Posted inଖେଳ

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ: ଓଡ଼ିଶା ପାଇଁ ସ୍ବର୍ଣ୍ଣ ଜିତିଲେ ଦୀନେଶ

ଭୁବନେଶ୍ୱର, ୧୩ା୧ (କ୍ରୀଡ଼ା ପ୍ରତିନିଧି)-  ଗୁଆହାଟୀଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ୨୦୨୦ରେ ଚମତ୍କାର ପ୍ରଦର୍ଶନ କରି ଇତିହାସ ସୃଷ୍ଟି କରିଛନ୍ତି ଓଡ଼ିଶାର ଦୀନେଶ କୁମାର। ସେ ରବିବାର ଅନୁଷ୍ଠିତ ୨୧ ବର୍ଷରୁ କମ୍‌ ୩୦ କିଲୋମିଟର ଟାଇମ୍‌ ଟ୍ରାଏଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟକୁ ଗର୍ବିତ କରିଛନ୍ତି। ତୀବ୍ର ସଂଘର୍ଷପୂର୍ଣ୍ଣ ପ୍ରତିଯୋଗିତାରେ ସେ ୪୦:୧୧:୧୩୩ ସେକେଣ୍ଡ ସମୟ ନେଇ ପ୍ରଥମସ୍ଥାନ ଅଧିକାର କରିଛନ୍ତି। ୨୦୧୯ ଜାତୀୟ ଜୁନିୟର ଟାଇମ୍‌ ଟ୍ରାଏଲ (୩୦ କିଲୋମିଟର)ଚାମ୍ପିୟନ ମନୀଷ କୁମାର ଏବଂ ୪୦ କିଲୋମିଟର ଜାତୀୟ ରୌପ୍ୟ ବିଜେତା ଜିଟି ଗଗନ ରେଡ୍ଡୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଥିବାରୁ ଏହି ବିଜୟ ସହଜ ନ ଥିଲା ବୋଲି ପରେ ଦୀନେଶ କହିିଛନ୍ତି। ବଙ୍କା ଓ ଉଠାପକା ରାସ୍ତା ଯୋଗୁ ସାଇକେଲର ସ୍ପିଡ୍‌କୁ ବଜାୟ ରଖିବାରେ ସମସ୍ୟା ହେଉଥିଲେ ମଧ୍ୟ ସେଥିପ୍ରତି ଭୃକ୍ଷେପ ନ କରି ମୁଁ ଆଗକୁ ବଢ଼ିଥିଲି ବୋଲି ସେ ପ୍ରକାଶ କରିଛନ୍ତି। ରେସ୍‌ରେ ତାଙ୍କର ଆଭରେଜ ସ୍ପିଡ୍‌ ଘଣ୍ଟାପ୍ରତି ୪୪.୭୯ କିଲୋମିଟର ରହିଥିଲା।
ଗୋଟିଏ ପଦକରେ ରାଉରକେଲାର ଦୀନେଶଙ୍କ ଅଭିଯାନ ଶେଷ ହୋଇନାହିଁ। ସୋମବାର ସେ ରୋଡ୍‌ ରେସ୍‌ ଏବଂ ପରେ ଟ୍ରାକ୍‌ ଇଭେଣ୍ଟରେ ଭାଗ ନେବେ। ସ୍ବର୍ଣ୍ଣ ସଫଳତା ପାଇଁ ମୋ ସାଙ୍ଗସାଥୀମାନେ ବହୁତ ଖୁସି ଅଛନ୍ତି। ମୋର ଆହୁରି ୨ଟି ଇଭେଣ୍ଟ ବାକି ରହିଛି। ସେଗୁଡ଼ିକ ଶେଷ ହେବାପରେ ଯାଇ ମୁଁ ସାଥୀ ମାନଙ୍କ ସହ ଖୁସି ମନାଇବି ବୋଲି ୧୯ ବର୍ଷୀୟ ଦୀନେଶ କହିଛନ୍ତି। ଦୀନେଶ ଏକ ସାଧାରଣ ପରିବାରରୁ ଆସିଛନ୍ତି। ତାଙ୍କ ପିତା ଜଣେ ଦୋକାନୀ। ପିଲାଦିନରୁ ସାଇକ୍ଲିଂ ପ୍ରତି ତାଙ୍କର ପ୍ରଗାଢ଼ ଆଗ୍ରହ ରହିଥିଲା। ଏପରିକି ବେଳେବେଳେ ବାଇକ୍‌ ଛାଡ଼ି ସେ ସାଇକେଲରେ ଲଙ୍ଗ୍‌ ଡ୍ରାଇଭ୍‌ରେ ଯାଉଥିଲେ। ଏଥିରେ ସେ ଆନନ୍ଦ ଅନୁଭବ କରୁଥିଲେ। ୨୦୧୫ରେ ସେ କେରଳରେ ଅନୁଷ୍ଠିତ ନ୍ୟାଶନାଲ ଟ୍ରାକ୍‌ ଚାମ୍ପିୟନଶିପ୍‌ରେ ଭାଗ ନେଇଥିଲେ। ଭଲ ପ୍ରଦର୍ଶନ କରିବାରୁ ସେ ଦିଲ୍ଲୀସ୍ଥିତ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ(ସାଇ) ପାଇଁ ମନୋନୀତ ହୋଇଥିଲେ। ଏହା ତାଙ୍କୁ ଅଧିକ ଉତ୍ସାହିତ କରିଥିଲା। ତାଙ୍କ ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ପାଇଥିଲା। ଦୁଇ ବର୍ଷ ପରେ ଭାରତୀୟ ବାୟୁ ସେନାରେ ନିଯୁକ୍ତି ମିଳିବା ପରଠାରୁ ସେ ପଟିଆଲାସ୍ଥିତ ଏନଆଇଏସ୍‌ଠାରେ ସେ ଅଭ୍ୟାସ କରି ଆସୁଛନ୍ତି। ”ମୁଁ ପିତାମାତାଙ୍କ ୪ର୍ଥ ସନ୍ତାନ। ଏକ ସାଧାରଣ ପରିବାରରୁ ଆସିଥିବାରୁ ଆର୍ଥିକ ଦୃଷ୍ଟିକୋଣରୁ ପ୍ରତିଯୋଗିତାମୂଳକ କ୍ରୀଡ଼ା ପ୍ରତି ଢ଼ଳିବା ସହଜ ନ ଥିଲା। ମାତ୍ର ସାଇକ୍ଲିଂ ପ୍ରତି ଏତେଟା ମୋହ ଦେଖି ମୋ ବାପା ମୋତେ ଉତ୍ସାହିତ କରିଥିଲେ। ବର୍ତ୍ତମାନ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି“ ବୋଲି ଦୀନେଶ ପ୍ରକାଶ କରିଛନ୍ତି। ଏହି ସଫଳତା ପାଇଁ କୋଚ୍‌ ସୁଶୀଲ ଦାସ, ଓଡିଶା ସାଇକେଲ ସଂଘର ସମ୍ପାଦକ ବିଜୟ ରାଉତ, ସୁଶାନ୍ତ ବେହେରା, ନୁରସିଂହ ଚରଣ ସାହୁ , ଗୋପୀନାଥ ପଣ୍ଡା, ସୁଭାଷ ଦାସ ଓ ନିହାର ଜେନା ପ୍ରମୁଖ ଦୀନେଶଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରକାଶ ଯୋଗ୍ୟ ଯେ, ଜଗଦୀଶ ବାରିକ ଏହି ପ୍ରତିଯୋଗିତାର ଜିମ୍ନାଷ୍ଟିକ୍ସ ଇଭେଣ୍ଟରେ ଓଡ଼ିଶା ପାଇଁ ପ୍ରଥମ ସ୍ବର୍ଣ୍ଣ ଜିତିଥିଲେ। ସେ ୧୭ ବର୍ଷରୁ କମ୍‌ ପୁରୁଷ ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍ସର ଭଲ୍ଟ ଟେବୁଲରେ ସ୍ବର୍ଣ୍ଣ ଏବଂ ହୋରିଜଣ୍ଟାଲ ବାର୍‌ସରେ ରୌପ୍ୟ ପଦକ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ଟିମ ଇଣ୍ଡିଆରେ ଫାଟ! ପରସ୍ପର ସହିତ କଥା ହେଉନାହାଁନ୍ତି ଗୌତମ ଗମ୍ଭୀର-ବିରାଟ କୋହଲି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୪।୭: ଭାରତୀୟ କ୍ରିକେଟ ଦଳ ଆଜି ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଆରମ୍ଭ କରିବାକୁ ଯାଉଛି। ତଥାପି, ଏହି ମ୍ୟାଚ ପୂର୍ବରୁ ଟିମ…

ରୋହିତ ଶର୍ମାଙ୍କ ଆଖିରେ ଲୁହ: ଜାଣନ୍ତୁ ପୂରା ଘଟଣା…

ନୂଆଦିଲ୍ଲୀ,୧୪।୭: ଆଜିଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ। ଟି-୨୦ ସିରିଜ୍‌ ହାରିବା ପରେ ଦିନିକିଆ ସିରିଜ୍‌ ହାତେଇବାକୁ ପଡ଼ିଆକୁ ଓହ୍ଲାଇବ ଭାରତ।…

୩୮ ବର୍ଷୀୟ ରେଫରିଙ୍କ ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ, ୨୦୨୬ ଫିଫା ବିଶ୍ୱକପରୁ ବାଦ ପଡିଥିଲେ

ମାୟାମି,୧୪।୭: ଫୁଟବଲ ଜଗତରୁ ଏକ ଦୁଃଖଦ ଖବର ଆସିଛି: ଡଚ ରେଫରି ରବ ଡାଏପେରିଙ୍କ ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ତାଙ୍କୁ ପୂର୍ବରୁ 2026 FIFA ବିଶ୍ୱକପ…

ବୈଭବ ସୂର୍ଯ୍ୟବଂଶୀଙ୍କ ଟ୍ରେନର ସାଜିବେ ଯୁବରାଜ ସିଂହ? ନିଜେ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୪।୭: ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଆରମ୍ଭ ଭଲ ନଥିଲା; ସେ ସଦ୍ୟ ସମାପ୍ତ ଇଂଲଣ୍ଡ ବିପକ୍ଷରେ T20 ସିରିଜରେ ଡେବ୍ୟୁ କରିଥିଲେ କିନ୍ତୁ ପରେ ତାଙ୍କୁ…

ଫ୍ରାନ୍ସ ଦଳ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ: ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା

ମାଡ୍ରିଡ୍‌,୧୩ା୭: ନିକଟରେ ଫ୍ରାନ୍ସ ବିଶ୍ୱକପ୍‌ ଦଳରେ କୌଣସି ଫ୍ରେଞ୍ଚ ଖେଳାଳି ନାହାନ୍ତି ବୋଲି ମନ୍ତବ୍ୟ ଦେଇଥିବା ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କନ୍‌ଜରଭେଟିଭ ପପୁଲାର ପାର୍ଟିର ମାରିଆନୋ…

ଲର୍ଡସରେ ଇତିହାସ ରଚିଲା ଟିମ୍‌ଇଣ୍ଡିଆ: ୧୪୨ ବର୍ଷ ପରେ…

ଲର୍ଡସ,୧୩।୭: ଲର୍ଡସରେ ଭାରତ ଇଂଲଣ୍ଡକୁ ୨୭୦ ରନରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ୧୪୨ ବର୍ଷର ଇତିହାସରେ ଲର୍ଡସରେ ଖେଳାଯାଇଥିବା ଏହା ପ୍ରଥମ ମହିଳା…

ଟିମ ଇଣ୍ଡିଆକୁ ଫେରିବେ ସୂର୍ଯ୍ୟକୁମାର! ସାମ୍ନାରେ ବଡ଼ ସର୍ତ୍ତ ରଖିଲା BCCI

ନୂଆଦିଲ୍ଲୀ, ୧୩।୭: ୨୦୨୬ ଟି-୨୦ ୱାଲର୍‌ଡ କପ ଟ୍ରଫି ଜିତିବା ସତ୍ତ୍ୱେ ଭାରତୀୟ ଟି-୨୦ ଦଳରୁ ବାଦ୍‌ ପଡ଼ିଥିବା ଷ୍ଟାର୍‌ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri