ଗଁ। ସ୍କୁଲରୁ ଦୁଇଥର ଟିସି ନେଲେ:ଆଦର୍ଶ ବିଦ୍ୟାଳୟରେ ନଁ। ଲେଖାବାରୁ ବଁଚିତ୍‌ ଛାତ୍ର ଦିବ୍ୟରଞ୍ଜନ

ଲୋଇସିଂହା,୨୭।୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିବାହାଲ ଗଁାର ଛାତ୍ର ଦିବ୍ୟରଞ୍ଜନ ନାଗକଁର ଭବିଷତ ସଂଗେ ଆଦର୍ଶ ବିଦ୍ୟାଳୟ କତୁରପକ୍ଷ ଖେଲ୍‌ ଖେଲୁଥିବାର ଅଭିଯୋଗ ହେଇଛେ। ତାହାକୁ ଆଡମିଶନ ଲାଗି ଆଦର୍ଶ ବିଦ୍ୟାଳୟ ତରଫୁ ଦୁଇଦୁଇ ଥର ଡାକରା ହେଇଥିଲା। ସ୍କୁଲରୁ ଟିସି ନେଇ ଆଡମିଶନ ଲାଗି ଗଲେ ନାନା ବାହାନା କରି ତାହାକୁ ନିରାଶ କରି ଫିରେଇ ଦେଉଥିଲେ। ଇଥ୍‌ରେ ପୁଓ ଦିବ୍ୟରଞ୍ଜନ ମାନସିକ ଆଘାତ ପାଇଥିବାର ତାକର ବାପା ମଧୁ ନାଗ ଅଭିଯୋଗ କରିଛନ୍‌। ଦିବ୍ୟରଞ୍ଜନ ଗଁାର ପ୍ରାଥମିକ ବିଦ୍ୟାଲୟନେ ୬ଷ୍ଠ ଶ୍ରେଣୀରେ ପଢ଼ୁଛନ୍‌। ଚଲତି ବଛର ଆଦର୍ଶ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷା ଲାଗି ସେ ଆବେଦନ କରିଥିଲେ। ଗଲା ମାର୍ଚ୍ଚ ୨୪ ତାରିଖ ଆଦର୍ଶ ବିଦ୍ୟାଳୟରେ ଅନୁଷ୍‌ଠିତ ପ୍ରବେଶିକା ପରୀକ୍ଷା ଦେଇଥିଲେ ଦିବ୍ୟରଞ୍ଜନ। ସେଥ୍‌ରେ ଦିବ୍ୟରଞ୍ଜନ ୨୦ ନମ୍ବର ରଖି ନଁ।  ଲେଖାବାକେ ମନୋନୀତ ହେଇଥିବାର କଥା ଆଦର୍ଶ ବିଦ୍ୟାଳୟ କତୁରପକ୍ଷ ତାକର ବାପା ମଧୁ ନାଗକୁଁ ଫୋନକରି କହିଥିଲେ। ଇଥିରଲାଗି ମଧୁ ଗଲା ୧୯ ତାରିଖ ଥାନୀୟ ସ୍କୁଲରୁ ଟିସି ନେଇ ଆଦର୍ଶ ବିଦ୍ୟାଳୟରେ ପୁଓର ନଁ।  ଲେଖାବାକେ ଯାଇଥିଲେ। ସେଦିନ ୨୩ ମାର୍କ ରଖିଥିବାର ଛାତ୍ରମାନକର ନଁ।  ଲେଖାଯାଉଥିବାର କଥା କହିଥିଲେ ଦାୟିତିଅରେ ଥିବାର କରମଚାରୀ। ଯେନ୍‌ଥିରଲାଗି ବାପ୍‌ ପୁଓ ମୁହୁଁକାନ୍‌ ଶୁଖେଇ ନିରାଶ ହେଇ ଘରକେ ଫିରିଥିଲେ। ପଛେ ୨୨ ତାରିଖ ଗଁ।  ସ୍କୁଲରେ ଫେନ୍‌ ଦିବ୍ୟରଞ୍ଜନର ନଁ।  ଲେଖେଇଥିଲେ ତାକର ବାପା। ଗଁ।  ସ୍କୁଲରେ ନଁ।  ଲେଖାବାର ଘଁଟା କେତେଟା ଉତାରୁ ମଧୁକଁର ପାସକେ ଆଦର୍ଶ ବିଦ୍ୟାଳୟରୁ ଫେନ୍‌ଘାଏ ପୁଓର ନଁ।  ଲେଖାବାକେ ଫୋନ୍‌ ଆସିଥିଲା। ମଧୁ ଗଁ।  ସ୍କୁଲକେ ଯାଇ ସବୁ କଥା କହିଥିଲେ। ଗଁ। ର ସ୍କୁଲ କତୁରପକ୍ଷ ଆଦର୍ଶ ବିଦ୍ୟାଳୟ କତୁରପକ୍ଷକଁର ସଂଗେ କଥା ହେଇ ଫେନ୍‌ଘାଏ ଦିବ୍ୟରଞ୍ଜନର ଟିସି ଦେଇଥିଲେ। ସେଠାନ୍‌କେ ଆଡ଼ମିଶନ ଲାଗି ବାପ୍‌ ପୁଓ ପୁହୁଁଚିଲା ଉତାରୁ ଦାୟିତିଅରେ ଥିବାର କରମଚାରୀ ଝନକ ସବୁ ସିଟ ପୂରନ ହେଇଯାଇଥିବାର କହି ଫିରେଇ ଦେଇଥିଲେ। ମଧୁ ନାଗ ଅଭିଯୋଗ କରିଛନ୍‌ ଯେ, ଝନେ ଛାତ୍ରୀ ୧୬ ନମ୍ବର ରଖି ନଁା ଲେଖେଇଥିବାର ସେ ଖବର ପାଇଥିବାର କହିଛନ୍‌। ହେଲେ ଦିବ୍ୟରଞ୍ଜନ ୨୦ ନମ୍ବର ରଖି କାହିଁର ଲାଗି ନଁା ଲେଖେଇ ନାଇଁପାରଲା ବଲି ସେ ପ୍ରଶ୍ନ କରିଛନ୍‌। ଇ ବାବ୍‌ଦେ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ସୁଶ୍ରୀ ସମନ୍ବିତା ଷଡ଼ଙ୍ଗୀ କହିଛନ୍‌ ଯେ, ଇଟା ପହେଲା ଘଟନା ନୁହେ। ଏନ୍‌ତା ୩ଟା ଘଟନା ସାମନାକେ ଆସିଛେ। ଅଭିଭାବକମାନେ ସିଲେକ୍ଟ ଲିଷ୍ଟ ନାଇଁଦେଖି, ମେରିଟ ଲିଷ୍ଟ ଦେଖି ସ୍କୁଲରୁ ଟିସି ଆନି ନଁା ଲେଖାବାକେ ପଲେଇ ଆସୁଛନ୍‌। ସ୍କୁଲରୁ କେହେନ୍‌ସି ପରକାର ଫୋନ୍‌ ନାଇଁଯାଇ, ତାକର ଝନେ ଲାଗେଲେସର ଇଠାନେ କାମ୍‌ କରୁଛନ୍‌। ସେ ଯଦି କହିଥିଲେ ମୁଇଁ ନାଇଁ କହିପାରେ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ଭିଣେଇଙ୍କୁ ରାଣୀଡୁଡୁମା ବୁଲେଇବାକୁ ଆଣି ପାଣିରେ ବୁଡି ଶଳାଙ୍କ ମୃତ୍ୟୁ

ନନ୍ଦପୁର,୯।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ବୁଲି ଆସିଥିବା ଭିଣେଇଙ୍କୁ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ନନ୍ଦପୁର ରାଣୀଡୁଡୁମାକୁ ବୁଲେଇବାକୁ ଆଣିଥିବା ଶଳାଙ୍କ ଗୁରୁବାର ପାଣିରେ ବୁଡି ମୃତ୍ୟୁ ହୋଇଛି।…

ସିଜିମାଳି ଅଞ୍ଚଳରେ ଆଦିବାସୀମାନଙ୍କ ଉପରେ ଦମନ, ବିରୋଧ କରି ସିପିଆଇର ବିକ୍ଷୋଭ

ଜୟପୁର,୯ା୪(ପବନ ପାଣିଗ୍ରାହୀ): ବେଦାନ୍ତ ପାଇଁ ରାୟଗଡ଼ା ଜିଲା କାଶୀପୁର ଅଞ୍ଚଳ ଅଶାନ୍ତ ହୋଇପଡିଛି । ଗତ ସାତ ତାରିଖ ରାତି ଦୁଇଟାରେ ରାୟଗଡ଼ା ଜିଲା କାଶୀପୁର ବ୍ଲକ…

ବେଆଇନ ଭାବେ ବିକ୍ରି ହେଉଥିଲା ଗ୍ୟାସ୍‌ ସିଲିଣ୍ଡର, ଜବତ କରି ଉପଜିଲାପାଳ…

ମୋହନା,୯ା୪(ମନ୍ମଥ ମିଶ୍ର): ସାରା ଦେଶରେ ଗ୍ୟାସ୍‌ ସିଲିଣ୍ଡର୍‌କୁ ନେଇ ଲୋକେ ନାନାଦି ପ୍ରକାର ହଇରାଣ ହରକତ ହେଉଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ସାରା ଦେଶରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri