ଖୁଦପେଜ ଗାଁର ମହିଲା ସ୍ବୟଂ ସହାୟକ ଗୋଷ୍ଠୀର କରାମତି: ଧାନରେ ତିଆରୁଛନ୍‌ ସଉଖିନ କଳାକୁରତି

ନୂଆପଡା ଅଫିସ,୧୬ା୫:  ସରକାର ଗାଁରୁ ସହର ତକ୍‌ ମହିଲାମାନେ କେନ୍‌ଥେଇ ନିଜେର ଗୁଡ଼େ ନିଜେ ଠିଆ ହେଇପାରବେ, ଦୁଇପଏସା ରୁଜଗାର କରବେ ସେଥିରଲାଗି ଅନେକ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ଅନେକ ଜାଗାରେ ଇ ଯୋଜନା ବିଫଲ ହେଉଥିବାର ଦେଖ୍‌ବାକେ ମିଲୁଛେ। ଅନେକ ଜାଗାରେ ଗାଁଗଁଲିର ମହିଲାକରନେ କଳା କାରିଗରୀ ଲୁକି ରହିଥିଲେ ବି ପୋରଛାହନ୍‌ ଅଭାବୁ ସେଟା ଫୁଟି ବାହାରକେ ନାଇଁ ଆସିପାରବାର। ଯେନ୍‌ଥିରଲାଗି ବନର ମଲି ବନେ ଫୁଟି ବନେ ମହଲିଲା ଲେଖେଁ ଅବସ୍‌ତା ହେଉଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଖୁଦପେଜ ଗାଁରେ। ଇ ଗାଁର ମହିଲାମାନେ ଧାନରେ ଅନେକ କିସମର ସଉଖିନ ସାମାନ ତିଆର କରୁଛନ୍‌। ହେଲେ ସେ ସବୁ ବିକାଭଂଗା କରବାର ଲାଗି ବଜାର ବେବସ୍‌ତା ବଡ଼ଭାରି ଅଭାବ ରହିଛେ। ଯେନ୍‌ଥିରଲାଗି ମହିଲା କାରିଗରମାନେ ଭଲ ଦୁଇପଏସା ରୁଜଗାର କରବାରୁ ବଁଚିତ୍‌ ହେଉଛନ୍‌।

ଖଡିଆଳରୁ ବୋଡ଼େନ ରାସ୍‌ତାରେ ୭ କି.ମି. ଗଲେ ଖୁଦପେଜ ଗାଁ ରହିଛେ। ଗାଁର ଲୋକ୍‌ ସଂଖ୍ୟା ପାଖାପାଖି ୨ ହଜାର ହେଇଥିଲାବେଲେ ଅନେକ ଲୋକ୍‌ ଅଭାବ ଅନାଟନ ଭିତରେ ଚଲୁଛନ୍‌। ଗାଁରେ ଲୁକ୍‌କର ଆୟର ପଁଥା କହେଲେ ଚାଷ୍‌ବାସ। ଇଥ୍‌ରେ ବଛରକ ୪ମାସ କାମବୁତା କରୁଥିଲାବେଲେ ବାକି ୮ମାସ ବସି ରହୁଛନ୍‌। ଲୋକ୍‌ ଏନ୍‌ତାଥି ବାହାର ରାଏଜ୍‌କେ ଦାଦନ ଖଟିଯାଉଛନ୍‌। ହେଲେ ଇ ଗାଁର କେତେ ସ୍ବୟଂ ସହାୟକ ଗୋଷ୍ଠୀର ମହିଲାମାନେ ନିଜେ ନିଜର ଆୟର ପଁଥା ଖୁଜିଛନ୍‌। ଚାଷ୍‌ବାସରୁ ଅମଲ ହେଉଥିବାର ଧାନକେ କେତେ ବିହନ, କେତେ ଖାଏବାର ଲାଗି ରଖୁଥିଲାବେଲେ ଆରକେତେ ଧାନକେ ମହିଲାମାନେ ବେଭାର କରି ସୁଁଦର ସୁଁଦର ମୂର୍ତ୍ତି ତିଆର କରୁଛନ୍‌। ସେମାନେ ଧନଲକ୍ଷ୍ମୀ ମୂର୍ତ୍ତି, ଟୁପଲି, ଭିନେ ଭିନେ ପରକାର ଫୁଲ ଆର ପୂଜା ସାମାନ ତିଆର କରୁଛନ୍‌। ହେଲେ ଇ କଳାକୁରତିର ବିକ୍‌ରିବଟା ଲାଗି ସରକାରୀ ବଜାର ବେବସ୍‌ତା ନଁାଇଁନ। ଯେନ୍‌ଥିରଲାଗି ମହିଳାମାନେ ଇ କଳାକୁରତିକେ ଆସରପାସର ହାଟ ବଜାରରେ ଅତି କମ୍‌ ଦରରେ ବିକ୍‌ରି କରୁଛନ୍‌। ମହିଲା କାରିଗରମାନକର କହେବାର ହିସାବେ ଗଲା ଦିନ୍‌ମାନକେ ନୂଆପଡ଼ା ଜିଲାର ମାରାଗୁଡ଼ା ଉଛବ୍‌ରେ ଇ କଳାକୁରତି ବିକି ହଜାର ହଜାର ଟଁକା କମେଇଥିଲୁଁ। ହେଲେ ସେଟା ବି ବଁଦ୍‌ ହେଇଗଲା, ଆମକୁ ଆର ବଜାର ସୁବିଧା ନାଇଁମିଲବାର ବଲି ସେମାନେ କହିଛନ୍‌। ଇଆଡ଼େ ଜିଲା ପରଶାସନ ତରଫୁ ତାଲିମ କି ପୋରଛାହନ୍‌ ନାଇଁ ମିଲବାର। ଯେନ୍‌ଥିରଲାଗି ଇ କଳା କାରିଗରୀ ଆଗ୍‌କେ ଆସି ନାଇଁପାରବାର ବଲି ସେମାନେ ଅଭିଯୋଗ କରିଛନ୍‌। ଇ କଳାକୁରତିର ପରଚାର ପରସାର, ବିକ୍‌ରିବଟା ଲାଗି ପରଶାସନ ଧିଆନଦେଲେ ଗଁାର ୫୦ରୁ ଅଧ୍‌କା ପରିବାର ରୁଜଗାର ପାଏତେ ଆର ଜିଲାର ନଁା ବି ସବୁଆଡ଼େ ପଡ଼ତା ବଲି ସେମାନେ କହିଛନ୍‌। ଇ ଦିଗେ ଜିଲା ପରଶାସନ ଦୁରୁଷ୍‌ଟି ଦେଇ ଇ କଳା କାରିଗରୀର ବଢ଼ତିର ଲାଗି ପୋରଛାହନ୍‌, ତାଲିମ, ବଜାର ବେବସ୍‌ତା କରବାକେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦ ଜଳଭଣ୍ଡାରରେ ବଢୁଛି ବନ୍ୟାଜଳ ପରିମାଣ, ପୁଣି ଖୋଲିଲା ୫ ଗେଟ୍‌, ଜଳସ୍ତର ରହିଛି…

ସମ୍ବଲପୁର,୧୭ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ଅତ୍ୟଧକ ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରିଛି। ଫଳରେ ଜଳଭଣ୍ଡାରର…

ବନ୍ୟାପାଣିରେ ବୁଡ଼ିଲା ଶିବମନ୍ଦିର, ଫସିଲେ ପୂଜକ ଦମ୍ପତି, ୮ ଘଣ୍ଟା ପରେ…

କୁଚିଣ୍ଡା,୧୬ା୮(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକରେ ପ୍ରବାହିତ ଖର୍ଲା ନଦୀରେ ବନ୍ୟା ଆସିଛି। ବନ୍ୟାପାଣି ମାଡ଼ି ଆସିବାରୁ ଚକଦରହ ଶିବମନ୍ଦିରଟି ପାଣିରେ ଅଧା ବୁଡ଼ି ଯାଇଥିଲା।…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

ସମ୍ବଲପୁର ଯୁଯୁମୁରା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ମହିଳା ଓଏଏସ୍ ଟ୍ରେନିଙ୍କ ସମେତ ୨ ମୃତ, ୧୨ ଆହତ

ସମ୍ବଲପୁର,୧୫|୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ କଂସର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଜାତୀୟ ରାଜପଥ-୫୫ରେ ସମ୍ବଲପୁର ପଟକୁ ଯାଉଥିବା ଓଡ଼ିଶା…

ଜିଲା ମୁଖ୍ୟ ଚିକିତ୍ସାଳୟ ଖାଦ୍ୟରେ ଝିଟିପିଟି

ସମ୍ବଲପୁର,୧୪ା୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ର ମେଡିସିନ୍‌(ଭେଷଜ) ୱାର୍ଡରେ ରୋଗୀଙ୍କ ଜଳଖିଆ ତରକାରୀରୁ ମୃତ ଝିଟିପିଟି ବାହାରିବା ଘଟଣାରେ ଏଠାରେ ଗଭୀର ଆଲୋଡନ୍‌ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri