ଖଣି ଚିନ୍ତା: ନିଲାମ ପୂର୍ବରୁ ଅନୁମତି କାର୍ଯ୍ୟ ସାରିବାକୁ ପରାମର୍ଶ

ଭୁବନେଶ୍ୱର,୩୧।୧(ବ୍ୟୁରୋ): ଖଣି ନିଲାମ ପୂର୍ବରୁ ସମସ୍ତ ପ୍ରକାର ଅନୁମତି(କ୍ଲିୟରାନ୍ସ) ଆଗୁଆ ଶେଷ କରିବାକୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ଏହାଦ୍ୱାରା ଖଣି ନିଲାମ ପାଇଁ ହେଉଥିବା ବିଳମ୍ବକୁ ଏଡାଇଦିଆଯିବା ସହ ବଡ ବଡ କମ୍ପାନୀଗୁଡିକୁ ଆକର୍ଷିତ କରାଯାଇପାରିବ। ଏପରି କି ଏ କ୍ଷେତ୍ରରେ ବିଦେଶୀ ପୁଞ୍ଜିବିନିଯୋଗକୁ ମଧ୍ୟ ପ୍ରୋତ୍ସାହନ ମିଳିପାରିବ। ପାଇଲଟ ପ୍ରକଳ୍ପ ଆଧାରରେ ନିଲାମ ପୂର୍ବରୁ ଖଣି ସମ୍ପର୍କିତ ସମସ୍ତ ଅନୁମତି ଆଗୁଆ ନେବାକୁ ଖଣି ମନ୍ତ୍ରଣାଳୟ ଓଡିଶା ସମେତ ମଧ୍ୟପ୍ରଦେଶ ଏବଂ କର୍ନାଟକ ସରକାରଙ୍କୁ ଅନୁରୋଧ କରିଛି। ଖଣି ମନ୍ତ୍ରଣାଳୟ ସଚିବ ସୁଶିଲ କୁମାର ନୂତନ ଲିଜ୍‌ଧାରୀଙ୍କ ପାଇଁ ଇଜ୍‌ ଅଫ୍‌ ଡୁଇଂ ବିଜ୍‌ନେସକୁ ତ୍ୱରାନ୍ବିତ କରିବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଭିଜନ-୨୦୨୪କୁ ଦୃଷ୍ଟିରେ ରଖି ନିଲାମ ପୂର୍ବରୁ ସମସ୍ତ କ୍ଲିୟରାନ୍ସ କରିବା ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ନିଷ୍ପତ୍ତ ହୋଇଥିଲା। ଏହି କମିଟିର ଘୋଷଣା ଅନୁଯାୟୀ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି। ଖଣି ନିଲାମରେ ଅଂଶ ଗ୍ରହଣ କରିବା ପୂର୍ବରୁ ଲିଜ୍‌ଧାରୀଙ୍କୁ ୨୦ ପ୍ରକାର କ୍ଲିୟରାନ୍ସ ନେବାକୁ ପଡିଥାଏ। ସେଥିରୁ କେନ୍ଦ୍ର ସରକାରଙ୍କ ନିକଟରୁ ୯ ଓ ରାଜ୍ୟ ସରକାରଙ୍କ ନିକଟରୁ ୧୧ଟି ମଞ୍ଜୁରୀ ନେବାକୁ ବ୍ୟବସ୍ଥା ରହିଛି। ଏସବୁ କ୍ଲିୟରାନ୍ସ ନେବାକୁ ୨ରୁ ୩ ବର୍ଷ ସମୟ ଲାଗିଯାଉଛି। ଏଥିଯୋଗୁ ଲିଜଧାରୀ ନିଲାମ ନେବା ପରେ ମଧ୍ୟ ତୁରନ୍ତ ଖଣି କାର୍ଯ୍ୟ ଆରମ୍ଭ କରିପାରୁ ନାହାନ୍ତି। ଖଣି ଯେହେତୁ ରାଜ୍ୟ ମାଲିକାନାରେ ରହିଛି ସେହି ଦୃଷ୍ଟିରୁ ରାଜ୍ୟ ସରକାର ଏସବୁ କ୍ଲିୟରାନ୍ସ ନେବାକୁ ଆଗୁଆ କେନ୍ଦ୍ର ସରକାରଙ୍କୁ ଆବେଦନ କରିବାକୁ କୁହାଯାଇଛି। ପରିବେଶ ଓ ଜଙ୍ଗଲ ଏହି ଦୁଇଟି ଅନୁମତି ଖଣି ଖନନ ପାଇଁ ଅତ୍ୟନ୍ତ ଅପରିହାର୍ଯ୍ୟ। ପୂର୍ବ ସମନ୍ବୟ ସମିତି ବୈଠକରେ ମଧ୍ୟ ରାଜ୍ୟ ସରକାର ଏ ନେଇ ରାଜି ହୋଇଛନ୍ତି। ଏହାଦ୍ୱାରା ନିଲାମ ପ୍ରକ୍ରିୟା ଅଧିକ ଆକର୍ଷଣୀୟ ହୋଇପାରିବ। ଏ ଦିଗରେ ବୃହତ୍‌ ପୁଞ୍ଜିନିବେଶର ମଧ୍ୟ ବାଟ ଖୋଲିଯିବ। ଅନ୍ୟପକ୍ଷରେ ୪୬ଟି ନନ୍‌ କ୍ୟାପ୍ଟିଭ ଖଣିର ଲିଜ୍‌ ଅବଧି ୨୦୨୦ ମାର୍ଚ୍ଚ ୩୧ ତାରିଖରେ ଶେଷ ହେଉଛି। ଏମ୍‌ଏମ୍‌ଡିଆର ଆକ୍ଟ-୨୦୧୫ର ସେକ୍ସନ ୮(ଏ)(୬) ଅନୁଯାୟୀ ସେଗୁଡିକୁ ପୁଣି ଥରେ ନିଲାମ କରାଯିବ। ଇସ୍ପାତ ଉତ୍ପାଦନ ପାଇଁ ଏସବୁ ଖଣି ଆଇରନ ଓର୍‌, ମାଙ୍ଗାନିଜ, କ୍ରୋମାଇଟ ଭଳି ଖଣିଜ ପଦାର୍ଥ ଯୋଗାଇ ଆସୁଛନ୍ତି। କଞ୍ଚାମାଲ ଯୋଗାଣରେ ଯେପରି ବ୍ୟାଘାତ ନ ହେବ ଏହାକୁ ଦୃଷ୍ଟିରେ ରଖି ଖଣି ନିଲାମ ପ୍ରକ୍ରିୟା କେନ୍ଦ୍ର ସରକାର ଆରମ୍ଭ କରି ସାରିଲେଣି। ରାଜ୍ୟ ସରକାର ଏ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ କେନ୍ଦ୍ର ସରକାର ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାରି ହୋଇଥିଲା ଜାମିନବିହୀନ ଗିରଫ ପରୱାନା: ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ

ଦିଗପହଣ୍ଡି, ୧୯।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଧର୍ମରାୟପୁର ଗ୍ରାମର ରମେଶ ଚନ୍ଦ୍ର ଜେନାଙ୍କୁ ପାଟପୁର ପୋଲିସ କୋର୍ଟଙ୍କ ଜାରି କରାଯାଇଥିବା ୱାରେଣ୍ଟ…

‘ଲହରୀ’ ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ

ଭୁବନେଶ୍ୱର,୧୯।୭ (ସୌମ୍ୟରଞ୍ଜନ ରାଉତ): ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ୨୦୨୪ ବର୍ଷ ପାଇଁ ଶନିବାର ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ‘ଲହରୀ’ ଶ୍ରେଷ୍ଠ…

ଆଡ଼ପମଣ୍ଡପରେ ଦାରୁଦିଅଁ: ଆଜିଠୁ ଭକ୍ତ ପାଇବେ ଆଡ଼ପ ଅବଢ଼ା

ପୁରୀ,୧୯।୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ରଥାରୂଢ଼ ହୋଇ ରତ୍ନସିଂହାସନ ଛାଡ଼ି ନବଦିନ ଯାତ୍ରାରେ ଆସି…

ଏଇ ଭାରତରେ

ପ୍ରଦ୍ୟୋତ ଭୋଲେଟି ଗରିବ ଓ ଅସହାୟ ପିଲାଙ୍କୁ ମାଗଣାରେ ବାସ୍କେଟବଲ ପ୍ରଶିକ୍ଷଣ ଦେଉଛନ୍ତି। ସେ ଡ୍ରିବଲ ଏକାଡେମୀ ମାଧ୍ୟମରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ସେ…

ନୂଆ ପିଢ଼ି ପାଇଁ ଅପରିଚିତ ଅକ୍ଷର

ଭାଷା କେବଳ ଭାବ ବିନିମୟର ମାଧ୍ୟମ ନୁହେଁ; ଏହା ଏକ ଜାତିର ସଭ୍ୟତା, ସଂସ୍କୃତି, ଇତିହାସ ଓ ଅସ୍ମିତାର ବାହକ। ମଣିଷର ଚିନ୍ତାଧାରା, ସୃଜନଶୀଳତା ଏବଂ ସାଂସ୍କୃତିକ…

ବ୍ୟାଙ୍କ ଜାତୀୟକରଣର ପୃଷ୍ଠଭୂମି

ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତରେ କାୟା ବିସ୍ତାର କରି ୧୭୭୦ ମସିହାରେ କଲିକତାରେ ବ୍ୟାଙ୍କ ଅଫ୍‌ ହିନ୍ଦୁସ୍ତାନ ନାମକ ବାଣିଜି୍ୟକ ବ୍ୟାଙ୍କ ଖୋଲିଥିଲା। ଏ ବ୍ୟାଙ୍କ ତିଷ୍ଠି…

ଆନ୍ଦୋଳନର ତିନୋଟି କଥା

କକ୍‌ରୋଚ୍‌ ଜନତା ପାର୍ଟିର ବିକ୍ଷୋଭ ପ୍ରଦର୍ଶନକୁ ନେଇ ମୋ ମନକୁ କିଛି କଥା ବା ବିଚାର ଆସୁଛି। ପ୍ରଥମ କଥା ହେଉଛି, ସୋନମ ୱାଙ୍ଗଚୁକଙ୍କ ସମେତ ଏହାର…

ଜଗା ମଥାରେ ଝଟକିଲା ଟାହିଆ, ଜନ୍ମବେଦିକୁ ବିଜେ କଲେ ମହାପ୍ରଭୁ

ପୁରୀ,୧୮।୭: ମହାପ୍ରଭୁ ଜଗନ୍ନାଥଙ୍କ ମଥାରେ ଝଟକିଲା ଟାହିଆ। ଆଡ଼ପ ବିଜେରେ ମହାପ୍ରଭୁ ମସ୍ତକରେ ତୁଳସୀ, ସୋଲ ଏବଂ ବିଭିନ୍ନ ଫୁଲରେ ନିର୍ମିତ ଟାହିଆ ମଣ୍ଡିତ ହୋଇ ଭକ୍ତଜନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri