ଗଛ ଲଗାଇଥିଲେ ଏବେ କାଟିଦେଲେ: ୫୭ ନଂ. ଜାତୀୟ ରାଜପଥ କଡ଼ ବୃକ୍ଷଶୂନ୍ୟ

ଖୋର୍ଦ୍ଧା ଅଫିସ/ବୋଲଗଡ, ୨୧ା୧୨ (ଡି.ଏନ.ଏ.): ରାସ୍ତା ପ୍ରଶସ୍ତୀକରଣର ଆଳ ଦେଖାଇ ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ. ଜାତୀୟ ରାଜପଥ(ଏନଏଚ୍‌) କଡରୁ କଟା ଚାଲିଛି ଗଛ। ତେବେ ରାସ୍ତା ପ୍ରଶସ୍ତୀକରଣକୁ ପରିବେଶବିତ ବିରୋଧ କରୁନାହାନ୍ତି। ବିରୋଧ କରୁଛନ୍ତି ବୃକ୍ଷରୋପଣ କରାଯାଉଥିଲା କାହିଁକି। ପୁଣି ମାତ୍ର ୫ରୁ ୭ ବର୍ଷର ବ୍ୟବଧାନ ପରେ ଗଛ କଟା ଯାଉଛି କ’ଣ ପାଇଁ। ବୃକ୍ଷରୋପଣ ଓ ଗଛ କଟା ପାଇଁ ଯେଉଁ ସରକାରୀ ଅର୍ଥ ଅପବ୍ୟୟ ହେଲା, ସେହି ଅର୍ଥ ଭରଣା ହେବ କେମିତି। ରାସ୍ତାକଡରେ ଛାଇ ମିଳିବ କିପରି। ପ୍ରଶାସନର ଗଛ ଲଗା ଓ କଟା ଅଭିଯାନର ରହସ୍ୟର ଗୁମର ଖୋଲିବା ଉଚିତ୍‌। ଏହାକୁ ଦୂରଦୃଷ୍ଟିର ଅଭାବ କହି ଖସାଇ ଦେବା ଠିକ୍‌ ନୁହେଁ। ପୂର୍ବରୁ କିଛି ରାସ୍ତାରେ ଗଛ ଲଗାଯାଇ କଟା ହୋଇଯାଇଛି। କିଛି କର୍ମଚାରୀ, ଅଧିକାରୀଙ୍କର ଲୋଭ ଯୋଗୁ ସରକାରୀ ଅର୍ଥ ଅପବ୍ୟୟ ହେବାରେ ଲାଗିଛି। ଅନ୍ୟପକ୍ଷେ ରାଜପଥ କଡରୁ ରାତିରେ ଗଛ କଟା ଚାଲୁ ରହିଛି। ସନ୍ଧ୍ୟା ହେଲେ ଲୋକେ ଗଛ କଟାରେ ସାମିଲ ହେଉଛନ୍ତି। ସାଧାରଣତଃ ଜଣେ ପଥିକ ଜାଣି ପାରିବନି ରାସ୍ତାକଡରେ ଗଛ ଥିଲା କି ନାହିଁ। କାରଣ ଦିନବେଳା ଗଛକଟା ଅଭିଯାନ ବନ୍ଦ ରହୁଛି। ଏବେ କପାସିଆରୁ ଚୁଡା ରାସ୍ତା କାର୍ଯ୍ୟ ଚାଲୁ ରହିଛି। ରାସ୍ତା ପ୍ରଶସ୍ତୀକରଣ ସହ ଗଛ କଟା ବି ଚାଲିଛି। ସମ୍ପୃକ୍ତ ରାସ୍ତାରେ ୫ରୁ ୭ବର୍ଷ ତଳେ ଗଛ ଲଗାଯାଇଥିଲା। ଉକ୍ତ ଗଛଗୁଡିକ ନ କାଟି ଅନ୍ୟତ୍ର ସ୍ଥାନାନ୍ତର ବି କରାଯାଉନି, ଯଦ୍ଦ୍ବାରା ରାସ୍ତାକଡରୁ ଗଛ ବଳି ପଡୁଛି। ପରିବେଶ୍‌ବିତ୍‌ ବିଭୂତି ଭୂଷଣ ଦାଶ କୁହନ୍ତି, ସରକାରୀ ଟଙ୍କା କିଏ କେତେ ଅଧିକ ଖର୍ଚ୍ଚ କରି ପାରୁଛି ସେଥିପାଇଁ ଚାଲିଛି ପ୍ରତିଯୋଗିତା। ପ୍ରତିଯୋଗିତା ଦୁନିଆରେ ସରକାରୀ ଅର୍ଥ ଅପବ୍ୟୟକୁ କାହାରି ଧ୍ୟାନ ନାହିଁ। ଗଛ ଲଗାଇବା ଓ କାଟିବାର ପ୍ରସ୍ତାବକୁ ସରକାର ମନା କିପରି କରୁଛନ୍ତି ତାହା ୫୭ ରାସ୍ତାପାଶର୍‌ବ ଗଛ କଟା ଓ ରୋପଣ ଅଭିଯାନରୁ ସ୍ପଷ୍ଟ ବାରି ହୋଇପଡୁଛି। ସରକାର ଓ ପ୍ରଶାସନ ଏହାକୁ ଗୁରୁତର ସହ ନେଇ ଆଗକୁ ଯେପରି ସରକାରୀ ଅର୍ଥ ଅପବ୍ୟୟ ହେବନି ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। କେଉଁ ରାସ୍ତାରେ ନୂଆ ଚାରାରୋପଣ ହେବ, ପ୍ରଶସ୍ତୀକରଣକୁ ଦୃଷ୍ଟି ଦେଇ ଗଛ ଲଗାନ୍ତୁ। ନଚେତ ଗଛ ଲଗା ଓ କଟାରେ ଅର୍ଥ ଅପବ୍ୟୟକୁ ରୋକି ହେବନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲ ହଟିଲା

ପୁରୀ,୧୧।୭: ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲକୁ ଶନିବାର ହଟାଇ ଦିଆଯାଇଥିବା ସୂଚନା ମିଳିଛି। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଇସ୍କନ ପକ୍ଷରୁ ଖୋଲାଯାଇଥିବା ବହି ଷ୍ଟଲକୁ ଲୋକେ…

ଡୁଙ୍ଗୁରିପାଲିରେ ଯୁବକଙ୍କୁ ହତ୍ୟା

ଡୁଙ୍ଗୁରିପାଲି, ୧୧ା୭ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ସମଲେଇଚୁଆ ପଞ୍ଚାୟତ ଅଇଲାସାରି-ପାଙ୍କେଲ ଯିବା ଧର୍ସା କଞ୍ଚା ରାସ୍ତା ପାଣ୍ଡିରୀ-ଡୁଙ୍ଗୁରୀ ରାସ୍ତାପାର୍ଶ୍ୱ ବୁଦାରେ ଶନିବାର…

ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ: ଗର୍ଭଣା ଗ୍ରାମରେ ଉତ୍ତେଜନା, ମିଳିବ ୪ ଲକ୍ଷ ଟଙ୍କାର ସହାୟତା

ଭେଡେନ, ୧୧।୭ (ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ରୁଷୁଡ଼ା ଫାଣ୍ଡି ଅଧୀନସ୍ଥ ଗର୍ଭଣା ଗ୍ରାମରେ ଶନିବାର ଏକ ଦୁଃଖଦାୟକ ଘଟଣା ଘଟିଯାଇଛି। ବିଦ୍ୟୁତ ସଂସ୍ପର୍ଶରେ…

ସ୍କୁଲ କମିଟି ଅଧ୍ୟକ୍ଷ ଚୟନକୁ ନେଇ ବିବାଦ: ପହଞ୍ଚିଲା ପୋଲିସ, ତଦନ୍ତ କରିବେ ଅତିରିକ୍ତ ଶିକ୍ଷାଧିକାରୀ

ହାଟଡିହୀ, ୧୧।୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କଳିଗାଁ କପିଳେଶ୍ୱର ହାଇସ୍କୁଲରେ ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଚୟନକୁ ନେଇ ତୀବ୍ର…

ରାଜଧାନୀରେ ବଦଳିଲା ଆନ୍ଦୋଳନର ରୂପ: “ଅଟୋ ଚିହ୍ନ” ଚର୍ଚ୍ଚା ଭିତରେ ସରକାରଙ୍କୁ ଘେରିଲେ ଭାଜପା କର୍ମୀ

ହାଟଡିହୀ, ୧୧।୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା  ଆନନ୍ଦପୁରରୁ ଆରମ୍ଭ ହୋଇଥିବା “ବୈତରଣୀ ବଞ୍ଚାଅ ଆନ୍ଦୋଳନ” ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିବା ବେଳକୁ ଏହାର ରୂପ ରଙ୍ଗ ସମ୍ପୂର୍ଣ୍ଣ…

ଫର୍ଚ୍ୟୁନ୍‌ର ସବୁଠୁ ପ୍ରଭାବଶାଳୀ ମହିଳା ତାଲିକାର ୧ମ ସ୍ଥାନରେ ନୀତା ଅମ୍ବାନୀ

ଫର୍ଚ୍ୟୁନ୍‌ ଇଣ୍ଡିଆ ଦ୍ୱାରା ଶୁକ୍ରବାର ଦିନ ମୁମ୍ବାଇସ୍ଥିତ ଫୋର୍‌ ସିଜନ୍ସ ହୋଟେଲଠାରେ ଏହାର ପ୍ରମୁଖ କାର୍ଯ୍ୟକ୍ରମ ‘ମୋଷ୍ଟ୍‌ ପାଓ୍ବାରଫୁଲ୍‌ ଓ୍ବିମେନ୍‌ (ଏମ୍‌ପିଡବ୍ଲ୍ୟୁ), ୨୦୨୬’ ଅନୁଷ୍ଠିତ ହୋଇଯାଇଛି ।…

ଗୁଣୁପୁର ସରକାରୀ ହାଇସ୍କୁଲ ପାଲଟିଛି ରଣକ୍ଷେତ୍ର: ବେଞ୍ଚ ବିବାଦ-ପ୍ରେମ ସମ୍ପର୍କକୁ ନେଇ ହଷ୍ଟେଲ ଓ ଡେ-ସ୍କଲାର ଛାତ୍ରଙ୍କ ମଧ୍ୟରେ…

ଥୁଆମୂଳ ରାମପୁର, ୧୧।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଗୁଣୁପୁର ଗ୍ରାମପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।…

ପିଲାଙ୍କ କଳିକୁ ନେଇ ମହିଳାଙ୍କୁ ଟଣାଓଟରା କରି ମାରିଥିଲେ ମାଡ଼: ଅଭିଯୁକ୍ତ ଗିରଫ, ଜାମିନ ନାମଞ୍ଜୁର ପରେ…

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ବାବୁଲିବନ୍ଧ ଗ୍ରାମରେ ଜଣେ ମହିଳାଙ୍କୁ ଅସଦାଚରଣ ଓ ଆକ୍ରମଣ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri