ଖରସ୍ରୋତା ପାଣି ଭଦ୍ରକକୁ ନେବା ଘଟଣା: ରାଜ୍ୟ ସରକାରଙ୍କୁ ଏନ୍‌ଜିଟିର କାରଣ ଦର୍ଶାଅ ନୋଟିସ

କେନ୍ଦ୍ରାପଡ଼ା ଅଫିସ, ୧୫ା୫: ଭଦ୍ରକ ଜିଲାର ୪ ବ୍ଲକ ଅଞ୍ଚଳ ପାଇଁ ନିର୍ମାଣାଧୀନ ମେଗା ପାଣି ପ୍ରକଳ୍ପ ଉପରେ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ର ଛାଟ ବାଜିଛି। ଭଦ୍ରକ ଜିଲାରେ ଥିବା ବୈତରଣୀ, ସାଳନ୍ଦୀ, ମନ୍ତେଇ, କାଂଶବାଂଶ ନଦୀର ମଧୁର ଜଳ କାହିଁକି ବ୍ୟବହାର ହେବ ନାହିଁ ବୋଲି ଏନ୍‌ଜିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରାଯାଇଛି ା ଗୁରୁବାର ଏହି ଶୁଣାଣି ହୋଇଥିବା ବେଳେ ଆସନ୍ତା ୩୦ ଦିନ ମଧ୍ୟରେ ଏହାର ଜବାବ ରଖିବାକୁ ଏନ୍‌ଜିଟି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଭଦ୍ରକ ଜିଲାର ଚାନ୍ଦବାଲି, ତିହିଡି, ବାସୁଦେବପୁର ଓ ଧାମନଗର ବ୍ଲକ ଅଞ୍ଚଳକୁ କେନ୍ଦ୍ରାପଡା ଜିଲାରେ ପ୍ରବାହିତ ଖରସ୍ରୋତା ନଦୀ ଜଳକୁ ପାନୀୟ ଜଳ ଭାବେ ବ୍ୟବହାର କରାଯିବା ପାଇଁ ୭୫୪ କୋଟି ଟଙ୍କା ବ୍ୟୟ ବରାଦରେ ରାଜ୍ୟ ସରକାର ହାଇଦ୍ରାବାଦସ୍ଥ ମେଘା ଇଞ୍ଜିନିୟରିଂ ଇନ୍‌ଫ୍ରାଷ୍ଟ୍ରକ୍ଚର ଲିମିଟେଡ ସହିତ ୨୦୧୯ ଜାନୁୟାରୀ ୨୯ରେ ଏମ୍‌ଓୟୁ କରିଛନ୍ତି। ଏ ନେଇ ଧରିତ୍ରୀରେ ଖବର ପ୍ରକାଶ ପରେ ଜିଲାରେ ଜନ ଆନ୍ଦୋଳନ ତେଜିଥିଲା। ଏ ନେଇ ସାମାଜିକ କର୍ମୀ ସଞ୍ଜୟ ବେଉରାଙ୍କ ସମେତ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ପକ୍ଷରୁ ଏନ୍‌ଜିଟିର ଦୃଷ୍ଟି ଆକର୍ଷଣ କରାଯାଇଥିଲା ା ଏନ୍‌ଜିଟିର ନ୍ୟାୟିକ ସଭ୍ୟ ଜଷ୍ଟିସ ଏସ୍‌. ପି. ୱାଙ୍ଗଡି ଓ ବିଶାରଦ ସଭ୍ୟ ସିଦ୍ଧାନ୍ତ ଦାସ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ସବୁଜ ଆମୋନିଆ ପ୍ଲାଣ୍ଟ ନିର୍ମାଣ ସ୍ଥାନ ଦେଖିଲା ଜିଲା ପ୍ରଶାସନ

ମହାକାଳପଡ଼ା, ୯ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲାରେ ସ୍ବାଧୀନତା ପରେ ଛୁଞ୍ଚତ୍ କାରଖାନାଟିଏ ନାହିଁ। ୨୪ବର୍ଷ ଶାସନ ବିଜେଡି ଅମଳରେ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ ହେବା ପୂର୍ବରୁ...

ଗର୍ଭବତୀ ବୋହୂଙ୍କୁ ଗୋଇଠା ମାରିଲେ ଶାଶୁ, ମୃତ ଛୁଆକୁ ଜନ୍ମ ଦେଇ ଚାଲିଗଲା ମା’ର ଜୀବନ

ମହାକାଳପଡ଼ା,୪। ୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ବତିଘର ପଞ୍ଚାୟତ କୋଚିଳା ବେଲାରୀ ଗ୍ରାମର ଗୋବିନ୍ଦ ଗିରିଙ୍କ ପୁଅ...

ମଶାଣି ନାହିଁ, ରାସ୍ତାକଡ଼ରେ ଜଳୁଛି ଜୁଇ

ମାର୍ଶାଘାଇ,୨୯ା୧୧(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):ଏକ ଅସହ୍ୟ ଦୃଶ୍ୟ, ଏକ ନିର୍ଦ୍ଦୟ ସତ୍ୟ କେନ୍ଦ୍ରାପଡ଼ା ଜିଲା, ମାର୍ଶାଘାଇ ବ୍ଲକ୍‌ ବଚ୍ଛରାଇ ପଞ୍ଚାୟତର କୂଳସାହି ଏକ ପଡ଼ା ଗ୍ରାମରେ ଦେଖିବାକୁ...

ପେଟ ପାଇଁ ନଦୀବାଲି ଭରସା, ବିପଦରେ ଜୀବନ: ପ୍ରଶାସନ ଦୃଷ୍ଟିଦେବାକୁ ଦାବି

ମହାକାଳପଡ଼ା, ୨୯ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲାର ପ୍ରମୁଖ ନଦୀନାଳରୁ ବେଆଇନ ଭାବେ ବାଲି ଉଠାଇ ବଡ଼ ବଡ଼ ଡଙ୍ଗାରେ ଚାଲାଣ କରି ବାଲି ବ୍ୟବସାୟୀମାନେ ବେଶ୍‌...

ଲାଞ୍ଚ ନେଇ ଧରାପଡିଲେ ଏଆରଆଇ

କେନ୍ଦ୍ରାପଡା,୨୫।୧୧ (ଜଗନ୍ନାଥ ଧଳ): କେନ୍ଦ୍ରାପଡା ଜିଲା ନିକିରାଇ ରାଜସ୍ବ ସର୍କଲର ଏଆରଆଇ ଅଭିମନ୍ୟୁ ବେହେରା ଲାଞ୍ଚ ନେଇ ମଙ୍ଗଳବାର ଧରା ପଡିଛନ୍ତି। ଭିଜିଲାନ୍ସ ବିଭାଗ ଅଧିକାରୀମାନେ...

ଜବରଦଖଲରେ ସହରାଞ୍ଚଳ ଜଳପଥ, ଜଳଧାରଣ କ୍ଷମତା ହରାଇଛି ଗୋବରୀ

କେନ୍ଦ୍ରାପଡ଼ା,୨୦ା୧୧ (ଜଗନ୍ନାଥ ଧଳ): ପୁରାଣ ପ୍ରସିଦ୍ଧ ମଧୁସାଗର ତଥା କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ଗୋବରୀ ନଦୀ ଏବେ ଜଳଧାରଣ କ୍ଷମତା ହରାଇଛି। ଜଳ ମଧ୍ୟ ଜହର...

ଦେଶ ସୁରକ୍ଷାରେ ଚିନ୍ତା ବଢ଼ାଉଛନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀ

ମହାକାଳପଡ଼ା,୨୦ା୧୧ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଦେଶରେ ସୁରକ୍ଷା ଓ ଉପକୂଳ ଅଞ୍ଚଳରେ ବିଶେଷ କରି ବାଂଲାଦେଶୀ ଅନୁପ୍ରବେଶକାରୀ ଆଡ୍ଡା ଜମାଇବା ସହ ଦେଶ ପାଇଁ ବିପଦ...

ବାର୍‌ହା ଉପଦ୍ରବ: ଚାଷୀ ହିଡ଼ମୁଣ୍ଡରେ ମଞ୍ଚା ବାନ୍ଧି ରାତି ଅନିଦ୍ରା

ମହାକାଳପଡ଼ା, ୧୯ା୧୧ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ପାଚିଲା ଧାନ ଜମିରେ ବାର୍‌ହା ପଲ ଉପଦ୍ରବ କରୁଛନ୍ତି। ବାର୍‌ହା କ୍ଷେତରେ ପ୍ରବେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri