ଖୁଲାସା ହେଲା ବୃହତ୍‌ ଇଚ୍ଛାକୃତ ଖିଲାପକାରୀଙ୍କ ନାମ

ମୁମ୍ବାଇ,୨୨-୧୧: ବ୍ୟାଙ୍କଗୁଡିକରୁ ବୃହତ୍‌ ପରିମାଣର ଋଣ ନେଇ ପଇଠ କରି ନ ଥିବା ବୃହତ୍‌ ଇଛାକୃତ ଖିଲାପକାରୀଙ୍କ ନାମକୁ ରିଜର୍ଭ ବ୍ୟାଙ୍କ ଶେଷରେ ଖୁଲାସା କରିଛି। ଏହି ବ୍ୟକ୍ତି ବିଶେଷଙ୍କ ନାମ ଘୋଷଣା କରିବାକୁ ସୁପ୍ରିମକୋର୍ଟ ରିଜର୍ଭ ବ୍ୟାଙ୍କୁ ନିର୍ଦ୍ଦେଶ ଦେବାର ୪ ବର୍ଷ ପରେ ଏନେଇ କେନ୍ଦ୍ରୀୟ ବ୍ୟାଙ୍କ ପଦକ୍ଷେପ ନେଇଛି। ଏକ ଜାତୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ଅଧିକାର ଆଇନ(ଆର୍‌ଟିଆଇ)ରେ ମଗାଯାଇଥିବା ତଥ୍ୟ ଆଧାରରେ କେନ୍ଦ୍ରୀୟ ବ୍ୟାଙ୍କ ବଡ ଖିଲାପକାରୀଙ୍କ ନାମ ଦେଇଛି। ଏହି ତାଲିକାରେ ୩୦ ଜଣକ ନାମ ରହିଛି। ଏଭଳି ଖିଲାପକାରୀ ବ୍ୟକ୍ତିଙ୍କ ନାମ ପ୍ରଦାନ କରିବାକୁ ଗତ ୧୦ ବର୍ଷ ହେବ ଅନେକ ଆର୍‌ଟିଆଇ ଫାଇଲ କରାଯାଇଛି। ଦେଶର ଆର୍ଥତ୍କ ସ୍ବାର୍ଥରେ ଏହା ବାଧା ଉପୁଜାଇବ କହି ରିଜର୍ଭ ବ୍ୟାଙ୍କ ଏ ନେଇ ନାମକୁ ପ୍ରଘଟ କରି ନ ଥିଲା।
ରିଜର୍ଭ ବ୍ୟାଙ୍କ ଏମାନଙ୍କ ନାମ ଦେଇ ନ ଥିବାବେଳେ ବ୍ୟାଙ୍କଗୁଡିକଠାରୁ ଖିଲାପକାରୀଙ୍କ ସମ୍ପର୍କରେ ସୂଚନା ମିଳି ଯାଉଥିଲା। କାରଣ ବ୍ୟାଙ୍କଗୁଡ଼ିକ ଦେଇଥିବା ଅର୍ଥ ସେମାନେ ଫେରି ପାଇବାକୁ ଅସୁବିଧା ହେବାରୁ କିଏ କେତେ ପରିମାଣର ଋଣ ନେଇଛି ସେ ଉପରେ ସ୍ପଷ୍ଟ କରିଥିଲେ। ବ୍ୟାଙ୍କଗୁଡିକ ସେମାନଙ୍କ ଅର୍ଥ ଫେରି ପାଇବା ଲାଗି ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିଛନ୍ତି। ଏଭଳି ତଥ୍ୟ ସବୁକୁ ଟ୍ରାନ୍ସ ୟୁନିୟନ ସିବିଲ୍‌ ଏକତ୍ର କରିଥିବା ଜଣାପଡିଛି। ଏହି ୩୦ କମ୍ପାନୀ ମଧ୍ୟରେ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସୀଙ୍କ ଭଳି ବ୍ୟକ୍ତି ବିଶେଷ ରହିଛନ୍ତି। ଏହି ବ୍ୟକ୍ତି ବିଶେଷଙ୍କୁ ବ୍ୟାଙ୍କ ଦେଇଥିବା ପ୍ରାୟ ୫୦ ହଜାର କୋଟି ଟଙ୍କାର ଉର୍ଦ୍ଧ୍ୱ ଋଣ ଅର୍ଥକୁ ବ୍ୟାଙ୍କଗୁଡିକ ସେମାନଙ୍କ ବାଲାନ୍ସ ସିଟକୁ ବାଦ ଦେଇଛନ୍ତି ବା ଋଣ ରାଇଟ ଅଫ୍‌ କରାଯାଇଛି। ୨୦୧୮ ଡିସେମ୍ବର ୧୮ ସୁଦ୍ଧା ୧୧,୦୦୦ରୁ ଉର୍ଦ୍ଧ୍ୱ କମ୍ପାନୀ ୧.୬୧ ଲକ୍ଷ କୋଟି ଟଙ୍କା ଇଚ୍ଛାକୃତ ଭାବେ ଖିଲାପ କରିଥିବା ଟ୍ରାନ୍ସୟୁନିୟନ ସିବିଲ ତଥ୍ୟରୁ ସାମ୍ନାକୁ ଆସିଛି।
ଏହି ବ୍ୟକ୍ତି ବିଶେଷ ୫ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଋଣ ନେଇଛନ୍ତି। ଖିଲାପକାରୀଙ୍କ ଏହି ତଥ୍ୟକୁ ଆର୍‌ବିଆଇର ସେଣ୍ଟ୍ରାଲାଇଜ ସିଷ୍ଟମ ଡାଟା ବେସ୍‌ ଦ୍ୱାରା ପ୍ରକାଶ କରାଯାଇଛି। ସୂଚନା ମୁତାବକ ବୃହତ୍ତ ଖିଲାପକାରୀଙ୍କ ମଧ୍ୟରେ ଗୀତାଞ୍ଜଳୀ ଜେମସ୍‌ ଉପରେ ସର୍ବାଧିକ ୫୦୪୪ କୋଟି ଋଣ ରହିଛି। ସେହିଭଳି ରେଇ ଆଗ୍ରୋ ଲିମିଟେଡ ୪୧୯୭ କୋଟି, ଓ୍ବିନସମ ଡାଇମଣ୍ଡ ଆଣ୍ଡ ଜୁଏଲେରୀ ଊପରେ ୩୩୮୬ କୋଟି, ରୁଚି ସୋୟା ଲିମିଟେଡ ୩୨୨୫ କୋଟି, ରୋଟୋମାକ ଗ୍ଲୋବାଲ ୨୮୪୪ କୋଟି, କିଙ୍ଗଫିସର ୨୪୮୮ କୋଟି, କୁଡୁସ କେମି ଲିମିଟେଡ ୨୩୨୬ କୋଟି, ଜୁମ ଡେଭଲପର୍ସ ୨୦୨୪ କୋଟି, ଡେକାନ କ୍ରନିକଳ ହୋଲ୍ଡିଂ ୧୯୫୧ କୋଟି ଭଳି ଅନ୍ୟ କମ୍ପାନୀ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ପାଇଁ ଖୁସି ଖବର: କିଷାନ କ୍ରେଡିଟ କାର୍ଡ ନିୟମରେ ବଡ଼ ପରିବର୍ତ୍ତନ କରିବ RBI

ମୁମ୍ବାଇ,୧୫ା୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) କିଶାନ କ୍ରେଡିଟ୍ କାର୍ଡ (KCC) ଯୋଜନାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଏକ ନୂତନ ଚିଠା ମାର୍ଗଦର୍ଶିକା ଜାରି କରିଛି।…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ଏହି ୫ଟି ଦେଶରୁ ଭାରତକୁ ଆସୁଛି ବିପୁଳ ପରିମାଣରେ ସୁନା, ଜାଣନ୍ତୁ କେତେ ଟଙ୍କାର ହେଉଛି କାରବାର

ନୂଆଦିଲ୍ଲୀ,୧୪।୨:ଭାରତରେ ସୁନା ଆମଦାନୀକାରୀ: ଭାରତ ବିଶ୍ୱର ସବୁଠାରୁ ବଡ଼ ସୁନା ଆମଦାନୀକାରୀ ଦେଶମାନଙ୍କ ମଧ୍ୟରୁ ଗୋଟିଏ। ଦେଶରେ ସୁନା ଉତ୍ପାଦନ ବହୁତ କମ, ଯେତେବେଳେ ଚାହିଦା (ଅଳଙ୍କାର,…

ଯୁବପିଢିଙ୍କୁ ପ୍ରତି ମାସରେ ମିଳିବ ୧୫୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ…

କୋଲକାତା,୧୪।୨: ପଶ୍ଚିମବଙ୍ଗ ସରକାର ଘୋଷଣା କରିଛନ୍ତି ଯେ ତାଙ୍କର ନୂତନ ଯୋଜନା, “ବାଙ୍ଗଲାର ଯୁବ ସାଥୀ”, ଏପ୍ରିଲ 1 ରୁ ଆରମ୍ଭ ହେବ। ଏହି ଯୋଜନା ମୂଳତଃ…

ଘର କିଣିବା ପାଇଁ ‘ଜଏଣ୍ଟ ହୋମ୍‌ ଲୋନ୍‌’ ନେବାକୁ ଚାହୁଁଛନ୍ତି କି? ବୁଝିନିଅନ୍ତୁ ଏହାର ଲାଭ-କ୍ଷତିର ହିସାବ…

ନୂଆଦିଲ୍ଲୀ,୧୩।୨: ଘର କିଣିବା ପାଇଁ ଆଜିକାଲି ‘ଜଏଣ୍ଟ ହୋମ ଲୋନ୍‌’ (Joint Home Loan) ବା ଯୁଗ୍ମ ଗୃହ ଋଣ ଏକ ଲୋକପ୍ରିୟ ବିକଳ୍ପ ପାଲଟିଛି। ବିଶେଷ…

ଦେଶରେ ବୃଦ୍ଧି ପାଉଛି ବ୍ୟକ୍ତିଗତ ଆୟକର, ମଧ୍ୟବିତ୍ତଙ୍କ ପାଇଁ ଏପରି ପ୍ରତିକ୍ରିୟା ଦେଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୩।୨: ଦେଶରେ ବୃଦ୍ଧି ପାଉଥିବା ବ୍ୟକ୍ତିଗତ ଆୟକର ସଂଗ୍ରହର ଉପରେ ପ୍ରତିକ୍ରିୟା ରଖିଛନ୍ତି ଅର୍ଥମନ୍ତ୍ରୀ। ”ଆୟକର ସଂଗ୍ରହ ଅର୍ଥ ଏହା ନୁହେଁ ଯେ ମଧ୍ୟବିତ୍ତ ଶ୍ରେଣୀ ଚାପରେ…

ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ: ଜାଣନ୍ତୁ ଭୁବନେଶ୍ୱରରେ କେତେ ଅଛି ମୂଲ୍ୟ

ଭୁବନେଶ୍ବର,୧୩।୨: ଆନ୍ତର୍ଜାତୀୟ ବଜାରରେ ମୂଲ୍ୟ ହ୍ରାସ ଯୋଗୁଁ ଭାରତୀୟ ବଜାରରେ ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଛି। ଶୁକ୍ରବାର ମଲ୍ଟି କମୋଡିଟି…

ବିଶ୍ୱ ବଜାରରେ କମିଲା ତୈଳ ଦର, ଭାରତରେ କମିବ କି ?

ନୂଆଦିଲ୍ଲୀ,୧୩।୨: ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ କ୍ରମାଗତ ହ୍ରାସ ପରିଲକ୍ଷିତ ହେଉଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ତୈଳ ଦର କ୍ରମାଗତ ଦ୍ୱିତୀୟ ସପ୍ତାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri