ଗଣତନ୍ତ୍ରରେ ଲୋକଙ୍କ ଦାୟିତ୍ୱ

ବିଚିତ୍ର ବିଶ୍ୱାଳ
ଏକ ଗଣତାନ୍ତ୍ରିକ ରାଷ୍ଟ୍ର ସମ୍ମୁଖରେ ସବୁଠୁ ବଡ଼ ଆହ୍ବାନ ହେଉଛି, ତାହାର ଗଣତନ୍ତ୍ରକୁ ବଞ୍ଚେଇ ରଖିବା। ନେତାଜୀ ସୁଭାଷ ବୋଷ କହୁଥିଲେ, ସ୍ବାଧୀନତା ପାଇବା ସହଜ, କିନ୍ତୁ ଏହାକୁ ଧରି ରଖିବା କଷ୍ଟକର। ଠିକ୍‌ ସେହିପରି ଗଣତାନ୍ତ୍ରିକ ରାଷ୍ଟ୍ର ଘୋଷଣା କରିବା ଓ ଏଥିପାଇଁ ବିଶ୍ୱ ଦରବାରରେ ବାହାବା ନେବା ସହଜ, କିନ୍ତୁ ଏହାକୁ ବଞ୍ଚେଇ ରଖିବା ଓ ଧୀରେ ଧୀରେ ପରିପକ୍ୱତାର ସହିତ ଆଗକୁ ବଢ଼ିବା ବାସ୍ତବିକ କଷ୍ଟସାଧ୍ୟ। ଏକସ୍ତରିତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଏହି ଆହ୍ବାନ ଆମ ସମ୍ମୁଖରେ ଉଭା ହୋଇଛି।
ସାଧାରଣତନ୍ତ୍ରରେ ସବୁଠୁ ଅଧିକ ଦାୟିତ୍ୱ ଓ କର୍ତ୍ତବ୍ୟ ଥାଏ ସେ ଦେଶର ଜନସାଧାରଣଙ୍କର। ଜନସାଧାରଣ ହଁି ସାଧାରଣତନ୍ତ୍ରକୁ ବଞ୍ଚେଇ ରଖି ଠିକ୍‌ ଦିଗରେ ନେଇପାରିବେ। କାରଣ ନେତାମାନେ ତ ସବୁବେଳେ ଲୋକଙ୍କଠାରୁ କ୍ଷମତା ଓ ନିଷ୍ପତ୍ତିି ନେବାର ଅଧିକାର ଛଡ଼େଇ ନେବା ପାଇଁ ଚାହାନ୍ତି। କିନ୍ତୁ ଜନତା ଯଦି ସାଧାରଣତନ୍ତ୍ରର ମହତ୍ତ୍ୱକୁ ବୁଝି ତା’ ସପକ୍ଷରେ ସ୍ବର ଉତ୍ତୋଳନ କରି ନିଜ ଅଧିକାରକୁ ନିଜେ ଜାହିର କରିବା ପାଇଁ ନ ଚାହଁିବେ, ତା’ହେଲେ ସାଧାରଣତନ୍ତ୍ର କେବଳ ନାଁକୁୁ ମାତ୍ର ରହିବ। ତା’ ଆଢ଼ୁଆଳରେ ଏକ ଛଦ୍ମ ଏକଚ୍ଛତ୍ରବାଦ ମୁଣ୍ଡ ଟେକିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ।
ଆମ ନିଜର ବ୍ୟକ୍ତିତ୍ୱ ଓ ସମାଜର ବିକାଶ ଦିଗରେ ଆମ ସାଧାରଣତନ୍ତ୍ରର ଅନେକ ଅବଦାନ ଅଛି। ଯଦି ଆମେ ଏକଚ୍ଛତ୍ରବାଦୀ ବା ସାମନ୍ତବାଦୀ ଶାସନରେ ଥାଆନ୍ତେ, ତେବେ ଦେଶ ଭାବେ ଆଜି ଆମେ ଯେତିକି ଆଗକୁ ବଢ଼ିଛେ ବା ନିଜ ବ୍ୟକ୍ତିଗତ ସ୍ତରରେ ଆମେ ଯେତିକି ଉନ୍ନତି କରିଛେ, କଦାପି ବି ସେତିକି କରିପାରି ନ ଥାନ୍ତେ। ଆଜି ଆମ ସାମାଜିକ ଜୀବନ ଯେତିକି ବି ଜୀବନ୍ତ ତଥା ଚଳମାନ ଅଛି, ତାହାର କେତେକ କାରଣ ମଧ୍ୟରୁ ଆମ ସାଧାରଣତନ୍ତ୍ର ଗୋଟିଏ। ଆମେ ଆଜି ସ୍ବାଧୀନ ଭାବେ ମତବ୍ୟକ୍ତ କରିପାରୁଛେ, ନିଜେ ନିଜର ସରକାର ତିଆରି କରୁଛେ, ଆଇନ ନିର୍ମାଣରେ ବି ମତବ୍ୟକ୍ତ କରିପାରୁଛେ, ସେଥିପାଇଁ ଆମ ସାଧାରଣତନ୍ତ୍ର ବ୍ୟବସ୍ଥା ହଁି ଦାୟୀ। ସୂଚନା ଅଧିକାର ଆଇନ, ଶିକ୍ଷା ଅଧିକାର ଆଇନ ଓ ଏମ୍‌ଜିଏନ୍‌ଆର୍‌ଇଜିଏ ଆଦି ଅନେକ ଲୋକାଭିମୁଖୀ ଆଇନ ପାର୍ଲାମେଣ୍ଟରେ ପାସ୍‌ ହେବା ପୂର୍ବରୁ ପ୍ରଥମେ ଲୋକମାନଙ୍କ ଦ୍ୱାରା ଦାବି ଉଠିଥିଲା। ଏଥିପାଇଁ ଅନେକ ଲୋକ ଦୀର୍ଘଦିନ ହେବ ସଂଗ୍ରାମ କରିଥିଲେ। ଫଳ ସ୍ବରୂପ ଏହିସବୁ ଆଇନ ଆଜି ବଳବତ୍ତର ଅଛି ଓ ଏହାର ସୁବିଧା ଲୋକମାନେ ପାଉଛନ୍ତି। ଏହା ସମ୍ଭବ ହୋଇଛି କେବଳ ଆମ ସାଧାରଣତନ୍ତ୍ର ପାଇଁ। ଆଜି ସାରା ଦେଶରେ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଜୋରଦାର ଜନଆନ୍ଦୋଳନ ଜାରି ରହିଛି। ଅନେକ କ୍ଷେତ୍ରରେ ସରକାର ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ମନୋଭାବ ନେଇ ଆନ୍ଦୋଳନକୁ ଅସତ୍‌ ଉପାୟରେ ଦମନ ବି କରିବାକୁ ଚେଷ୍ଟା କରୁଛନ୍ତି। ପୋଲିସ୍‌ବାହିନୀ ଓ ଗୁଣ୍ଡାଙ୍କ ସହଯୋଗ ବି ନିଆଯାଉଛି। ତଥାପି ସାରା ଦେଶରେ ଆନ୍ଦୋଳନର ଯେଉଁ ସ୍ବର ଉଠିଛି, ତାହା କ’ଣ ବିନା ସାଧାରଣତନ୍ତ୍ରରେ ସମ୍ଭବ ହୋଇପାରିଥାନ୍ତା? ଆମେ ବିଶ୍ୱର ଏକାଧିକ ଏକଚ୍ଛତ୍ରବାଦ ତଥା ଫାସିବାଦୀ ରାଷ୍ଟ୍ର ଦେଖିଛେ, ଯେଉଁଠି ଶାସନତନ୍ତ୍ର ବିରୋଧରେ ପ୍ରତିବାଦ ଅର୍ଥ ମୃତ୍ୟୁ। ଯଦିଓ ଆମ ସାଧାରଣତନ୍ତ୍ରର ମର୍ଯ୍ୟାଦା ଧୀରେ ଧୀରେ ହାନି ହେଉଛି, କିନ୍ତୁ ଏହା ଭୁଶୁଡ଼ି ପଡ଼ିବା ଭଳି ପରିସ୍ଥିତି ପହଞ୍ଚତ୍ନି କି ନିକଟ ଭବିଷ୍ୟତରେ ପହଞ୍ଚତ୍ବ ନାହିଁ। କାରଣ ଆମ ସାଧାରଣତନ୍ତ୍ର ଆମକୁ ସେତିକି ଶକ୍ତିଶାଳୀ କରିଛି, ଯେମିତି କି ତା’ ଉପରକୁ ବିପଦ ଆସିଲେ ଆମେ ମେଳି ବାନ୍ଧି ତାକୁ ଉଦ୍ଧାର କରିପାରିବା।
ଆଜି ଆମ ସାଧାରଣତନ୍ତ୍ରକୁ ରକ୍ଷାକରିବାର ଆହ୍ବାନ ଆମ ଦରଜା ପାଖରେ। ଏଥିପାଇଁ ସାଧାରଣ ଲୋକମାନଙ୍କୁ ଆଗକୁ ଆସିବାକୁ ହେବ। ଆମ ସାଧାରଣତନ୍ତ୍ର ଧୀରେ ଧୀରେ ଯେତେ ପରିପକ୍ୱ ହେଉଛି, ସେହି ହିସାବରେ ଏହାକୁ ହରଣ କରିବା ପାଇଁ ବି କିଛି ଗୋଷ୍ଠୀ ଚତୁରତାର ସହିତ ଲାଗିପଡ଼ିଛନ୍ତି। ଏ ସମୟରେ କେବଳ ସାଧାରଣତନ୍ତ୍ର ଦିବସ ପାଳନ କରି କାମ ସାରିଦେଲେ ଚଳିବ ନାହଁି। ଆମକୁ ଅତ୍ୟନ୍ତ ସତର୍କତାର ସହିତ ଶାନ୍ତିପୂର୍ଣ୍ଣ ସଂଘର୍ଷ ପୂର୍ବକ ଗଣତନ୍ତ୍ରର ମର୍ଯ୍ୟାଦା ରକ୍ଷା କରିବାକୁ ହେବ। ସଂପ୍ରତି ଆମ ଦେଶରେ ନିର୍ବାଚନ ଧୀରେ ଧୀରେ ପଇସାବାଲାଙ୍କ ଖେଳରେ ପରିଣତ ହେଲାଣି। ଲୋକଙ୍କୁ ବିଭିନ୍ନ ଉପାୟରେ ବଶ କରି ଟଙ୍କା ଲୋଭରେ ହେଉ ବା ପ୍ରଚାରରେ ଅଥୟ କରି ବା ମିଛ ଖବର ପ୍ରସାରିତ କରି ଲୋକଙ୍କ ଭୋଟ୍‌କୁ କରାୟତ୍ତ କରାଯାଉଛି। ଧୀରେ ଧୀରେ ଲୋକମାନେ ନିର୍ବାଚନର ମହତ୍ତ୍ୱକୁ ଅତି ସାଧାରଣ ଭାବେ ଗ୍ରହଣ କଲେଣି। ସେହିପରି ରାଜନୈତିକ ଦଳ ଓ ନେତାମାନେ ବି ଭାବିଲେଣି ଯେ, ଲୋକଙ୍କୁ ଯେନତେନ ପ୍ରକାରେ ପରିଚାଳନା କରି ତାଙ୍କ ଭୋଟ୍‌ ହାତେଇ ହେବ। ଏହା ଗଣତନ୍ତ୍ର ପ୍ରତି ବିପଦ। ଏତଦ୍‌ବ୍ୟତୀତ ଆମେ ଦେଖୁଛେ ଯେ, ନିର୍ବାଚିତ ପ୍ରତିନିଧିମାନେ କିପରି ଦିନ ଦିପହରେ କିଣାବିକା ହେଉଛନ୍ତି! କର୍ନାଟକ, ହରିୟାଣା, ମହାରାଷ୍ଟ୍ର ପରି ରାଜ୍ୟରେ ଏହି କିଣାବିକା ପ୍ରକ୍ରିୟା ଦୀର୍ଘଦିନ ଧରି ଚାଲିଲା। ଟଙ୍କା ଓ କ୍ଷମତା ଲୋଭ ଦେଖାଇ କେଉଁଠି ସରକାର ଭଙ୍ଗାଯାଉଛି ତ କେଉଁଠି ସରକାର ଗଢ଼ାଯାଉଛି। ତା’ହେଲେ ସାଧାରଣ ଲୋକମାନଙ୍କର ଭୋଟ୍‌ର ମୂଲ୍ୟ ରହିଲା କେଉଁଠି? ଏସବୁ ପ୍ରକ୍ରିୟାରେ ସବୁଠୁ ଅଧିକ ଲାଞ୍ଛିତ ହେଉଛି ଆମ ସାଧାରଣତନ୍ତ୍ର। ଗୋଟିଏ ଗଣତାନ୍ତ୍ରିକ ଦେଶରେ ଲୋକମାନଙ୍କର ମତ ହଁି ସବୁଠାରୁ ଅଧିକ ଗୁରୁତ୍ୱ ପାଇବା କଥା। କିନ୍ତୁ ଅନେକ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଆମେ ଦେଖୁଛେ। ହଜାର ହଜାର ଲୋକ ନିଜ ଭିଟାମାଟି ଓ ଜୀବନ ଜୀବିକା ଛାଡ଼ିବାକୁ ରାଜି ନ ହୋଇ ଆନ୍ଦୋଳନକୁ ଓହ୍ଲାଉଥିଲେ ବି ସରକାର ଜବରଦସ୍ତ କମ୍ପାନୀଙ୍କ ସ୍ବାର୍ଥ ପାଇଁ ଓ ମିଛ ବିକାଶର ନାଁରେ ଲୋକମାନଙ୍କୁ ବିସ୍ଥାପିତ କରି ତାଙ୍କ ମାଟି ଉପରେ କମ୍ପାନୀ ପ୍ରତିଷ୍ଠା କରୁଛନ୍ତି। ପ୍ରକାରାନ୍ତରେ ଲୋକମାନେ ତଳିତଳାନ୍ତ ହେଉଥିବା ବେଳେ କମ୍ପାନୀ ହଁି ଲାଭବାନ ହେଉଛି। ଆହୁରି ଅନେକ ପ୍ରସଙ୍ଗ ଅଛି ଯେଉଁଠି ବାସ୍ତବିକ ଭାବେ ଗଣତନ୍ତ୍ରକୁ ରୂପ ଦେବାର ଅଛି, ଯାହା କେବଳ କାଗଜପତ୍ରରେ ରହିଯାଉଛି। ଧୀରେ ଧୀରେ ଆମ ଦେଶରେ ପ୍ରତିବାଦ କରିବାକୁ ଦେଶଦ୍ରୋହର ରୂପ ଦିଆଯାଉଛି। ଏହା ଅତ୍ୟନ୍ତ ଖରାପ ପରମ୍ପରା। ଏହା ପ୍ରତିବାଦର ସଂସ୍କୃତିକୁ ସର୍ବନାଶ କରିଦେବ। ଗୋଟିଏ ଗଣତନ୍ତ୍ରରେ ପ୍ରତିବାଦର ସଂସ୍କୃତି ମରିଗଲେ ତାହା ଏକଚ୍ଛତ୍ରବାଦ ହେବାକୁ ବେଶି ଡେରି ଲାଗିବ ନାହିଁି।
ଏହିଭଳି ସନ୍ଧିକ୍ଷଣରେ ଆମେ ଉପସ୍ଥିତ ହୋଇଛେ। ଏ ସମୟରେ ସବୁଠାରୁ ଅଧିକ ଦାୟିତ୍ୱ ଜନଗଣଙ୍କର। ସାଧାରଣତନ୍ତ୍ରର ସୁରକ୍ଷା ପାଇଁ ସାଧାରଣ ଲୋକମାନେ ସଂକଳ୍ପବଦ୍ଧ ଭାବେ ଆଗକୁ ବାହାରିବା ଅତ୍ୟନ୍ତ ଜରୁରୀ। ତା’ ନ ହେଲେ ଆମ କଷ୍ଟଲବ୍ଧ ସ୍ବାଧୀନତା ଓ ସାଧାରଣତନ୍ତ୍ର ବେଶିଦିନ ତିଷ୍ଠିପାରିବ ନାହିଁି।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର, ମୋ- ୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

ସ୍ଲଟ୍‌ ବୁକିଂ ବ୍ୟବସ୍ଥାରେ ଶ୍ରୀଜୀଉ ଦର୍ଶନ

ଶ୍ରୀ ଜଗନ୍ନାଥଙ୍କ ଦର୍ଶନରେ ସୁଧାର ଆଣିବାକୁ ସରକାର ସ୍ଲଟ୍‌ ବୁକିଂ ବ୍ୟବସ୍ଥା ପ୍ରଚଳନ ପାଇଁ କହିଛନ୍ତି। ଏହା ଉପରେ ପ୍ରାଥମିକ ପଦକ୍ଷେପ ଆରମ୍ଭ ହୋଇଯାଇଛି ବୋଲି ଶ୍ରୀମନ୍ଦିର…

ସମୃଦ୍ଧିର ପ୍ରତୀକ

ଦେବଦତ୍ତ ପଟ୍ଟନାୟକ ଲଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ…

ଟପ୍ପର ହେବା ଜରୁରୀ କି

ନିକଟରେ ପ୍ରକାଶ ପାଇଥିବା ସିିବିଏସ୍‌ଇ ଦଶମ ବୋର୍ଡ ପରୀକ୍ଷା ଫଳକୁ ନେଇ ଓଡ଼ିଶା ସାରା ଚର୍ଚ୍ଚା। କେବଳ ଓଡ଼ିଶା କାହିଁକି, ସାରା ଭାରତରେ ଅନେକ ଛାତ୍ରୀଛାତ୍ର ଶତକଡା…

ସମୃଦ୍ଧିର ପ୍ରତୀକ

ଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ ସମୃଦ୍ଧିର ପ୍ରତୀକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri