାଇବାକୁ ପସନ୍ଦ କରନ୍ତି?
ଆମିଷ ଖାଇବାକୁ ଭଲ ପାଉଥିଲେ ବି ପଖାଳ ମୋର ସବୁଠୁ ପ୍ରିୟ। ପଖାଳ ସାଙ୍ଗକୁ ଆଳୁ ଭର୍ତ୍ତା ମୋତେ ଭାରି ଭଲ ଲାଗେ।
ଟିଭି ଦେଖନ୍ତି କି?
ହଁ, ସମୟ ମିଳିଲେ ଟିଭି ଦେଖେ। ପୁରୁଣା ଓଡିଆ ସିନେମା ଦେଖିବାକୁ ଭଲ ପାଏ।
କ’ଣ ପଢିବାକୁ ଭଲ ଲାଗେ?
ମୁଁ ବେଶି ଉପନ୍ୟାସ ପଢେ। ବିଶେଷକରି ପ୍ରତିଭା ରାୟଙ୍କ ଉପନ୍ୟାସ ମୋର ପସନ୍ଦ।
ସମୟ ପାଇଲେ କ’ଣ କରନ୍ତି?
ରୋଗୀ ସେବା, ଡ୍ରାମା ଭିତରୁ ସମୟ ବାହାର କରି ପରିବେଶ ଆଡ଼କୁ ବି ନଜର ଦିଏ। ମାହାଙ୍ଗାରେ ରହିବା ସମୟରେ ସେହି ଅଞ୍ଚଳରେ ପ୍ରାୟ ୬ହଜାର ବୃକ୍ଷରୋପଣ କରିଛି। ଏଥିପାଇଁ ମୁ ଁ ଜିଲାସ୍ତରରୁ ତଥା ବିଭିନ୍ନ ଅନୁଷ୍ଠାନରୁ ସମ୍ମାନିତ ହୋଇଛି। ଛୁଟିରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ପୁରୀ ଯାଏ। ମାର୍କେଟିଂ ବି କରେ। ପୋଷାକ କିଣିବାରେ ମୋର ଆଗ୍ରହ ଥାଏ।
ଅବସର ପରେ କ’ଣ ଯୋଜନା ରଖିଛନ୍ତିି?
୨୦୧୮ରେ ମୁଁ ମାହାଙ୍ଗାରୁ କେନ୍ଦ୍ରାପଡ଼ା ବଦଳି ହୋଇ ଜଏଣ୍ଟ ଡାଇରେକ୍ଟର(ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ)ଭାବେ ଯୋଗଦେବା ପରେ ପ୍ରାୟତଃ ସମୟ ପାଉନାହିଁ। ଡ୍ରାମା ଲେଖିବାର ଅଭ୍ୟାସ ବି କମି ଯାଇଛି। ଅବସର ନେବାପରେ ଡ୍ରାମା ଲେଖିବା ସହ ଅଭିନୟରେ ପୂରା ସମୟ ଦେବି। ଗାଁ ପିଲାମାନେ କଳା ପ୍ରତି ଭରସା ହରାଉଛନ୍ତି। ଏଣୁ ଯେଉଁ ଗାଁରେ ଡ୍ରାମା ହେଉଛି ସେଠାରେ ପିଲାମାନଙ୍କୁ ଉତ୍ସାହିତ କରିବାକୁ ଚେଷ୍ଟା କରିବି। କହିବାକୁ ଗଲେ ଗାଁରେ କଳା ରହିଛି ତାହାକୁ ଚିହ୍ନିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri