ଗାଁ ଦାଣ୍ଡରେ ଜମି ରହିଛି ବର୍ଜ୍ୟଜଳ : ଅସ୍ବାସ୍ଥ୍ୟକର ପରିବେଶ ଯୋଗୁ ଅସନ୍ତୋଷ, ଡ୍ରେନେଜ୍‌ ଦାବି

ବୋଲଗଡ଼,୧୫ା୭(ଡି.ଏନ୍‌.ଏ.): ବୋଲଗଡ଼ ବ୍ଲକ ଅସରଳା ଗ୍ରାମଦାଣ୍ଡରେ ବର୍ଜ୍ୟଜଳ ନିଷ୍କାସିତ ନ ହୋଇ ଗାଁ ଦାଣ୍ଡରେ ଜମି ରହିଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ଉପଯୁକ୍ତ ଡ୍ରେନେଜ୍‌ ବ୍ୟବସ୍ଥା ନ ଥିବାରୁ ଗ୍ରାମର ୨ଟି ସ୍ଥାନରେ ବର୍ଷସାରା ଏଭଳି ଅବସ୍ଥା ଲାଗି ରହୁଥିବା ନେଇ ବିଭିନ୍ନ ମହଲରେ ଅଭିଯୋଗ ହେଉଛି। ଗ୍ରାମର ମଣ୍ଡପ ଛକଠାରୁ ମାଳିସାହିର ଉତ୍ତରଦିଗ ଆଡ଼କୁ ପ୍ରାୟ ଶହେ ମିଟରରୁ ଊର୍ଦ୍ଧ୍ୱ ସ୍ଥାନରେ ବର୍ଜ୍ୟଜଳ ଜମି ରହୁଛି। ସେହିପରି ସୁନ୍ଦରା ସାହିଠାରୁ ଗଉଡ ସାହି ମଧ୍ୟରେ ଗାଁ ଦାଣ୍ଡରେ ପାଣି ଜମି ରହୁଛି । ଏହି ୨ ଅଞ୍ଚଳ ଖାଲୁଆ ଥିବାରୁ ଦୂଷିତ ପାଣି ନିଷ୍କାସିତ ହୋଇପାରୁନାହିଁ। କେଉଁଠାରେ ଆଣ୍ଠୁଏ ତ କେଉଁଠି ପ୍ରାୟ ୬ ଇଞ୍ଚ ଉଚ୍ଚତା ପର୍ଯ୍ୟନ୍ତ ଜଳ ଜମି ରହୁଛି। ବର୍ଷାଦିନେ ଏହାର ପରିମାଣ ବୃଦ୍ଧିପାଉଛି। ଗ୍ରାମ ଦେଇ ଯାଇଥିବା ଆର୍‌ଡି ରାସ୍ତା ଉଚ୍ଚ ହୋଇଥିବାରୁ ଜଳ ନିଷ୍କାସିତ ହୋଇପାରୁନି। ତେଣୁ ଏହି ପ୍ରଦୂଷିତ ଜଳରେ ସର୍ବଦା ମଶା, ମାଛିଙ୍କର ବଂଶବୃଦ୍ଧି ସହ ଦୁର୍ଗନ୍ଧ ସୃଷ୍ଟି ହେଉଛି। ଉକ୍ତ ରାସ୍ତାଦେଇ ଯାତାୟାତ କରୁଥିବା ଲୋକେ ହଇରାଣ ହେଉଛନ୍ତି। ବାରମ୍ବାର ଡ୍ରେନେଜ୍‌ ବ୍ୟବସ୍ଥା ନିମନ୍ତେ ସ୍ଥାନୀୟ ଲୋକେ ଦାବି କଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଏ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ତୁରନ୍ତ ପଦକ୍ଷେପ ଗ୍ରହଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଏ ସମସ୍ୟା ସମ୍ପର୍କରେ ବୋଲଗଡ଼ ବିଡିଓ କହିଥିଲେ, ଅସରଳା ଗ୍ରାମରେ ବର୍ଜ୍ୟଜଳ ଡ୍ରେନେଜ୍‌ ବ୍ୟବସ୍ଥା ନିମନ୍ତେ ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପାନୀୟଜଳ ସମସ୍ୟା ନେଇ ବିଡିଓଙ୍କ ଦ୍ୱାରସ୍ଥ

ଲାଞ୍ଜିଗଡ଼,୧୭ା୪(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ସିନ୍ଦିଭଟା ଗ୍ରାମରେ ପିଇବା ପାଣି ସମସ୍ୟାକୁ ନେଇ ଶୁକ୍ରବାର ଗ୍ରାମବାସୀ ବିଡିଓଙ୍କ ଦ୍ୱାରସ୍ଥ ହୋଇ ଦାବିପତ୍ର…

ଆଜିଠାରୁ ୨୨ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

ସୋନପୁର,୧୭।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ତାତି ଅସମ୍ଭାଳ। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର…

କଳାହାଣ୍ଡିରେ ୧୮ରୁ ୨୧ ସ୍କୁଲ ଛୁଟି : ଜିଲାପାଳ କଲେ ଘୋଷଣା

ଭବାନୀପାଟଣା,୧୭।୪(ଉତ୍ତମ କୁମାର ଦାଶ)-ପ୍ରବଳ ଖରା ଓ ଅସହ୍ୟ ଗରମ କୁ ଦୃଷ୍ଟିରେ ରଖି ଶନିବାର ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ସରକାରୀ,ବେସରକାରୀ ସ୍କୁଲ…

ହର୍ମୁଜ ଖୋଲିବା ମାତ୍ରେ କମିଗଲା ପେଟ୍ରୋଲ-ଗ୍ୟାସ ଦର, ଦାମ୍‌ ଜାଣିଲେ…

ନୂଆଦିଲ୍ଲୀ,୧୭।୪: ଇରାନର ବୈଦେଶିକ ମନ୍ତ୍ରୀ ୪୯ ଦିନର ବନ୍ଦ ପରେ ବାଣିଜ୍ୟିକ ଜାହାଜ ପାଇଁ ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ଘୋଷଣା କରିବାର କିଛି ସମୟ ପରେ…

ଗ୍ରୀଷ୍ମ ପ୍ରବାହ: ଶିକ୍ଷାନୁଷ୍ଠାନଗୁଡ଼ିକୁ SOP ଅନୁସରଣ କରିବାକୁ ପରାମର୍ଶ

ବଲାଙ୍ଗୀର,୧୭।୪(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲାର ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ଓଡ଼ିଶାର ସୱତନ୍ତ୍ର ରିଲିଫ କମିଶନରଙ୍କ SOP ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ…

ଇରାନ ହର୍ମୁଜ ଖୋଲୁ ଖୋଲୁ ଭାରତ ପାଇଁ ଆସିଲା ଖୁସି ଖବର! ରାତାରାତି ପଲଟିଗଲା ବାଜି

ନୂଆଦିଲ୍ଲୀ,୧୭।୪: ଗତ ଦେଢ଼ ମାସ ଧରି ସମଗ୍ର ବିଶ୍ୱ ନିଶ୍ୱାସ ବନ୍ଦ କରି ରଖିଛି। ଫେବୃଆରୀ 28 ତାରିଖରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯେଉଁ ସଂଘର୍ଷ…

ଜନଗଣନା ବେଳେ କାମୁଡିଲା ସାପ

ଭଞ୍ଜନଗର,୧୭।୪(ବାବୁଲା ପ୍ରଧାନ): ଜନଗଣନା ସମୟରେ ଶୁକ୍ରବାର ସର୍ପ ଦଂଶନରେ ଜଣେ ଶିକ୍ଷୟିତ୍ରୀ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି। ଯାହାକୁ ନେଇ ଶିକ୍ଷକମାନେ ଚିନ୍ତିତ ହୋଇପଡିଛନ୍ତି। ଏହି ଘଟଣାଟି…

ନିଯୁକ୍ତି ଆଳରେ ନିର୍ଯ୍ୟାତନା ଅଭିଯୋଗ : ତାମିଲନାଡୁରୁ ୧୬ଯୁବତୀ…

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅଞ୍ଚଳରୁ ତାମିଲନାଡୁ ତିରପୁରକୁ ଏକ କମ୍ପାନୀରେ ନିଯୁକ୍ତି ଆଳରେ ଯାଇ ସେଠାରେ ବନ୍ଧା ପଡିଥିବା ୧୬ ଯୁବତୀ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri