ଖୁଦପେଜ ଗାଁର ମହିଲା ସ୍ବୟଂ ସହାୟକ ଗୋଷ୍ଠୀର କରାମତି: ଧାନରେ ତିଆରୁଛନ୍‌ ସଉଖିନ କଳାକୁରତି

ନୂଆପଡା ଅଫିସ,୧୬ା୫:  ସରକାର ଗାଁରୁ ସହର ତକ୍‌ ମହିଲାମାନେ କେନ୍‌ଥେଇ ନିଜେର ଗୁଡ଼େ ନିଜେ ଠିଆ ହେଇପାରବେ, ଦୁଇପଏସା ରୁଜଗାର କରବେ ସେଥିରଲାଗି ଅନେକ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ଅନେକ ଜାଗାରେ ଇ ଯୋଜନା ବିଫଲ ହେଉଥିବାର ଦେଖ୍‌ବାକେ ମିଲୁଛେ। ଅନେକ ଜାଗାରେ ଗାଁଗଁଲିର ମହିଲାକରନେ କଳା କାରିଗରୀ ଲୁକି ରହିଥିଲେ ବି ପୋରଛାହନ୍‌ ଅଭାବୁ ସେଟା ଫୁଟି ବାହାରକେ ନାଇଁ ଆସିପାରବାର। ଯେନ୍‌ଥିରଲାଗି ବନର ମଲି ବନେ ଫୁଟି ବନେ ମହଲିଲା ଲେଖେଁ ଅବସ୍‌ତା ହେଉଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଖୁଦପେଜ ଗାଁରେ। ଇ ଗାଁର ମହିଲାମାନେ ଧାନରେ ଅନେକ କିସମର ସଉଖିନ ସାମାନ ତିଆର କରୁଛନ୍‌। ହେଲେ ସେ ସବୁ ବିକାଭଂଗା କରବାର ଲାଗି ବଜାର ବେବସ୍‌ତା ବଡ଼ଭାରି ଅଭାବ ରହିଛେ। ଯେନ୍‌ଥିରଲାଗି ମହିଲା କାରିଗରମାନେ ଭଲ ଦୁଇପଏସା ରୁଜଗାର କରବାରୁ ବଁଚିତ୍‌ ହେଉଛନ୍‌।

ଖଡିଆଳରୁ ବୋଡ଼େନ ରାସ୍‌ତାରେ ୭ କି.ମି. ଗଲେ ଖୁଦପେଜ ଗାଁ ରହିଛେ। ଗାଁର ଲୋକ୍‌ ସଂଖ୍ୟା ପାଖାପାଖି ୨ ହଜାର ହେଇଥିଲାବେଲେ ଅନେକ ଲୋକ୍‌ ଅଭାବ ଅନାଟନ ଭିତରେ ଚଲୁଛନ୍‌। ଗାଁରେ ଲୁକ୍‌କର ଆୟର ପଁଥା କହେଲେ ଚାଷ୍‌ବାସ। ଇଥ୍‌ରେ ବଛରକ ୪ମାସ କାମବୁତା କରୁଥିଲାବେଲେ ବାକି ୮ମାସ ବସି ରହୁଛନ୍‌। ଲୋକ୍‌ ଏନ୍‌ତାଥି ବାହାର ରାଏଜ୍‌କେ ଦାଦନ ଖଟିଯାଉଛନ୍‌। ହେଲେ ଇ ଗାଁର କେତେ ସ୍ବୟଂ ସହାୟକ ଗୋଷ୍ଠୀର ମହିଲାମାନେ ନିଜେ ନିଜର ଆୟର ପଁଥା ଖୁଜିଛନ୍‌। ଚାଷ୍‌ବାସରୁ ଅମଲ ହେଉଥିବାର ଧାନକେ କେତେ ବିହନ, କେତେ ଖାଏବାର ଲାଗି ରଖୁଥିଲାବେଲେ ଆରକେତେ ଧାନକେ ମହିଲାମାନେ ବେଭାର କରି ସୁଁଦର ସୁଁଦର ମୂର୍ତ୍ତି ତିଆର କରୁଛନ୍‌। ସେମାନେ ଧନଲକ୍ଷ୍ମୀ ମୂର୍ତ୍ତି, ଟୁପଲି, ଭିନେ ଭିନେ ପରକାର ଫୁଲ ଆର ପୂଜା ସାମାନ ତିଆର କରୁଛନ୍‌। ହେଲେ ଇ କଳାକୁରତିର ବିକ୍‌ରିବଟା ଲାଗି ସରକାରୀ ବଜାର ବେବସ୍‌ତା ନଁାଇଁନ। ଯେନ୍‌ଥିରଲାଗି ମହିଳାମାନେ ଇ କଳାକୁରତିକେ ଆସରପାସର ହାଟ ବଜାରରେ ଅତି କମ୍‌ ଦରରେ ବିକ୍‌ରି କରୁଛନ୍‌। ମହିଲା କାରିଗରମାନକର କହେବାର ହିସାବେ ଗଲା ଦିନ୍‌ମାନକେ ନୂଆପଡ଼ା ଜିଲାର ମାରାଗୁଡ଼ା ଉଛବ୍‌ରେ ଇ କଳାକୁରତି ବିକି ହଜାର ହଜାର ଟଁକା କମେଇଥିଲୁଁ। ହେଲେ ସେଟା ବି ବଁଦ୍‌ ହେଇଗଲା, ଆମକୁ ଆର ବଜାର ସୁବିଧା ନାଇଁମିଲବାର ବଲି ସେମାନେ କହିଛନ୍‌। ଇଆଡ଼େ ଜିଲା ପରଶାସନ ତରଫୁ ତାଲିମ କି ପୋରଛାହନ୍‌ ନାଇଁ ମିଲବାର। ଯେନ୍‌ଥିରଲାଗି ଇ କଳା କାରିଗରୀ ଆଗ୍‌କେ ଆସି ନାଇଁପାରବାର ବଲି ସେମାନେ ଅଭିଯୋଗ କରିଛନ୍‌। ଇ କଳାକୁରତିର ପରଚାର ପରସାର, ବିକ୍‌ରିବଟା ଲାଗି ପରଶାସନ ଧିଆନଦେଲେ ଗଁାର ୫୦ରୁ ଅଧ୍‌କା ପରିବାର ରୁଜଗାର ପାଏତେ ଆର ଜିଲାର ନଁା ବି ସବୁଆଡ଼େ ପଡ଼ତା ବଲି ସେମାନେ କହିଛନ୍‌। ଇ ଦିଗେ ଜିଲା ପରଶାସନ ଦୁରୁଷ୍‌ଟି ଦେଇ ଇ କଳା କାରିଗରୀର ବଢ଼ତିର ଲାଗି ପୋରଛାହନ୍‌, ତାଲିମ, ବଜାର ବେବସ୍‌ତା କରବାକେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଅର୍ଥ ହରିଲୁଟ୍‌ ମାମଲା: ଦୁଇ ଯନ୍ତ୍ରୀ ଦୋଷୀ ସାବ୍ୟସ୍ତ ପରେ ମିଳିଲା ଏହି ଦଣ୍ଡ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକର ଦୁଇଜଣ ପୂର୍ବତନ ଯନ୍ତ୍ରୀ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମାନେଶ୍ୱର ବ୍ଲକର ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ…

ଭିସୁଟ୍‌ରେ ରାଗିଂ ଅଭିଯୋଗ, ଅର୍ଥଦଣ୍ଡରେ ଦଣ୍ଡିତ ହେଲେ ୪ ବରିଷ୍ଠ ଛାତ୍ର

ସମ୍ବଲପୁର,୨୩।୪(ପ୍ରମୋଦ ବହିଦାର): ସମ୍ବଲପୁର ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)ରେ ରାଗିଙ୍ଗ ଅଭିଯୋଗ । ଅଭିଯୁକ୍ତ ଛାତ୍ରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇଛି ।…

ବଢ଼ିଲା ସ୍କୁଲ ଛୁଟି ଅବଧି

ସମ୍ବଲପୁର,୨୨।୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।…

ଦିବ୍ୟାଙ୍ଗ ନାବାଳିକାଙ୍କୁ କିଏ କଲେ ଗର୍ଭବତୀ: ଅଞ୍ଚଳର ୭ ସଦସ୍ୟଙ୍କ ଗଲା ନମୁନା, ରିପୋର୍ଟରୁ ଜଣାପଡ଼ିଲା ଏହି ବ୍ୟକ୍ତି କରିଥିଲେ…

କୁଚିଣ୍ଡା,୨୨।୪(ବିରଞ୍ଚତ୍ ଦର୍କା):ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଅଞ୍ଚଳର ଜଣେ ଦିବ୍ୟାଙ୍ଗ ନାବାଳିକା ବଳାତ୍କାର ଘଟଣାରେ ଅଭିଯୁକ୍ତ ବଡବାପାଙ୍କୁ ପୋଲିସ ଗିରଫ କରି  ସମ୍ବଲପୁର ପୋକ୍‌ସୋ କୋର୍ଟକୁ ଚାଲାଣ…

ହଜିଯାଇଥିବା ୧୧୪ ଫୋନ୍‌ ଉଦ୍ଧାର କରି ମାଲିକଙ୍କୁ ହସ୍ତାନ୍ତର କଲା ପୋଲିସ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଅଭିଯାନ ଚଳାଯାଇ ବିଭିନ୍ନ ସ୍ଥାନରୁ ହଜିଯାଇଥିବା ମୋବାଇଲଗୁଡ଼ିକୁ ଉଦ୍ଧାର କରାଯାଇଛି। ସମୁଦାୟ ୧୧୪ଟି ମୋବାଇଲ ଜବତ…

୨୦ରୁ ୨୨ ବନ୍ଦ ରହିବ ଏହି ଜିଲାର ସମସ୍ତ ସରକାରୀ-ବେସରକାରୀ ସ୍କୁଲ, ଜିଲାପାଳ କହିଲେ ଆଗକୁ ଆହୁରି…

ସମ୍ବଲପୁର,୧୮ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଜାରି ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଛାତ୍ରୀଛାତ୍ରଙ୍କ ସୁରକ୍ଷା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ…

କାମ କରୁଥିବା ବେଳେ ପଡ଼ିଲେ ତଳେ: ଅଂଶୁଘାତରେ  ମୃତ୍ୟୁ ସନ୍ଦେହ

ସମ୍ବଲପୁର,୧୮।୪(ପ୍ରମୋଦ ବହିଦାର): ସମ୍ବଲପୁର ସହର ସମେତ ସମଗ୍ର ଜିଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଶନିବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଅଂଶୁଘାତ ସନ୍ଦେହ କରାଯାଉଛି।…

ବରଗଡ଼ ଯାଉଥିବାବେଳେ ବସ୍‌ରେ ଟଳିପଡିଲେ ଯାତ୍ରୀ

ସମ୍ବଲପୁର/ବରଗଡ଼,୧୮ା୪(ପ୍ରମୋଦ ବହିଦାର/ପ୍ରେମାନନ୍ଦ ଖମାରୀ): ସମ୍ବଲପୁର ଅଇଁଠାପାଲି ବସଷ୍ଟାଣ୍ଡରେ ଗୁରୁବାର ସନ୍ଧ୍ୟାରେ ବସ୍‌ ଭିତରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ଯାତ୍ରୀ ଜଣକ ହେଲେ ବରଗଡ଼ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri