ଖଣିଜ ପରିବହନ ଉପରେ ଗୁରୁତ୍ୱ ଦିଅ: ଜିଲାପାଳ

ଯୋଡ଼ା,୧ା୫ (ଡି.ଏନ୍‌.ଏ.)-ଖଣିଜ ପରିବହନକୁ ସୁଚାରୁରୂପେ କରିବା ନେଇ କେନ୍ଦୁଝର ଜିଲା ଯୋଡା ପୌରପାଳିକା ସଭାଗୃହଠାରେ ଗୁରୁବାର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲାପାଳ ଆଶିଷ ଠାକରେ, ଏସ୍‌ପି ମିତ୍ରଭାନୁ ମହାପାତ୍ର ଉପସ୍ଥିତ ଥିଲେ। ପ୍ରଥମ ପର୍ଯ୍ୟାୟ ବୈଠକରେ ଯୋଡା ଖଣିମଣ୍ଡଳ ଅଧୀନ ସମସ୍ତ ଖଣିର ପ୍ରତିନିଧିଙ୍କ ସହିତ ଆଲୋଚନା କରାଯାଇଥିଲା। ଲକ୍‌ଡାଉନ ସମୟରେ ଖଣିରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ସୁରକ୍ଷା ପାଇଁ ଖଣି କମ୍ପାନୀଗୁଡିକ କିପରି ବ୍ୟବସ୍ଥା କରିଛନ୍ତି ସେ ସମ୍ପର୍କରେ ଅଧିକାରୀମାନେ ପଚାରି ବୁଝିଥିଲେ। ରାଜ୍ୟ ସରକାରଙ୍କର ଆର୍ଥତ୍କ ସ୍ଥିତିକୁ ସୁଦୃଢ କରିବା ପାଇଁ ବ୍ୟାପକ ଭାବେ ଖଣିର ପରିବହନ ଓ ରପ୍ତାନୀ ଉପରେ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଥିଲା। ତେବେ ଖଣି କମ୍ପାନୀ ପ୍ରତିନିଧିମାନେ ଲୁହାପଥର ଚାହିଦା ଆନ୍ତର୍ଜାତିକ ବଜାରରେ ହ୍ରାସ ପାଇଥିବାରୁ ପରିବହନ ହ୍ରାସ ପାଉଥିବା ସମ୍ପର୍କରେ ସୂଚନା ଦେଇଥିଲେ।
ଦ୍ୱିତୀୟ ପର୍ଯ୍ୟାୟ ବୈଠକରେ ଯୋଡା ମାଇନିଂ ଏରିଆ ଟ୍ରକ ଓନର ଆସୋସିଏଶନ(ମାଟୋଆ) ଓ ଯୋଡା ଟ୍ରକ ଓନର ଆସୋସିଏଶନ(ଜାଟୋଆ) ସହିତ ଆଲୋଚନା ହୋଇଥିଲା। ଖଣିଜ ପରିବହନରେ ଯେପରି କୌଣସି ବାଧା ନ ଉପୁଜେ ସେନେଇ ଗୁରୁ୍‌ତ୍ୱ ଦିଆଯାଇଥିଲା। ବୈଠକ ଶେଷରେ କରୋନା ସମ୍ପର୍କରେ ଜିଲାପାଳ ଯୋଡା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସୂର୍ଯ୍ୟମଣୀ ପାଟ୍ଟେଯାଶୀଙ୍କ ସହ ଆଲୋଚନା କରିଥିଲେ। ୯ଟି ସେଣ୍ଟରରେ ନୋଡାଲ ଅଫିସର ନିଯୁକ୍ତି କରାଯାଇଛି। ଯୋଡାରେ ଆଇସୋଲେଶନ ପାଇଁ ୧୫୨ ଶଯ୍ୟା ଓ କ୍ୱାରାଣ୍ଟାଇନ ପାଇଁ ୩୫୧ ଶଯ୍ୟା ପ୍ରସ୍ତୁତ କରାଯାଇଛି। ପ୍ରତିଦିନ ୯୧୭ ଖାଦ୍ୟ ପୁଡିଆ ୨ ଓଳି ଯୋଗାଇ ଦିଆଯାଉଛି ା ଆଗାମୀ ୩ ତାରିଖରେ ବାହାର ଅଞ୍ଚଳରୁ ଜନସାଧାରଣ ଆସିଲେ ସେମାନଙ୍କର ରହିବା ଖାଇବା ବ୍ୟବସ୍ଥା ପୌରପାଳିକା ପକ୍ଷରୁ କରାଯାଉଥିବା ପାଟ୍ଟଯୋଶୀ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବଡବିଲ ତହସିଲଦାର କ୍ଷୀରୋଦ ଚନ୍ଦ୍ର ବେହେରା ଓ ଯୋଡା ଖଣି ଯୁଗ୍ମ ନିର୍ଦ୍ଦେଶକ ସଲିଲ ବେହେରା ଉପସ୍ଥିତ ଥିଲେ। ବହୁ ଖଣିର ପ୍ରତିନିଧିମାନେ ବୈଠକରେ ଯୋଗ ଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବା ବେଳେ ହଠାତ ବଢ଼ିଗଲା ପାଣିର ସ୍ରୋତ, ବୁଡ଼ିଯାଉଥିବା ବେଳେ ୨ ଜଣଙ୍କୁ…

କେନ୍ଦୁଝର, ୩୧।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାସ୍ଥିତ କାନପୁର ବୃହତ ଜଳସେଚନ ପ୍ରକଳ୍ପ କେନାଲରେ ଗାଧୋଇବା ସମୟରେ ପ୍ରବଳ ସ୍ରୋତରେ ଭାସି ଯାଉଥିବା ଦୁଇ ଜଣ ବ୍ୟକ୍ତିଙ୍କୁ…

ସାଙ୍ଗମାନଙ୍କ ସହ ଶୋଇଥିଲେ, ସାପ କାମୁଡ଼ାରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ, ଅଞ୍ଚଳରେ…

ଥୁଆମୂଳ ରାମପୁର, ୩୧।୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମପଞ୍ଚାୟତର ବାର୍ଷିକୋଣା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସାପ…

ଭୀଷ୍ମଗିରି ଉଚ୍ଚ ବିଦ୍ୟାଳୟରେ ପାଚିକା ସହାୟିକାମାନଙ୍କୁ ରୋଷେଇ ସମୟରେ ସୁରକ୍ଷା

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ସ୍ଥିତ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ କାର୍ଯ୍ଯରତ ପାଚିକା…

ଦୁର୍ଗମ ଗାଁରେ ଉପଜିଲାପାଳଙ୍କ ଗସ୍ତ, ଆଦିବାସୀଙ୍କ ସମସ୍ୟା ଶୁଣିଲେ

ବଞ୍ଚୋ, ୩୧ ଜୁଲାଇ (ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ପନସଡ଼ିହା ପଞ୍ଚାୟତର ଅତି ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଗ୍ରାମଗୁଡ଼ିକୁ ଉପଜିଲାପାଳ ନୀଳମାଧବ ସୁନା, ବିଡିଓ…

ପିକ୍ଅପ  ଧକ୍କାରେ ସାଇକେଲ ଆରୋହୀ ମୃତ:  ମୃତଦେହ ଜବତ

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗୋକର୍ଣ୍ଣପୁର ଗ୍ରାମ ଶିବାନନ୍ଦ ଆଶ୍ରମ ନିକଟରେ ଏକ ମହିନ୍ଦ୍ରା ପିକ୍ଅପ…

ସ୍ମାର୍ଟ ସ୍କୁଲରେ ତାଲା, ବାରଣ୍ଡାରେ ପାଠପଢ଼ା

ମୋହନା,୩୦।୭(ମନ୍ମଥ ମିଶ୍ର): ପୂର୍ବ ସରକାରଙ୍କ ୫-ଟି ଯୋଜନାରେ ରୂପାନ୍ତରିତ ସ୍ମାର୍ଟ ସ୍କୁଲ, କିନ୍ତୁ ସ୍ମାର୍ଟ ଶିକ୍ଷା କେବଳ ସରକାରୀ ଦସ୍ତାବିଜରେ ସୀମିତ ରହିଯାଇଛି। ଏଠାରେ ସ୍ମାର୍ଟ କ୍ଲାସରୁମରେ…

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ, ଥାନାରେ ଅଭିଯୋଗ

ହାଟଡିହୀ,୩୧।୭(ଶୁଭକାନ୍ତ ନାୟକ):ରାଜ୍ୟରେ ଭାଜପା ସରକାର ଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏପରି…

ଶନିବାର ଭଦ୍ରକ ଜିଲାରେ ସମସ୍ତ ସ୍କୁଲ ଛୁଟି

ଭଦ୍ରକ, ୩୧।୭: ଜିଲାରେ ଦେଖାଦେଇଥିବା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶନିବାର ଭଦ୍ରକ ଜିଲାର ସମସ୍ତ ସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri