Posted inଫୁରସତ

ଗଛ କ’ଣ ଭାବୁଛି ତାହା ଜାଣିହେବ

ଅସମ୍ଭବକୁ ସମ୍ଭବ କରିଛି ମୁଲ୍ଲେରଙ୍କ ସ୍ମାର୍ଟକୁଣ୍ଡ । ଗଛର ମନକଥା ଜଣାଉଥିବା ଏହି କୁଣ୍ଡ ବର୍ଷର ଶେଷ ଆଡକୁ ବଜାରକୁ ଆସିବ।
ଗଛ ଭାବନା ବ୍ୟକ୍ତ କରିବ! ଏହା ଜାଣି ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ, ହେଲେ ଏହାକୁ ସମ୍ଭବ କରିଛନ୍ତି ବେଲ୍‌ଜିୟମର ଡିଜାଇନର୍‌ ବିବିୟନ ମୁଲ୍ଲେର। ପଦ୍ଧତିଟି ପୂରା ବିଜ୍ଞାନଭିତ୍ତିକ । ମୁଲ୍ଲେର ଏକ ସ୍ମାର୍ଟ କୁଣ୍ଡ ନିର୍ମାଣ କରିଛନ୍ତି, ଯାହା ଜଣାଇଦେବ ଗଛ କ’ଣ ଅନୁଭବ କରୁଛି। ଗଛ ତା’ ଭାବନାକୁ ଏହି କୁଣ୍ଡ ମାଧ୍ୟମରେ ପ୍ରକାଶ କରି ତା’ର କ’ଣ ଦରକାର ତାହା ବି ଜଣାଇଦେବ।

ମୁଲ୍ଲେର ଏହି କୁଣ୍ଡରେ ଏକ ସେନ୍‌ସର ଲଗାଇଛନ୍ତି। ଏହାର ନାମ ରଖିଛନ୍ତି ଲୁଆ। ଏହି ସେନ୍‌ସର ଗଛମୂଳ ମାଟିର ଆର୍ଦ୍ରତା, ତାପମାତ୍ରା ଓ କେତେ ଆଲୋକ ଗଛ ପାଉଛି ତାହା ମାପକରିବ। କୁଣ୍ଡରେ ୨.୪ ଇଞ୍ଚର ଏକ ଏଲ୍‌ଇଡ଼ିି ସ୍କ୍ରିନ୍‌ ବି ଲଗାଯାଇଛି। ସେନ୍‌ସର ମାଧ୍ୟମରେ ଗଛର ୧୫ ପ୍ରକାର ଭାବନାକୁ ଏହି ସ୍କ୍ରିନରେ ଦେଖିହେବ, ଯେମିତି ଗଛକୁ ପାଣି ଦରକାର ହେଉଥିଲେ ତାହା ଶୋଷର ସଂକେତ ଦେବ। ଯଦି ଅତ୍ୟଧିକ ଗରମ ହେଉଥିତ୍ବ ସେହି ଅବସ୍ଥାରେ ଡିସ୍‌ପ୍ଲେରେ ଝାଳ ବହୁଥିବା ଦେଖାଯିବ ଓ ଗଛ ପର୍ଯ୍ୟାପ୍ତ ପାଣି ପାଉଥିଲେ ହସିବାର ସଂକେତ ପ୍ରକାଶ ପାଇବ। ଗଛକୁ ପାଣି ଦରକାର, ସେଥିପାଇଁ ସ୍କ୍ରିନ୍‌ରେ ଜିଭ ବାହାରିବା ଓ ଅତ୍ୟଧିକ ଥଣ୍ଡା ହେଉଥିଲେ ଦାନ୍ତ କଡ଼ମଡ଼ କରିବା ଛବି ପ୍ରକାଶ ପାଇବ। ଅନ୍ଧାର ହୋଇଥିଲେ ମୁହଁ ଲଟିକି ରହିବା ଦେଖାଯିବ ଓ ଆଲୋକ ପାଇଲେ ଖୁସିର ସଂକେତ ଦେବ। କେହି ଯଦି ଗଛ ସାମ୍‌ନାରେ ଯିବ ତେବେ ସ୍କ୍ରିନ୍‌ରେ ଆଖି ମିଟିମିଟି କରିବା ଦେଖାଯିବ। ପ୍ୟାରେଣ୍ଟ କମ୍ପାନୀ ‘ମୁ ଡିଜାଇନ’ ଏହା ଲାଗି ଫଣ୍ଡିିଂ ଜୁଟାଇବା ପରେ ଏହି ବର୍ଷ ଶେଷ ଆଡକୁ ସ୍ମାର୍ଟକୁଣ୍ଡକୁ ବଜାରକୁ ଛାଡ଼ିିବ ।


Enter your email to get our daily news in your inbox.

All Right Reserved By Dharitri.Com

‘ଜଙ୍ଗଲ ନିଆଁକୁ ରୋକିବାକୁ ହେଲେ ସମସ୍ତଙ୍କ ସହଯୋଗ ଲୋଡ଼ା’, ସଭାରେ ଯୋଗ ଦେଇ ଉପଜିଲାପାଳ କହିଲେ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ପକ୍ଷରୁ ମଙ୍ଗଳବାର ବନଖଣ୍ଡସ୍ତରୀୟ ବନାଗ୍ନି ପ୍ରଶମନ ଓ ପରିଚାଳନା ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି ।…

ରାଜପଥରେ ବିତୁଛି  ଜୀବନ: ୭ଶହ ବର୍ଷର କୌଳିକ ବୃତ୍ତିକୁନେଇ ଘର ଚଳାଉଛନ୍ତି ବଚିଲାଲ 

କେସିଙ୍ଗା,୧୦।୨(ତୁମେଶ୍ୱର ସାହୁ):ରାଜସ୍ତାନରୁ ଓଡ଼ିଶା ଆସି  ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ଖରା ବର୍ଷାରେ ଜାତୀୟ ରାଜପଥ ପାର୍ଶ୍ୱରେ କୌଳିକ ବୃତ୍ତିକୁ ଆପଣେଇଛନ୍ତି ବଚିଲାଲ ଲୁହାର। କଳାହାଣ୍ଡି ଜିଲା…

ଭାରତ ସହିତ ଖେଳିବାକୁ ପାକିସ୍ତାନ ରାଜି ହେବା ପରେ ରାତାରାତି ଦ୍ୱିଗୁଣିତ ହୋଇଗଲା ଫ୍ଲାଇଟ୍‌ ଟିକେଟ୍‌ ଦାମ୍‌

ନୂଆଦିଲ୍ଲୀ,୧୦।୨: ICC ସହିତ ଏକ ବୈଠକ ପରେ, ପାକିସ୍ତାନ କ୍ରିକେଟ ବୋର୍ଡ ୨୦୨୬ ଟି୨୦ ବିଶ୍ୱକପରେ ଭାରତ ସହିତ ଖେଳିବାକୁ ରାଜି ହୋଇଛି। ମ୍ୟାଚ ୧୫ ଫେବୃଆରୀରେ…

ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କଲା ସିପିଆଇ, ଏହି ସବୁ ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୧୦।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) ପକ୍ଷରୁ ବିଭିନ୍ନ ଦାବି ପୂରଣ ପାଇଁ ବିକ୍ଷୋଭ ପ୍ରଦର୍ଶନ…

ଜଙ୍ଗଲକୁ କାଠ ସଂଗ୍ରହ ଯାଇଥିବାବେଳେ ଆକ୍ରମଣ କଲା ଦନ୍ତା: ୩ ମୃତ, ୩ ଗୁରୁତର

ଢେଙ୍କାନାଳ,୧୦।୨(ରତନ ନାୟାର): ଢେଙ୍କାନାଳ ସଦର ରେଞ୍ଜ ପାଟପୁରା ଗ୍ରାମ ଜଙ୍ଗଲ ନିକଟରେ ବଡ଼ ଅଘଟଣ ଘଟିଛି । ସଦର ରେଞ୍ଜ ଲୋଚାପଲି ଗ୍ରାମର କିଛି ମହିଳା ଓ…

ନିଶା ମହାରଣାଙ୍କୁ ମିଳିଲା ଜାମିନ, ଏସ୍‌ଡିଜେଏମ କୋର୍ଟରେ ଆତ୍ମସମର୍ପଣ ପରେ…

ବଲାଙ୍ଗୀର, ୧୦।୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଚନ୍ଦନଭାଟି ଗାଁର ଏକ ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାକୁ ନେଇ କିଛି…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆମେ ନିଜ ପାଇଁ ନୁହେଁ ବରଂ…ଭାରତ ବିପକ୍ଷ ମ୍ୟାଚ ଖେଳିବାକୁ ପାକିସ୍ତାନ ରାଜି ପରେ ମୁହଁ ଖୋଲିଲେ ନକ୍‌ବି

ଇସଲାମାବାଦ୍‌,୧୦।୨: ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ମୋହସିନ ନକବିଙ୍କ ICC T20 ବିଶ୍ୱକପ ୨୦୨୬ରେ ଭାରତ ବିପକ୍ଷ ମ୍ୟାଚ ବର୍ଜନ କରିବା ସମ୍ପର୍କରେ ବୟାନ ପରେ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri