ଗଞ୍ଜାମ ଜିଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାପତ୍ର

ଛତ୍ରପୁର,୧୬ା୫(ଡି.ଏନ.ଏ)-ରାଜ୍ୟରେ ଫନୀ ବାତ୍ୟା ବିପନ୍ନଙ୍କୁ ବିଭିନ୍ନ ସହାୟତା ଯୋଗାଇଥିବାରୁ ଗଞ୍ଜାମ ଜିଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ପ୍ରଂଶସାପତ୍ର ମିଳିଛି। ପୁରୀ ଜିଲାର ବାତ୍ୟା ବିପନ୍ନଙ୍କୁ ରିଲିଫ ବଣ୍ଟନଠାରୁ ଆରମ୍ଭ କରି ସେଠାରେ ଚାଲିଥିବା ବିଭିନ୍ନ ପୁନରୁଦ୍ଧାର କାର୍ଯ୍ୟରେ ଗଞ୍ଜାମ ଜିଲା ପ୍ରଶାସନ ସହାୟତା କରିଆସୁଛି। ବର୍ତ୍ତମାନ ସୁଦ୍ଧା ସରକାରୀ ଅଧିକାରୀ ଓ କର୍ମଚାରୀ ଦେଇଥିବା ସହାୟତା ରାଶି ବାବଦରେ ଗଂଜାମ ଜିଲାପ୍ରଶାସନ ପକ୍ଷରୁ ଦୁଇଟି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୭୧ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରାଯାଇଥିବା ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୩୦ ଲକ୍ଷ ଟଙ୍କାର ଚେକ୍‌ ଅତିରିିକ୍ତ ଜିଲାପାଳ ଲକ୍ଷ୍ମୀକାନ୍ତ ସେଠୀ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ସେହିପରି ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୩୯ ଲକ୍ଷ ଟଙ୍କାର ଚେକ୍‌ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଦେବବ୍ରତ ସାହୁ ଓ ଜିଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସବ୍ୟସାଚୀ ହୋତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଥିଲେ। ଗଞ୍ଜାମ ତହସିଲ କାର୍ଯ୍ୟାଳୟର କର୍ମଚାରୀ ମାନଙ୍କର ୨ ଲକ୍ଷ ଟଙ୍କାର ଚେକ୍‌ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ପୁରୀ ଜିଲାକୁ ୧୭ଟି ଟ୍ରକ୍‌ରେ ରିଲିଫ୍‌ ପଠାଗଲାଣି। ୫୦ ହଜାର ଛତୁଆ ପ୍ୟାକେଟ୍‌ ପୁରୀ ଜିଲାର ଅଙ୍ଗନୱାଡି କେନ୍ଦ୍ରକୁ ପଠାଯାଇଛି। ସ୍ବାସ୍ଥ୍ୟ ବିଭାଗର ଟିମ୍‌ ପୁରୀ ଜିଲାର ବିଭିନ୍ନ ସ୍ଥାନରେ ରହି ବିପନ୍ନଙ୍କୁ ସହାୟତା ଯୋଗାଉଥିବାରୁ ଉକ୍ତ ଟିମ୍‌କୁ ଜିଲାପାଳ କୁଲାଙ୍ଗେ ପ୍ରଶଂସା କରିଛନ୍ତି। ସାଉଥକୋର ଟିମ୍‌, ରାସ୍ତା ଓ କୋଠାବାଡି ବିଭାଗର ଟିମ୍‌ ଓ ଗ୍ରାମ୍ୟ ଜଳଯୋଗାଣ ବିଭାଗର ଟିମ୍‌ ପୁରୀ ଜିଲାରେ ରହି ବିଭିନ୍ନ ସ୍ଥାନରେ ପୁନୁରୁଦ୍ଧାର କାମରେ ଲାଗିଛନ୍ତି।  ପୁରୀ ସହରରେ ସଫେଇ କାର୍ଯ୍ୟରେ ବିଏମସି କର୍ମଚାରୀ ନିୟୋଜିତ ହୋଇଛନ୍ତି।  ୨ ଆଇଏଏସ ଅଫିସର ତଥା ଡିଆରଡିଏ ପିଡି ଇଂ ସିିର୍ଦ୍ଧାର୍ଥ ଶଙ୍କର ସ୍ବାଇଁ ଓ ବ୍ରହ୍ମପୁର ମହାନଗର ନିଗମର କମିଶନର ଚକ୍ରବର୍ତୀ ସିଂ ରାଠୋର ପୁରୀ ଜିଲାରେ ରହି ପୁନରୁଦ୍ଧାର କାର୍ଯ୍ୟ ଓ ରିଲିଫ୍‌ ବଣ୍ଟନର ମନିଟରିଂ କରିଛନ୍ତି।  ଜନସାଧାରଣ ଓ ଘରୋଇ ସଂସ୍ଥା ମଧ୍ୟ ବାତ୍ୟା ବିପନ୍ନଙ୍କ ପାଇଁ ସହାୟତା ଦେବାକୁ ଜିଲାପାଳ ଗଣମାଧ୍ୟମ  ଓ ସୋସିଆଲ ମିଡିଆ ଜରିଆରେ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଚୋରି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା: ୩ ଜଣ ଖସିଯାଇଥିବା ସନ୍ଦେହ

ଭଞ୍ଜନଗର,୧୪।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ସାର୍ଦୁଲ ଗ୍ରାମରେ ଚୋରି ସନ୍ଦେହରେ ଜଣେ ଯୁବକଙ୍କୁ କିଛି ଲୋକ ଶୁକ୍ରବାର ରାତିରେ ବାଡେଇ ବାଡେଇ ଗୁରୁତର କରି…

୬୮୦ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ମିଳିଲା ତାଲିମ୍‌ 

ଦିଗପହଣ୍ଡି,୧୩।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା – ୨୦୨୫ ଓ ୨୦୨୦…

ଅନଲାଇନ ଠକେଇରୁ କେମିତି ପାଇବେ ରକ୍ଷା

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଗୋକର୍ଣ୍ଣପୁର ଗ୍ରାମରେ ଭାରତୀୟ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି କାନାରା ବ୍ୟାଙ୍କ ଶାଖା ପକ୍ଷରୁ…

ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁ ଲେଙ୍କାଙ୍କ ବିୟୋଗରେ ଶୋକ

ଦିଗପହଣ୍ଡି, ୧୩।୨(ଅଶେଷ ନାଥ ମିଶ୍ର): ପୂର୍ବତନ କେନ୍ଦ୍ର କୃଷି ଏବଂ ରେଳ ବିଭାଗ ମନ୍ତ୍ରୀ କାହ୍ନୁ ଚରଣ ଲେଙ୍କାଙ୍କ ବିୟୋଗରେ ଦିଗପହଣ୍ଡି କଂଗ୍ରେସ ଦଳ ପକ୍ଷରୁ ଗଭୀର…

ମୋବାଇଲ ସିଡିଆର ପକେଇଲା ଧରା: ଫେରାର ଅଭିଯୁକ୍ତଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ

ଦିଗପହଣ୍ଡି,୧୩ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଚିକିଟି ମୁଖ୍ୟରାସ୍ତା କଡ଼ରେ ଥିବା ଗଣେଶ ରାଇସ୍‌ ମିଲ ନିକଟରୁ ମୁମ୍ବାଇ ସମତାନଗର ଥାନା ପୋଲିସ ଜଣେ ଫେରାର ଅଭିଯୁକ୍ତଙ୍କୁ…

ରକ୍ଷକ ସାଜିଲା ଭକ୍ଷକ: ମହିଳାଙ୍କ ଅନ୍ତରଙ୍ଗ ମୁହର୍ତ୍ତର ଫୋଟୋ ଭାଇରଲ ଧମକ: ବନ୍ଧାହେଲେ ପୋଲିସ ଏଏସ୍‌ଆଇ

ବ୍ରହ୍ମପୁର,୧୩।୨(ସୁବାସଚନ୍ଦ୍ର ପାଢ଼ୀ):ଇନଷ୍ଟାଗ୍ରାମରେ ମହିଳାଙ୍କ ସହ ବନ୍ଧୁତା ରଖି ଅଶ୍ଳୀଳ ଫଟୋ ଭାଇରାଲ ଧମକ ଦେଇ ବ୍ଲାକମେଲ ଅଭିଯୋଗରେ ବନ୍ଧାହେଲେ ଜଣେ ପୋଲିସ ଏଏସ୍‌ଆଇ । ଅଭିଯୁକ୍ତ ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri