ଗଞ୍ଜାମ ଜିଲା ୨୦୧୯ ନିର୍ବାଚନ: ଦଳବଦଳ ପ୍ରାର୍ଥୀଙ୍କ ବଢ଼ିଛି ଚିନ୍ତା

ବ୍ରହ୍ମପୁର ଅଫିସ,୨୮ା୪-ଗଞ୍ଜାମ ଜିଲାରେ ୨୦୧୯ ସାଧାରଣ ନିର୍ବାଚନ ଦୁଇ ପର୍ଯ୍ୟାୟରେ ସରିଯାଇଛି। ଫଳାଫଳ ଘୋଷଣାକୁ ୨୫ ଦିନ ବାକି ରହିଛି। ଦଳ ବଦଳ କରି ମଇଦାନକୁ ଓହ୍ଲାଇଥିବା ଜିଲାର ୮ ପ୍ରାର୍ଥୀଙ୍କ ହାରଜିତ ନେଇ ଚିନ୍ତା ବଢ଼ିଯାଇଛି। ସେମାନେ ଟେନସନରେ ଅଛନ୍ତି ଏବଂ ସମର୍ଥକଙ୍କ ଗହଣରେ ବାରମ୍ବାର ଅଙ୍କ କଷୁଛନ୍ତି। ହେଭିୱେଟ ନେତା ଚନ୍ଦ୍ରଶେଖର ସାହୁ ଛାତ୍ର ଜୀବନରୁ କଂଗ୍ରେସ ରାଜନୀତିରେ ଥିଲେ।  ବ୍ରହ୍ମପୁର ପୌର ପରିଷଦର ଦୁଇଥର ନଗରପାଳ ହୋଇଥିଲେ । ୨୦୦୦ ବିଧାନସଭା ନିର୍ବାଚନରେ ତାଙ୍କୁ କଂଗ୍ରେସ ଟିକେଟ ନ ମିଳିବାରୁ ସେ ବ୍ରହ୍ମପୁର ସେଗ୍‌ମେଣ୍ଟରେ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରି ପରାସ୍ତ ହେବା ସହ କଂଗ୍ରେସ ପ୍ରାର୍ଥୀ ବିକ୍ରମ ପଣ୍ଡାଙ୍କୁ ଚିତପଟାଙ୍ଗ କରାଇବାରେ ସଫଳ ହୋଇଥିଲେ। ୨୦୦୪ ନିର୍ବାଚନରେ ବ୍ରହ୍ମପୁର ଲୋକ ସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ ଏବଂ ନିର୍ବାଚିତ ହେଲେ। ପ୍ରଥମ ଉପା ସରକାରରେ କେନ୍ଦ୍ରମନ୍ତ୍ରୀ ପଦ ପାଇଥିଲେ । ପରବର୍ତ୍ତୀ ୨୦୦୯ ଓ ୨୦୧୪ ନିର୍ବାଚନରେ ଲୋକ ସଭା ଆସନରୁ ଲଢ଼ି ଦୁଇଥର ପରାଜିତ ହୋଇଥିଲେ।  ୨୦୧୮ ଏପ୍ରିଲରେ ସେ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଲେ । ୨୦୧୯ ନିର୍ବାଚନରେ ସେ ବ୍ରହ୍ମପୁର ଲୋକ ସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଛନ୍ତି। ଦୁଇଥର ପରାସ୍ତ ହେବା ପରେ ଓ ଦଳ ବଦଳ କରି ଲଢ଼ିଥିବାରୁ ଫଳାଫଳ କ’ଣ ହେବ ସେନେଇ ତାଙ୍କ ସମର୍ଥକମାନେ ଅଙ୍କକଷା ଚଳାଇଛନ୍ତି ।

ବ୍ରହ୍ମପୁର ବିଧାନସଭା କ୍ଷେତ୍ରରେ ୨୦୦୦ରୁ ୨୦୧୪ ମଧ୍ୟରେ ହୋଇଥିବା ୪ ନିର୍ବାଚନରେ କଂଗ୍ରେସରୁ ପ୍ରତିଦ୍ୱନ୍ଦ୍ୱିତା କରି ଲଗାତର ପରାସ୍ତ ହୋଇଥିବା ବିକ୍ରମ ପଣ୍ଡା ମଧ୍ୟ ଦଳରୁ ଇସ୍ତଫା ଦେଇ ଗତବର୍ଷ ବିଜେଡିରେ ସାମିଲ ହୋଇଥିଲେ। ଚଳିତ ବର୍ଷର ନିର୍ବାଚନରେ ବିକ୍ରମଙ୍କୁ ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ କରିଛି ବିଜେଡି। ପୂର୍ବରୁ ସେ ୪ ଥର ହାରି ପୁଣି ୫ମ ଥର ପାଇଁ ମଇଦାନକୁ ଆସିଥିବାରୁ ଫଳାଫଳ ନେଇ ଚିନ୍ତିତ ଥିବା ଲକ୍ଷ୍ୟ କରାଯାଇଛି। ତେବେ ଦଳ ଡ଼ିଆଁଙ୍କ ପ୍ରତି ରେଶମ ନଗରର ସଚେତନ ଭୋଟରମାନେ କିଭଳି ସମର୍ଥନ ଦେଇଥିବେ ସେନେଇ ରାଜନୈତିକ ମହଲ ଚର୍ଚ୍ଚା କରୁଛନ୍ତି।   ସେହିପରି ଚିକିଟି ଆସନର ଭାଜପା ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନ ସାମନ୍ତରା, ପୋଲସରା ନିର୍ବାଚନ ମଣ୍ଡଳୀର ଭାଜପା ପ୍ରାର୍ଥୀ ଗୋକୁଳା ନନ୍ଦ ମଲିକ ୨୦୧୪ ନିର୍ବାଚନରେ କଂଗ୍ରେସରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଉଭୟ ଆସନର ବିଜେଡି ପ୍ରାର୍ଥୀଙ୍କୁ କଡ଼ା ଟକ୍କର ଦେଇଥିଲେ ।

ଉଭୟ ଗୋକୁଳ ଓ ମନୋରଞ୍ଜନ ଭାଜପା ପ୍ରାର୍ଥୀ ଭାବେ ଲଢ଼େଇ କରିଛନ୍ତି ।

୨୦୦୯ ନିର୍ବାଚନରେ ସୋରଡ଼ା ଆସନର କଂଗ୍ରେସ ପ୍ରାର୍ଥୀ ନୀଳମଣି ବିଶୋୟୀ ମଧ୍ୟ ଦଳରୁ ଇସ୍ତଫା ଦେଇ ଭାଜପାରେ ସାମିଲ ହୋଇ ଚଳିତ ବର୍ଷର ନିର୍ବାଚନରେ ପଦ୍ମ ଚିହ୍ନରେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ଅପରପକ୍ଷରେ ଆସିକା ସେଗମେଣ୍ଟରୁ ୩ ଥର ବିଜେଡି ବିଧାୟକ ହୋଇଥିବା ଦେବରାଜ ମହାନ୍ତି, ଜିଲା ଯୁବ ବିଜେଡିର ପୂର୍ବତନ ସଭାପତି ରଞ୍ଜନ ପଲେଇ ଓ ଛତ୍ରପୁର ଯୁବ ବିଜେଡି ନେତା ପ୍ରଶାନ୍ତ କର ଦଳରୁ ଡ଼ଇଁା ମାରି ଏବେ ଯଥାକ୍ରମେ ଆସିକା, କବିସୂର୍ଯ୍ୟନଗର ଓ ଛତ୍ରପୁର ଆସନରୁ ଭାଜପା ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି । ତେଣୁ ଦଳ ବଦଳ ପ୍ରାର୍ଥୀଙ୍କୁ ଭୋଟର କେତେଦୂର ସମର୍ଥନ କରିଛନ୍ତି ତାହା ମେ ୨୩ ଫଳାଫଳକୁ ସଚେତନ ମହଲ ଅପେକ୍ଷା କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଘୁମୁସରରୁ ଆରମ୍ଭ ହୋଇଥିଲା ପ୍ରଥମ ଆନ୍ଦୋଳନ, ଓଡ଼ିଆ ଭାଷା ଆନ୍ଦୋଳନରୁ ହିଁ…

ଭଞ୍ଜନଗର,୧ା୪(ବାବୁଲା ପ୍ରଧାନ): ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଉପରେ ବୁଧବାର ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସହରରେ ଅନେକ କାର୍ଯ୍ୟକ୍ରମ ହୋଇଥିଲା। ସକାଳେ ଉପଜିଲାପାଳ ଉମାଶଙ୍କର ବେହେରା,…

ଉତ୍କଳ ଦିବସରେ ମହାପୁରୁଷଙ୍କୁ ପୁଷ୍ପମାଲ୍ୟ : ମନେ ପକାଇଲେ ନେତା ଓ ପ୍ରଶାସନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ): ସମଗ୍ର ରାଜ୍ୟରେ ଏପ୍ରିଲ ୧ରେ ଉତ୍କଳ ଦିବସ ପାଳନ କରାଯାଇଥିବା ବେଳେ ଗଞ୍ଜାମ ସହରରେ ମଧ୍ୟ ତାହା ପାଳନ ହୋଇଛି । ବିଡ଼ିଓ ଅଚ୍ୟୁତାନନ୍ଦ…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri