Posted inଜାତୀୟ

ଗଡ୍‌ସେ ନା ଗାନ୍ଧିଜୀଙ୍କ ପକ୍ଷରେ: ନୀତୀଶଙ୍କୁ ପ୍ରଶାନ୍ତ କିଶୋରଙ୍କ ପ୍ରଶ୍ନ

ପାଟନା,୧୯ା୨(ପି.ଟି.): କ୍ଷମତା ପାଇଁ ଭାଜପା ସହ ମେଣ୍ଟ କରିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ରାଜନୈତିକ ରଣନୀତିକାର ତଥା ରାଜନେତା ପ୍ରଶାନ୍ତ କିଶୋର କଡ଼ା ସମାଲୋଚନା କରିଛନ୍ତି। ଜେଡିୟୁ ନେତା ଭାବରେ ସେ ନାଥୁରାମ ଗଡ଼୍‌ସେ ନା ମହାତ୍ମା ଗାନ୍ଧୀଙ୍କ ପକ୍ଷରେ ତାହା ସ୍ପଷ୍ଟ କରନ୍ତୁ ବୋଲି ପ୍ରଶାନ୍ତ କିଶୋର ଆହ୍ବାନ ଦେଇଛନ୍ତି। ଜେଡିୟୁ ନେତା ଗାନ୍ଧୀବାଦୀ ବିଚାରଧାରା ସହ ରହିପାରିଲେ ନାହିଁ। ତାହା ପରିବର୍ତ୍ତେ ସେ ଗଡ୍‌ସେଙ୍କ ସମର୍ଥକମାନଙ୍କ ପକ୍ଷ ନେଲେ ବୋଲି ଏକ ଖବରଦାତା ସମ୍ମିଳନୀରେ ପ୍ରଶାନ୍ତ କିଶୋର କହିଛନ୍ତି। ଜେଡିୟୁରୁ ବହିଷ୍କୃତ ହେବା ପରେ ଏହା ଥିଲା ତାଙ୍କର ପ୍ରଥମ ଖବରଦାତା ସମ୍ମିଳନୀ।
ବିହାର ମୁଖ୍ୟମନ୍ତ୍ରୀ ଗାନ୍ଧୀନୀତି ପ୍ରତି ତାଙ୍କର ପ୍ରତିବଦ୍ଧତା ପାଳନ ନ କରିବା ଏବଂ ଭାଜପା ସହ ମେଣ୍ଟ କରିବାରୁ ତାଙ୍କ ସହିତ ମତପାର୍ଥକ୍ୟ ସୃଷ୍ଟି ହୋଇଥିଲା ବୋଲି ପ୍ରଶାନ୍ତ କିଶୋର ସ୍ବୀକାର କରିଛନ୍ତି। ଗାନ୍ଧୀ, ଜୟପ୍ରକାଶ ଓ ଲୋହିଆଙ୍କ ବିଚାରଧାରାରୁ କଦାପି ନିବୃତ୍ତ ହେବେନାହିଁ ବୋଲି କହୁଥିବା ନୀତୀଶଜୀ କିପରି ଗଡ୍‌ସେ ବିଚାରଧାରାର ସମର୍ଥକମାନଙ୍କ ସହ ଏକାଠି ହୋଇପାରିଲେ ବୋଲି ପ୍ରଶାନ୍ତ ପ୍ରଶ୍ନ କରିଛନ୍ତି। ଯଦି ସେ ଭାଜପାରେ ରହିବାକୁ ଚାହୁଁଛନ୍ତି ତେବେ ସେଥିରେ କୌଣସି ସମସ୍ୟା ନାହିଁ, ତେବେ ଏକସଙ୍ଗେ ଉଭୟ ପକ୍ଷରେ ହୋଇପାରିବେ ନାହିଁ ବୋଲି ପ୍ରଶାନ୍ତ କହିଛନ୍ତି।
ନୀତୀଶ କୁମାର ସରକାରଙ୍କ ବିକାଶ ମଡେଲକୁ ନେଇ ପ୍ରଶାନ୍ତ ପ୍ରଶ୍ନ ଉଠାଇଛନ୍ତି। ତାଙ୍କର ଏଭଳି ସମାଲୋଚନାରେ ଜେଡିୟୁ କ୍ଷୁବ୍ଧ ହୋଇଛି। ରାଜନୀତିରେ ବୁଡ଼ି ନ ରହି ନିଜ କାମରେ ମନ ଦେବା ପାଇଁ ଜେଡିୟୁ ତାଙ୍କୁ ପରାମର୍ଶ ଦେଇଛି। ଏବେ ତାଙ୍କୁ ଆମ୍‌ ଆଦ୍‌ମୀ ପାର୍ଟି ପାଇଁ କାମ କରିବାକୁ ହେବ। ବ୍ୟବସାୟକୁ ଆଗେଇନେବା ପାଇଁ ସମୟ ଦେବା ତାଙ୍କ ପାଇଁ ଭଲ ହେବ ବୋଲି ଜେଡିୟୁ ମୁଖପାତ୍ର କେ.ସି. ତ୍ୟାଗୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ଛାତ୍ରୀଛାତ୍ରଙ୍କ ଉତ୍ସାହିତ କଲେ ବିଧାୟକ, ଉପଜିଲାପାଳ; ଭବିଷ୍ୟତ ଗଠନ ପାଇଁ…

ଭଞ୍ଜନଗର/ବେଲଗୁଣ୍ଠା,୨୬/୭(ବାବୁଲା ପ୍ରଧାନ ): ଗଞ୍ଜାମ ଜିଲା, ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠାନର ୪୩ତମ ପ୍ରତିଷ୍ଠା ଦିବସ ରବିବାର…

ପୂର୍ବାଞ୍ଚଳ ତୀରନ୍ଦାଜ ପ୍ରତିଯୋଗିତା ଉଦ୍‌ଯାପିତ, ବାଜି ମାରିଲା ଆସାମ ଆର୍ମୀ ପବ୍ଲିକ ସ୍କୁଲ

ଭବାନୀପାଟଣା,୨୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ବିକାଶ ଆବାସିକ ବିଦ୍ୟାଳୟ ପରିସରରେ ଗତ ୨୪ ତାରିଖରୁ ଚାଲିଥିବା ସିବିଏସ୍‌ଇ ପୂର୍ବାଞ୍ଚଳ ତୀରନ୍ଦାଜ ପ୍ରତିଯୋଗିତା ରବିବାର ଉଦଯାପିତ…

ଶେଷ ପର୍ଯ୍ୟନ୍ତ ମିଳିଲାନି ସରକାରୀ ବ୍ୟବସ୍ଥା: ଶେଷରେ ୭ ବର୍ଷର ଆଦିବାସୀ ଶିଶୁର ଚାଲିଗଲା ଜୀବନ

ଥୁଆମୂଳ ରାମପୁର, ୨୬ା୭ (ଦୁର୍ଗା କୀର୍ତ୍ତି): ସରକାରୀ ବ୍ୟବସ୍ଥାର ଫମ୍ପା ପ୍ରତିଶ୍ରୁତି, ପ୍ରଶାସନିକ ଅବହେଳା ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ଆନ୍ତରିକତାର ଅଭାବ ଯୋଗୁ ସହାୟତା ପାଇବା ପୂର୍ବରୁ…

ପୁଣି ନୂଆ ଭିଡିଓ ଶେୟାର କରି ବଡ଼ ଘୋଷଣା କଲେ ମୋଦି, ଗଠନ ହେଲା…

ନୂଆଦିଲ୍ଲୀ,୨୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିକ୍ଷା ସଂସ୍କାରକୁ ନେଇ ଗମ୍ଭୀର ନଜର ଆସୁଛନ୍ତି। ପ୍ରଥମେ NTAରେ ପ୍ରଶାସନିକ ପରିବର୍ତ୍ତନ ସହିତ ପୂର୍ବତନ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ…

ଅଙ୍ଗନବାଡି ସଂଘର ବଡ଼ ଘୋଷଣା: ଏହିଦିନ ହେବ ରାଲି

ଗୁଡାରି,୨୬।୭(ପ୍ରମୋଦ କୁମାର ପତି ): ରବିବାର ଗୁଡାରି ବ୍ଲକ ଅଙ୍ଗନବାଡି ସଂଘ ପକ୍ଷରୁ ସ୍ଥାନୀୟ ଦୁର୍ଗାପୂଜା ମଣ୍ଡପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ସଙ୍ଘର ନିଷ୍ପତ୍ତି…

ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ମେସେଜ୍‌: ସରକାରଙ୍କ ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଯୁବକଙ୍କୁ…

ନୂଆଦିଲ୍ଲୀ,୨୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ‘ବିକଶିତ ଭାଇବ୍ରାଣ୍ଟ ଭିଲେଜ ପ୍ରୋଗ୍ରାମ ୨୦୨୬’ ଅଧୀନରେ ରବିବାର ଯୁବକମାନଙ୍କ ସହିତ ଆଲୋଚନା କରିଛନ୍ତି। ଆଲୋଚନା ଉପରେ…

ଅଞ୍ଚଳରେ ଚାଞ୍ଚଲ୍ୟ: ସ୍ପଷ୍ଟ ଦିବାଲୋକରେ ଯୁବକଙ୍କୁ ସଂଘବଦ୍ଧ ଭାବେ ଖଣ୍ଡାରେ ହାଣିଲେ, ଲୋକେ ପାଟିକରିବାରୁ…

ପୁରୁଷୋତ୍ତମପୁର,୨୬।୭( ସବିତାମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର କାଳୀମନ୍ଦିର ଛକ ନିକଟରେ ସ୍ପଷ୍ଟ ଦିବାଲୋକରେ ଜଣେ ଯୁବକଙ୍କୁ ଖଣ୍ଡାରେ ନିର୍ମମ ଭାବରେ ହାଣି ହତ୍ୟା ଉଦ୍ୟମ କରିବା…

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ଚାଲିଗଲା ପ୍ରାଣ

କାମାକ୍ଷାନଗର,୨୬ା୭(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା ତୁମୁସିଙ୍ଗା ଥାନା ଜକା ଗ୍ରାମରେ ଅଭାବନୀୟ ଘଟଣା। ବିଲକୁ କାମ କରିବାକୁ ଯାଇ ପୋଖରୀରେ ଗାଧୋଉଥିବା ବେଳେ ଗୋଡ଼ ଖସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri