ଖଣିଜ ପରିବହନ ଉପରେ ଗୁରୁତ୍ୱ ଦିଅ: ଜିଲାପାଳ

ଯୋଡ଼ା,୧ା୫ (ଡି.ଏନ୍‌.ଏ.)-ଖଣିଜ ପରିବହନକୁ ସୁଚାରୁରୂପେ କରିବା ନେଇ କେନ୍ଦୁଝର ଜିଲା ଯୋଡା ପୌରପାଳିକା ସଭାଗୃହଠାରେ ଗୁରୁବାର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲାପାଳ ଆଶିଷ ଠାକରେ, ଏସ୍‌ପି ମିତ୍ରଭାନୁ ମହାପାତ୍ର ଉପସ୍ଥିତ ଥିଲେ। ପ୍ରଥମ ପର୍ଯ୍ୟାୟ ବୈଠକରେ ଯୋଡା ଖଣିମଣ୍ଡଳ ଅଧୀନ ସମସ୍ତ ଖଣିର ପ୍ରତିନିଧିଙ୍କ ସହିତ ଆଲୋଚନା କରାଯାଇଥିଲା। ଲକ୍‌ଡାଉନ ସମୟରେ ଖଣିରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ସୁରକ୍ଷା ପାଇଁ ଖଣି କମ୍ପାନୀଗୁଡିକ କିପରି ବ୍ୟବସ୍ଥା କରିଛନ୍ତି ସେ ସମ୍ପର୍କରେ ଅଧିକାରୀମାନେ ପଚାରି ବୁଝିଥିଲେ। ରାଜ୍ୟ ସରକାରଙ୍କର ଆର୍ଥତ୍କ ସ୍ଥିତିକୁ ସୁଦୃଢ କରିବା ପାଇଁ ବ୍ୟାପକ ଭାବେ ଖଣିର ପରିବହନ ଓ ରପ୍ତାନୀ ଉପରେ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଥିଲା। ତେବେ ଖଣି କମ୍ପାନୀ ପ୍ରତିନିଧିମାନେ ଲୁହାପଥର ଚାହିଦା ଆନ୍ତର୍ଜାତିକ ବଜାରରେ ହ୍ରାସ ପାଇଥିବାରୁ ପରିବହନ ହ୍ରାସ ପାଉଥିବା ସମ୍ପର୍କରେ ସୂଚନା ଦେଇଥିଲେ।
ଦ୍ୱିତୀୟ ପର୍ଯ୍ୟାୟ ବୈଠକରେ ଯୋଡା ମାଇନିଂ ଏରିଆ ଟ୍ରକ ଓନର ଆସୋସିଏଶନ(ମାଟୋଆ) ଓ ଯୋଡା ଟ୍ରକ ଓନର ଆସୋସିଏଶନ(ଜାଟୋଆ) ସହିତ ଆଲୋଚନା ହୋଇଥିଲା। ଖଣିଜ ପରିବହନରେ ଯେପରି କୌଣସି ବାଧା ନ ଉପୁଜେ ସେନେଇ ଗୁରୁ୍‌ତ୍ୱ ଦିଆଯାଇଥିଲା। ବୈଠକ ଶେଷରେ କରୋନା ସମ୍ପର୍କରେ ଜିଲାପାଳ ଯୋଡା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସୂର୍ଯ୍ୟମଣୀ ପାଟ୍ଟେଯାଶୀଙ୍କ ସହ ଆଲୋଚନା କରିଥିଲେ। ୯ଟି ସେଣ୍ଟରରେ ନୋଡାଲ ଅଫିସର ନିଯୁକ୍ତି କରାଯାଇଛି। ଯୋଡାରେ ଆଇସୋଲେଶନ ପାଇଁ ୧୫୨ ଶଯ୍ୟା ଓ କ୍ୱାରାଣ୍ଟାଇନ ପାଇଁ ୩୫୧ ଶଯ୍ୟା ପ୍ରସ୍ତୁତ କରାଯାଇଛି। ପ୍ରତିଦିନ ୯୧୭ ଖାଦ୍ୟ ପୁଡିଆ ୨ ଓଳି ଯୋଗାଇ ଦିଆଯାଉଛି ା ଆଗାମୀ ୩ ତାରିଖରେ ବାହାର ଅଞ୍ଚଳରୁ ଜନସାଧାରଣ ଆସିଲେ ସେମାନଙ୍କର ରହିବା ଖାଇବା ବ୍ୟବସ୍ଥା ପୌରପାଳିକା ପକ୍ଷରୁ କରାଯାଉଥିବା ପାଟ୍ଟଯୋଶୀ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବଡବିଲ ତହସିଲଦାର କ୍ଷୀରୋଦ ଚନ୍ଦ୍ର ବେହେରା ଓ ଯୋଡା ଖଣି ଯୁଗ୍ମ ନିର୍ଦ୍ଦେଶକ ସଲିଲ ବେହେରା ଉପସ୍ଥିତ ଥିଲେ। ବହୁ ଖଣିର ପ୍ରତିନିଧିମାନେ ବୈଠକରେ ଯୋଗ ଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ତାଣ୍ଡବ ରଚିଲା କାଳବୈଶାଖୀ

କୋକସରା,୭।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାଳବୈଶାଖୀ ଆଣିଛି ତାତିରୁ ଶାନ୍ତି, ହେଲେ ଏହାର ପ୍ରଭାବରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ...

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l...

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ

ଫୁଲବାଣୀ,୭ା୫(ରାକେଶ କୁମାର ରାଉତ): କେକେବିଏନ୍‌ ମାଓବାଦୀ ସଂଗଠନର ଜଣେ କ୍ୟାଡର ମାଓବାଦୀ ଦକ୍ଷିଣାଞ୍ଚଳ ଆଇଜି ଜେ.ଏନ୍‌.ପଙ୍କଜଙ୍କ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ...

ଗଞ୍ଜାମରେ ଫ୍ଲାଇଂ ସ୍କ୍ବାଡର ଯାଞ୍ଚ କଡାକଡି

ଛତ୍ରପୁର ୭।୫(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲାରେ ଚଳିତ ମାସ ୧୩ରେ ଚତୁର୍ଥ ପର୍ଯ୍ୟାୟ ଏବଂ ୨୦ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।...

ବଜ୍ରପାତରେ ଚାଲିଗଲା ୯ ଗୋରୁଙ୍କ ଜୀବନ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ, ୭/୫ (ଅରୁଣ ସାହୁ /ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ଜନଜୀବନ ପ୍ରଭାବିତ ହୋଇଛି।...

ରୋଚକ ମୋଡ଼ରେ ପିପିଲି ରାଜନୀତି: ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ବିରୋଧରେ ସ୍ବାଧୀନ ଭାବେ ଲଢ଼ିବେ ସ୍ତ୍ରୀ ଜାଗୃତି

ଭୁବନେଶ୍ୱର,୭।୫: ନିର୍ବାଚନ ମଇଦାନରେ ସ୍ବାମୀଙ୍କ ବିରୋଧରେ ଲଢ଼ିବେ ସ୍ତ୍ରୀ। ପିପିଲି ବିଧାନସଭା ଆସନରେ କିଛି ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗୋଟିଏ ପଟେ...

କଂଗ୍ରେସ ଛାଡିଲେ ଚିତ୍ତରଞ୍ଜନ, ନେଲେ ବଡ଼ ନିଷ୍ପତ୍ତି

ନୀଳଗିରି,୭।୫: କଂଗ୍ରେସ ଛାଡିଲେ ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ। ଚଳିତ ନିର୍ବାଚନର ବାଲେଶ୍ୱର ଲୋକ ସଭା ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri