ଗଣିଆରେ ବନ୍ୟା ପରିସ୍ଥିତି, ୫ ପଞ୍ଚାୟତର ୭୩ ଗାଁ ଜଳବନ୍ଦୀ

ଗଣିଆ,୧୫।୮(ଡି.ଏନ.ଏ.)-ଗତ ୩ଦିନ ଧରି ଲଗାଣ ବର୍ଷା ହେବା ଫଳରେ ମହାନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ନୟାଗଡ଼ ଜିଲା ଗଣିଆ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ା ଗତ ମଙ୍ଗଳବାର ସକାଳୁ ମହାନଦୀର ଜଳସ୍ତର କ୍ରମଶଃ ବୃଦ୍ଧି ପାଇ ବୁଧବାର ବନ୍ୟାଜଳ ବିଭିନ୍ନ ରାସ୍ତାରେ ପ୍ରବାହିତ ହେଉଥିବା ଦେଖାଯାଇଛି ା ବନ୍ୟା ଯୋଗୁ ଗଣିଆ ବ୍ଲକର ଛାମୁଣ୍ଡିଆ ଓ ବଡଶିଲିଙ୍ଗା ପଞ୍ଚାୟତର ୬୩ ଗାଁ, ରାସଙ୍ଗ ପଞ୍ଚାୟତର ୬, କିଶୋରପ୍ରସାଦ ପଞ୍ଚାୟତର ୨ ଓ ବେଲପଡା ପଞ୍ଚାୟତର ୨ ଗାଁ ଏପରି ମୋଟ ୭୩ଟି ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡିଛି । ତେବେ ହଠାତ୍‌ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଫଳରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଇଛି ା
ଗଣିଆ-କୁତୁରୀ ପୁରୁଣା ଜଗନ୍ନାଥ ସଡକର ବିଭିନ୍ନ ସ୍ଥାନରେ ବୁଧବାର ସକାଳୁ ପ୍ରାୟ ୪ରୁ ୭ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି ା ଏହି ରାସ୍ତାର ରାସଙ୍ଗରୁ କାଦୁଆ ପ୍ରାୟ ୧କିମି ପର୍ଯ୍ୟନ୍ତ ୫ରୁ ୬ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି ା ମଣିଭଦ୍ରା ଠାରୁ କଳାପାଟ ଓ ବୃତ୍ତଙ୍ଗ ନଦୀ ପାର୍ଶ୍ୱ ଅଞ୍ଚଳ, ବେଣ୍ଟପଡା ଠାରୁ ଛାମୁଣ୍ଡିଆ ୧କିମି, ଛାମୁଣ୍ଡିଆ ଠାରୁ ମୁଦୁଲିଗାଡିଆ ୫କିମି, ବେଠିଆସାହି ଠାରୁ କୁତୁରୀ ୮କିମି ମଧ୍ୟରେ ୪ଫୁଟରୁ ୭ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। ସେହିପରି ବଡଶିଲିଙ୍ଗା ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତାର ବିଭିନ୍ନ ନାଳରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଏହି ପଞ୍ଚାୟତକୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍‌ ହୋଇପଡିଛି ା ସେହିପରି ଛାମୁଣ୍ଡିଆ ପଞ୍ଚାୟତର ବଡମୂଳ, ମାଳିସାହି, ବେଠିଆସାହି, ମୁଦୁଲିଗାଡିଆ, କନ୍ଧଜିଲିଣ୍ଡା, ଛାମୁଣ୍ଡିଆ, ଗୋପୀନାଥପୁର , ବେଣ୍ଟପଡା, ଈଶ୍ୱରପୁର, ବେଣ୍ଟପଡା ମାଳିସାହି, ରାଇଗାଡିଆ ଓ ମହନାପଦା ଗ୍ରାମ ପାଣି ଘେରରେ ରହିଥିବାରୁ ଯିବା ଆସିବା ସମ୍ଭବ ହେଉନାହିଁ ା ଅନ୍ୟପରି ରାସଙ୍ଗ ପଞ୍ଚାୟତର ଡଙ୍କାରିସାହି, କେନ୍ଦୁପଲ୍ଲୀ, କାଦୁଆ, ହଟିଆପଲ୍ଲୀ, ବସନ୍ତପୁର, ଓସ୍ତିଆ, ରାସଙ୍ଗ, ବେଲପଡା ପଞ୍ଚାୟତର ୱାଲିପୁର, ରାଉତପଡା ଓ କିଶୋରପ୍ରସାଦ ପଞ୍ଚାୟତର ପତୁରିଆ ଗାଁ ପାଣି ଘେରରେ ରହିଛି ା ଛାମୁଣ୍ଡିଆ ଗ୍ରାମର ତଳବଜାର, ବେଲପଡା ପଞ୍ଚାୟତର ରାଉତପଡା, ୱାଲିପୁର ଓ କିଶୋରପ୍ରସାଦ ପଞ୍ଚାୟତର ପତୁରିଆ ଗାଁ ଭିତରେ ବନ୍ୟାଜଳ ପ୍ରବେଶ କରିଛି ା ଗାଁ ଲୋକେ ଭୟଭୀତ ଅବସ୍ଥାରେ ରହିଥିଲେ ମଧ୍ୟ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ଥିବା ଲୋକମାନଙ୍କଠାରୁ ସୂଚନା ମିଳିଛି ା ମହାନଦୀର ବଡ଼ମୂଳଠାରେ ୩୮ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି ା ଏଠାରେ ବିପଦ ସଙ୍କେତ ୪୦ଫୁଟ୍‌ ରହିଛି ା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଗଣିଆ ବ୍ଲକ ଅଧ୍ୟକ୍ଷ ଶେଷଦେବ ସ୍ବାଇଁ , ବିଡିଓ ମାନସ ରଞ୍ଜନ ସାମଲ, ଜିଲା ପରିଷଦ ସଭ୍ୟ ମହେଶ୍ୱର ମହାରଣା ବୁଧବାର ଅପରାହ୍ନରେ ଗଣିଆ ବ୍ଲକ ରାସଙ୍ଗ ଠାରେ ପହଞ୍ଚତ୍ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଥିଲେ ା ରାସଙ୍ଗଠାରେ ମହଜୁଦ ଥିବା ମୋଟର ଲଞ୍ଚର ଇଞ୍ଜିନ ଖରାପ ଯୋଗୁ ବିଧାୟକ, ବ୍ଲକ ଅଧ୍ୟକ୍ଷ ଓ ବିଡିଓ ବନ୍ୟାଞ୍ଚଳ ପରିଦର୍ଶନ କରି ନ ପାରି ଫେରିଯାଇଥିଲେ ା ବନ୍ୟାଜଳ ବୃଦ୍ଧି ପାଉଥିବାରୁ ସକାଳ ୧୦ଟାରୁ ବନ୍ୟା ପ୍ରଭାବିତ ଅଞ୍ଚଳକୁ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି ା ଅନ୍ୟପକ୍ଷେ ବୁଧବାର ବର୍ଷା ହେଉ ନ ଥିବାରୁ ସନ୍ଧ୍ୟା ୬ଟା ସୁଦ୍ଧା ଖବର ଲେଖା ହେବା ଯାଏ ଜଳସ୍ତର କମି ୩୭.୭ରେ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟୀ ଅପହରଣ ଘଟଣାର ପର୍ଦ୍ଦାଫାଶ: ସାମ୍ନାକୁ ଆସିଲା ବଡ଼ କାରଣ: ‘ହନୁମାନ ପଇସା’ କାରବାରରୁ…

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ‘ହନୁମାନ ପଇସା’ କାରବାରକୁ କେନ୍ଦ୍ର କରି ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri