ଭୟଙ୍କର ସଡ଼କ ଦୁର୍ଘଟଣା: ବାପା-ଝିଅଙ୍କ ଚାଲିଗଲା ଜୀବନ

ସମ୍ବଲପୁର,୧୧ା୬(ପ୍ରମୋଦ ବହିଦାର): ଧନୁପାଲି ଥାନା ଅନ୍ତର୍ଗତ ଭତରା ଶଙ୍କର ମଠ ଝଙ୍କାର ବନ୍ଧ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସିରିଜ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏକ ସିମେଣ୍ଟ ମିକ୍ସର ଟ୍ରକ(ଓଡି-୧୪-ଏଏଲ-୫୭୧୦) ପ୍ରଥମେ ଏକ ଇଭି ଅଟୋ(ଓଡି-୧୫-ଏବି-୨୨୩୨)କୁ ଧକ୍କା ଦେବା ପରେ ଏକ କାର୍‌(ଓଆର-୦୨-ବିୟୁ-୩୬୧୧)କୁ ଧକ୍କା ଦେଇଥିଲା। ଫଳରେ କାର୍‌ଟି ଏକ ଖାଲି ପଡ଼ିଯାଇଛି। କାର୍‌ରେ କେହି ନ ଥିବାରୁ କାହାର କ୍ଷତି ହୋଇ ନାହିଁ। ମାତ୍ର ସୁରେନ୍ଦ୍ର(କାଳିଆ) ବେହେରା ନାମକ ଜଣେ ଅଟୋଚାଳକ ତାଙ୍କ ନାବାଳିକା ଝିଅ ଶୁଭଶ୍ରୀ ବେହେରାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ମିଳିଥିବା ସୂଚନାନୁସାରେ, ବିଳମ୍ବିତ ରାତିରେ ଏକ ଇଭି ଅଟୋକୁ ଧନୁପାଲିର ଚାଳକ ସୁରେନ୍ଦ୍ର ନିଜେ ଚଳାଇ ତାଙ୍କ ଝିଅ ଶୁଭଶ୍ରୀଙ୍କୁ ସାଙ୍ଗରେ ନେଇ ଯାଉଥିଲେ। ଏହି ସମୟରେ ପଛପଟୁ ଦ୍ରୁତଗତିରେ ଆସି ଉକ୍ତ ସିମେଣ୍ଟ ମିକ୍ସର ଟ୍ରକ୍‌ ଅଟୋକୁ ଧକ୍କା ଦେଇଥିଲା। ଫଳରେ ଅଟୋରେ ଥିବା ପିତା ସୁରେନ୍ଦ୍ର ଓ ଝିଅ ଶୁଭଶ୍ରୀ ଗୁରୁତର ହୋଇଥିଲେ। ଦୁଘଟଣାସ୍ଥଳରେ ଥିବା ସାକ୍ଷୀ ଗୋପୀନାଥର ଭାଜପା ମଣ୍ଡଳ ସଭାପତି ବଳରାମ ମହାପାତ୍ର ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଫୋନ କରିବା ସହିତ ଗୁରୁତର ଆହତ ନାବାଳିକା ଶୁଭଶ୍ରୀଙ୍କୁ ନିଜ ବାଇକ୍‌ ଯୋଗେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାସହ ଗୁରୁତର ଆହତ ପିତା କାଳିଆଙ୍କୁ ପ୍ରଥମେ ବୁର୍ଲା ଚିକିତ୍ସାଳୟକୁ ନିଆଯାଇଥିଲା। ମାତ୍ର ସେଠାରେ ଜରୁରୀକାଳିନ(ଇମରଜେନ୍ସି) ବିଭାଗରେ କୌଣସି ଡାକ୍ତର ଉପସ୍ଥିତ ନ ଥିବାରୁ ତାଙ୍କୁ ଚିକିତ୍ସା ପାଇଁ ବୁର୍ଲା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ଧନୁପାଲି ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଦ୍ବୟକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅପରପକ୍ଷରେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଚାଳକ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ବନ୍ଧୁକ କାରଖାନା ଠାବ: ୫ଟି ଦେଶୀ ବନ୍ଧୁକ ସହ ୩ ଗିରଫ

ଭଞ୍ଜନଗର, ୧୨।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ପୋଲିସ ଏକ ବେଆଇନ ଦେଶୀ ବନ୍ଧୁକ ନିର୍ମାଣ ୟୁନିଟ୍‌ ଉପରେ ଶୁକ୍ରବାର ରାତିରେ ଚଢ଼ଉ କରି…

BRICS : ‘ପ୍ରତ୍ୟେକ ଦେଶର ସ୍ବର ଶୁଣାଯିବା ଉଚିତ; କିଛି ରାଷ୍ଟ୍ର ନେଉଛନ୍ତି ନିଷ୍ପତ୍ତି’ ପ୍ରଧାନମନ୍ତ୍ରୀଙ୍କ ଏହି କଥା ମଧ୍ୟରେ ଲୁଚି ରହିଛି ଏକ ଗୁପ୍ତ ବାର୍ତ୍ତା

ନୂଆଦିଲ୍ଲୀ,୧୨।୯: BRICS ସମ୍ମିଳନୀ ୨୦୨୬କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ବାର୍ତ୍ତା ଦେଇଥିଲେ ଯେ, ଏହି ସଂଗଠନ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବାକୁ ପ୍ରୟାସ କରୁଛି।…

Video: ଏମିତି କ’ଣ କହିଲେ ମାଲେସିଆ ପ୍ରଧାନମନ୍ତ୍ରୀ ଯେ ହସି ପକାଇଲେ ମୋଦି, ଦେଖନ୍ତୁ ମଜାଦାର ଭିଡ଼ିଓ

ନୂଆଦିଲ୍ଲୀ,୧୨।୯: ମାଲେସିଆର ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀରେ ଯୋଗଦେବା ପାଇଁ ଭାରତରେ ପହଞ୍ଚିଛନ୍ତି। ସେ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ…

ଓରାଙ୍ଗଉଟାନ ଲିଙ୍କ୍‌ରେ ନୂଆ ସିସିଟିଭି ଫୁଟେଜ୍‌: ସାମ୍ନାକୁ ଆସିଲା ରାତିଅଧର…

ଜଳେଶ୍ୱର, ୧୨।୯: ଓରାଙ୍ଗଉଟାନ ଚାଲାଣ ଲିଙ୍କ୍‌ ନେଇ ଚାଲିଥିବା ଛାନଭିନ୍‌ ମଧ୍ୟରେ ନୂଆ ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିଛି। ଦୀଘାର ଜଣେ ସନ୍ଦିଗ୍ଧ ହୋଟେଲ ସମ୍ମୁଖରେ ଲାଗିଥିବା…

ଉତ୍ସବମୁଖର ପଶ୍ଚିମ ଓଡ଼ିଶା: ହାଟବଜାରରେ ନାହିଁ ନ ଥିବା ଭିଡ଼, ମୁଖ୍ୟ ଆକର୍ଷଣ ପାଲଟିଛି…

ରିଷିଡ଼ା,୧୨ା୯(ସୁଶାନ୍ତ ମଲ୍ଲିକ): ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ‘ନୂଆଖାଇ’ ପାଇଁ ଏବେ ପୁରପଲ୍ଲୀ ଉତ୍ସବମୁଖର। ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବାକୁ ଥିବା ବେଳେ ଘରେ…

ମିଳୁନି ପାନୀୟ ଜଳ, ଶୋଷ ମେଣ୍ଟାଉଛି ପରିତ୍ୟକ୍ତ କୁଣ୍ଡ

ପଟ୍ଟାଙ୍ଗି,୧୨।୯(ଶରତ କୁମାର ଧଳ): କୋରାପୁଟ ଜିଲାର ପଟ୍ଟାଙ୍ଗି ବ୍ଲକ ଅଧିନରେ ରହିଥିବା ସୁଙ୍କି ପଞ୍ଚାୟତର ଆନ୍ଧ୍ର ସୀମାକୁ ଲାଗି ରହିଥିବା ଓଡ଼ିଶାର ଅନ୍ୟତମ ଗ୍ରାମ ବାନ୍ଧା। ଉକ୍ତ…

ଇସ୍ରୋର ଭୟଙ୍କର ଚେତାବନୀ, ଓଡ଼ିଶାକୁ ମାଡ଼ିଆସୁଛି ୩ଟି ସୁପର ସାଇକ୍ଲୋନ! ଏହି ଜିଲାରେ ରଚିବ ପ୍ରଳୟ…

ନୂଆଦିଲ୍ଲୀ, ୧୨।୯ : ମାଡ଼ି ଆସିବ ମହାବାତ୍ୟା ! ୧୯୯୯ ଠୁ ବି ହେବ ଭୟଙ୍କର। ନିମିଷକେ ସବୁ ହୋଇଯିବ ଛାରଖାର। ମାଡ଼ିଆସିବ ସମୁଦ୍ର ଜୁଆର। କିଛି…

ରାସ୍ତା ସାଜିଛି ବାଧକ, ଭାରରେ ବୁହା ହେଲେ ମହିଳା ରୋଗୀ

ପଟ୍ଟାଙ୍ଗି,୧୨।୯(ଶରତ କୁମାର ଧଳ): ପ୍ରତ୍ୟେକ ଗ୍ରାମରେ ପହଞ୍ଚିବ ରାସ୍ତା, ଆଉ କୌଣସି ସମସ୍ୟାର ସମ୍ମୁଖିନ ହେବେନି ଗ୍ରାମବାସୀ । ଏହି ନାରା ଦେଇ ଚାଲିଛନ୍ତି ସରକାରୀ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?