ଖାଇବାକୁ ମିଳୁନି, ଋଣ ଅସୁଲ ହେଉଛି  

ସମ୍ବଲପୁର, ୧୧।୬ (ବ୍ୟୁରୋ)-ସରକାର ବ୍ୟାଙ୍କ ଓ ମାଇକ୍ରୋ ଫାଇନାନ୍ସ କମ୍ପାନୀ ଗୁଡିକର ଋଣ ଅସୁଲ କରିବା ଉପରେ ରୋକ୍‌ ଲଗାଇଛନ୍ତି। ହେଲେ ମାଇକ୍ରୋ ଫାଇନାନ୍ସ କମ୍ପାନୀ ଗୁଡିକ ନିର୍ଦ୍ଦେଶ ପାଳନ ନ କରି ମହିଳାମାନଙ୍କ ଠାରୁ ଋଣ ଅସୁଲ କରୁଛନ୍ତି । ଟଙ୍କା ଦେବାକୁ ଅସମର୍ଥ ଥିବା ଜଣାଇଲେ ମଧ୍ୟ ଗାଳିଗୁଳଜ କରିବା ସହ ଧମକ ଦେଉଛନ୍ତି। ଲକ୍‌ ଡାଉନ ପାଇଁ ରୋଜଗାର ବନ୍ଦ ହୋଇ ପଡିଛି। ଘରେ ଖାଇବା, ଔଷଧ କିଣିବାକୁ ଟଙ୍କା ନାହିଁ । ଏଭଳି ପରିସ୍ଥିତିରେ ମାଇକ୍ରୋ ଫାଇନାନ୍ସ କମ୍ପାନୀ ଋଣ ଅସୁଲ କରିବା ପାଇଁ ଦାଦାଗିରି କରୁଛନ୍ତି। ଗୁରୁବାର ଏଭଳି ଅଭିଯୋଗ ନେଇ ମହିଳାମାନେ ଜିଲାପାଳଙ୍କ ଅଫିସକୁ ଆସି ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁସାରେ, ଋଣ ଦେବା ସମୟରେ ମାଇକ୍ରୋ ଫାଇନାନ୍ସ କମ୍ପାନୀ ବିଭିନ୍ନ ପ୍ରଲୋଭନ ଦେଖାଇ ମହିଳାମାନଙ୍କୁ ଋଣ ଦେଇଥିଲେ। ସେମାନେ ଉକ୍ତ ଟଙ୍କା ନେଇ ବ୍ୟବସାୟରେ ଲଗାଇଲେ। କରୋନା ପାଇଁ ଲକଡାଉନ କଟକଣା ଯୋଗୁ ବ୍ୟବସାୟ ବନ୍ଦ ହୋଇଯାଇଛି। ଫଳରେ ଆୟ ହୋଇପାରୁ ନାହିଁ। ହେଲେ କମ୍ପାନୀ କର୍ମଚାରୀମାନେ ପୂର୍ବ ଭଳି ଟଙ୍କା ଅସୁଲ କରିବା ପାଇଁ ଆସୁଛନ୍ତି। ସରକାରଙ୍କ ନିୟମ ଅନୁସାରେ ଏବେ ଟଙ୍କା ଦେଇ ପାରିବୁ ନାହିଁ ବୋଲି କହିବା ପରେ ମଧ୍ୟ ସେମାନେ ମାନସିକ ଚାପ ଦେଉଛନ୍ତି। ସେମାନଙ୍କୁ ଲକ୍‌ ଡାଉନ ଖୋଲିବା ପର୍ଯ୍ୟନ୍ତ ସମୟ ମାଗିଲେ ମଧ୍ୟ ଶୁଣୁନାହାନ୍ତି। ତେଣୁ ଏ ଦିଗରେ ଜିଲା ପ୍ରଶାସନ ହସ୍ତକ୍ଷେପ କରି କମ୍ପାନୀ ଗୁଡିକୁ ଋଣ ଅସୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ମହିଳାମାନେ କହିଛନ୍ତି । ଯଦି କୌଣସି ସୁଫଳ ନ ମିଳେ ତେବେ ମହିଳାମାନେ ନବୀନ ନିବାସ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ସସ୍ମିତା ପଣ୍ଡା, ଅମୂଲ୍ୟା ମେହେର, ସଞ୍ଚଳା ଓରାମ, ସଞ୍ଜୁ ମହାନନ୍ଦ, କୁନ୍ତ ସେଠୀ, ସୁମିତ୍ରା ସୁରଜନ୍‌, ତାରାକାନ୍ତି ପଣ୍ଡା, ମମତା ନାଏକ, ସ୍ବପ୍ନାପ୍ରିୟା ମହାପାତ୍ର, ସନ୍ତୋଷିନୀ ପଟ୍ଟନାୟକ, ସୁବର୍ଣ୍ଣ ନାଥ ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଜଣାପଡ଼ିଲା ଦେବ୍ରିଗଡ଼ରେ ଠାବ ମହାବଳର ଗତିପଥ: କେଉଁଠୁ ଆସିଲା…

ସମ୍ବଲପୁର, ୧୫।୧୧ (ପ୍ରମୋଦ ବହିଦାର): ଚଳିତ ନଭେମ୍ବର ମାସରେ ଓଡ଼ିଶାର ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟରେ ଠାବ ହୋଇଥିବା ଏକ ବିରଳ ଅଣ୍ଡିରା ମହାବଳ ବାଘର ଗତିପଥ ସମ୍ପର୍କରେ…

ମାସେ ତଳେ ସାଙ୍ଗଙ୍କୁ ପଥରରେ ଛେଚି ହତ୍ୟା କରିଥିଲେ ସାଙ୍ଗ, ଆଜି ଅଭିଯୁକ୍ତଙ୍କୁ…

ସମ୍ବଲପୁର,୧୪ା୧୧(ପ୍ରମୋଦ ବହିଦାର): ମାସେ ତଳୁ ନିଖୋଜ ଥିବା ଜଣେ ବ୍ୟକ୍ତିଙ୍କ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିଛି ସମ୍ବଲପୁର ପୋଲିସ। ମଦ ପିଇବା ସମୟରେ ହୋଇଥିବା ବଚସାରୁ ଜଣେ…

ଆଦାନୀ ଯୁଆଡ଼େ ଯାଇଛି ମର୍ଡର କରିଛି: ଜୟନାରାୟଣଙ୍କ ବିବାଦୀୟ ମନ୍ତବ୍ୟ

ସମ୍ବଲପୁର,୧୩ା୧୧(ପ୍ରମୋଦ ବହିଦାର):ସମ୍ବଲପୁର ଅଞ୍ଚଳରେ ଏନ୍‌ଏଲ୍‌ସି କମ୍ପାନୀର ମନମାନି ଓ ଦାଦାଗିରି ବିରୋଧରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସମ୍ବଲପୁର ଅଞ୍ଚଳରେ ଏନ୍‌ଏଲ୍‌ସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?