ଖାଇବାକୁ ମିଳୁନି, ଋଣ ଅସୁଲ ହେଉଛି  

ସମ୍ବଲପୁର, ୧୧।୬ (ବ୍ୟୁରୋ)-ସରକାର ବ୍ୟାଙ୍କ ଓ ମାଇକ୍ରୋ ଫାଇନାନ୍ସ କମ୍ପାନୀ ଗୁଡିକର ଋଣ ଅସୁଲ କରିବା ଉପରେ ରୋକ୍‌ ଲଗାଇଛନ୍ତି। ହେଲେ ମାଇକ୍ରୋ ଫାଇନାନ୍ସ କମ୍ପାନୀ ଗୁଡିକ ନିର୍ଦ୍ଦେଶ ପାଳନ ନ କରି ମହିଳାମାନଙ୍କ ଠାରୁ ଋଣ ଅସୁଲ କରୁଛନ୍ତି । ଟଙ୍କା ଦେବାକୁ ଅସମର୍ଥ ଥିବା ଜଣାଇଲେ ମଧ୍ୟ ଗାଳିଗୁଳଜ କରିବା ସହ ଧମକ ଦେଉଛନ୍ତି। ଲକ୍‌ ଡାଉନ ପାଇଁ ରୋଜଗାର ବନ୍ଦ ହୋଇ ପଡିଛି। ଘରେ ଖାଇବା, ଔଷଧ କିଣିବାକୁ ଟଙ୍କା ନାହିଁ । ଏଭଳି ପରିସ୍ଥିତିରେ ମାଇକ୍ରୋ ଫାଇନାନ୍ସ କମ୍ପାନୀ ଋଣ ଅସୁଲ କରିବା ପାଇଁ ଦାଦାଗିରି କରୁଛନ୍ତି। ଗୁରୁବାର ଏଭଳି ଅଭିଯୋଗ ନେଇ ମହିଳାମାନେ ଜିଲାପାଳଙ୍କ ଅଫିସକୁ ଆସି ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁସାରେ, ଋଣ ଦେବା ସମୟରେ ମାଇକ୍ରୋ ଫାଇନାନ୍ସ କମ୍ପାନୀ ବିଭିନ୍ନ ପ୍ରଲୋଭନ ଦେଖାଇ ମହିଳାମାନଙ୍କୁ ଋଣ ଦେଇଥିଲେ। ସେମାନେ ଉକ୍ତ ଟଙ୍କା ନେଇ ବ୍ୟବସାୟରେ ଲଗାଇଲେ। କରୋନା ପାଇଁ ଲକଡାଉନ କଟକଣା ଯୋଗୁ ବ୍ୟବସାୟ ବନ୍ଦ ହୋଇଯାଇଛି। ଫଳରେ ଆୟ ହୋଇପାରୁ ନାହିଁ। ହେଲେ କମ୍ପାନୀ କର୍ମଚାରୀମାନେ ପୂର୍ବ ଭଳି ଟଙ୍କା ଅସୁଲ କରିବା ପାଇଁ ଆସୁଛନ୍ତି। ସରକାରଙ୍କ ନିୟମ ଅନୁସାରେ ଏବେ ଟଙ୍କା ଦେଇ ପାରିବୁ ନାହିଁ ବୋଲି କହିବା ପରେ ମଧ୍ୟ ସେମାନେ ମାନସିକ ଚାପ ଦେଉଛନ୍ତି। ସେମାନଙ୍କୁ ଲକ୍‌ ଡାଉନ ଖୋଲିବା ପର୍ଯ୍ୟନ୍ତ ସମୟ ମାଗିଲେ ମଧ୍ୟ ଶୁଣୁନାହାନ୍ତି। ତେଣୁ ଏ ଦିଗରେ ଜିଲା ପ୍ରଶାସନ ହସ୍ତକ୍ଷେପ କରି କମ୍ପାନୀ ଗୁଡିକୁ ଋଣ ଅସୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ମହିଳାମାନେ କହିଛନ୍ତି । ଯଦି କୌଣସି ସୁଫଳ ନ ମିଳେ ତେବେ ମହିଳାମାନେ ନବୀନ ନିବାସ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ସସ୍ମିତା ପଣ୍ଡା, ଅମୂଲ୍ୟା ମେହେର, ସଞ୍ଚଳା ଓରାମ, ସଞ୍ଜୁ ମହାନନ୍ଦ, କୁନ୍ତ ସେଠୀ, ସୁମିତ୍ରା ସୁରଜନ୍‌, ତାରାକାନ୍ତି ପଣ୍ଡା, ମମତା ନାଏକ, ସ୍ବପ୍ନାପ୍ରିୟା ମହାପାତ୍ର, ସନ୍ତୋଷିନୀ ପଟ୍ଟନାୟକ, ସୁବର୍ଣ୍ଣ ନାଥ ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ପୁଅ ନେଲା ବାପାଙ୍କ ଜୀବନ

କୁଚିଣ୍ଡା,୨୮।୭(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ଧୂଡିପାଲି ପଞ୍ଚାୟତ ମନାପାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳହକୁ କେନ୍ଦ୍ର କରି ପୁଅର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri